ନିର୍ବାଚନ ତାରିଖକୁ ନେଇ ଦ୍ୱନ୍ଦ୍ୱ: ସ୍ପଷ୍ଟୀକରଣ ରଖିଲେ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ
Advertisement
Article Detail0/zeeodisha/odisha2075076

ନିର୍ବାଚନ ତାରିଖକୁ ନେଇ ଦ୍ୱନ୍ଦ୍ୱ: ସ୍ପଷ୍ଟୀକରଣ ରଖିଲେ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ

‘ଆସନ୍ତା ୧୬ରେ ସାଧାରଣ ନିର୍ବାଚନ ହେବ’। ଏପରି ଏକ ଦ୍ୱନ୍ଦ୍ୱ ସୋଶାଲ୍‍ ମିଡିଆରେ ଘୂରି ବୁଲୁଛି। ପୁଣି ଏହାର ଆଧାର ହେଉଛି ଖୋଦ୍‍ ଦିଲ୍ଲୀ  ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏକ ଚିଠି। ଯଦିଓ ଏ ଚିଠି ଠିକ୍‍, ଚିଠିରେ ଦିଆଯାଇଥିବା ତଥ୍ୟ ଠିକ୍‍ କିନ୍ତୁ ଯେଉଁଭଳି ଭାବେ ଏହି ତଥ୍ୟକୁ ସୋଶାଲ୍‍ ମିଡିଆରେ ପ୍ରକାଶ କରାଯାଉଛି ତାହା ବିଭ୍ରାନ୍ତିମୂଳକ ସାବ୍ୟସ୍ତ ହୋଇଛି।  ଏହାପରେ ମୁଖ୍ୟ ନିର୍ବାଚନ ଅଧିକାରୀ  ନିଜ ଚିଠିରେ ଲେଖାଥିବା ତାରିଖକୁ ଏକ କ୍ୟାଲେଣ୍ଡର ‘ଚିହ୍ନିତ’ ତାରିଖ ତଥା ଉଦାହରଣ ବୋଲି କହି ସ୍ପଷ୍ଟୀକରଣ ଦେଇଛନ୍ତି। 

ନିର୍ବାଚନ ତାରିଖକୁ ନେଇ ଦ୍ୱନ୍ଦ୍ୱ: ସ୍ପଷ୍ଟୀକରଣ ରଖିଲେ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ‘ଆସନ୍ତା ୧୬ରେ ସାଧାରଣ ନିର୍ବାଚନ ହେବ’। ଏପରି ଏକ ଦ୍ୱନ୍ଦ୍ୱ ସୋଶାଲ୍‍ ମିଡିଆରେ ଘୂରି ବୁଲୁଛି। ପୁଣି ଏହାର ଆଧାର ହେଉଛି ଖୋଦ୍‍ ଦିଲ୍ଲୀ  ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏକ ଚିଠି। ଯଦିଓ ଏ ଚିଠି ଠିକ୍‍, ଚିଠିରେ ଦିଆଯାଇଥିବା ତଥ୍ୟ ଠିକ୍‍ କିନ୍ତୁ ଯେଉଁଭଳି ଭାବେ ଏହି ତଥ୍ୟକୁ ସୋଶାଲ୍‍ ମିଡିଆରେ ପ୍ରକାଶ କରାଯାଉଛି ତାହା ବିଭ୍ରାନ୍ତିମୂଳକ ସାବ୍ୟସ୍ତ ହୋଇଛି।  ଏହାପରେ ମୁଖ୍ୟ ନିର୍ବାଚନ ଅଧିକାରୀ  ନିଜ ଚିଠିରେ ଲେଖାଥିବା ତାରିଖକୁ ଏକ କ୍ୟାଲେଣ୍ଡର ‘ଚିହ୍ନିତ’ ତାରିଖ ତଥା ଉଦାହରଣ ବୋଲି କହି ସ୍ପଷ୍ଟୀକରଣ ଦେଇଛନ୍ତି। 

ସମ୍ପୂର୍ଣ୍ଣ ଘଟଣା ଏହିଭଳି; ଗତ ୧୯ ତାରିଖରେ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟର ସମସ୍ତ ୧୧ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସମସ୍ତ ନିର୍ଦ୍ଧାରିତ କାର୍ଯ୍ୟକୁ ନିର୍ବାଚନ ତାରିଖ ପୂର୍ବରୁ ଶେଷ କରି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଚିଠିରେ କୁହାଯାଇଛି ଯେ, ନିର୍ବାଚନ ଆୟୁକ୍ତ ପ୍ରାୟତଃ ଏପ୍ରିଲ୍‍ ୧୬ ତାରିଖକୁ ନିର୍ବାଚନ ତାରିଖ ଭାବେ କହିଛନ୍ତି। ଏହାକୁ ଏକ ଉଦାହରଣ  ଭାବେ ଗ୍ରହଣ କରିବାକୁ କୁହାଯାଇଛି। କିନ୍ତୁ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଯେତେବେଳେ ଏହି ଚିଠିକୁ ସୋଶାଲ୍‍ ମିଡିଆ ହ୍ୟାଣ୍ଡଲରେ ଶେୟାର କରିଛନ୍ତି ସେତେବଳେ ତାହାକୁ ନେଇ ଅନେକ ଗୁଜବ ପ୍ରସାରିତ ହୋଇଛି। ଏପରିକି ଏପ୍ରିଲ ୧୬ ତାରିଖରେ ନିର୍ବାଚନ ହେବ ବୋଲି ବି କିଛି ସାମାଜିକ ମାଧ୍ୟମ ଓ ମୁଖ୍ୟ ସ୍ରୋତ ଗଣମାଧ୍ୟମରେ ପ୍ରସାର କରାଯାଇଛି। ଭାଇରାଲ୍‍ ପରିସ୍ଥିତି ଉପୁଜିଥିବାରୁ ବାଧ୍ୟ ହୋଇ ବାଧ୍ୟ ହୋଇ ସିଇଓ, ଦିଲ୍ଲୀ କାର୍ଯ୍ୟାଳୟ ପୁଣିଥରେ ଏକ ସ୍ପଷ୍ଟୀ କରଣ ଦେଇଛନ୍ତି। ଏଥିରେ କୁହାଯାଇଛି ଯେ, ଚିଠି ସୋଶାଲ୍‍ ମିଡିଆରେ ଆସିବା ପରେ ଅନେକ ଗଣମାଧ୍ୟମ ଏ ବାବଦରେ ସ୍ପଷ୍ଟୀକରଣ ଚାହିଁଛନ୍ତି। ଏପ୍ରିଲ୍‍ ୧୬ରେ ନିର୍ବାଚନ ହେବ କି ନା ସେ ବିଷୟରେ ପ୍ରଶ୍ନ କରିଛନ୍ତି। କିନ୍ତୁ ଏହା ସ୍ପଷ୍ଟ କରାଯାଇପାରେ ଯେ, ଏହି ଚିଠିରେ ଦିଆଯାଇଥିବାବା ତାରିଖ କେବଳ ଏକ ଉଦାହରଣ ପାଇଁ ଦିଆଯାଇଛି। ଯାହାକୁ ଅନ୍ତମ ତାରିଖ ଭାବେ ଗ୍ରହଣ କରି ପ୍ରସ୍ତୁତ ରହିବାକୁ ସମସ୍ତ ନିର୍ବାଚନ ଅଧିକାରୀଙ୍କୁ କୁହାଯାଇଛି। ପ୍ରକୃତ ନିର୍ବାଚନ ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ। 

୨୦୧୯ରେ ଏପ୍ରିଲ ୧୧ ତାରିଖରେ ନିର୍ବାଚନ ହୋଇଥିଲା। ଯାହା ମେ ୧୯ ତାରିଖ ଯାଏ ଚାଲିଥିଲା। ମେ’ ୨୩ ତାରିଖରେ ଫଳାଫଳ ଘୋଷଣା କରାଯାଇଥିଲା। ଏହିକ୍ରମରେ କେତେବେଳେ ବି ନିର୍ବରଚନ ତାରିଖ ଘୋଷଣା ହୋଇପାରେ।  ଏହା ହେଲେ ଆଦର୍ଶ ନିର୍ବାଚନ ବିଧି ଲାଗୁ ହେବ। କିନ୍ତୁ ଏବେ ବଜେଟ୍‍ ଅଧିବେଶନ ଥିବାରୁ ଲୋକସଭାର ଅଧିବେଶନ ସରିବା ପରେ ଏ ବାବଦରେ ଘୋଷଣା କରାଯାଇପାରେ।

Also Read- ରାଉରକେଲାରେ ବନ ବିଭାଗର ରେଡ୍, ୮୨ ଶୁଆ ଜବତ, ୨ଗିରଫ

Also Read- ୩୦ ବର୍ଷ ପରେ ମୌନବ୍ରତ ଭାଙ୍ଗିଲେ ସରସ୍ୱତୀ ଦେବୀ, କହିଲେ 'ସୀତା... ରାମ...'