Lok Sabha Election 2024: ଟିକେଟ ମିଳିବାକୁ ନେଇ ଚର୍ଚ୍ଚାରେ ପ୍ରାର୍ଥୀ; ରଣାଙ୍ଗନରେ କିଏ ହେବ ଅବତୀର୍ଣ୍ଣ?
Advertisement
Article Detail0/zeeodisha/odisha2136626

Lok Sabha Election 2024: ଟିକେଟ ମିଳିବାକୁ ନେଇ ଚର୍ଚ୍ଚାରେ ପ୍ରାର୍ଥୀ; ରଣାଙ୍ଗନରେ କିଏ ହେବ ଅବତୀର୍ଣ୍ଣ?


BJP Lok Sabha Candidates List 2024: ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୦-୧୫୦ ଜଣ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ବିଜେପି। ପ୍ରଥମ ପର୍ଯ୍ୟାୟରେ ମୋଟ ୧୪ ରାଜ୍ୟର ବିଭିନ୍ନ ଆସନ ଲାଗି ପ୍ରାର୍ଥୀ ଘୋଷଣା କରିପାରେ ବିଜେପି।

 Lok Sabha Election 2024: ଟିକେଟ ମିଳିବାକୁ ନେଇ ଚର୍ଚ୍ଚାରେ ପ୍ରାର୍ଥୀ; ରଣାଙ୍ଗନରେ କିଏ ହେବ ଅବତୀର୍ଣ୍ଣ?

BJP Candidates List For 2024 Polls: ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିପାରେ ବିଜେପି। ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ନେଇ ଗତକାଲି ମଧ୍ୟ ରାତ୍ରୀରେ ବସିଥିବା ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ବୈଠକ। ଯେଉଁଥିରେ ଦଳୀୟ ପ୍ରାର୍ଥୀ ଘୋଷଣା ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୦୦-୧୫୦ ଜଣ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ  ବିଜେପି। ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗଭୀର ମନ୍ଥନ ଆକ୍ରମଣ ପରେ ବିଜେପି ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି ହୋଇପାରେ। ଏଥର ବିଜେପି ଅନେକ ନୂତନ ଚେହେରାଙ୍କୁ ନିର୍ବାଚନରେ ସୁଯୋଗ ଦେଇପାରେ। ଅନେକ ମନ୍ତ୍ରୀଙ୍କ ଟିକେଟ୍ ମଧ୍ୟ କଟିପାରେ। ଏନେଇ ମିଳିଥିବା ଖବର ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ କ୍ରମାଗତ ଭାବେ ତୃତୀୟ ଥର ପାଇଁ ବାରାଣାସୀ ଆସନରୁ ପ୍ରାର୍ଥୀ ହୋଇପାରନ୍ତି। ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲକ୍ଷ୍ନୌ ଆସନରୁ ଟିକେଟ ମିଳିପାରେ। ଗୃହମନ୍ତ୍ରୀ ଅମିତ ଶାହା ଗାନ୍ଧୀନଗର ଆସନରୁ ପ୍ରାର୍ଥୀ ହୋଇପାରନ୍ତି। ଏହାସହିତ ବିଦିଶା ଆସନରୁ ଶିବରାଜ ସିଂହ ଚୌହାନଙ୍କୁ ଟିକେଟ ମିଳିପାରେ।

ମୁଜାଫରନଗର ଆସନରୁ ଡକ୍ଟର ସଞ୍ଜୀବ ବାଲ୍ୟାନ୍, ଗୁନା ଆସନରୁ ଜ୍ୟୋତିରାଦିତ୍ୟ ସିନ୍ଦିଆ, ଭୋପାଳ ଆସନରୁ ନରୋତ୍ତମ ମିଶ୍ରା, ଖଜୁରାହୋ ଆସନରୁ ବିଷ୍ଣୁଦତ୍ତ ଶର୍ମା, ଝାଲୱାଡ଼ ଆସନରୁ ବସୁନ୍ଧରା ରାଜେ, ବିକାନେର ଆଲନରୁ ଅର୍ଜୁନ ରାମ ମେଘୱାଲ, ଯୋଧପୁର ଆସନରୁ ଗଜେନ୍ଦ୍ର ସିଂହ ଶେଖୱାତ, ନୈନିତାଲ ଆସନରୁ ଅଜୟ ଭଟ୍ଟଙ୍କୁ ପ୍ରାର୍ଥୀ କରିପାରେ ବିଜେପି। ଦକ୍ଷିଣ ଦିଲ୍ଲୀ ଆସନରୁ ରମେଶ ବିଧୁଡୀ, ପଶ୍ଚିମ ଦିଲ୍ଲୀ ଆସନରୁ ପ୍ରବେଶ ବର୍ମା, ଉତ୍ତର ଦିଲ୍ଲୀ ଆସନରୁ ମନୋଜ ତିୱାରୀଙ୍କୁ ଟିକେଟ ମିଳିପାରେ। ଏହା ସହିତ ଦୁଷ୍ୟନ୍ତ ଗୌତମ ଉତ୍ତର-ପଶ୍ଚିମ ଦିଲ୍ଲୀ ଆସନରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି।

ଉତ୍ତର ପ୍ରଦେଶର ମୋଟ ୮୦ ସିଟ୍ ମଧ୍ୟରୁ ୫୦ ସିଟ୍ ପାଇଁ ଏକ ପ୍ରକାର ପ୍ରାର୍ଥୀ ସ୍ଥିର କରିସାରିଛି ବିଜେପି। ରାଜ୍ୟର କେଉଁ ଆସନରୁ କିଏ ହେବେ ପ୍ରାର୍ଥୀ ସେ ସମ୍ପର୍କରେ ଖୁବ ଶୀଘ୍ର ଘୋଷଣା କରିପାରନ୍ତି ବିଜେପି କେନ୍ଦ୍ରୀୟ ନେତୃତ୍ୱ। ଚନ୍ଦୌଲି ଆସନରୁ ମହେନ୍ଦ୍ର ନାଥ ପାଣ୍ଡେ, ମହାରାଜଗଞ୍ଜ ଆସନରୁ ପଙ୍କଜ ଚୌଧୁରୀ, ଫତେହପୁର ଆସନରୁ ସାଧ୍ୱୀ ନିରଞ୍ଜନ ଜ୍ୟୋତି, ଗୌତମ ବୁଦ୍ଧ ନଗର ଆସନରୁ ଡକ୍ଟର ମହେଶ ଶର୍ମା, ମୁଜାଫରନଗର ଆସନରୁ ସଞ୍ଜୀବ ବାଲ୍ୟାନ୍, ଆମ୍ବେଡ଼କର ନଗର ଆସନରୁ ରୀତେଶ ପାଣ୍ଡେ, ଅଯୋଧ୍ୟା ଆସନରୁ ଲାଲୁ ସିଂହ, ବସ୍ତି ଆସନରୁ ହରିଶ ଦ୍ୱିବେଦୀ, ସହାରନପୁର ଆସନରୁ ରାଘବ ଲଖନପାଲ, କନ୍ନୌଜ୍ ଆସନରୁ ସୁବ୍ରତ ପାଠକ୍, ଏଟା ଆସନରୁ ରାଜଭୀର ସିଂହ, ଆଲିଗଡ ଆସନରୁ ସତୀଶ ଗୌତମ, ଆଜମଗଡ଼ ଆସନରୁ ଦୀନେଶ ଲାଲ ଯାଦବ, ଫର୍ରୁଖାବାଦ ଆସନରୁ ମୁକେଶ ରାଜପୁତ, ବୁଲନ୍ଦଶହର ଆସନରୁ ରାଜକୁମାର ଚହର, ମୋରାଦାବାଦ ଆସନରୁ ଭୋଲା ସିଂହ, ରାମପୁର ଆସନର ଜଫର ଇସଲାମ, ଆଗ୍ରା ଆସନରୁ ଏସପି ସିଂହ ବଘେଲ, ମଥୁରା ଆସନରୁ ହେମା ମାଳିନୀ କିମ୍ବା ଶ୍ରୀକାନ୍ତ ଶର୍ମା ପ୍ରାର୍ଥୀ ହୋଇପାରନ୍ତି।

ଦେୱାସ ଆସନରୁ ମହେନ୍ଦ୍ର ସୋଲାଙ୍କି, ଭିଣ୍ଡ ଆସନରୁ ସନ୍ଧ୍ୟା ରାୟ, ମନ୍ଦାସୌର ଆସନରୁ ସୁଧିର ଗୁପ୍ତା ଏବଂ ଗ୍ୱାଲିଅର ଆସନରୁ ଜୟଭାନ୍ ପବୈୟା, ଶାହଡୋଲ ଆସନରୁ ହିମାଦ୍ରୀ ସିଂହ, ଧାର ଆସନରୁ ଛତ୍ର ସିଂହ ଦରବାର, ବେତୁଲ ଆସନରୁ ଦୁର୍ଗା ଦାସ ଉଇକେ, ଖାରଗୋନ ଆସନରୁ ଗଜେନ୍ଦ୍ର ପଟେଲ, ଇନ୍ଦୋର ଆସନରୁ କୈଳାଶ ବିଜୟଭର୍ଗିଆ ପ୍ରାର୍ଥୀ ହୋଇପାରନ୍ତି।

ନୈନିତାଲ ଆସନରୁ ଅଜୟ ଟାମଟା, ଆଲମୋଡ଼ା-ଟିହରୀ ଆଲନରୁ ତ୍ରିବେନ୍ଦ୍ର ସିଂହ ରାୱତ, ହରିଦ୍ୱାର ଆସନରୁ ଡକ୍ଟର ରମେଶ ପୋଖରିଆଲ ନିଶାଙ୍କ, ଝାଲାୱାଡ଼ ଆସନରୁ ବସୁନ୍ଧରା ରାଜେ, ବିକାନେର ଆସନରୁ ଅର୍ଜୁନ ରାମ ମେଘୱାଲ, ଚିତ୍ତୌରଗଡ଼ ଆସନରୁ ସିପି ଯୋଶୀ, ଯୋଧପୁର ଆସନରୁ ଗଜେନ୍ଦ୍ର ସିଂହ ଶେଖାୱତ, ବାଡମେର ଆସନରୁ କୌଳାଶ ଚୌଧୁରୀ, କୋଟା ଆସନରୁ ଓମ ବିର୍ଲାଙ୍କୁ ଟିକେଟ ମିଳିପାରେ। ଏହା ବ୍ୟତୀତ ତେଲେଙ୍ଗାନା ଲାଗି ୪-୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇ ପାରେ। ଜି.କିଶାନ ରେଡ୍ଡୀ, ବନ୍ଦୀ ସଞ୍ଜୟ କୁମାର, ଅରବିନ୍ଦ ଧର୍ମପୁରୀ ପୁନର୍ବାର ପ୍ରାର୍ଥୀ କରିପାରେ ବିଜେପି। 

ଏହା ସହିତ ବିଜେପି ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କୁ ଗୁରୁଦାସପୁର ଆସନରୁ ପ୍ରାର୍ଥୀ କରିପାରେ। ସେହିପରି ଅଭିନେତା ଅକ୍ଷୟ କୁମାରଙ୍କୁ ଚଣ୍ଡିଗଡ଼ କିମ୍ବା ଦିଲ୍ଲୀ ସ୍ଥିତ କୌଣସି ଆସନରୁ ଟିକେଟ ଦେଇପାରେ। ଏହା ସହିତ ଦକ୍ଷିଣ ଭାରତର କୌଣସି ଆସନରୁ ବିଜେପି ଦଳୀୟ ନେତ୍ରୀ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ଜୟା ପ୍ରଦାଙ୍କୁ ପ୍ରାର୍ଥୀ କରିପାରେ। ବିଜେପି ଅନେକ ସେଲିବ୍ରିଟିଙ୍କୁ ଟିକେଟ୍ ଦେଇ ୨୦୨୪ ଲୋକସଭା ନିର୍ବାଚନରେ ମାଇଲେଜ୍ ହାସଲ କରିବାକୁ ଚେଷ୍ଟା କରୁଛି। ସେମାନଙ୍କୁ ସେହି ଆସନରେ ବିଜେପି ପ୍ରାର୍ଥୀ କରିପାରେ ଯେଉଁଠି ଦଳ ସାଙ୍ଗଠନିକ ଦୃଷ୍ଟିକୋଣରୁ ମଜବୁତ ରହିଛି।