BSNL Plan: ବର୍ଷେ ଯାଏ କଲ୍ ସହିତ ଦିନକୁ ୨ ଜିବି ଡାଟା ମାଗଣା !
Advertisement

BSNL Plan: ବର୍ଷେ ଯାଏ କଲ୍ ସହିତ ଦିନକୁ ୨ ଜିବି ଡାଟା ମାଗଣା !

  ଯଦି ଆପଣ ୩୬୫ ଦିନର ବୈଧତା ସହିତ ଏକ ପ୍ରିପେଡ୍ (prepaid scheme) ଯୋଜନା ଖୋଜୁଛନ୍ତି, ତେବେ ଆମେ ଆପଣଙ୍କୁ ଭାରତର ସରକାରୀ ଟେଲିକମ୍ କମ୍ପାନୀ (Govt telecome company) ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ର ଶସ୍ତା ପ୍ଲାନ୍ ବିଷୟରେ କହୁଛୁ, ଯେଉଁଥିରେ ଦୈନିକ ଡାଟା ଓ ଅସୀମିତ କଲ (unlimited call) ସହ ୧୦୦ ଟି ମେସେଜ ଦ

BSNL  Plan: ବର୍ଷେ ଯାଏ କଲ୍ ସହିତ ଦିନକୁ ୨ ଜିବି ଡାଟା ମାଗଣା !

BSNL New Plan:  ଯଦି ଆପଣ ୩୬୫ ଦିନର ବୈଧତା ସହିତ ଏକ ପ୍ରିପେଡ୍ (prepaid scheme) ଯୋଜନା ଖୋଜୁଛନ୍ତି, ତେବେ ଆମେ ଆପଣଙ୍କୁ ଭାରତର ସରକାରୀ ଟେଲିକମ୍ କମ୍ପାନୀ (Govt telecome company) ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ର ଶସ୍ତା ପ୍ଲାନ୍ ବିଷୟରେ କହୁଛୁ, ଯେଉଁଥିରେ ଦୈନିକ ଡାଟା ଓ ଅସୀମିତ କଲ (unlimited call) ସହ ୧୦୦ ଟି ମେସେଜ ଦିଆଯାଉଛି । ଏଠାରେ ଆମେ ଆପଣଙ୍କୁ BSNL ର ଏହି ପ୍ଲାନକୁ ଜିଓ ଏବଂ ଏୟାରଟେଲ (airtel) ସହିତ ତୁଳନା କରି କହୁଛୁ । ଏହି ପ୍ରିପେଡ୍ ଯୋଜନାଗୁଡ଼ିକର ଲାଭ ବିଷୟରେ ବିସ୍ତୃତ ଭାବରେ ଜାଣିବା। 

୩୬୫ ଦିନର ବୈଧତା ସହିତ ପ୍ରିପେଡ୍ ପ୍ଲାନ 

BSNL ର ୧୪୯୮ ଟଙ୍କା ପ୍ଲାନ: BSNL ର ୧୪୯୮ ଟଙ୍କା ପ୍ଲାନରେ ମୋଟ ୧୨୦ ଜିବି ଡାଟା ଦିଆଯାଇଛି । ବୈଧତା ବିଷୟରେ କହିବାକୁ ଗଲେ, ଏହି ପ୍ଲାନରେ ୩୬୫ ଦିନର ବୈଧତା ଦିଆଯାଇଛି । ଭଏସ୍ କଲିଂ ବିଷୟରେ କହିବାକୁ ଗଲେ, ଏହି ପ୍ଲାନରେ ଅସୀମିତ କଲିଂ ଓ ପ୍ରତିଦିନ ୧୦୦ ଟି ମେସେଜ ସୁବିଧା ରହିଛି । ଜିଓର ୨୮୭୯ ଟଙ୍କା ଯୋଜନା: ଜିଓର ୨୮୭୯ ଟଙ୍କା , ପ୍ଲାନରେ ଦୈନିକ ୨ଜିବି ଡାଟା (ମୋଟ ୭୩୦ ଜିବି ଡାଟା) ଦିଆଯାଇଛି । ଏହି ଯୋଜନାରେ ୩୬୫ ଦିନର ବୈଧତା ସହ ଅସୀମିତ କଲିଂ ଓ ପ୍ରତିଦିନ ୧୦୦ ଟି ମେସେଜ ସୁବିଧା ରହିଛି । ହାଇ ସ୍ପିଡ୍ ଡାଟା (high speed data) ସୀମା ଶେଷ ହେବା ପରେ ଇଣ୍ଟରନେଟ୍ ସ୍ପିଡ୍ 64Kbps କୁ ଖସିଆସେ । ଏହି ଯୋଜନାରେ, ୩୬୫ ଦିନ ସହିତ ୨୩ ଦିନର ଅତିରିକ୍ତ ବୈଧତା ଉପଲବ୍ଧ । ଅନ୍ୟାନ୍ୟ ସୁବିଧା ଦୃଷ୍ଟିରୁ, ଏହି ଯୋଜନାରେ ଜିଓ ଆପକୁ (jio app) ମାଗଣା ପ୍ରବେଶ ଅନୁମତି ରହିଛି ।

ଖାସ୍ କଥା - BSNLର ୧୪୯୮ ଟଙ୍କା ପ୍ଲାନରେ ମୋଟ ୧୨୦ ଜିବି ଡାଟା ଦିଆଯାଇଛି  । ଜିଓର ୨୮୭୯ ଟଙ୍କା ପ୍ଲାନରେ ଦୈନିକ ୨ ଜିବି ଡାଟା ଦିଆଯାଇଛି  । ଏୟାରଟେଲର ୨୯୯୯ ଟଙ୍କା ପ୍ଲାନରେ ଦୈନିକ ୨ଜିବି ଡାଟା ।

ଏୟାରଟେଲର ୨୯୯୯ ଟଙ୍କା ପ୍ଲାନ: ଏୟାରଟେଲର ୨୯୯୯ ଟଙ୍କା ପ୍ଲାନରେ ଦୈନିକ ୨ ଜିବି ଡାଟା ମିଳିଥାଏ । ଏହି ପ୍ଲାନରେ  ୨୩ ଦିନର ଅତିରିକ୍ତ ବୈଧତା  ସହ ୩୬୫ ଦିନର ବୈଧତା ମିଳିଥାଏ । ଭଏସ୍ କଲିଂ ବିଷୟରେ କହିବାକୁ ଗଲେ, ଏହି ଯୋଜନା ଅସୀମିତ କଲିଂ ଓ ପ୍ରତିଦିନ ମେସେଜ ପଠାଇ ପାରିବେ ।  ହାଇ ସ୍ପିଡ୍ ଡାଟା ସୀମା ସରିଯିବା ପରେ ଇଣ୍ଟରନେଟ୍ ସ୍ପିଡ୍ 64Kbps କୁ କମିଯାଏ । ଅନ୍ୟାନ୍ୟ ଲାଭ ବିଷୟରେ କହିବାକୁ ଗଲେ, ଆପୋଲୋ ୨୪/୭ ସର୍କଲ୍, ମାଗଣା Hellotunes ଓ ମାଗଣା Wynk Musicର ସବସ୍କ୍ରିପସନ୍ ମିଳିଥାଏ।

ତେବେ ଆପଣଙ୍କୁ କହିରଖୁଛୁ ଯେ, ସମସ୍ତ ଟେଲିକମ କମ୍ପାନି ଗୁଡିକ ନିଜସ୍ୱ ପ୍ଲାନ୍ ହିସାବରେ ଗ୍ରାହକଙ୍କ ପାଇଁ ଦର ଫିକ୍ସ କରିଥାନ୍ତି । ଏଥିସହ ୩ଜି, ୪ଜି, ୫ଜି ବ୍ୟବହାର ପାଇଁ ଭିନ୍ନ ଭିନ୍ନ ନିୟମ ଏବଂ ରିଚାର୍ଜ ଦର ରହିଥାଏ । ଗ୍ରାହକ ମାନେ ନିଜସ୍ୱ ସୁବିଧା ଅନୁସାରେ ଟେଲିକମ କମ୍ପାନି ଏବଂ ରିଚାର୍ଜ ପ୍ଲାନ୍ ଚୟନ କରିଥାନ୍ତି । କାରଣ ପ୍ରତି ମାସରେ ବିଭିନ୍ନ କମ୍ପାନି ଆକର୍ଷଣୀୟ ଅଫର ଦେଇଥାନ୍ତି । ଅଫର ଗ୍ରାହକଙ୍କ ମନକୁ ଛୁଇଁଲେ ସେମାନେ ଏହାର ଲାଭ ଉଠାଇବା ପାଇଁ ଚୟନ କରିଥାନ୍ତି । ଏଥିସହ ଆପଣଙ୍କୁ କହିରଖୁଛୁ ଯେ, ପ୍ରତ୍ୟକ ଟେଲିକମ ଅପରେଟରଙ୍କର ଇଣ୍ଟରନେଟ ସ୍ପିଡ୍ ଭିନ୍ନ ରହିଥାଏ ।

Also read- ମାଟ୍ରିକ୍ ପରୀକ୍ଷାରେ ୩୫% ମାର୍କ ରଖି ପାସ କଲା ପୁଅ: ଖୁସିରେ ମିଠା ବାଣ୍ଟିଲେ ବାପା