RBI: ଏଣିକି ବ୍ୟାଙ୍କ୍ ଦେବେ ଋଣଗ୍ରହୀତାଙ୍କୁ ସ୍ପଷ୍ଟ ଋଣ ସୂଚନା, ରିଜର୍ଭ ବ୍ୟାଙ୍କ ଜାରିକଲା ବିଜ୍ଞପ୍ତି
Advertisement

RBI: ଏଣିକି ବ୍ୟାଙ୍କ୍ ଦେବେ ଋଣଗ୍ରହୀତାଙ୍କୁ ସ୍ପଷ୍ଟ ଋଣ ସୂଚନା, ରିଜର୍ଭ ବ୍ୟାଙ୍କ ଜାରିକଲା ବିଜ୍ଞପ୍ତି

RBI: ସ୍ୱଚ୍ଛ ଋଣ କାରବାରକୁ ପ୍ରୋତ୍ସାହନ ଦେବାକୁ ଯାଇ ଭାରତର ରିଜର୍ଭ ବ୍ୟାଙ୍କ (Reserve Bank of India) ତତ୍ପର ହୋଇଛନ୍ତି। ବ୍ୟାଙ୍କଗୁଡ଼ିକ ଯେଉଁଭଳି ଭାବେ ଗୋପନୀୟ ସର୍ତ୍ତ ( ହିଡେନ୍‍ ଟର୍ମସ) ବ୍ୟବହାର କରୁଛନ୍ତି ସେଥିରୁ ଗ୍ରାହକଙ୍କୁ ମୁକ୍ତି ଦେବା ଲାଗି  ବ୍ୟବସ୍ଥା କରିଛନ୍ତି। 

ସୌଜନ୍ୟ-ସୋସିଆଲ୍ ମିଡିଆ

RBI:(ଭୁବନେଶ୍ୱର) : ସ୍ୱଚ୍ଛ ଋଣ କାରବାରକୁ ପ୍ରୋତ୍ସାହନ ଦେବାକୁ ଯାଇ ଭାରତର ରିଜର୍ଭ ବ୍ୟାଙ୍କ (Reserve Bank of India) ତତ୍ପର ହୋଇଛନ୍ତି। ବ୍ୟାଙ୍କଗୁଡ଼ିକ ଯେଉଁଭଳି ଭାବେ ଗୋପନୀୟ ସର୍ତ୍ତ ( ହିଡେନ୍‍ ଟର୍ମସ) ବ୍ୟବହାର କରୁଛନ୍ତି ସେଥିରୁ ଗ୍ରାହକଙ୍କୁ ମୁକ୍ତି ଦେବା ଲାଗି  ବ୍ୟବସ୍ଥା କରିଛନ୍ତି। ଏହି ଅନୁସାରେ  ଗ୍ରହକ ନେଇଥିବା ଋଣର ମୌଳିକ ସୂଚନାକୁ ପ୍ରତିବର୍ଷ ଅକ୍ଟୋବର ୧ ତାରିଖ ଦିନ ଗ୍ରାହକଙ୍କୁ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ। ଏହାକୁ ବ୍ୟାଙ୍କ ‘କି’ ଫ୍ୟାକ୍ଟସ ଷ୍ଟେଟମେଣ୍ଟ’ ବା ‘ମୌଳିକ ସୂଚନାପତ୍ର’ ଭାବେ ଅଭିହିତ କରାଯିବ। 

ଏହି ମୌଳିକ ସୂଚନାପତ୍ରରେ ଗ୍ରାହକ ନେଇଥିବା ଋଣର ସମସ୍ତ ମୌଳିକ ବିବରଣୀ ରହିବ। ସେ ବ୍ୟବସାୟିକ ଋଣ ହେଉ ବା ବ୍ୟକ୍ତିଗତ ଋଣ ସବୁ କ୍ଷେତ୍ରରେ ଏହା ଲାଗୁ ହେବ। ଏହି ସୂଚନା ପତ୍ରରେ ଋଣ ବାବଦୀୟ ସୁଧ, ଋଣ ଆଦାୟ କରିବା ନୀତି, ଏଜେଣ୍ଟ ନୀତି, କାହାକୁ ସମ୍ପର୍କ କରିବେ ତାଙ୍କ ସୂଚନା, ଋଣ ଆଉ କାହାକୁ ବିକ୍ରି ହେବାର ସୂଚନା, ସହ ସାଧାରଣ ଋଣ ସଳଚନା ସବୁ ରହିବ। ଋଣ ଉପରେ ଲଗାଯାଉଥିବା ସମସ୍ତ ପ୍ରକାର ଦେୟକୁ ମଧ୍ୟ ଏହି ବିବରଣୀରେ ସ୍ପଷ୍ଟ କରାଯିବ। ପୁଣି ସ୍ପଷ୍ଟ ସୂଚନା ଯୋଗାଇବାକୁ ବ୍ୟାଙ୍କଗୁଡ଼ିକ ବାଧ୍ୟ ହେବେ ବୋଲି ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛନ୍ତି।
 
ପ୍ରଥମଥର ପାଇଁ ଏହି ସୂଚନା ପତ୍ରରେ ଗ୍ରହକଙ୍କୁ ଋଣ ବାବଦୀୟ ବାର୍ଷିକ ଦର ବାବଦରେ ଏକ ସୂଚନା ଦିଆଯିବ। ଏଥିରେ ବାର୍ଷିକ ପ୍ରତିଶତ ହାର ବାବଦୀୟ ସୂଚନା ରହିବ। ଅର୍ଥରାତ୍‍ ଜଣେ ଗ୍ରହକ ବର୍ଷକୁ କେତେ ଋଣ ବାଦରେ ବ୍ୟାଙ୍କକୁ ଦେଉଛି ତାହାର ବିବରଣୀ ଗ୍ରହକଙ୍କୁ ଜଣାଇ ଦିଆଯିବ।  ୨୦୧୫ ମସିହାରୁ ଆରବିଆଇ ଏହିପରି ସ୍ୱଚ୍ଛ କାରବର ପାଇଁ ବବିଭିନ୍ନ କଠୋର ନୀତି ପ୍ରଣୟନ କରିଆସୁଛି। ଏହାଦ୍ୱାରା ଦେଶରେ ବେଆଇନ ଚିଟ୍‍ଫଣ୍ଡ ତଥା ମାଇକ୍ରୋ ଫଇନାନ୍ସ ଉପରେ ରୋକ ଲାଗିପାରିଛି। ୨୦୨୨ରେ ଅନ୍‍ ଲାଇନ କାରବାର ଉପରେ ରିଜର୍ଭ ବ୍ୟାଙ୍କ ଗୁରୁତ୍ୱ ଦେଇ ତାହାକୁ  ସ୍ୱଚ୍ଛ କରିବାରେ ସକ୍ଷମ ହୋଇଛି।