ବିଜେପିକୁ ଭୋଟ୍ ଦେବାରୁ ମାଡ ଘଟଣା, ମହିଳାଙ୍କୁ ଭେଟିଲେ ସିଏମ ଶିବରାଜ ସିଂହ ଚୌହାନ
Advertisement

ବିଜେପିକୁ ଭୋଟ୍ ଦେବାରୁ ମାଡ ଘଟଣା, ମହିଳାଙ୍କୁ ଭେଟିଲେ ସିଏମ ଶିବରାଜ ସିଂହ ଚୌହାନ

Political News: ବିଜେପିକୁ ଭୋଟ ଦେବା କାରଣରୁ ଜଣେ ମୁସଲିମ ମହିଳାଙ୍କୁ ନିଜ ପରିବାର ସଦସ୍ୟଙ୍କର ଆକ୍ରୋଶ ଓ ଆକ୍ରମଣର ସାମ୍ନା କରିବାକୁ ପଡିଥିଲା । ଏହି ଖବର ଭାଇରାଲ୍ ହେବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ମାଡ ଖାଇଥିବା ମହିଳା ସମିନାଙ୍କୁ ଭେଟି ଆଲୋଚନା କରିଛନ୍ତି ।

ବିଜେପିକୁ ଭୋଟ୍ ଦେବାରୁ ମାଡ ଘଟଣା, ମହିଳାଙ୍କୁ ଭେଟିଲେ ସିଏମ ଶିବରାଜ ସିଂହ ଚୌହାନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଭୋଟ ଦେଇ ମାଡ ଖାଇବା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଜେପିକୁ ଭୋଟ ଦେବା କାରଣରୁ ଜଣେ ମୁସଲିମ ମହିଳା (Muslim woman)ଙ୍କୁ ନିଜ ପରିବାର ସଦସ୍ୟଙ୍କର ଆକ୍ରୋଶ ଓ ଆକ୍ରମଣର ସାମ୍ନା କରିବାକୁ ପଡିଥିଲା । ଏହି ଖବର ଭାଇରାଲ୍ ହେବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ମାଡ ଖାଇଥିବା ମହିଳା ସମିନାଙ୍କୁ ଭେଟି ଆଲୋଚନା କରିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜ ଭୋପାଳ ସ୍ଥିତ ସରକାରୀ ବାସଭବନରେ ମହିଳାଙ୍କ ସହ କଥାବାର୍ତ୍ତା କରିଛନ୍ତି । ନିଜର ଦୁଇଜଣ ପିଲାଙ୍କ ସହିତ ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ସହିତ ଆଲୋଚନା କରିଥିବାର ଫଟୋ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ବିଜେପିକୁ ଭୋଟ ଦେବା କାରଣରୁ ସମିନାଙ୍କୁ ତାଙ୍କ ଦିଅର ଜାଭେଦ ମାଡ ମାରିଥିଲେ ବୋଲି ସମିନା ପୂର୍ବରୁ ଅଭିଯୋଗ ଆଣିଥିଲେ । ଆଜିର ଆଲୋଚନାରେ ମୁଖ୍ୟମନ୍ତ୍ରୀ ସମିନା ଓ ତାଙ୍କ ପିଲାଙ୍କ ସୁରକ୍ଷା ସମ୍ପର୍କରେ କଥା ହୋଇଥିଲେ । ଆଗକୁ ମଧ୍ୟ ସେ ଓ ତାଙ୍କ ପିଲା ବଡ ହେବା ପରେ ବିଜେପିକୁ ଭୋଟ ଦେବେ ବୋଲି ସମିନା ଶିବରାଜଙ୍କୁ ପ୍ରତିଶୃତି ଦେଇଛନ୍ତି । ସମିନା ଏକଥା କହିଛନ୍ତି ଯେ, ଭୋଟ ଦେବା ସମସ୍ତଙ୍କର ମୌଳିକ ଅଧିକାର । ସମ୍ୱିଧାନ ଗଠନ ପାଇଁ ସମସ୍ତେ ନିଜ ପସନ୍ଦର ପ୍ରାର୍ଥୀକୁ ଭୋଟ ଦେବା ଉଚିତ । ନିଜ ଅଧିକାରକୁ କେହି ଛଡେଇପାରିବେ ନାହିଁ ବୋଲି ସମିନା ମତ ଦେଇଥିଲେ ।

Also Read- CM Revanth reddy: ଦାୟିତ୍ୱ ବାଣ୍ଟିଲେ ରେଭନ୍ଥ

Also Read- OAS ସ୍ତରରେ ଅଦଳବଦଳ: ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବ ହେଲେ ଚିତ୍ତରଞ୍ଜନ ପାତ୍ର