କାଷ୍ଟିଂ କାଉଚ ମାମଲା: ୬ ବର୍ଷର ଯୁଦ୍ଧରୁ ପପୁ ମୁକୁଳିଲେ କେମିତି, ଏହା ଥିଲା ପ୍ରମୁଖ କାରଣ
Advertisement
Article Detail0/zeeodisha/odisha1285451

କାଷ୍ଟିଂ କାଉଚ ମାମଲା: ୬ ବର୍ଷର ଯୁଦ୍ଧରୁ ପପୁ ମୁକୁଳିଲେ କେମିତି, ଏହା ଥିଲା ପ୍ରମୁଖ କାରଣ

ତଲାକାରୀ ଫ୍ରେଣ୍ଡସ ଫାଉଣ୍ଡେସନ୍ କହିଛି ରାୟ ବିରୋଧରେ ଉପରକୋର୍ଟକୁ ଯିବୁ । ଫ୍ରେଣ୍ଡସ ଫାଉଣ୍ଡେସନର ସଦସ୍ୟ ତଥା ଆଇନଜୀବୀ ବବିତା କର କହିଛନ୍ତି, ସେ କୋର୍ଟର ରାୟକୁ ସମ୍ମାନ ଦେଉଛନ୍ତି। କିନ୍ତୁ ସେ ଉପର କୋର୍ଟରେ ଏହି ରାୟକୁ ଚ୍ୟାଲେଞ୍ଜ କରିବେ।

କାଷ୍ଟିଂ କାଉଚ ମାମଲା: ୬ ବର୍ଷର ଯୁଦ୍ଧରୁ ପପୁ ମୁକୁଳିଲେ କେମିତି, ଏହା ଥିଲା ପ୍ରମୁଖ କାରଣ

ଭୁବନେଶ୍ୱର: କାଷ୍ଟିଂ କାଉଚ (casting couch) ମାମଲାରେ ଫସିଥିବା ଅଭିନେତା ପପୁ ପମପମ୍ (Papu Pompom) ନିର୍ଦେୋଷରେ ଖଲାସ । ଭୁବନେଶ୍ବର (Bhubaneswar) ଜିଲ୍ଲା ଦୌରା ଜଜ ପପୁଙ୍କୁ (Papu PomPom) ପ୍ରମାଣ ଅଭାବରୁ ଆଜି ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏହା ସହ ତାଙ୍କ ବିରୋଧରେ ଲାଗି ଥିବା ସମସ୍ତ ଅଭିଯୋଗ ଓ ମାମଲାକୁ ପ୍ରତ୍ୟାହାର କରିନେଇଛନ୍ତି । କୋର୍ଟଙ୍କ ରାୟ ଆଶିବା ପରେ ପପୁ ନ୍ୟାୟର ବିଜୟ ହୋଇଛି ବୋଲି ଗଣ ମାଧ୍ୟମକୁ କହିଛନ୍ତି । ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ଥିଲା ଏବଂ ଉଦ୍ଦେଶ୍ୟ ମୂଳକ ଭାବେ ଫସାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି । ତେଣୁ ଏତଲାକାରୀଙ୍କ ବିରୋଧରେ ସେ ୭ ଦିନ ମଧ୍ୟରେ ମାନହାନୀ (Defamation) ମୋକଦ୍ଦମା କରିବେ ବୋଲି ଚେତାବନୀ ଦେଇଛନ୍ତି । 

ସେପଟେ ଏତଲାକାରୀ ଫ୍ରେଣ୍ଡସ ଫାଉଣ୍ଡେସନ୍ କହିଛି ରାୟ ବିରୋଧରେ ଉପରକୋର୍ଟକୁ ଯିବୁ । ଫ୍ରେଣ୍ଡସ ଫାଉଣ୍ଡେସନର ସଦସ୍ୟ ତଥା ଆଇନଜୀବୀ ବବିତା କର କହିଛନ୍ତି, ସେ କୋର୍ଟର ରାୟକୁ ସମ୍ମାନ ଦେଉଛନ୍ତି। କିନ୍ତୁ ସେ ଉପର କୋର୍ଟରେ ଏହି ରାୟକୁ ଚ୍ୟାଲେଞ୍ଜ କରିବେ। କାଷ୍ଟିଂ କାଉଚର ଶିକାର ହୋଇଥିବା ନାବାଳିକା ନିଜ ମତ୍ତ ବଦଳାଇବାରୁ ସେ କେସ ହାରିଗଲେ ବୋଲି କହିଛନ୍ତି। ଏପିରକି ମାମଲାର ତଦନ୍ତକାରୀ ଅଧିକାରୀ କୋର୍ଟରେ ହାଜର ହେଲେ ନାହିଁ କି ନିଜ ବୟାନ ଦେଲା ନାହିଁ ବୋଲି ସେ କହିଛନ୍ତି । ସେପଟେ ପପୁଙ୍କ ଓକିଲ କହିଛନ୍ତି ପ୍ରମାଣକୁ ଆଧାର କରି କୋର୍ଟର ଏହି ରାୟ ଦେଇଛନ୍ତି । ତେବେ ନ୍ୟାୟିକ ଲଢେଇରେ ପପୁଙ୍କ ବିଜୟ ପରେ ସେ ଏବେ ଖୁବ୍ ଆଶ୍ବସ୍ତି ଅନୁଭବ କରିଛନ୍ତି । ଆଉ ମାନହାନୀ ମୋକଦ୍ଦମା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ସୂଚନାଯୋଗ୍ୟ କାଷ୍ଟିଂ କାଉଚ୍ ମାମଲାରେ ଦୀର୍ଘ ୬ ବର୍ଷ କାଳ କଚେରୀ ଲଢେଇରେ ପପୁଙ୍କ ବିଜୟ ହୋଇଛି । ଭୁବନେଶ୍ବର ଜିଲ୍ଲା କୋର୍ଟ ପ୍ରମାଣ ଅଭାବରୁ ଓ କାଷ୍ଟିଂ କାଉଚର ଶିକାର ହୋଇଥିବା ନାବାଳିକା କୌଣଶି ଯୌନ ନିର୍ଯାତନାର ଶିକାର ହୋଇ ନ ଥିବା କହିବା ପରେ କୋର୍ଟ ପପୁଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ପପୁ କହିଛନ୍ତି ନ୍ୟାୟର ବିଜୟ ହୋଇଛି, ସେ ଜେଲରେ ଯେଉଁ ୪୩ ଦିନ ରହିଥିଲେ ଏବଂ ୬ ବର୍ଷ କୋର୍ଟ ଦଉଡିଲେ ତାହାର ପରିଣାମ ଆଜି ଆସିଛି ।

ବିନା ଦୋଷରେ ଆକ୍ରୋଶ ମୂଳକ ଭାବେ ଏଭଂ ଉଦ୍ଦେଶ୍ୟ ମୂଳକ ଭାବେ ଫସାଇ ଦିଆ ଯାଇଥିଲା । ଏପରିକି ସଂପୃକ୍ତ ନାବାଳିକା ଜଣକ ବି କୋର୍ଟରେ ତାଙ୍କ ପ୍ରତି କୌଣସି କାଷ୍ଟିଂ କାଉଚ ହୋଇ ନ ଥିବା ବିଚାରପତିଙ୍କ ସମ୍ମୁଖରେ କହିଥିଲେ । ରାୟ ଆସିବା ପରେ ପପୁ କହିଛନ୍ତି ନ୍ୟାୟର ବିଜୟ ହୋଇଛି, ତେବେ ଗତ ୬ ବର୍ଷରେ ସେ ଅନେକ ଚାପରେ ଥିଲେ, କିନ୍ତୁ ହାରି ନ ଥିଲେ । ଆହୁରି ମନୋବଳ ବୃଦ୍ଧି କରି ସେ ବୃତ୍ତିଗତ ଓ ବ୍ୟକ୍ତିଗତ ସଫଳତା ପାଇଛନ୍ତି । କିନ୍ତୁ ତାଙ୍କ ବିରୋଧରେ ଏତଲା କରିଥିବା ୩ରୁ ୪ ଜଣ ବ୍ୟକ୍ତିଙ୍କ ବିରୋଧରେ ସେ ଉପରକୋର୍ଟରେ ୭ ଦିନ ମଧ୍ୟରେ ମାନହାନୀ କେସ କରିବେ । ପପୁଙ୍କ ସହ ତାଙ୍କ ସହଯୋଗୀ ଗିଟୁ ବି ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି ।