Vatsalya Yojana: ଓଡ଼ିଶାରେ ବାତ୍ସଲ୍ୟ ଯୋଜନା: ଶିଶୁ କମୁଛନ୍ତି, ଖର୍ଚ୍ଚ ବଢୁଛି
Advertisement
Article Detail0/zeeodisha/odisha2354133

Vatsalya Yojana: ଓଡ଼ିଶାରେ ବାତ୍ସଲ୍ୟ ଯୋଜନା: ଶିଶୁ କମୁଛନ୍ତି, ଖର୍ଚ୍ଚ ବଢୁଛି

ଭୁବନେଶ୍ୱର: ପତିତ ଶିଶୁଙ୍କର ଉଦ୍ଧାର ସେମାନଙ୍କର ସୁରକ୍ଷା ତଥା ଯତ୍ନ ଲାଗି କେନ୍ଦ୍ର ସରକାରଙ୍କ ବାଚ୍ଛଲ୍ୟ ଯୋଜନାର ପରିଣାମ ଓଡ଼ିଶାରେ କେମିତି ଅଛି?

Vatsalya Yojana: ଓଡ଼ିଶାରେ ବାତ୍ସଲ୍ୟ ଯୋଜନା: ଶିଶୁ କମୁଛନ୍ତି, ଖର୍ଚ୍ଚ ବଢୁଛି

Vatsalya Yojana: ଭୁବନେଶ୍ୱର: ପତିତ ଶିଶୁଙ୍କର ଉଦ୍ଧାର ସେମାନଙ୍କର ସୁରକ୍ଷା ତଥା ଯତ୍ନ ଲାଗି କେନ୍ଦ୍ର ସରକାରଙ୍କ ବାଚ୍ଛଲ୍ୟ ଯୋଜନାର ପରିଣାମ ଓଡ଼ିଶାରେ କେମିତି ଅଛି? ଏ ପ୍ରଶ୍ନର ଉତ୍ତର ଆଜି ଲୋକସଭାରେ ଉପସ୍ଥାପିତ ଏକ ପ୍ରଶ୍ନ ଜରିଆରେ ବିଭାଗୀୟ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ରଖିଛନ୍ତି। ଏହି ଉତ୍ତର ଅନୁସାରେ ଆମ ରାଜ୍ୟରେ ପତିତ ଶିଶୁଙ୍କ ସଂଖ୍ୟା ବର୍ଷ ୱାରୀ କମୁଥିବା ବେଳେ ଖର୍ଚ୍ଚ କିନ୍ତୁ ବଢିଛି। 

ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କ ସୂଚନା ଅନୁସାରେ ବିଭିନ୍ନ ଅନୁଷ୍ଠାନକୁ ବାତ୍ସଲ୍ୟ ଯୋଜନା ଅଧିନରେ ପତିତ ଶିଶୁଙ୍କ ଯତ୍ନ ପାଇଁ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିଥାଆନ୍ତି। ବିଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ଥିବା ବିଭିନ୍ନ ଅନୁମୋଦିତ ଶିଶୁ ଯତ୍ନ ପ୍ରତିଷ୍ଠାନରେ ସହାୟତା ପାଉଥିବା ଶିଶୁଙ୍କ ସଂଖ୍ୟାକୁ ଦେଖିଲେ ଦୃତ ଗତିରେ ହ୍ରାସ ପାଉଥିବା ସୂଚିତ ହୁଏ। ୨୦୧୯-୨୦ ଆର୍ଥିକ ବର୍ଷରେ ବାତ୍ସଲ୍ୟ ଯୋଜନା ଅଧିନରେ ୭୬୬୨ ଜଣ ଶିଶୁଙ୍କୁ କେନ୍ଦ୍ର ସରକାର ସହାୟତା ଦେଇଥିଲେ। ୨୦୨୦-୨୧ ଆର୍ଥିକ ବର୍ଷରେ ସହାୟତା ପାଇଥିବା ଶିଶୁଙ୍କ ସଂଖ୍ୟା ୭୩୯୨ ଥିୂବା ବେଳେ ୨୦୨୧-୨୨ରେ ୭୦୭୭ରେ ପହଞ୍ଚିଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ୪୧୫୩ ଜଣ ଓଡ଼ିଆ ଶିଶୁଙ୍କୁ ବାତ୍ସଲ୍ୟ ଯୋଜନା ଅଧିନରେ ସହାୟତା ପହଞ୍ଚିଥିଲା। ବିଗତ ଆର୍ଥିକ ବର୍ଷରେ ସହୟତା ପାଇଥିବା ଶିଶୁଙ୍କ ସଂଖ୍ୟା ୪୪୩୧ ରହିଛି। ଅପରପକ୍ଷେ ସହୟତା ରାଶି ୨୦୧୯-୨୦ରୁ ଏ ଭିତରେ ପ୍ରାୟ ୯୦ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୯-୨୦ରେ ୩୫ କୋଟି ୪୨ ଲକ୍ଷ ଟଙ୍କା ଏହି ଶିଶୁଙ୍କର ଯତ୍ନ ପାଇଁ ସରକାର ଖର୍ଚ୍ଚ କରିଛନ୍ତି। 

୨୦୨୦-୨୧ରେ ୩୩ କୋଟି ୩ ଲକ୍ଷ ଟଙ୍କା ଏବାବଦରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବା ବେଳେ ୨୦୨୧-୨୨ରେ ୪୦ କୋଟି ୧୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ୨୦୨୨-୨3 ଆର୍ଥିକ ବର୍ଷରେ ୩୭ କୋଟି ୫୫ ଲକ୍ଷ ଅନୁଦାନ ମିଳିଥିବା ବେଳେ ପତିତ ଶିଶୁଙ୍କର ଯତ୍ନ ପାଇଁ ୨୦୨୩-୨4 ଆର୍ଥିକ ବର୍ଷରେ ୬୦ କୋଟି ୨୮ ଲକ୍ଷ ଟଙ୍କା ଅନୁଦାନ ମିଳିଛି। ଅପରପକ୍ଷେ କୌଣସି ଅନୁଷ୍ଠାନରେ ନଥାଇ ବାତ୍ସଲ୍ୟ ଯୋଜନାରେ ସହାୟତା ପାଉଥିବା ଶିଶୁଙ୍କ ସଂଖ୍ୟା ଗତ ଦୁଇବର୍ଷ ମଧ୍ୟରେ ଦୁଇ ଗୁଣାରୁ ଅଧିକ ବଢିଛି। ୨୦୨୨-୨3 ଆର୍ଥିକ ବର୍ଷରେ ଅନୁଷ୍ଠାନ ବାହାରେ ଥାଇ ବାତ୍ସଲ୍ୟ ଯୋଜନାରେ ସହାୟତା ପାଉଥିବା ଶିଶୁଙ୍କ ସଂଖ୍ୟା ୧୭୭୭ ଥିବା ବେଳେ ୨୦୨୩ ଆର୍ଥିକ ବର୍ଷରେ ଏହା ୩୬୯୭କୁ ବଢିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। 

ସାଂସଦ ଚମାଲା କିରଣ କୁମାର ରେଡ୍ଡୀଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଗୃହରେ ଏହି ତଥ୍ୟ ରଖିଥିଲେ।