କରମଣ୍ଡଳ ଦୁର୍ଘଟଣା: ରେଳଯାତ୍ରୀ ଭୋଗୁଛନ୍ତି ନର୍କ ଯନ୍ତ୍ରଣା !
Advertisement

କରମଣ୍ଡଳ ଦୁର୍ଘଟଣା: ରେଳଯାତ୍ରୀ ଭୋଗୁଛନ୍ତି ନର୍କ ଯନ୍ତ୍ରଣା !

ବାଲେଶ୍ୱର ବାହାନଗା ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ ଭୟଙ୍କର ଦୁର୍ଘଟଣାରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି । ମେଡିକାଲ (hospital)ରେ ମଧ୍ୟ ଶତାଧିକ ଲୋକ ଚିକିତ୍ସାଧୀନ ଅଛନ୍ତି । ମୃତ ବ୍ୟକ୍ତିଙ୍କ ପରିବାରକୁ ୧୦ଲକ୍ଷ ଏବଂ ଆହତଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱ

କରମଣ୍ଡଳ ଦୁର୍ଘଟଣା: ରେଳଯାତ୍ରୀ ଭୋଗୁଛନ୍ତି ନର୍କ ଯନ୍ତ୍ରଣା !

Coromandel Express Accident: ବାଲେଶ୍ୱର ବାହାନଗା ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ ଭୟଙ୍କର ଦୁର୍ଘଟଣାରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି । ମେଡିକାଲ (hospital)ରେ ମଧ୍ୟ ଶତାଧିକ ଲୋକ ଚିକିତ୍ସାଧୀନ ଅଛନ୍ତି । ମୃତ ବ୍ୟକ୍ତିଙ୍କ ପରିବାରକୁ ୧୦ଲକ୍ଷ ଏବଂ ଆହତଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik)ଙ୍କ ସମେତ 5ଟି ମୁଖ୍ୟ ଭିକେ ପାଣ୍ଡିଆନ (vk pandian) ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ର ରେଳମନ୍ତ୍ରୀ (railway minister) ଅଶ୍ୱିନ ବୈଷ୍ଣବ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପିଏମ ମୋଦି (pm modiji) ଆଜି ମଧ୍ୟାହ୍ନରେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଦୁର୍ଘଟଣାରେ ଆହତ ଓ ମୃତ ବ୍ୟକ୍ତିଙ୍କ ପରିବାର (family)କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଦୁର୍ଘଟଣା ଘଟିଥିବା ଉକ୍ତ ରୁଟଟି ଖୁବ୍ ପ୍ରଭାବିତ ହୋଇଛି । ଟ୍ରେନର ବଗି ଓ ରେଳ ଧାରଣା (railway track) କ୍ଷତିଗ୍ରସ୍ତ ହୋଇଥିବା କାରଣରୁ ସେହି ରୁଟରେ ଚଳାଚଳ ହେବାକୁ ଥିବା ଅନେକ ଟ୍ରେନକୁ ବାତିଲ୍ (train cancel) କରାଯାଇଛି । ଯାହାଫଳରେ ରେଳଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଅନେକ ଗୁଡିଏ ଷ୍ଟେଶନରେ (railway station) ଯାତ୍ରୀମାନେ ଦୀର୍ଘ ସମୟ (long time) ଧରି ଅପେକ୍ଷା କରିରହିଛନ୍ତି । କିଛି ଯାତ୍ରୀ ଦୁର୍ଘଟଣାର ଖବର ପାଇ ଟ୍ରେନ୍ ବଦଳରେ ବସ୍ (bus) ଯୋଗେ ନିଜର ଗନ୍ତବ୍ୟ ସ୍ଥଳକୁ ଫେରିଛନ୍ତି ।

ଏହି ଟ୍ରେନ୍ ଗୁଡିକ ବାତିଲ୍ 

ବାଙ୍ଗାଲୋର- ଭାଗଲପୁର ଅଙ୍ଗ ଏକ୍ସପ୍ରେସ୍ (ଟ୍ରେନ୍ ନମ୍ୱର- 12253) ଭଦ୍ରକ ହାୱଡା ଏକ୍ସପ୍ରେସ୍ (bhadrak howrah express) (ଟ୍ରେନ୍ ନମ୍ୱର- 18044), ତିରୁପତି ହାୱଡା ଏକ୍ସପ୍ରେସ୍, (ଟ୍ରେନ୍ ନମ୍ୱର- 20890) ବାଲେଶ୍ୱର ଭୁବନେଶ୍ୱର ସ୍ପେଶାଲ (balesore bhubaneswar special) (ଟ୍ରେନ୍ ନମ୍ୱର- 08411), ବାଲେଶ୍ୱର ଭଦ୍ରକ ସ୍ପେଶାଲ (ଟ୍ରେନ୍ ନମ୍ୱର -08031), ବାଙ୍ଗାଲୋର ହାୱଡା ଏକ୍ସପ୍ରେସ୍ (bangalore howrah express) ( ଟ୍ରେନ୍ ନମ୍ୱର 12864), ବାଙ୍ଗାଲୋର କାମାକ୍ଷା ସୁପରଫାଷ୍ଟ୍ ଏକ୍ସପ୍ରେସ୍ ( ଟ୍ରେନ୍ ନମ୍ୱର- 12551),  କନ୍ୟାକୁମାରୀ ହାୱଡା ଏକ୍ସପ୍ରେସ୍ (kanyakumari howrah express) ( ଟ୍ରେନ୍ ନମ୍ୱର- 12666), ପୁରୀ- ଦୀଘା ଏକ୍ସପ୍ରେସ୍ (puri digha express) (ଟ୍ରେନ୍ ନମ୍ୱର 22890), ଦୀଘା ପୁରୀ ଏକ୍ସପ୍ରେସ୍ (ଟ୍ରେନ୍ ନମ୍ୱର- 22889), ଶାଲିମାର ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ୍ (shalimar to hyderabad east coast express) (ଟ୍ରେନ୍ ନମ୍ୱର 18045), ହାୱଡା ତିରୁପତି ଏକ୍ସପ୍ରେସ୍ (ଟ୍ରେନ୍ ନମ୍ୱର- 20889), ହାୱଡା ବାଙ୍ଗାଲୋର ଦୁରୋନ୍ତୋ ଏକ୍ସପ୍ରେସ୍ (ଟ୍ରେନ୍ ନମ୍ୱର- 12245), ଯାଜପୁର କେନ୍ଦୁଝର ରୋଡ଼- ଖଡଗପୁର ଏକ୍ସପ୍ରେସ୍, (jajpur kendujhar road kharagpur express) (ଟ୍ରେନ୍ ନମ୍ୱର- 18038), ହାୱଡା ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ୍ (howrah to secunderabad falaknuma express) (ଟ୍ରେନ୍ ନମ୍ୱର- 12703), ପୁରୀ ପାଟନା ସ୍ପେଶାଲ୍ (puri patna special) (ଟ୍ରେନ୍ ନମ୍ୱର- 08439), ପୁରୀ ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍, (puri howrah vande bharat express) (ଟ୍ରେନ୍ ନମ୍ୱର- 22896), ହାୱଡା ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ (ଟ୍ରେନ୍ ନମ୍ୱର- 22895), ଜେନାପୁର ପୁରୀ (ଟ୍ରେନ୍ ନମ୍ୱର-08415) ପୁରୀ ଜେନାପୁର (puri jenapur) (ଟ୍ରେନ୍ ନମ୍ୱର- 08416), ବାଙ୍ଗିରିପୋଷି ପୁରୀ ଏକ୍ସପ୍ରେସ୍ (bangiriposhi puri express) (ଟ୍ରେନ୍ ନମ୍ୱର- 12891), ଭଦ୍ରକ ବାଲେଶ୍ୱର ସ୍ପେଶାଲ (ଟ୍ରେନ ନମ୍ୱର- 08032), ଭଦ୍ରକ ଖଡଗପୁର ସ୍ପେଶାଲ୍ (bhadrak kharagpur special) ( ଟ୍ରେନ୍ ନମ୍ୱର 08064), ଖଡଗପୁର ଭଦ୍ରକ ସ୍ପେଶାଲ (ଟ୍ରେନ୍ ନମ୍ୱର- 08063) ।

also read- ଟ୍ରେନ ଦୁର୍ଘଟଣା ପରେ ସ୍କୁଲ ବାରଣ୍ଡା ଓ ଟ୍ରାକ ରେ ପଡ଼ିଛି ଶହ ଶହ ମୃତଦେହ