BSNL ର ଏହି ପ୍ଲାନରେ ଆଉ ଏକ ଖାସ ଜିନିଷ ଏହା ଯେ, ଆପଣ ପୂରା 3 ମାସ ପାଇଁ ଅସୀମିତ କଲିଂର ଲାଭ ପାଇବେ ।
Trending Photos
BSNL Recharge Plan: ସରକାରୀ ଟେଲିକମ୍ କମ୍ପାନୀ BSNL ବର୍ତ୍ତମାନ ଲୋକଙ୍କର ପ୍ରଥମ ପସନ୍ଦ ହେବାକୁ ଲାଗିଲାଣି । ଧିରେ ଧିରେ ଅନେକ ଲୋକ ନିଜ ସିମ୍କୁ BSNL କୁ ପୋର୍ଟ କରୁଛନ୍ତି । ଏହା ପଛର ପ୍ରମୁଖ୍ୟ କାରଣ ଏହା ଯେ, BSNL ଗ୍ରାହକଙ୍କୁ ଶସ୍ତା ରିଚାର୍ଜ ପ୍ଲାନ ପ୍ରଦାନ କରୁଛି । କେବଳ ଏତିକି ନୁହେଁ, BSNL ନିକଟରେ 7 ଟି ନୂତନ ସେବା ମଧ୍ୟ ଆରମ୍ଭ କରିଛି । ଏହି ସେବାଗୁଡିକ ଏପର୍ଯ୍ୟନ୍ତ କୌଣସି ଘରୋଇ କମ୍ପାନୀ ଏପର୍ଯ୍ୟନ୍ତ ଆରମ୍ଭ କରିନାହାନ୍ତି । ଏହା ବ୍ୟତୀତ, BSNL ବର୍ତ୍ତମାନ 51,000 ନୂତନ 4G ମୋବାଇଲ୍ ଟାୱାର ସଂସ୍ଥାପିତ କରିଛି । ଯାହା ଦ୍ୱାରା ଗ୍ରାହକମାନେ 4G ନେଟୱାର୍କ ମଧ୍ୟ ପାଇପାରିବେ।
ବର୍ତ୍ତମାନ BSNL ଏହାର ରିଚାର୍ଜ ପ୍ଲାନ ତାଲିକାରେ ଏକ ନୂଆ ପ୍ଲାନ ଯୋଡିଛି । BSNLର ଏହି ନୂଆ ରିଚାର୍ଜ ପ୍ଲାନ ଗ୍ରାହକଙ୍କୁ ଦୀର୍ଘ ମାସ ଧରି 1200 GB ଡାଟା ପ୍ରଦାନ କରୁଛି । କେବଳ ଏତିକି ନୁହେଁ, ଲାଭ ଅନୁଯାୟୀ ଏହି ପ୍ଲାନଟିର ଦାମ ମଧ୍ୟ ବହୁତ କମ୍ । ଆମେ BSNLର 999 ଟଙ୍କାର ନୂଆ ରିଚାର୍ଜ ପ୍ଲାନ ବିଷୟରେ କହୁଛୁ । ତେବେ ଜାଣିବା 999 ଟଙ୍କା ପ୍ଲାନରେ ଆପଣ କେଉଁ ସୁବିଧା ସବୁ ପାଇପାରିବେ ।
BSNL 999 Recharge Plan
ଯେଉଁ ଗ୍ରାହକମାନଙ୍କର ଅଧିକ ଇଣ୍ଟରନେଟ୍ ଡାଟା ଆବଶ୍ୟକ ସେମାନଙ୍କ ପାଇଁ ସର୍ବୋତ୍ତମ ପ୍ଲାନ ହେଉଛି 999 । BSNLର ଏହି ପ୍ଲାନରେ ଆପଣ ପୂରା 3 ମାସର ବୈଧତା ପାଇପାରିବେ । ଏହି ପ୍ଲାନରେ ଉପଭୋକ୍ତାମାନେ 3 ମାସ ପର୍ଯ୍ୟନ୍ତ ମୋଟ 3600 ଜିବି ଡାଟା ପାଇପାରିବେ । ଅର୍ଥାତ୍ ପ୍ରତି ମାସରେ 1200 ଜିବି ହାଇ ସ୍ପିଡ୍ ଡାଟା ଆପଣ ବ୍ୟବହାର କରିପାରିବେ । ଇଣ୍ଟରନେଟ୍ ସ୍ପିଡ୍ ବିଷୟରେ କହିବାକୁ ଗଲେ, ଏହି ପ୍ଲାନରେ ଆପଣ 25Mbps ବେଗରେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ । କେବଳ ସେତିକି ନୁହେଁ, ଏହି ପ୍ଲାନରେ 1200 ଜିବିର ଇଣ୍ଟରନେଟ ସୀମା ଶେଷ ହେବା ପରେ ଆପଣ 4Mbps ବେଗରେ ଅସୀମିତ ଡାଟା ବ୍ୟବହାର କରିପାରିବେ । BSNL ର ଏହି ପ୍ଲାନରେ ଆଉ ଏକ ଖାସ ଜିନିଷ ଏହା ଯେ, ଆପଣ ପୂରା 3 ମାସ ପାଇଁ ଅସୀମିତ କଲିଂର ଲାଭ ପାଇବେ ।
Also Read- Weekly Health Horoscope: ନୂଆ ସପ୍ତାହରେ କିପରି ରହିବ ସ୍ୱାସ୍ଥ୍ୟ ? ପଢନ୍ତୁ ରାଶିଫଳ
Also Read- Investment Plan: ମାତ୍ର ୧୦ ହଜାର ବିନିଯୋଗ କରି ହୋଇପାରିବେ କୋଟିପତି, ପଢନ୍ତୁ ଖବର