Chandrayaan-3: ଚନ୍ଦ୍ରର କକ୍ଷପଥରେ ପହଞ୍ଚିଲା ଚନ୍ଦ୍ରାୟନ-୩, କେବେ କରିବ ସଫ୍ଟ ଲ୍ୟାଣ୍ଡିଂ?
Advertisement
Article Detail0/zeeodisha/odisha1811924

Chandrayaan-3: ଚନ୍ଦ୍ରର କକ୍ଷପଥରେ ପହଞ୍ଚିଲା ଚନ୍ଦ୍ରାୟନ-୩, କେବେ କରିବ ସଫ୍ଟ ଲ୍ୟାଣ୍ଡିଂ?

Chandrayaan-3 Mission News: ଶନିବାର ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ଚନ୍ଦ୍ରୟାନ-୩ ସଫଳତାର ସହ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଛି। ଯାହା ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରୟାନ-୩ ସଫ୍ଟ ଲ୍ୟାଣ୍ଡି କରିବାକୁ ଚେଷ୍ଟା କରିବ।

 

 Chandrayaan-3: ଚନ୍ଦ୍ରର କକ୍ଷପଥରେ ପହଞ୍ଚିଲା ଚନ୍ଦ୍ରାୟନ-୩, କେବେ କରିବ ସଫ୍ଟ ଲ୍ୟାଣ୍ଡିଂ?

Chandrayaan-3 Mission: ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ ଚନ୍ଦ୍ରାୟନ-୩ ଅଭିଯାନ ସମ୍ପର୍କରେ ଏକ ବଡ଼ ତଥ୍ୟ ଦେଇଛି। ଏନେଇ ଇସ୍ରୋ ପକ୍ଷରୁ ଶନିବାର (ଅଗଷ୍ଟ ୫) କୁହାଯାଇଛି ଯେ ଚନ୍ଦ୍ରୟାନ-୩ ସଫଳତାର ସହ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି। ଶୁକ୍ରବାର (ଅଗଷ୍ଟ ୪) ଇସ୍ରୋ ପକ୍ଷରୁ କୁହାଯାଇଥିଲା ଯେ ଏହି ମହାକାଶଯାନକୁ ଚନ୍ଦ୍ରର କକ୍ଷପଥରେ ରଖିବା ପ୍ରକ୍ରିୟା ଅଗଷ୍ଟ ୫ ତାରିଖ ଶନିବାର ସନ୍ଧ୍ୟା ପ୍ରାୟ ସାତଟା ସମୟରେ ଶେଷ ହେବ।

ଗତ ଶୁକ୍ରବାର ଇସ୍ରୋ ପକ୍ଷରୁ କୁହାଯାଇଥିଲା ଯେ ଚନ୍ଦ୍ରୟାନ-୩ ମହାକାଶଯାନ (Chandrayaan-3 Spacecraft) ଜୁଲାଇ ୧୪ ତାରିଖରେ ଉତକ୍ଷେପଣ ହେବା ପର ଠାରୁ ଚନ୍ଦ୍ରର (Moon) ପ୍ରାୟ ଦୁଇ-ତୃତୀୟାଂଶ ଦୂରତା ଅତିକ୍ରମ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଚନ୍ଦ୍ରଯାନ-୩ (Chandrayaan-3) ସଫଳତାର ସହିତ ପଞ୍ଚମ ଥର କକ୍ଷପଥ ବୃଦ୍ଧି ପ୍ରକ୍ରିୟା ସମାପ୍ତ କରିଛି।

Also Read: Chandrayaan 3: ଚନ୍ଦ୍ରାୟନ-୩ ପାଇଁ ସମୟ ଗଣନା ଆରମ୍ଭ, ଅଭିଯାନ ସଫଳ ହେଲେ ମହାକାଶରେ ଚତୁର୍ଥ ମହାଶକ୍ତି ହେବ ଭାରତ

କେବେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରାୟନ-୩?
ଅଗଷ୍ଟ ୧ ତାରିଖରୁ ମହାକାଶଯାନକୁ ପୃଥିବୀର କକ୍ଷପଥରୁ (Orbit of Earth) ଚନ୍ଦ୍ର ଆଡକୁ ଉଠାଇବା ପ୍ରକ୍ରିୟା ସଫଳତାର ସହିତ ସମାପ୍ତ ହୋଇସାରିଛି। ଚନ୍ଦ୍ରୟାନ-୩ ମହାକାଶଯାନକୁ "ଟ୍ରାନ୍ସଲୁନର୍" କକ୍ଷପଥରେ (Translunar Orbit) ରଖାଯାଇଛି। ଏହା ପୂର୍ବରୁ, ଇସ୍ରୋ (ISRO) କହିଥିଲା ​​ଯେ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରୟାନ-୩ ସଫ୍ଟ ଲ୍ୟାଣ୍ଡି (Chandrayaan-3 Soft Landing) କରିବାକୁ ଚେଷ୍ଟା କରିବ।

ନିକଟରେ ଚନ୍ଦ୍ରଯାନ-୩ ଅଭିଯାନ (Chandrayaan-3 Mission) ସଫଳତାର ଆଉ ଏକ ପ୍ରକ୍ରିୟା ପୂରଣ କରିଥିଲା। ଯାହା ନିର୍ଦ୍ଧାରିତ ସମୟରେ ପୃଥିବୀର କକ୍ଷପଥ ଅତିକ୍ରମ କରିଥିଲା। ଏନେଇ ଇସ୍ରୋ ପକ୍ଷରୁ କୁହାଯାଇଥିଲା ଯେ ଚନ୍ଦ୍ରଯାନ-୩ ପୃଥିବୀ କକ୍ଷପଥ ଚନ୍ଦ୍ର ପଥ ଆଡକୁ ଅଗ୍ରସର ହୋଇସାରିଛି। ଯଦି ସବୁ ଠିକ୍ ରହେ, ତାହେଲେ ଆସନ୍ତା ଅଗଷ୍ଟ ୫ ତାରିଖ ସୁଦ୍ଧା ଏହି ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ। ଚନ୍ଦ୍ରାୟନ ପୃଥିବୀର କକ୍ଷପଥରୁ ବାହାର ଯିବା ପାଇଁ ନିର୍ଦ୍ଦିଷ୍ଟ ସମୟରେ ଇଞ୍ଜିନ ଟର୍ନ୍ ଅନ୍ କରିଥିଲେ। ଯାହା ପରେ ଇଞ୍ଜିନ ଏହା ପରେ ଏହାକୁ ଚନ୍ଦ୍ର ଆଡକୁ ପଠାଇଥିଲା।

Also Read: Chandrayaan-3: କେଉଁଠି ପହଞ୍ଚିଲା ଚନ୍ଦ୍ରାୟନ? କେଉଁ କକ୍ଷପଥରେ କରିଲା ପ୍ରବେଶ? ଜାଣନ୍ତୁ ସଦ୍ୟତମ ସ୍ଥିତି?

ଇଞ୍ଜିନ ଗୋଟିଏ କକ୍ଷପଥରୁ ଅନ୍ୟ କକ୍ଷକୁ ପଠାଇବା ପାଇଁ ଗତି ପ୍ରଦାନ କରିବାର ଏହି ପ୍ରକ୍ରିୟାକୁ ବୈଜ୍ଞାନିକ ଭାଷାରେ ଇଞ୍ଜେକ୍ସନ୍ କୁହାଯାଏ। ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ (ISRO Telemetry  Tracking and Command Network) ୟୁନିଟ୍ ଏହି ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିଥାଏ। ଗତ ମଙ୍ଗଳବାର ଦିନ ଟ୍ରାନ୍ସଲୁନାର-ଇଞ୍ଜେକ୍ସନ (Translunar Injection) ପରେ ଚନ୍ଦ୍ରଯାନ-୩ ପୃଥିବୀର କକ୍ଷପଥରୁ ବାହାରି ସାରିଥିଲା। ଇସ୍ରୋ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଥିଲା ଯେ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରିବ। ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (Indian Space Research Organisation) ଗତ ଜୁଲାଇ ୧୪ ତାରିଖରେ ଆନ୍ଧ୍ର ପ୍ରଦେଶ ସ୍ଥିତ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ LVM3-M4 ରକେଟ୍ ମାଧ୍ୟମରେ ସଫଳତାର ସହ 'ଚନ୍ଦ୍ରଯାନ-୩' ଉତକ୍ଷେପଣ କରିଥିଲା।