BSNL Best Plan: ଖୁସି ଖବର ! ଦିନକୁ ଦେଢ ଜିବି ଡାଟା ସହ FREE Call ଏବଂ SMS
Advertisement
Article Detail0/zeeodisha/odisha1770129

BSNL Best Plan: ଖୁସି ଖବର ! ଦିନକୁ ଦେଢ ଜିବି ଡାଟା ସହ FREE Call ଏବଂ SMS

BSNL Best Plan: ଖୁବ୍ କମ ଟଙ୍କାରେ ୧୨ଜିବି ଇଣ୍ଟରନେଟ ସହିତ ମାଗଣା କଲ୍ ଓ ଏସଏମଏସ ପ୍ରଦାନ କରୁଛି ବିଏସଏନଏଲ ।

BSNL Best Plan: ଖୁସି ଖବର ! ଦିନକୁ ଦେଢ ଜିବି ଡାଟା ସହ FREE Call ଏବଂ SMS

BSNL Best Plan: ଆପଣ ବ୍ୟବହାର କରୁଥିବା ଟେଲିକମ୍ କମ୍ପାନୀ (Telecom Company)ମାନେ ଗତ କିଛି ମାସ ମଧ୍ୟରେ ଉଭୟ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ (Prepaid and Postpaid) ଯୋଜନା ଗୁଡିକର ମୂଲ୍ୟକୁ ସାମାନ୍ୟ କିଛି ପ୍ରତିଶତ ବଢାଇଛନ୍ତି । ବର୍ତ୍ତମାନ ଦେଖିବାକୁ ଗଲେ ରିଲାଏନ୍ସ ଜିଓ (Reliance jio) ଏବଂ ଏୟାରଟେଲ (Airtel) ଦେଶରେ ସେବା ଯୋଗାଇବାରେ ସର୍ବଚ୍ଚୋ ସ୍ଥାନରେ ଥାଇପାରନ୍ତି । କିନ୍ତୁ ଗ୍ରାହକଙ୍କ ପାଇଁ ରିଚାର୍ଜ ପ୍ଲାନ ବର୍ତ୍ତମାନ ସେମାନଙ୍କର ସାମାନ୍ୟ ମହଙ୍ଗା ହୋଇପଡିଛି । ଯଦି ଆପଣ ଜଣେ ସାଧାରଣ ଲୋକ ଏବଂ କମ ଟଙ୍କାରେ ଅଧିକ ଲାଭ ଖୋଜୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲର କିଛି ପ୍ଲାନ୍ ବିଷୟରେ ଆପଣଙ୍କୁ ସୂଚନା ଦେବାକୁ ଯାଉଛୁ । ଯେଉଁ ପ୍ଲାନ ଗୁଡିକ ଆପଣଙ୍କ ପାଇଁ ଖୁବ୍ ଲାଭଦାୟକ । କାରଣ ଖୁବ କମ ଦାମରେ ଅଧିକ ଦିନ ପର୍ଯ୍ୟନ୍ତ ଆପଣଙ୍କୁ ହାଇସ୍ପିଡ୍ ଇଣ୍ଟରନେଟ୍ (High speed internet) ସେବା ସହିତ ମାଗଣା କଲ୍ ଓ ଏସଏମଏସ ସୁବିଧା ମିଳିବ ।

ଭାରତ ସଞ୍ଚାର ନିଗମ ଲିମିଟେଡ୍ ତଥା ବିଏସଏନଏଲ ନିଜର ଗ୍ରାହକଙ୍କ ପାଇଁ ଅନେକ ଶସ୍ତା ଯୋଜନା ପ୍ରଦାନ କରୁଛି । ଏହି ଯୋଜନା ତଥା ପ୍ଲାନର ବୈଧତା ଗୁଡିକ ମଧ୍ୟରେ ରହିଛି ୨୮ଦିନ, ୩ମାସ, ୬ ମାସ, ଏବଂ ବର୍ଷିକିଆ ଯୋଜନା । ଏହା ସହିତ ଆହୁରି ଅନେକ ପ୍ଲାନ ମଧ୍ୟ ବିଏସଏନଏଲ ନିଜ ଗ୍ରାହକଙ୍କ ପାଇଁ ରଖିଛି । ବର୍ତ୍ତମାନ ଆପଣଙ୍କୁ ଯେଉଁ ପ୍ଲାନ୍ ବିଷୟରେ କହିବୁ ତାହା ସାଧାରଣ ଜନତାଙ୍କ ପକେଟକୁ ସୁହାଇବା ପରି ଏକ ଯୋଜନା । ଆଜି ଆମେ ଆପଣଙ୍କୁ ବିଏସଏନଏଲ କମ୍ପାନିର ୮୨ ଦିନିଆ ପ୍ଲାନ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବୁ । ଏହି ପ୍ଲାନକୁ ଆପଣ ଫୋନ ପେ, ଗୁଗୁଲ ପେ, ପେଟିଏମ କିମ୍ୱା ଆପଣଙ୍କ ନିକଟସ୍ଥ ରିଟଲରଙ୍କ ପାଖରେ ରିଚାର୍ଜ କରି ଯୋଜନାର ଲାଭ ଉଠାଇପାରିବେ । କିମ୍ବା ନିଜର ଆକାଉଣ୍ଟ ବିବରଣୀ ପ୍ରଦାନ କରି BSNL ଅଫିସିଆଲ ୱେବସାଇଟରୁ ମଧ୍ୟ ସହଜରେ ରିଚାର୍ଜ କରିପାରିବେ । ଏହି ଶସ୍ତା ପ୍ଲାନର ଦାମ ରହିଛି ମାତ୍ର ୪୮୫ ଟଙ୍କା । ଏହି ଯୋଜନାର ଆପଣ ସମୁଦାୟ ୮୨ ଦିନର ବୈଧତା ପାଇପାରିବେ । କହିବାକୁ ଗଲେ ପ୍ରାୟ ପାଖାପାଖି ୩ ମାସ ପର୍ଯ୍ୟନ୍ତ ଆଉ ରିଚାର୍ଜର ଚିନ୍ତା କରିବାକୁ ପଡିବ ନାହିଁ ।

ଇଣ୍ଟରନେଟ୍ ଡାଟା ବିଷୟରେ କହିବାକୁ ଗଲେ ୪୮୫ ଟଙ୍କା ପ୍ଲାନରେ ଆପଣ ପ୍ରତିଦିନ ଦେଢ ଜିବି (1.5 GB) ଡାଟା ପାଇବେ । ଯଦି ଆପଣ ସମୁଦାୟ ଇଣ୍ଟରନେଟ ଜିବି ହିସାବ କରିବେ ତେବେ ଆପଣଙ୍କୁ ସମୁଦାୟ ୧୨୩ ଜିବିର ଡାଟା ମିଳିବ । ଏହି ଦମଦାର ପ୍ଲାନରେ କମ୍ପାନି ଗ୍ରାହକଙ୍କୁ ମାଗଣା ଏସଏମଏସ ସୁବିଧା ମଧ୍ୟ ଦେଉଛି। ଯେଉଁଥିରେ ଉପଭୋକ୍ତାମାନେ ପ୍ରତିଦିନ ନିଜ ପ୍ରିୟଜନଙ୍କୁ ୧୦୦ ପର୍ଯ୍ୟନ୍ତ ମେସେଜ ପଠାଇପାରିବେ । କେବଳ ସେତିକି ନୁହେଁ  ୮୨ ଦିନ ପର୍ଯ୍ୟନ୍ତ ଅସୀମିତ କଲ୍ ମଧ୍ୟ କରିପାରିବେ ।

ବିଏସଏନଏଲର (BSNL) ୪୮୫ ଟଙ୍କା ପ୍ଲାନରେ ଆପଣଙ୍କ ଉଭୟ ଲୋକାଲ ଏବଂ ଏସଟିଡି କଲ୍ ଅସୀମିତ ଭାବରେ କରିପାରିବେ । ଏହି କଲ୍ କେବଳ ସମାନ ନେଟୱାର୍କ ନୁହେଁ ବରଂ ସବୁ ନେଟୱାର୍କ ପାଇଁ ପ୍ରଯୁଜ୍ୟ । ଆଉ ଏକ ଲାଭ ହେଉଛି ଯେ, ଯଦିଓ ଆପଣଙ୍କୁ ଦୈନିକ ୧.୫ଜିବି ପର୍ଯ୍ୟନ୍ତ ଇଣ୍ଟରନେଟ୍ ଡାଟା ମିଳିବ ତାମାନେ ଏହା ନୁହେଁ ଯେ, ଦେଢ ଜିବି ଡାଟା ସରିଗଲେ ଆପଣ ଆଉ ଇଣ୍ଟରନେଟ୍ ବ୍ୟବହାର କରିପାରିବେ ନାହିଁ । କାରଣ ଏହା ପରେ ମଧ୍ୟ ଆପଣ ଇଣ୍ଟରନେଟ୍ ଲାଭ ପାଇପାରିବେ କିନ୍ତୁ ତାହା ସାମାନ୍ୟ ସ୍ପିଡ୍ କମିଯିବ । ପାଖାପାଖି ୪୦କେବିପିଏସକୁ କମିଯିବ ଇଣ୍ଟରନେଟ୍ ସ୍ପିଡ୍ । ବିଏସଏନଏଲର ଏହି ପ୍ଲାନ ଆପଣଙ୍କୁ ଅନ୍ୟ କମ୍ପାନି ଅପେକ୍ଷା ବହୁତ ଶସ୍ତା ଦରରେ ଅଧିକ ଲାଭ ଦେବ । ଯଦି ଏହି ପ୍ଲାନ୍ ବିଷୟରେ ଆପଣ ଅଧିକ କିଛି ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ବିଏସଏନଏଲର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରି ଅଧିକ ତଥ୍ୟ ପାଇପାରିବେ ।

Also read- McDonalds India: ଖାଦ୍ୟ ତାଲିକାରୁ ଟମାଟୋକୁ ବାଦ୍ ! ଦର ପାଇଁ ପରିବର୍ତ୍ତନ ?