Chhattisgarh News: ଆସିଥିଲେ ୨ ହଜାର ଟଙ୍କିଆ ନୋଟ ବଦଳାଇବାକୁ, ହେଲେ ରାସ୍ତାରୁ ଉଠାଇନେଲା ପୋଲିସ, ଜାଣନ୍ତୁ ପୁରା ଘଟଣାକ୍ରମ
Advertisement

Chhattisgarh News: ଆସିଥିଲେ ୨ ହଜାର ଟଙ୍କିଆ ନୋଟ ବଦଳାଇବାକୁ, ହେଲେ ରାସ୍ତାରୁ ଉଠାଇନେଲା ପୋଲିସ, ଜାଣନ୍ତୁ ପୁରା ଘଟଣାକ୍ରମ

Chhattisgarh Police: ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ ଆସିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ରାସ୍ତାରୁ ଉଠାଇ ନେଇଛି ପୋଲିସ। ଛତିଶଗଡ ବିଜାପୁର ଜିଲ୍ଲାରେ  ଦେଖିବାକୁ ମିଳିଛି ଏଭଳି ଘଟଣା। 

Chhattisgarh News: ଆସିଥିଲେ ୨ ହଜାର ଟଙ୍କିଆ ନୋଟ ବଦଳାଇବାକୁ, ହେଲେ ରାସ୍ତାରୁ ଉଠାଇନେଲା ପୋଲିସ, ଜାଣନ୍ତୁ ପୁରା ଘଟଣାକ୍ରମ

Chhattisgarh Police Arrest Naxalite Associate: ପଡୋଶୀ ଛତିଶଗଡର ବିଜାପୁର ଜିଲ୍ଲା ନକ୍ସଲ ପ୍ରଭାବିତ ଅଞ୍ଚଳ ବର୍ଗରେ ଅନ୍ତର୍ଭୂକ୍ତ। ହେଲେ ଏବେ ଏହି ଜିଲ୍ଲାରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର। ଛତିଶଗଡ଼ ପୋଲିସ ରାଜ୍ୟର ବିଜାପୁର ଜିଲ୍ଲାରୁ ୨ ଜଣ ନକ୍ସଲ ସହଯୋଗୀଙ୍କୁ ଗିରଫ କରିଛି। ଏନେଇ ମିଳିଥିବା ଖବର ମୁତାବକ ଗିରଫ ହୋଇଥିବା ନକ୍ସଲ ସହଯୋଗୀ ବିଭିନ୍ନ ବ୍ୟାଙ୍କ ଖାତାରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିବାକୁ ଯାଇଥିଲେ। ହେଲେ ପୋଲିସ ସେମାନଙ୍କୁ ବାଟରୁ ଉଠାଇ ନେଇଥିଲା। ଗିରଫ ନକ୍ସଲ ସହଯୋଗୀଙ୍କ ପାଖରୁ ପୋଲିସ ନଗଦ ୬ ଲକ୍ଷ ଟଙ୍କା ଏବଂ ୧୧ ବ୍ୟଙ୍କ ପାସବୁକ୍ ଜବତ କରିଛି।

କିପରି ହେଲା ଘଟଣାର ପର୍ଦ୍ଦାଫାଶ 
ଛତିଶଗଡ (Chhattisgarh) ବିଜାପୁର ଜିଲ୍ଲାରେ (Bijapur District) ନିଯୁକ୍ତ ହୋଇଥିବା ଜଣେ ପୋଲିସ ଅଧିକାରୀ (Chhattisgarh Police Offcial) ଶୁକ୍ରବାର କହିଛନ୍ତି ଯେ ବିଜାପୁର ଥାନା ଅଞ୍ଚଳରେ (Bijapur Police Station Area) ପୋଲିସ ନକ୍ସଲ ସହଯୋଗୀଙ୍କ (Chhattisgarh Police Arrest Naxalite Associate) ନିକଟରୁ ୨୦୦୦ ଟଙ୍କିଆ ନୋଟ୍ (Chhattisgarh Police Seize 2000 Rupee Note) ଜବତ କରିଥିଲ। ପୋଲିସ (Chhattisgarh Police) ଦ୍ୱାରା ଗିରଫ ହୋଇଥିବା ନକ୍ସଲ ସହଯୋଗୀ ବିଭିନ୍ନ ବ୍ୟାଙ୍କ ଖାତାରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିବାକୁ ଆସିଥିଲେ। ଦୁଇ ନକ୍ସଲ ସହଯୋଗୀ ଗଜେନ୍ଦ୍ର ମାଡଭି ଏବଂ ଲକ୍ଷ୍ମଣ କୁଞ୍ଜାମଙ୍କୁ ଗିରଫ କରାଯାଇଥିବା ନେଇ ପୋଲିସ ସ୍ପଷ୍ଟ କରିଛି। ଗୁରୁବାର ଦିନ ବିଜାପୁର ଥାନା ଅଧିନସ୍ଥ ମହାଦେବ ଘାଟ ଅଞ୍ଚଳରେ (Mahadev Ghat Area Bijapur) ସୁରକ୍ଷା ବଳକୁ ନିୟୋଜିତ କରାଯାଇଥିଲା। ଏହି ସମୟରେ ସୁରକ୍ଷା ବାହିନୀ ଯବାନ ମହାଦେବ ଘାଟ ଅଞ୍ଚଳରେ ଯିବା ଆସିବା କରୁଥିବା ଗାଡିର ଯାଞ୍ଚ କରୁଥିଲେ (Chhattisgarh Police Traffic Checking)। ହେଲେ ଯେତେବେଳେ ରାସ୍ତାରେ ପୋଲିସ ଟିମ୍ ଗାଡ଼ି ମଟର ଯାଞ୍ଚ କରୁଥିଲା, ସେତେବେଳେ ଏହାକୁ ଦେଖିବା ପରେ ଗିରଫ ୨ ନକ୍ସଲ ସହଯୋଗୀ ସୁରକ୍ଷା ବାହିନୀ ଯବାନଙ୍କୁ ଦେଖିବା ପରେ ଦୌଡ଼ିବା ଆରମ୍ଭ କରିଥିଲେ।

ଗିରଫଦାରୀ ପରେ ନକ୍ସଲ ସହଯୋଗୀଙ୍କୁ ଜେରା କରୁଛି ପୋଲିସ
୨୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ ଆସିଥିବା ନକ୍ସଲ ସହଯୋଗୀଙ୍କୁ ଗିରଫ କରିବା ପରେ ପୋଲିସ ଉଭୟଙ୍କୁ ପଚରାଉଚରା କରିଥିଲା। ଯେତେବେଳେ ସେମାନନଙ୍କର ଯାଞ୍ଚ କରାଯାଇଥିଲା, ସେତେବେଳେ ସେମାନଙ୍କ ଠାରୁ ପ୍ରାୟ ୬ ଲକ୍ଷ ଟଙ୍କା ମୂଲ୍ୟର ୨ ହଜାର ଟଙ୍କିଆ ନୋଟ ଏବଂ ୧୧ ବ୍ୟାଙ୍କ ପାସବୁକ୍ ଜବତ କରାଯାଇଥିଲା। ଜେରା ବେଳେ ଉଭୟ ଗିରଫ ଅଭିଯୁକ୍ତ କହିଥିଲେ ଯେ ନକ୍ସଲ ପ୍ଲାଟୁନ୍ ନମ୍ବର ୧୦ ଗୋଷ୍ଠୀର କମାଣ୍ଡର ମଲେଶ ସେମାନଙ୍କୁ ୮ ଲକ୍ଷ ଟଙ୍କା ତାହାର ପରିଚିତ ଲୋକଙ୍କ ବିଭିନ୍ନ ବ୍ୟାଙ୍କ ଖାତାରେ ଜମା କରିବାକୁ କହିଥିଲା। ୨୦୦୦ ଟଙ୍କିଆ ନୋଟ ପ୍ରଚଳନରୁ ହଟାଇବାକୁ ଘୋଷଣା କରାଯିବା ପରେ ସେମାନେ ଏହାକୁ ବଦଳାଇବା ପାଇଁ ଆସିଥିବାର କହିଥିଲେ। ସେ ଅବଶିଷ୍ଟ ରାଶି ଜମା କରିବାକୁ ରେଖାପାଲ୍ଲୀ ଗ୍ରାମକୁ ଯାଉଥିବାବେଳେ, ପୂର୍ବରୁ ୧.୮୬ ଲକ୍ଷ ଟଙ୍କା ଜମା କରିଥିଲେ। ପୋଲିସ ଜଣଙ୍କ ଅଧିକାରୀ କହିଛନ୍ତି ଯେ ପୋଲିସ ଉଭୟ ନକ୍ସଲ ସହଯୋଗୀଙ୍କୁ ଗିରଫ କରିଛି ଏବଂ ସେମାନଙ୍କୁ ଅଧିକ ପଚରା ଉଚରା କରିବା ଜାରି ରଖିଛି।