Akhil Mishra Death: ଟେବୁଲରୁ ଖସି ବଲିଉଡ ଅଭିନେତା ଅଖିଳ ମିଶ୍ରଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha1881739

Akhil Mishra Death: ଟେବୁଲରୁ ଖସି ବଲିଉଡ ଅଭିନେତା ଅଖିଳ ମିଶ୍ରଙ୍କ ମୃତ୍ୟୁ

Akhil Mishra Death: ବଲିଉଡ ଫିଲ୍ମ ୩ ଇଡିଅଟ୍ସରେ ଲାଇବ୍ରେରିଆନ୍ ଦୁବେ ଜୀ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତା ଅଖିଲ ମିଶ୍ରଙ୍କ ମୃତ୍ୟୁ କାରଣରୁ ସମଗ୍ର ବଲିଉଡରେ ଶୋକାକୁଳ ପରିବେଶ । ବିଲଡିଂରୁ ଖସିଯିବା କାରଣରୁ ଅଖିଳଙ୍କ ମୃତ୍ୟୁ ହୋଇଥିବା ସୂଚନା ।

Akhil Mishra Death: ଟେବୁଲରୁ ଖସି ବଲିଉଡ ଅଭିନେତା ଅଖିଳ ମିଶ୍ରଙ୍କ ମୃତ୍ୟୁ

Akhil Mishra Death: ଅଧିକାଂଶ ସିନେପ୍ରେମୀଙ୍କ ପ୍ରିୟ ସିନେମା 'ଥ୍ରୀ ଇଡିଅଟ୍ସ'ରେ ବଲିଉଡ ସୁପରଷ୍ଟାର ଆମୀର ଖାନ (Bollywood superstar Aamir Khan)ଙ୍କ ସହ କାମ କରିଥିବା ଅଭିନେତା ଅଖିଲ ମିଶ୍ରଙ୍କର ମୃତ୍ୟୁ ହୋଇଛି । ଏକ ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାନେଇ ସୂଚନା ମିଳିଛି । ଅଖିଲ ମିଶ୍ର ହାଇଦ୍ରାବାଦରେ ସୁଟିଂ କାର୍ଯ୍ୟରେ ବ୍ୟସ୍ତ ଥିଲେ । ତେବେ ରୋଷେଇ ଘର (kitchen)ର ଟେବୁଲ ଉପରକୁ ଚଢି କିଛି କାମ କରୁଥିଲେ। ଏହି ସମୟରେ ଉକ୍ତ ଟେବୁଲଟିରେ ବାଲାନ୍ସ ହୋଇଯିବାରୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଫଳରେ ଘଟଣାସ୍ଥଳରେ ଅନେକ ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଛି । ତତକ୍ଷଣାତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଶବ ବ୍ୟବଚ୍ଛେଦ ଗୃହକୁ ପଠାଯାଇଛି । ସେ ଅନେକ ସିନେମା ସହିତ ଟେଲିଭିଜନ ସିରିଏଲ (Film and tv serial)ରେ ମଧ୍ୟ ଅଭିନୟ କରି ଦର୍ଶକଙ୍କ ପ୍ରିୟ ହୋଇପାରିଥିଲେ । ଆଜି ଅଚାନକ ଭାବରେ ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ଅନେକ ବଲିଉଡ କଳାକାର ଶୋକ ପ୍ରକାଶ କରିଛନ୍ତି ।

ବହୁ ଚର୍ଚ୍ଚିତ ଫିଲ୍ମ ଥ୍ରୀ ଇଡିଅଟ୍ସ (3 idiots)ରେ ଅଖିଲ ମିଶ୍ର ଜଣେ ଲାଇବ୍ରେରିଆନ ଭୂମିକାରେ ଅଭିନୟ କରିଥିଲେ। ଆମୀର ଖାନଙ୍କ ଏହି ଚଳଚ୍ଚିତ୍ରରେ ଅଖିଳ ଜୀଙ୍କର ଭୂମିକା ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା । ଏହା ବ୍ୟତୀତ ସେ ସିଆଇଡି, ଶ୍ରୀମାନ ଶ୍ରୀମତି, ଭାନୱାର, ଉଦାନ, ଭାରତ ଏକ ଖୋଜ ଏବଂ ରଜନୀ ଭଳି ସିରିଏଲରେ କାମ କରିଛନ୍ତି। ଅଖିଲ ମିଶ୍ର ଜଣେ ଭଲ ଅଭିନେତା ଥିଲେ। ତାଙ୍କ ପତ୍ନୀଙ୍କ ନାମ ସୁଜାନ ବର୍ନେଟ । ଅଖିଳ ମିଶ୍ର ଦୁଇ ଥର ବିବାହ କରିଥିଲେ । ତାଙ୍କର ପ୍ରଥମ ପତ୍ନୀଙ୍କ ନାମ ଥିଲା ମଞ୍ଜୁ ମିଶ୍ର କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଯାଇଥିଲା । ଏହା ପରେ ୨୦୦୯ ମସିହାରେ ଅଖିଳ ମିଶ୍ର ଜର୍ମାନ ଅଭିନେତ୍ରୀ ସୁଜାନଙ୍କୁ ବିବାହ କରିଥିଲେ। ହିନ୍ଦୀ ଭାଷା ଉପରେ ଅଖିଲ ମିଶ୍ରଙ୍କର ଭଲ ଜ୍ଞାନ ରହିଥିଲା । ସେ ନିଜ ପତ୍ନୀଙ୍କୁ ହିନ୍ଦୀ ଭାଷା ସମେତ ଅଭିନୟ ମଧ୍ୟ ଶିଖାଇଥିଲେ । ଅଖିଲ ମିଶ୍ର ଜଣେ ପ୍ରଶିକ୍ଷକ ଭାବରେ ମଧ୍ୟ ବେଶ୍ ଜଣାଶୁଣା ।

Also Read- Underwear Sale: ଚଡ଼ି ବିକ୍ରି କମିବାକୁ ନେଇ କାହିଁକି ଚିନ୍ତାରେ ଅର୍ଥଶାସ୍ତ୍ରୀ ?

Also Read-  Indian railway: ରେଳ ଦୁର୍ଘଟଣାର ଶିକାର ଲୋକଙ୍କୁ ମିଳିବ ୧୦ ଗୁଣ ଅଧିକ କ୍ଷତି ପୂରଣ, ଜାଣନ୍ତୁ କାହାକୁ ମିଳିବ କେତେ?