Aadhar Cardକୁ ନେଇ ଆସିଲା ବଡ଼ ଅପଡେଟ, ଶୀଘ୍ର କରିନିଅନ୍ତୁ ଚେକ ନଚେତ ସମସ୍ୟାରେ ପଡ଼ିପାରନ୍ତି
Advertisement
Article Detail0/zeeodisha/odisha1927306

Aadhar Cardକୁ ନେଇ ଆସିଲା ବଡ଼ ଅପଡେଟ, ଶୀଘ୍ର କରିନିଅନ୍ତୁ ଚେକ ନଚେତ ସମସ୍ୟାରେ ପଡ଼ିପାରନ୍ତି

ଆପଣଙ୍କ ଆଧାର କାର୍ଡ ଅନ୍ୟ କେହି ବ୍ୟବହାର କରୁଛନ୍ତି କି, ଜାଣିବା ପାଇଁ ଆପଣ ଦୂରସଂଚାର ଓ୍ୱେବସାଇଟ ଲଗଇନ କରିପାରନ୍ତି। ଓ୍ୱେବସାଇଟ ଖୋଲିବା ପରେ ସେଠାରେ ଆପଣଙ୍କ ଦ୍ୱାରା ଦାଖଲ ହୋଇଥିବା ମୋବାଇଲ ନମ୍ବର ପ୍ରଦାନ କରନ୍ତୁ। ନମ୍ବର ଦାଖଲ କରିବା ପରେ ଆପଣଙ୍କ ନିକଟକୁ ପୂରା ତାଲିକା ଆସିଯିବ ଯେଉଁଠାରେ ଆପଣଙ୍କ ଆଧାର କାର୍ଡ ବ୍ୟବହାର ହୋଇଥିବ। ତେବେ ଆପଣଙ୍କ ତଥ୍ୟ ତଥା ଗୁରୁତ୍ତ୍ୱପୂର୍ଣ୍ଣ ଦସ୍ତାବିଜ ସବୁକୁ ସୁରକ୍ଷିତ ରଖିବା ପାଇଁ ଉଚିତ ପଦକ୍ଷେପ ଉଠାନ୍ତୁ। 

Aadhar Cardକୁ ନେଇ ଆସିଲା ବଡ଼ ଅପଡେଟ, ଶୀଘ୍ର କରିନିଅନ୍ତୁ ଚେକ ନଚେତ ସମସ୍ୟାରେ ପଡ଼ିପାରନ୍ତି

Aadhar Card: ନୂଆଦିଲ୍ଲୀ: ଆଧାର କାର୍ଡ ଏହା ଏକ କାର୍ଡ ଯାହା ଆଜିର ସମୟରେ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶଭାବେ ପରିଣତ ହୋଇଛି। ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ, ଏଭଳି ଅନେକ କାର୍ଯ୍ୟ ଅଛି ଯେଉଁଥିରେ ଆମକୁ ଆଧାର କାର୍ଡର ଆବଶ୍ୟକ ପଡ଼ିଥାଏ। ଗାଡ଼ିର ଫାଷ୍ଟ ଟ୍ୟାଗ ହେଉ ଅବା ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପର୍ଯ୍ୟନ୍ତ ସବୁଠାରେ ଏହି କାର୍ଡର ଆବଶ୍ୟକ ନିତାନ୍ତ ଜରୁରୀ ହୋଇ ପଡିଥାଏ। ଏପରି ପରିସ୍ଥିତିରେ ଯଦି ଆପଣଙ୍କର ଆଧାର କାର୍ଡର ଅପବ୍ୟବହାର ହେଉଛି ତେବେ ଭବିଷ୍ୟତରେ ଆପଣ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏହି ଆର୍ଟିକିଲରେ ଆମେ ଆପଣଙ୍କ ସହ ଜଡିତ ଏକ ସମସ୍ୟା ଆଣିଛୁ। 

ଆପଣ ଗୋଟିଏ ଆଧାର କାର୍ଡରେ ଏକାଧିକ ସିମ୍ କାର୍ଡ ଦେଇପାରିବେ। କିନ୍ତୁ ସାମ୍ପ୍ରତିକ ସମୟରେ ଏହାର ଅପବ୍ୟବହାର ହେଉଥିବା ଦେଖିବାକୁ ମିଳିଛି। ଫଳରେ ବର୍ତ୍ତମାନ ସମୟରେ ଆପଣଙ୍କ ଆଧାର କାର୍ଡ ସାହାଯ୍ୟରେ ଅନ୍ୟ କେହି ସିମ କାର୍ଡ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ତେବେ ଏଭଳି ସ୍ଥଳେ ଆପଣଙ୍କ ଆଧାର କାର୍ଡ କିଏ ବ୍ୟବହାର କରିଛି ଜାଣିବା ଆପଣଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇପାରେ। ଏଭଳି କ୍ଷେତ୍ରରେ ଆଧାର କାର୍ଡର ବ୍ୟବହାର ସମ୍ପର୍କରେ ଜାଣିବା ଆପଣଙ୍କ ପକ୍ଷେ ନିହାତି ଜରୁରୀ।

ଏଭଳି ଭାବେ ଜାଣନ୍ତୁ ପୂରା ପ୍ରକ୍ରିୟା
ଆପଣଙ୍କ ଆଧାର କାର୍ଡ ଅନ୍ୟ କେହି ବ୍ୟବହାର କରୁଛନ୍ତି କି, ଜାଣିବା ପାଇଁ ଆପଣ ଦୂରସଂଚାର ଓ୍ୱେବସାଇଟ tafcop.sancharsaathi.gov.inରେ ଲଗଇନ କରିପାରନ୍ତି। ଓ୍ୱେବସାଇଟ ଖୋଲିବା ପରେ ସେଠାରେ ଆପଣଙ୍କ ଦ୍ୱାରା ଦାଖଲ ହୋଇଥିବା ମୋବାଇଲ ନମ୍ବର ପ୍ରଦାନ କରନ୍ତୁ। ନମ୍ବର ଦାଖଲ କରିବା ପରେ ଆପଣଙ୍କ ନିକଟକୁ ପୂରା ତାଲିକା ଆସିଯିବ ଯେଉଁଠାରେ ଆପଣଙ୍କ ଆଧାର କାର୍ଡ ବ୍ୟବହାର ହୋଇଥିବ। ତେବେ ଆପଣଙ୍କ ତଥ୍ୟ ତଥା ଗୁରୁତ୍ତ୍ୱପୂର୍ଣ୍ଣ ଦସ୍ତାବିଜ ସବୁକୁ ସୁରକ୍ଷିତ ରଖିବା ପାଇଁ ଉଚିତ ପଦକ୍ଷେପ ଉଠାନ୍ତୁ। 

ତେବେ ଆପଣଙ୍କୁ ଏଠାରେ କହି ରଖିବାକୁ ଚାହୁଁ ଯେ ସରକାରଙ୍କ ତରଫରୁ ଗୋଟିଏ ନମ୍ବରରେ ୯ଟି ସିମ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରାଯାଇଛି। ତେବେ ଆପଣ ଜାଣିଲେ କିପରି ଅତି ସହଜରେ ଆପଣଙ୍କ ଆଧାର କାର୍ଡ ସମ୍ବନ୍ଧିତ ତଥ୍ୟ ଜାଣିପାରିବେ। ତେବେ ଆପଣଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଦସ୍ତାବିଜକୁ କିପରି ସୁରକ୍ଷିତ ରଖିପାରିବେ ତାହା ଆପଣଙ୍କ ଦାୟିତ୍ୱରେ ରହିଛି। କାରଣ ଏହା କେବଳ କାର୍ଡ ନୁହେଁ ବରଂ ଆପଣଙ୍କ ଜୀବନର ଏକ ପ୍ରମୁଖ ଅଂଶ।

Also Read: Gold Rate: ପାର୍ବଣରେ ଖସିଲା ସୁନା ଦର, ଜାଣନ୍ତୁ ଟ୍ବିନ୍‌ ସିଟିରେ କେତେ ରହିଛି ରେଟ୍ ?

Also Read: Flight Service: ଜୟପୁର- ଭୁବନେଶ୍ୱରକୁ ଉଡିବ ଦ୍ବିତୀୟ ବିମାନ, ଆଜିଠୁ ମିଳିବ ସେବା

Also Read: Pak vs Afg: ଆଜି ପାକିସ୍ତାନ ଓ ଆଫଗାନିସ୍ତାନ ମୁକାବିଲା, ଜାଣନ୍ତୁ କ’ଣ କହୁଛି ହେଡ ଟୁ ହେଡ ରେକର୍ଡ