BSNL ଗ୍ରାହକଙ୍କୁ ସମ୍ପୂର୍ଣ୍ଣ କରିବାକୁ ପଡିବ Digital KYC, ଶୀଘ୍ର ଆରମ୍ଭ ହେବ 4G ସେବା
Advertisement
Article Detail0/zeeodisha/odisha1884677

BSNL ଗ୍ରାହକଙ୍କୁ ସମ୍ପୂର୍ଣ୍ଣ କରିବାକୁ ପଡିବ Digital KYC, ଶୀଘ୍ର ଆରମ୍ଭ ହେବ 4G ସେବା

BSNL 4G Service: ବିଏସଏନଏଲ ପକ୍ଷରୁ ସମଗ୍ର ଦେଶରେ ଖୁବ୍ ଶୀଘ୍ର  4G ନେଟୱାର୍କ ଲଞ୍ଚ କରାଯିବ । 3G ସିମ୍ ବ୍ୟବହାର କରୁଥିବା ଗ୍ରାହକ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

BSNL ଗ୍ରାହକଙ୍କୁ ସମ୍ପୂର୍ଣ୍ଣ କରିବାକୁ ପଡିବ Digital KYC, ଶୀଘ୍ର ଆରମ୍ଭ ହେବ 4G ସେବା

BSNL 4G Service: ସରକାରୀ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ର ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର (important news) । ଯେଉଁ  ଗ୍ରାହକମାନେ ପେପର୍ ଡକ୍ୟୁମେଣ୍ଟ ମାଧ୍ୟମରେ ନିଜ ବ୍ୟବହାର ପାଇଁ ବିଏସଏନଏଲ ସିମ୍ କାର୍ଡ କିଣି ଆକ୍ଟିଭ୍ କରିଛନ୍ତି ସେମାନେ ସେପ୍ଟେମ୍ବର ୩୦ ସୁଦ୍ଧା ଡିଜିଟାଲ୍ କେୱାଇସି (Digital KYC) ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପଡିବ । ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ମୋବାଇଲ୍ ଗ୍ରାହକଙ୍କୁ ବିଏସଏନଏଲର ଗ୍ରାହକ ସେବା କେନ୍ଦ୍ର (BSNL Customer Care Center), ଏଜେଣ୍ଟ କିମ୍ୱା ଖୁଚୁରା ବ୍ୟବସାୟୀଙ୍କ ନିକଟକୁ ଯିବାକୁ ହେବ । ସେଠାରେ ଆପଣଙ୍କୁ ନିଜର ଆଧାର କାର୍ଡ (aadhar card)ର କପି ଦାଖଲ କରିବାକୁ ପଡିବ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଶତପ୍ରତିଶତ ଡିଜିଟାଇଜେସନ୍ (100 percent digitization) ପାଇଁ ନୂତନ ନିୟମ ପ୍ରଣୟନ କରାଯାଇଛି । ଏହି କାରଣରୁ, ଟେଲିକମ୍ କମ୍ପାନୀ ଗୁଡିକ ପାଇଁ ଡିଜିଟାଇଜେସନ୍ ପ୍ରକ୍ରିୟା ମଧ୍ୟ ଆବଶ୍ୟକ ହୋଇପାରିଛି । ସରକାରୀ ଟେଲିକମ କମ୍ପାନୀ BSNL ପକ୍ଷରୁ ଖୁବ୍ ଶୀଘ୍ର ସାରା ଦେଶରେ 4G ନେଟୱାର୍କ ଲଞ୍ଚ ହେବାକୁ ଯାଉଛି। ୪ଜି ନେଟୱାର୍କ ଲଞ୍ଚ ହେବା ପରେ ୩ଜି ସିମ୍ (3G Sim) ବ୍ୟବହାର କରୁଥିବା ଗ୍ରାହକଙ୍କୁ ସାମାନ୍ୟ ଅସୁବିଧା ଭୋଗିବାକୁ ପଡିପାରେ । ବିଏସଏନଏଲର ୩ଜି ସିମ୍ (BSNL 3G SIM) ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ବିଏସଏନଏଲ ୪ଜି ସିମ (BSNL 4G SIM) ମାଗଣା ଅପଗ୍ରେଡ୍ ପ୍ରଦାନ କରିଛି । କମ୍ପାନୀର ୩ଜି ସିମ୍ ବ୍ୟବହାର କରୁଥିବା ଗ୍ରାହକମାନେ ଚଳିତ ମାସ ତଥା ସେପ୍ଟେମ୍ୱର ଶେଷ ସୁଦ୍ଧା ବିଏସଏନଏଲର ଗ୍ରାହକ ସେବା କେନ୍ଦ୍ର, ବିଏସଏନଏଲ ଏଜେଣ୍ଟ, ତଥା ବିଏସଏନଏଲ ଖୁଚୁରା ବ୍ୟବସାୟୀ କିମ୍ୱା ଫ୍ରାଞ୍ଚାଇଜ୍ ଠାରୁ ମାଗଣାରେ ୪ଜି ସିମ କାର୍ଡ (Free 4G SIM Card) ନେଇପାରିବେ ।

ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ  4G ଏବଂ 5G ସେବା ଆରମ୍ଭ କରିବା ପାଇଁ ବିଏସଏନଏଲକୁ ୮୯,୦୦୦ କୋଟି ଟଙ୍କାର ଏକ ବଡ଼ ପ୍ୟାକେଜ ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ କ୍ୟାବିନେଟ ଦ୍ୱାରା ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଥିଲା ଯେ, ଏହି ପ୍ୟାକେଜ ସହିତ ବିଏସଏନଏଲ ଏକ ଶକ୍ତିଶାଳୀ ଟେଲିକମ ସେବା ପ୍ରଦାନକାରୀ ନେଟୱାର୍କ ଭାବରେ ଆଗକୁ ବଢିବ । ଏଥିସହିତ ଦେଶର ଅପହଞ୍ଚ ସ୍ଥାନରେ ମଧ୍ୟ ନେଟୱାର୍କ ସଂଯୋଗ ଉପରେ ଧ୍ୟାନ ଦେବ । ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ବିଏସଏନଏଲର କ୍ଷତି ୮,୧୬୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ତାହା ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ୬,୯୮୨ କୋଟି କୋଟି ଟଙ୍କା ଥିଲା । ଯାହା ସୂଚନା ମିଳିଛି ବିଏସଏନଏଲ କମ୍ପାନୀର କ୍ଷତି ବଢିବାର ହେବାର ମୁଖ୍ୟ କାରଣ ହେଉଛି ଆଡଜଷ୍ଟେଡ୍ ମୋଟ ରାଜସ୍ୱ (ଏଜିଆର) ସରକାରଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା।

ଗତ ବର୍ଷ ସମଗ୍ର ଦେଶରେ ୫ଜି ସେବା (5G Service) ଆରମ୍ଭ ହୋଇଥିଲା। ଘରୋଇ ଟେଲିକମ୍ କମ୍ପାନୀ ଗୁଡିକ ସେମାନଙ୍କର ୫ଜି ନେଟୱାର୍କର ପରିସରକୁ ଖୁବ ଶୀଘ୍ର ବିସ୍ତାର କରିବାରେ ଲାଗିଛନ୍ତି । ବେସରକାରୀ ଟେଲିକମ୍ କମ୍ପାନୀ ଗୁଡିକ ସହିତ ମୁକାବିଲା କରିବା ପାଇଁ ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ କଠୋର ପ୍ରତିଯୋଗିତାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ମୁକେଶ ଅମ୍ୱାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ (Reliance Jio) ଘୋଷଣା କରିଛି ଯେ, ଏହା ୨୨ ଟି ଲାଇସେନ୍ସପ୍ରାପ୍ତ ସେବା ଏସିଆ (LSA) ର ପ୍ରତ୍ୟେକରେ ୫ଜି ନେଟୱାର୍କର ଶୁଭାରମ୍ଭ କରିସାରିଛି। ଗତ ବର୍ଷ ହାସଲ ହୋଇଥିବା ସ୍ପେକ୍ଟ୍ରମ୍ ପାଇଁ କମ୍ପାନୀ ସମସ୍ତ ସ୍ପେକ୍ଟ୍ରମ୍ ବ୍ୟାଣ୍ଡରେ କାର୍ଯ୍ୟସୂଚୀ ପୂର୍ବରୁ ଲଞ୍ଚ୍ କାର୍ଯ୍ୟ ଶେଷ କରିଛି । 

Also Read- ଆପଣ SBI ଏବଂ BOB ଗ୍ରାହକ କି? ଶୀଘ୍ର କରନ୍ତୁ ଏହି କାମ, ଆରବିଆଇର କଡା ନିର୍ଦ୍ଦେଶ

Also Read- High Speed Train: ରେଳମନ୍ତ୍ରୀଙ୍କ ବଡ଼ ଘୋଷଣା, ଆସନ୍ତା ମାସରେ ଚାଲିବ ହାଇ ସ୍ପିଡ୍ ଟ୍ରେନ୍