Love Marriage: ଜେଲ୍ ଯିବା ଭୟରେ ୪ମାସ ଗର୍ଭବତୀଙ୍କୁ ବିବାହ କଲେ ଯୁବକ
Advertisement

Love Marriage: ଜେଲ୍ ଯିବା ଭୟରେ ୪ମାସ ଗର୍ଭବତୀଙ୍କୁ ବିବାହ କଲେ ଯୁବକ

Love Marriage: ପ୍ରେମର ସବୁ ସୀମା ଡେଇଁ ଗର୍ଭବତୀ ହେବା ପରେ ପ୍ରେମିକ ବିବାହ କରିବାକୁ ମନା କରିଥିଲା । କିନ୍ତୁ ପ୍ରେମିକା ଛାଡିବାର ଝିଅ ନଥିଲେ । ସେ ଏପରି କାମ କଲେ ଯେ, ପ୍ରେମିକା ମଥାରେ ସିନ୍ଦୂର ଦେବା ପାଇଁ ବାଧ୍ୟ ହେଲେ ପ୍ରେମିକ ।

Love Marriage: ଜେଲ୍ ଯିବା ଭୟରେ ୪ମାସ ଗର୍ଭବତୀଙ୍କୁ ବିବାହ କଲେ ଯୁବକ

Love Marriage: ଅନେକ ସମୟରେ ପ୍ରେମରେ ସଫଳତା ମିଳୁଥିବା ସମୟରେ ବେଳେବେଳେ କୌଣସୀ କାରଣରୁ ପ୍ରେମ ଜୀବନର ସର୍ବନାଶର କାରଣ ପାଲଟିଯାଏ । ବର୍ତ୍ତମାନ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଅନେକଙ୍କ ମନରେ ସାହସ ଭରିଦେବ । ଘଟଣାଟି ବିହାର (bihar)ର ସୀତାମାରି ଅଞ୍ଚଳର । ଜଣେ ଗର୍ଭବତୀ ପ୍ରେମିକା 9Pregnant girlfriend)ଙ୍କୁ ବିବାହ କରିବାକୁ ବାଧ୍ୟ ହୋଇଛନ୍ତି ପ୍ରେମିକ ।

ପୋଲିସ ସୂଚନା ଅନୁଯାୟୀ, ପ୍ରେମିକା ଗର୍ଭବତୀ ହେବା ଜାଣିବା ପରେ ପ୍ରେମିକ ତାଙ୍କୁ ଧୋକା (cheat) ଦେବାକୁ ଚେଷ୍ଟା କରିଥିଲା। ଯେତେବେଳେ ପ୍ରେମିକା ପ୍ରେମିକଙ୍କୁ ଜଣାଇଥିଲେ ଯେ ସେ ବର୍ତ୍ତମାନ ୪ ମାସର ଗର୍ଭବତୀ (4 months pregnant) ଅଛନ୍ତି ଆଉ ବର୍ତ୍ତମାନ ସମାଜରେ ତାଙ୍କୁ ପତ୍ନୀ (wife)ର ଅଧିକାର ଆବଶ୍ୟକ ସେତେବେଳେ ପ୍ରେମିକ ସିଧା ସିଧା ମନା କରିଦେଇଥିଲେ ସେ ବିବାହ (marriage) କରିବେ ନାହିଁ । ପ୍ରେମିକଙ୍କ କଥାରେ ମନ ଭାଙ୍ଗିଯାଇଥିଲେ ମଧ୍ୟ ମନରେ ସାହସ ଜୁଟାଇ ପ୍ରେମିକା ଥାନା (police station)ରେ ପହଞ୍ଚି ପ୍ରେମିକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ମାମଲା ପଞ୍ଜୀକୃତ ହେବା ମାତ୍ରେ ପୋଲିସ ତୁରନ୍ତ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିଥିଲା। ତେବେ ଜେଲ୍ ଯିବା ଭୟରେ ପ୍ରେମିକ ଜଣକ ଶେଷରେ ବିବାହ କରିବା ପାଇଁ ରାଜି ହୋଇଥିଲେ । ରବିବାର (sunday) ଦିନ ସୀତାମାରର ଏକ ମନ୍ଦିରରେ ଉଭୟେ ପ୍ରେମୀଜୁଗଳ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

ପ୍ରେମିକ ବିବେକ କୁମାରଙ୍କ ଘର ସୀତାମାର ଜିଲ୍ଲାର ଏକ ଅଞ୍ଚଳର ହୋଇଥିବାବେଳେ ତାଙ୍କ ପ୍ରେମିକା ନୀଲୁ କୁମାରୀଙ୍କ ଙର ବଙ୍କା ଅଞ୍ଚଳରେ । ଗତ ତିନି ବର୍ଷ ଧରି ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ (love affair) ରହିଥିଲା । ଦୁହେଁ ଅନେକ ଥର ପରସ୍ପରଙ୍କୁ ସାକ୍ଷାତ କରିଥିଲେ । ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ (physical contact) ମଧ୍ୟ ଥିଲା । ଏହି କାରଣରୁ ପ୍ରେମିକା ଗର୍ଭବତୀ ହୋଇଥିଲେ । ଯେତେବେଳେ ବିବେକ ଜାଣିଲେ ପ୍ରେମିକା ଗର୍ଭବତୀ ଅଛନ୍ତି ସେତେବେଳେ ସେ ତାଙ୍କଠାରୁ ଦୂରେଇବାକୁ ଚେଷ୍ଟା କରିଥିଲେ । ପରିସ୍ଥିତି ଏପରି ହେଲା ବିବେକ ନୀଲୁଙ୍କ ଫୋନ କଲ୍ (Phone call) ମଧ୍ୟ ରିସିଭ୍ କରିନଥିଲେ । ବିଭିନ୍ନ ବାହାନା କରି ସେ ପ୍ରେମିକାଙ୍କ ସହିତ ସମ୍ପର୍କ ଛିନ୍ନ (relationship break) କରିବାକୁ ପ୍ରୟାସ କରିଥିଲେ । ପ୍ରେମିକଙ୍କ ଏପରି କାମରେ ନୀଲୁ କଷ୍ଟ ଅନୁଭବ କରିବା ପରେ ଶେଷରେ ନିରାଶ ହୋଇ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବିବେକଙ୍କ ନିକଟରେ ପହଞ୍ଚିଥିଲା ପୋଲିସ । ବିବେକଙ୍କୁ ପୋଲିସ ପଚାରିଥିଲା ଯେ, ପ୍ରେମିକାଙ୍କୁ ବିବାହ କରିବ ନା ଜେଲ୍ ଯିବ ? ଭୟରେ ମତ ବଦଳାଇ ବିବେକ ବିବାହ କରିବା ପାଇଁ ରାଜି ହୋଇଥିଲେ ।

ସୋସିଆଲ ମିଡିଆରୁ ପ୍ରେମ ଆରମ୍ଭ
ରବିବାର ଦିନ ପୋଲିସ ଉପସ୍ଥିତିରେ ଦୁହେଁ ବିବେକ ଓ ନୀଲୁ ପରସ୍ପରଙ୍କୁ ବିବାହ କରିଥିଲେ। ଦୁହିଁଙ୍କ ବିବାହ ଦେଖିବାକୁ ନିକଟସ୍ଥ ଲୋକଙ୍କ ଭିଡ ମଧ୍ୟ ଲାଗିଥିଲା ମନ୍ଦିରରେ । ଉଭୟ କହିଛନ୍ତି ଯେ, ସେମାନେ ସୋସିଆଲ ମିଡିଆ (social media) ମାଧ୍ୟମରେ ପରସ୍ପରଙ୍କୁ ଜାଣିଥିଲେ । ପରେ କିଛିଦିନ ଚାଟ୍ କରିବା ପରେ ନମ୍ୱର ସେୟାର (phone number share) କରିଥିଲେ । ପ୍ରଥମେ ବନ୍ଧୁତା ଓ ବନ୍ଧୁତାରୁ ପ୍ରେମ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିବାହ ପରେ ବିବେକ ଓ ପତ୍ନୀ ନୀଲୁ ଏକ ନୂଆ ସଂସାର ଗଢିବାକୁ ସ୍ଥିର କରିଛନ୍ତି ।

Also Read- CM Yogi Kedarnath Dham Visit: ବାବା କେଦାରନାଥଙ୍କୁ ଦର୍ଶନ କଲେ ସିଏମ ଯୋଗୀ

Also Read- ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ପାଇଁ ପ୍ରତି ମାସରେ ଦେବାକୁ ପଡିବ ୧୬୬୫? ମେଟାର ନୂଆ ପ୍ଲାନ କଣ ଜାଣନ୍ତୁ...