Chandigarh Mayor Election: ବିଜେପି ପ୍ରାର୍ଥୀ ମନୋଜ ସୋନକର୍ ନୂଆ ମେୟର
Advertisement

Chandigarh Mayor Election: ବିଜେପି ପ୍ରାର୍ଥୀ ମନୋଜ ସୋନକର୍ ନୂଆ ମେୟର

Chandigarh Mayor Election: ଚଣ୍ଡିଗଡରେ ବିଜେପିର ବିଜୟ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରିଛନ୍ତି ।

Chandigarh Mayor Election: ବିଜେପି ପ୍ରାର୍ଥୀ ମନୋଜ ସୋନକର୍ ନୂଆ ମେୟର

Chandigarh Mayor Election: ଚଣ୍ଡିଗଡ ମେୟର ଆସନକୁ ନେଇ ବିଜେପି ଏବଂ ଆପ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ମଧ୍ୟରେ ଆସନକୁ ସଫଳତାର ସହ ହାତେଇଛି ବିଜେପି । ଭାରତୀୟ ଜନତା ଦଳର ପ୍ରାର୍ଥୀ ମନୋଜ ସୋନକର ନିଜ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ କୁଳଦୀପ କୁମାରଙ୍କୁ ହରାଇବା ସହ ନୂଆ ମେୟର ଭାବେ ଆସନ ଦଖଲ କରିଛନ୍ତି ।

ସୂଚନା ମୁତାବକ, ମେୟର ଭୋଟିଂ ସମୟରେ ବିଜେପି ପ୍ରାର୍ଥୀ ମନୋଜ ସମୁଦାୟ ୧୬ଖଣ୍ଡ ଭୋଟ୍ ପାଇଥିଲେ । ଅନ୍ୟପଟେ ଆପ ପ୍ରାର୍ଥୀ କୁଳଦୀପଙ୍କୁ ମିଳିଥିଲା ମାତ୍ର ୧୨ ଖଣ୍ଡ ଭୋଟ୍ । ଭୋଟିଂ ପ୍ରକ୍ରିୟା ପରେ ନିର୍ବାଚନରେ ଦୁର୍ନିତୀ ହୋଇଥିବା ଆପ୍ ପକ୍ଷରୁ ଅଭିଯୋଗ ହୋଇଛି । ବିଜେପି ଉପରେ ବିଭିନ୍ନ ପ୍ରକାରର ଆରୋପ ଲଗାଇଛି ଆପ୍ ଦଳ । ଉତ୍ତରରେ ବିଜେପି ପକ୍ଷରୁ କୁହାଯାଇଛି ଯେ, ନିୟମ ଅନୁଯାୟୀ ଭୋଟିଂ ପ୍ରକ୍ରିୟା କରାଯାଇଛି । ନିର୍ବାଚନରେ ହାରିବା ପରେ ଆପ୍ ଭୋକ ବିକଳରେ ତାଟିଆ କାମୁଡୁଛି ବୋଲି ମତ ପ୍ରକାଶ ପାଇଛି । ବର୍ତ୍ତମାନ ଚଣ୍ଡିଗଡରେ ରାଜନୈତିକ ମାହୋଲ ଗରମ ଥିବା ସମୟରେ କଂଗ୍ରେସ ଦଳ ଆପର କୁଳଦୀପଙ୍କୁ ସମର୍ଥନ କରିଥିବା କୁହାଯାଉଛି । ତେବେ କଂଗ୍ରେସର ସମର୍ଥନ ପରେ ମଧ୍ୟ ଆପ୍ ପ୍ରାର୍ଥୀ କିପରି ହାରିଲେ ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଛି । ନିର୍ବାଚନକୁ ନେଇ ହାଇକୋର୍ଟ ପର୍ଯ୍ୟନ୍ତ କଥା ଯିବ ବୋଲି ଆପ କର୍ପୋରେଟର ପ୍ରେମଲତା କହିଛନ୍ତି ।

ଅନ୍ୟପଟେ ଚଣ୍ଡିଗଡରେ ବିଜେପିର ବିଜୟ ପରେ ବଡ଼ ସେଲିବ୍ରେଶନ ଆରମ୍ଭ ହୋଇଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସୋସିଆଲ ମିଡିଆରେ ଏନେଇ ଖୁସି ବ୍ୟକ୍ତ କରିଛନ୍ତି ।

Also Read- ନ୍ୟୁୟର୍କର ମ୍ୟାଡାମ୍ ତୁସାଦ ସଂଗ୍ରହାଳୟରେ ସ୍ଥାପନ ହେବ ବାବା ରାମଦେବଙ୍କ ପ୍ରତିମୂର୍ତ୍ତି

Also Read- OnePlus 12: ଶସ୍ତାରେ କିଣନ୍ତୁ ଏହି ଫୋନ, ରହିଛି ଜବରଦସ୍ତ ଫିଚର