Bhubaneswar: ରାଜଧାନୀ ରାଜରାସ୍ତାରେ ଝୋଟି ପକାଇ ମାଣ ବସାଇଲେ ଅଙ୍ଗନବାଡି କର୍ମୀ
Advertisement
Article Detail0/zeeodisha/odisha1456252

Bhubaneswar: ରାଜଧାନୀ ରାଜରାସ୍ତାରେ ଝୋଟି ପକାଇ ମାଣ ବସାଇଲେ ଅଙ୍ଗନବାଡି କର୍ମୀ

Anganwadi Workers Protest: ଗତ ୩ ଦିନ ହେବ ୮ ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀ ଲୋୟର ପିଏମଜି ଠାରେ ଧାରଣା ଜାରି ରଖିଛନ୍ତି। ଗୁରୁବାର ରାଜରାସ୍ତା ଉପରେ ମାଣ ବସାଇ ନିଆରା ଢଙ୍ଗରେ ଅଙ୍ଗନୱାଡି କର୍ମୀ ନିଜର ପ୍ରତିବାଦ ଜଣାଇଛନ୍ତି।

Bhubaneswar: ରାଜଧାନୀ ରାଜରାସ୍ତାରେ ଝୋଟି ପକାଇ ମାଣ ବସାଇଲେ ଅଙ୍ଗନବାଡି କର୍ମୀ

Anganwadi Workers Protest at Bhubaneswar: ରାଜଧାନୀର ରାଜରାସ୍ତାରେ ନିଜ ଦାବି ପୂରଣ ନେଇ ଧାରଣା ବସିଛନ୍ତି ଅଙ୍ଗନୱାଡି କର୍ମୀ। ମାର୍ଗଶିର ମାସର ଗୁରୁବାର ଅଙ୍ଗନବାଡି କର୍ମୀ ହୋଇ ଯାଇଥିଲେ ଜଣେ ଜଣେ ଗୃହିଣୀ। ଘରେ ରହିଥିଲେ ମାଣ ବସିଥାନ୍ତେ।  ମାଆ ଲଷ୍ମୀଙ୍କୁ ଆରାଧନା କଟି ଯାଇଥାନ୍ତା ଆଜିର ଦିନ। ଯେହେତୁ ଗୁରୁବାର ସେମାନେ ରାଜରାସ୍ତା ଧାରଣା ଦେଇଛନ୍ତି ତେଣୁ ବାଧ୍ୟ ହୋଇ ରାସ୍ତା ଉପରେ ମାଆଙ୍କ ଆରାଧନା କରିଛନ୍ତି ଅଙ୍ଗନବାଡି କର୍ମୀ।  

ଗତ ୩ ଦିନ ହେବ ୮ ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀ ଲୋୟର ପିଏମଜି ଠାରେ ଧାରଣା ଜାରି ରଖିଛନ୍ତି। ଗୁରୁବାର ରାଜରାସ୍ତା ଉପରେ ମାଣ ବସାଇ ନିଆରା ଢଙ୍ଗରେ ଅଙ୍ଗନୱାଡି କର୍ମୀ ନିଜର ପ୍ରତିବାଦ ଜଣାଇଛନ୍ତି। ଆଜି ମାର୍ଗଶୀର ମାସ ଗୁରୁବାର ଥିବାବେଳେ ରାସ୍ତା ଉପରେ ଝୋଟି ଆଙ୍କି ମାଣ ବସାଇ ମାଆ ଲକ୍ଷ୍ମୀଙ୍କୁ ଧୂପ, ଦୀପ, ନୈବେଦ୍ୟ ଦେଇ ପୂଜା କରିଛନ୍ତି। ଅଙ୍ଗନବାଡି କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ସହିତ EPF ଏବଂ EASI ଆଦିର ସୁବିଧା ଦେବାକୁ ଦାବି କରିଛନ୍ତି। ସେହିପରି ଅବସରକାଳୀନ ସହାୟତା ରାଶି ୫ଲକ୍ଷ କରାଯିବା ସହିତ ମାସିକ ୫ ହଜାର ଟଙ୍କା ପେନସନ୍ ପ୍ରଦାନ କରିବା ଦାବିରେ ଧାରଣାରେ ବସିଛନ୍ତି ଅଙ୍ଗନୱାଡି କର୍ମୀ।