Bumper Offer: ମାତ୍ର ୨୯୯୯ ଟଙ୍କା ଦିଅନ୍ତୁ ଆଉ ଘରକୁ ଆଣନ୍ତୁ ଲକ୍ଷାଧିକ ଟଙ୍କାର OLA ସ୍କୁଟର
Advertisement
Article Detail0/zeeodisha/odisha1546621

Bumper Offer: ମାତ୍ର ୨୯୯୯ ଟଙ୍କା ଦିଅନ୍ତୁ ଆଉ ଘରକୁ ଆଣନ୍ତୁ ଲକ୍ଷାଧିକ ଟଙ୍କାର OLA ସ୍କୁଟର

କମ୍ପାନୀ ଓ୍ୱେବ ସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ଓଲା ଏସ୧ ପ୍ରୋ (OLA S1 Pro Khaki Color) ଖାକିର ଦର ୧,୩୭,୯୯୯ ଟଙ୍କା ରହିଛି। ଏହା ଉପରେ କମ୍ପାନୀ ପକ୍ଷରୁ ୧୫ ହଜାର ଟଙ୍କା ରିଆତି ମିଳୁଛି। ଏହା ବ୍ୟତୀତ ସ୍କୁଟରଟି ମାତ୍ର ୧,୨୨,୯୯୯ ଟଙ୍କାରେ ଆପଣଙ୍କୁ ମିଳିପାରିବ।

Bumper Offer: ମାତ୍ର ୨୯୯୯ ଟଙ୍କା ଦିଅନ୍ତୁ ଆଉ ଘରକୁ ଆଣନ୍ତୁ ଲକ୍ଷାଧିକ ଟଙ୍କାର OLA ସ୍କୁଟର

OLA Scooter S1 Pro: ଓଲା (OLA) ଇଲେକ୍ଟ୍ରିକ୍ ଏହାର ପ୍ରଶଂସକମାନଙ୍କ ପାଇଁ ଏକ ଶାନଦାର ଅଫର ଆଣିଛି, ଯେଉଁଥିରେ ଆପଣ ଏହାର ଓଲା S1 ପ୍ରୋ ସ୍କୁଟରରେ (OLA Scooter S1 Pro) ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରିଆତି ପାଇପାରିବେ। ଜାନୁଆରୀ ୨୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଗଣତନ୍ତ୍ର ଦିବସ (Republic Day) ଅବସରରେ କମ୍ପାନୀ ଏହି ଅଫର ଆଣିଛି। ଏଥିରେ କମ୍ପାନୀ ୧୦ ହଜାର ଟଙ୍କା ସିଧାସଳଖ ରିଆତି ଏବଂ ଏହାର ଖାକି ରଙ୍ଗ ଭାରିଆଣ୍ଟ ଉପରେ ୫ ହଜାର ଟଙ୍କା ରିହାତି ପ୍ରଦାନ କରୁଛି।

କମ୍ପାନୀ ଓ୍ୱେବ ସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ଓଲା ଏସ୧ ପ୍ରୋ (OLA S1 Pro Khaki Color) ଖାକିର ଦର ୧,୩୭,୯୯୯ ଟଙ୍କା ରହିଛି। ଏହା ଉପରେ କମ୍ପାନୀ ପକ୍ଷରୁ ୧୫ ହଜାର ଟଙ୍କା ରିଆତି ମିଳୁଛି। ଏହା ବ୍ୟତୀତ ସ୍କୁଟରଟି ମାତ୍ର ୧,୨୨,୯୯୯ ଟଙ୍କାରେ ଆପଣଙ୍କୁ ମିଳିପାରିବ। ଏହା ସହିତ ଏକ୍ସଚେଞ୍ଜ ଅଫର ମଧ୍ୟ କମ୍ପାନୀ ପକ୍ଷରୁ ଦିଆଯାଉଛି। ଏହି ଅଫରରେ ଆପଣଙ୍କର ଥିବା ପୁରୁଣା ପେଟ୍ରୋଲ କିମ୍ବା ଡିଜେଲ ଇଞ୍ଜିନର ଗାଡ଼ିକୁ ବଦଳାଇପାରିବେ। ଏଭଳି ସ୍ଥିତିରେ ଯଦି ଏହି ଅଫର ଆପଣଙ୍କ ଗାଡ଼ି ଉପରେ ଲାଗୁ ହେଉଛି ତେବେ ଆପଣ ମାତ୍ର ୧,୧୨,୯୯୯ ଲକ୍ଷ ଟଙ୍କାରେ ପାଇ ପାରିବେ। 

ପ୍ରତି ମାସ ଆପଣଙ୍କୁ ଦେବାକୁ ହେବ ୨୯୯୯ ଟଙ୍କାର ଇଏମଆଇ
ଓଲା ଇଲେକ୍ଟ୍ରିକ ଏହି ଓଲା ଏସ୧ ପ୍ରୋ ସ୍କୁଟର ଉପରେ ଫାଇନାନ୍ସର ଅଫର ମଧ୍ୟ ଦେଉଠଛନ୍ତି। ଏଥିପାଇଁ ୮.୯୯ ଟଙ୍କା ହାରରେ ସୁଧ ମଧ୍ୟ ନେବବୋଲି ଜଣାପଡ଼ିଛି। ICICI, IDFC, Axis ଓ LiquiLoans ବ୍ୟାଙ୍କ ଆପଣ ସହଜରେ ଗାଡି ପାଇଁ ଋଣ ନେଇପାରିବେ। ଏଥିରେ ଆପଣଙ୍କୁ ୧.୧୫ ପ୍ରତିଶତରୁ ୮.୯୯ ପ୍ରତିଶତର ଋଣ ବ୍ୟବସ୍ଥା ରହିଛି। ଆପଣ ଯଦି ICICI ବ୍ୟାଙ୍କରୁ ଋଣ ନେଉଛନ୍ତି ତେବେ ଆପଣଙ୍କୁ ୧୧.୫୨ ପ୍ରତିଶତର ସୁଧ ଦେବାକୁ ହେବ। ସେହିପରି ଆଇଡିଏଫସି ବ୍ୟାଙ୍କ ପାଇଁ ୮.୯୯ ପ୍ରତିଶତ, Axis ବ୍ୟାଙ୍କ ପାଇଁ ୧୨.୧୬ ଓ LiquiLoans ପାଇଁ ୮.୯୯ ପ୍ରତିଶତ ହାରରେ ସୁଧ ଦେବାକୁ ହେବ। 

ଓଲା ଏସ୧ ପ୍ରୋ ସ୍କୁଟର ପାଇଁ ଆପଣଙ୍କୁ ୧୨ ରୁ ୪୮ ମାସର ଇଏମଆଇରେ ଆପଣ କିଣି ପାରିବେ। ଯଦି ଆପଣ ଏହି ସ୍କୁଟର କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୧୦ ହଜାରରୁ ଆରମ୍ଭ କରି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଡାଉନପେମେଣ୍ଟ ଦେବାକୁ ହେବ। ଏହା ବାଦ ଅବଶିଷ୍ଟ ଅର୍ଥରାଶିକୁ ଆପଣ ଋଣ ଆକାରରେ ନେଇ ପାରିବେ। ଆପଣ ଯଦି ଆଇଡିଏଫସି କିମ୍ବା LiquiLoansରୁ ଋଣ ନେଉଛନ୍ତି ତେବେ ଆପଣଙ୍କୁ ମାସକୁ ମାତ୍ର ୨୯୯୯ ଟଙ୍କା ଦେବାକୁ ହେବ। ସେହିପରି ଟ୍ୟାକ୍ସ ଓ ଅନ୍ୟ ଚାର୍ଜ ଗୁଡ଼ିକ ଲାଗୁ ହେବା ପରେ ଆପଣଙ୍କୁ ପ୍ରତିମାସରେ ପାଖାପାଖି ୩୩୯୮ ଟଙ୍କା କିସ୍ତି ଭରିବାକୁ ହେବ। 

ଏଠାରେ ଆପଣଙ୍କୁ କହି ରଖୁଛୁ ଯେ କମ୍ପାନୀର ୱେବସାଇଟରେ ଦିଆଯାଇଥିବା EMI କାଲକୁଲେଟର ମାଧ୍ୟମରେ ଏହି EMIକୁ ଅନୁମାନ କରି ଗଣନା କରାଯାଇଛି। ଯଦି ଆପଣ ଏହି ସ୍କୁଟର କିଣିବାକୁ ଯୋଜନା କରୁଛନ୍ତି, ତେବେ ସମସ୍ତ ଅଫର ଏବଂ ଅନ୍ୟାନ୍ୟ ବିବରଣୀକୁ ଧ୍ୟାନର ସହିତ ଯାଞ୍ଚ କରନ୍ତୁ।