Haunted Destination Of Odisha: ସାବଧାନ! ଏସବୁ ହେଉଛି ରାଜ୍ୟର ଅଭିଶପ୍ତ ସ୍ଥାନ
Advertisement

Haunted Destination Of Odisha: ସାବଧାନ! ଏସବୁ ହେଉଛି ରାଜ୍ୟର ଅଭିଶପ୍ତ ସ୍ଥାନ

Haunted ​Destination:  ଓଡି଼ଶାରେ ମଧ୍ୟ କିଛି ଏପରି ସ୍ଥାନ ଅଛି, ଯେଉଁଠି ଅଲୌକିକ ଶକ୍ତି ଥିବାର ଅନୁଭୂତ ହୋଇଥାଏ ଓ ଏହି ସ୍ଥାନ ଗୁଡି଼କରେ ଲୋକେ ଭୂତ ପ୍ରେତ ଦେଖିଥିବା କହିଛନ୍ତି । ଆସନ୍ତୁ ଜାଣିବା ଓଡି଼ଶାର ସେମିତି କିଛି ସ୍ଥାନ ବିଷୟରେ।

ସୌ(ସୋସିଆଲ ମିଡିଆ)

Haunted Destination Of Odisha: ଅନେକ ସ୍ଥାପତ୍ୟ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ଓଡି଼ଶା । ବିଭିନ୍ନ ଐତିହସ୍ଥଳୀ ଓ ଚିତ୍ତାକର୍ଷକ ଦୃଶ୍ୟ ପାଇଁ ଆମ ରାଜ୍ୟ ପ୍ରସିଦ୍ଧ । ବେଳାଭୂମିଠାରୁ ଆରମ୍ଭ କରି ଦର୍ଶନୀୟ ସ୍ଥାନ ବୁଲିବା ପାଇଁ ଦେଶ ବିଦେଶରୁ ଅନେକ ଲୋକ ଓଡି଼ଶା ଆସିଥାଆନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଓଡି଼ଶାରେ ମଧ୍ୟ କିଛି ଏପରି ସ୍ଥାନ ଅଛି, ଯେଉଁଠି ଅଲୌକିକ ଶକ୍ତି ଥିବାର ଅନୁଭୂତ ହୋଇଥାଏ ଓ ଏହି ସ୍ଥାନ ଗୁଡି଼କରେ ଲୋକେ ଭୂତ ପ୍ରେତ ଦେଖିଥିବା କୁହନ୍ତି । 

ଜତନ ନଗର ପ୍ୟାଲେସ

ବିଂଶ ଶତାଦ୍ଦୀର ପ୍ରାରମ୍ଭରେ ରାଜା ନୃସିଂହ ପ୍ରତାପ ଦେବଙ୍କ ଶାସନ ସମୟରେ ଢେଙ୍କାନାଳରେ ଏହି ୧୦୦ରୁମ୍ ବିଶିଷ୍ଟ ପ୍ୟାଲେସ ନିର୍ମାଣ କରାଯାଇଥିଲା। କୁହାଯାଏ ଯେ, ଏହି ପ୍ୟାଲେସ ତିଆରି ସମୟରେ ଅନେକ ଶ୍ରମିକଙ୍କର ଜୀବନ ନେଇଛି। ପାରିଶ୍ରମିକ ଓ ଖାଦ୍ୟପେୟ ବିନା ଶ୍ରମିକ ଓ ହାତୀ ମାନଙ୍କୁ ଏହି ପ୍ୟାଲେସର ନିର୍ମାଣ କାର୍ଯ୍ୟରେ ଲଗାଯାଇଥିଲା। ଯାହା କି ସେମାନଙ୍କର ମୃତ୍ୟୁର କାରଣ ବୋଲି କୁହାଯାଏ। ପ୍ୟାଲେସ ପ୍ରତିଷ୍ଠା ହେବା ଦିନଠାରୁ ହିଁ ଏଠାରେ ଅଲୌକିକ ଘଟଣା ଘଟିବା ଆରମ୍ଭ ହୋଇଯାଇଥିଲା। ପ୍ରଥମ ଦିନ ପ୍ୟାଲେସ ଉପରେ ଶାଗୁଣା ବସିବାରୁ ଅଶୁଭ ମନେ କରି ସେଦିନ ସେଠାରେ ରହିବା ପାଇଁ ରାଜାଙ୍କ ତରଫରୁ ବାରଣ କରାଯାଇଥିଲା। ତାଙ୍କ କଥା ନ ମାନି ରାଜ ପରିବାରର ଜଣେ ସଦସ୍ୟ ସେହିଠାରେ ରାତିରେ ରହିଥିଲେ । ପର ଦିନ ସକାଳେ ଆଉ ତାଙ୍କର ଖୋଜ ଖବର ମିଳି ନଥିଲା। ସୂଚନା ଅନୁଯାୟୀ, ଅତ୍ୟାଚାରର ଶିକାର ହୋଇଥିବା ଶ୍ରମିକ ମାନଙ୍କର ଆତ୍ମା ଏବେ ମଧ୍ୟ ଜତନ ନଗର ପ୍ୟାଲେସରେ ଘୁରି ବୁଲୁଛି। ରାତିରେ ସେଠାରୁ ବିକଟାଳ ଶଦ୍ଦ ଶୁଣାଯାଉଥିବା ସ୍ଥାନୀୟ ଲୋକେ ଦାବି କରନ୍ତି। ସଂଧ୍ୟା ପରେ ସେ ସ୍ଥାନକୁ ଯିବାପାଇଁ ବାରଣ କରାଯାଇଛି।

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଘର (RIE’s House)

ଓଡି଼ଶାର ରାଜଧାନୀ ଭୁବନେଶ୍ୱରରେ ଅବସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ। କୁହାଯାଏ ଯେ ଏଠାରେ ଅନେକ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଏହି ଶିକ୍ଷାନୁଷ୍ଠାନର ପ୍ରତ୍ୟେକ ଶ୍ରେଣୀ ଗୃହ, ହଷ୍ଟେଲ ଏବେ ସେହି ଅତୃପ୍ତ ଆତ୍ମା ଗୁଡି଼କର ବାସସ୍ଥଳୀ ପାଲଟିଛି। ଯଦିଓ ସେମାନଙ୍କର ଆତ୍ମହତ୍ୟାର କାରଣ ପାଠପଢା଼ର ଚାପ କୁହାଯାଏ କିନ୍ତୁ ଏବେ ବି ଏହାର କାରଣ ଅସ୍ପଷ୍ଟ ରହିଛି। ପୂର୍ବରୁ ସେଠାରେ ରହୁଥିବା ଲୋକେ ବିଭିନ୍ନ ଅଲୌକିକ ଶକ୍ତି ଦେଖିଥିବାର ଦାବି କରନ୍ତି। ସନ୍ଧ୍ୟା ପରେ କେହି ଛାତ ଉପରେ ବୁଲୁଥିବା ପରି ଜଣାଯିବାର ସେମାନେ କୁହନ୍ତି। ରାତି ସମୟରେ ସେଠାରେ କାନ୍ଦିବା ସ୍ୱର ଶୁଣାଯାଉଥିବା ସ୍ଥାନୀୟ ଲୋକେ କୁହନ୍ତି।

ମଙ୍ଗଳାଯୋଡି ଗଛ

ଖୋର୍ଦ୍ଧାର ମଙ୍ଗଳାଯୋଡି ଅଞ୍ଚଳରେ ଏହି ଗଛ ରହିଛି। ଏହି ଗଛରେ ଏକ ଭୟଙ୍କର ଆତ୍ମା ବାସ କରୁଥିବା କୁହାଯାଏ। ନିକଟବର୍ତ୍ତୀ ଗାଁର ଏକ ଯୁବତୀକୁ ନିଜ ବଶବର୍ତ୍ତୀ କରାଇ ସେହି ଆତ୍ମା ଜଣକ ଗ୍ରାମବାସୀଙ୍କୁ କହିଥିଲା ଯେ ଦଶହରା ପୂର୍ବରୁ ଏହି ଗଛ ୨୧ ଜଣଙ୍କର ଜୀବନ ନେଇଯିବ ଓ ଏହା ସତ ହୋଇଥିବାର ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ଯିଏ ଏହି ଗଛକୁ ଛୁଏଁ ତାର ଅଲ୍ପ ଦିନ ପରେ ମୃତ୍ୟୁ ହୋଇଯାଏ । ଏପ୍ରିଲ ୨୦୦୭ ରେ ୭ ଜଣଙ୍କର ଏହିପରି ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏବେ ମଧ୍ୟ ସଂଧ୍ୟା ପରେ ସେହି ରାସ୍ତା ଦେଇ ଲୋକେ ଯିବା ଆସିବା କରନ୍ତି ନାହିଁ।

ପୁରୀର ରହସ୍ୟମୟ ଘର

ପୁରୀରେ ଏମିତି ଏକ ଘର ଅଛି, ଯାହା ଏବେ କେବଳ ଏକ ଦର୍ଶନୀୟ ସ୍ଥାନ ହୋଇକି ରହିଯାଇଛି। କୁହାଯାଏ ଯେ ସେଠାରେ ତାର ପୂର୍ବ ମାଲିକର ଆତ୍ମା ବାସ କରେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଘରର ପ୍ରକୃତ ମାଲିକ ମାନ୍ଦାବସ୍ଥା ଯୋଗୁଁ ଆତ୍ମହତ୍ୟା କରିଥିଲା। ମୃତ୍ୟୁ ପରେ ସେହି ଘରକୁ କିଣିଥିବା ବ୍ୟକ୍ତି ସେଠାରେ ରହିବା ପାଇଁ ଆସିଥିଲେ। କିଛି ଦିନ ରହିବା ପରେ ସେ କହିଥିଲେ ଯେ ସେଠାରେ ଘରର ପୂର୍ବ ମାଲିକର ଆତ୍ମା ଘୁରି ବୁଲୁଛି ଓ କାହାକୁ ସେଠାରେ ରହିବାକୁ ଦେଉନାହିଁ। ଦୂର ଦୁରାନ୍ତରୁ ଆସୁଥିବା ପାରାନର୍ମାଲ ଆକ୍ଟିଭିଚି ରିସର୍ଚର ମାନେ ମଧ୍ୟ ସେଠାରେ ଆତ୍ମାର ଉପସ୍ଥିତି ଅନୁଭବ କରିଥିବା କୁହନ୍ତି ।