Bihar Board exam: ରୁମରେ ୫୦୦ ଝିଅଙ୍କୁ ଦେଖିବା ପରେ ଚେତାଶୂନ୍ୟ ହେଲେ ଛାତ୍ର, ହସ୍ପିଟାଲରେ ଭର୍ତ୍ତି
Advertisement
Article Detail0/zeeodisha/odisha1555631

Bihar Board exam: ରୁମରେ ୫୦୦ ଝିଅଙ୍କୁ ଦେଖିବା ପରେ ଚେତାଶୂନ୍ୟ ହେଲେ ଛାତ୍ର, ହସ୍ପିଟାଲରେ ଭର୍ତ୍ତି

Bihar Board exam: ବିହାରର ନାଳନ୍ଦା ଜିଲ୍ଲାର ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଛାତ୍ର ନିଜକୁ ଝିଅମାନଙ୍କ ମଧ୍ୟରେ ଥିବା ଦେଖିବା ପରେ ଚେତାଶୂନ୍ୟ ହୋଇପଡିଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଇଛି । ଜାଣନ୍ତୁ କ'ଣ ରହିଛି ପୂରା ମାମଲା ...

ସୌ: ସୋସିଆଲ ମିଡିଆ

Bihar Board Exam: ବିହାରର ନାଳନ୍ଦା ଜିଲ୍ଲାରୁ (Nalanda District) ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଛାତ୍ର ୫୦୦ ଜଣ ଝିଅ ଥିବା ଏକ ଭରପୂର ହଲରେ ନିଜେ ଏକୁଟିଆ ଥିବା ଜାଣିବା ପରେ ଚେତାଶୂନ୍ୟ ହୋଇଯାଇଛନ୍ତି । ବିହାର ସରିଫର ଆଲାମା ଇକବାଲ କଲେଜର ଜଣେ ଛାତ୍ର ବ୍ରିଲିୟଣ୍ଟ ସ୍କୁଲରେ ଉଚ୍ଚ ମାଧ୍ୟମିକ ପରୀକ୍ଷା ଦେବାକୁ ଯାଇଥିଲେ । ସେଠାରେ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ୫୦୦ ଜଣକ ଝିଅରେ ପରିପୂର୍ଣ୍ଣ ଥିବା ସେହି ହଲରେ ସେ କେବଳ ଏକମାତ୍ର ପୁଅ, ସେତବେଳେ ସେ ଭୟଭୀତ ହୋଇ ଚେତାଶୂନ୍ୟ ପଡିଥିଲେ ।

ମଣିଶଙ୍କରଙ୍କ ମାଉସୀ କହିଛନ୍ତି ଯେ ଭୟଭୀତ କାରଣରୁ ସେ ଚେତାଶୂନ୍ୟ ହୋଇପଡିଥିଲେ, ତାଙ୍କୁ ଜ୍ୱର ହୋଇଯାଇଥିଲା ଓ ଏଥିପାଇଁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ନ୍ୟୁଜ୍ ଏଜେନ୍ସି ANI କହିଛି ଯେ ଯେତେବେଳେ ସେ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ, ସେତେବେଳେ ସେ ଦେଖିଲେ ଯେ କୋଠରୀଟି ଝିଅମାନଙ୍କ ସହିତ ପରିପୂର୍ଣ୍ଣ, ଯେଉଁଥିପାଇଁ ସେ ନର୍ଭସ ହୋଇ ଜ୍ୱରରେ ପୀଡିତ ହୋଇଥିଲେ । ଛାତ୍ରଙ୍କ ଚିକିତ୍ସା ପାଇଁ ତାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି ।

୧ ଫେବୃଆରୀ ଅର୍ଥାତ ବୁଧବାର ଠାରୁ ବିହାରରେ ଉଚ୍ଚ ମାଧ୍ୟମିକ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି । ଏଥିପାଇଁ ରାଜ୍ୟରେ ୧୪୬୪ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏଥର ମୋଟ ୧୩ ଲକ୍ଷ ୧୮ ହଜାର ୨୨୭ ଜଣ ଛାତ୍ର ଇଣ୍ଟର ପରୀକ୍ଷାରେ ହାଜର ହେଉଛନ୍ତି । ଏଥିମଧ୍ୟରେ ୬ ଲକ୍ଷ ୩୬ ହଜାର ୪୩୨ ଜଣ ଛାତ୍ରୀ ଓ ୬ ଲକ୍ଷ ୮୧ ହଜାର ୭୯୫ ଛାତ୍ର ସାମିଲ ଅଛନ୍ତି । ପରୀକ୍ଷାର ଆୟୋଜନ ବିହାର ସ୍କୁଲ ବୋର୍ଡ ସମିତି କରୁଛି । କପି ନକରି ପରୀକ୍ଷା କରାଇବା ପାଇଁ ବିହାର ସରକାର ଅନେକ ବ୍ୟବସ୍ଥା କରିଛନ୍ତି । ପରୀକ୍ଷା ଆରମ୍ଭ ପୂର୍ବରୁ କିଛି ପରୀକ୍ଷା କେନ୍ଦ୍ରରେ ପ୍ରଥମେ ହଙ୍ଗାମା ଦେଖା ଦେଇଥିଲା, ଯେଉଁଥିରେ ପ୍ରଶାସନ ଓ ଛାତ୍ରମାନଙ୍କ ମଧ୍ୟରେ ସାମାନ୍ୟ ସଂଘର୍ଷ ହୋଇଥିଲା, କିନ୍ତୁ ସୁରକ୍ଷା ବାହିନୀ ଏହି ମାମଲାକୁ ଶାନ୍ତ କରିଥିଲେ ।

ଏହା ବି ପଢ଼ନ୍ତୁ: Marriage: ବିବାହ ପୂର୍ବରୁ ଏଠାରେ ପ୍ରଥମେ ଜନ୍ମ କରିବାକୁ ପଡେ ପିଲା, ଜାଣନ୍ତୁ ଭାରତର କିଛି ଅଦ୍ଭୁତ ଓ ନିଆରା ପ୍ରଥା ବିଷୟରେ...