2023 March Bank Holiday: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୨୦୨୩ ମାର୍ଚ୍ଚ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି। ଆରବିଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ ୨୦୨୩ ମାର୍ଚ୍ଚରେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ସହିତ ରବିବାର କାରଣରୁ ବନ୍ଦ ରହିବ ବ୍ୟାଙ୍କ।
Trending Photos
Bank Holiday 2023 March: ସମସ୍ତ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି, ତାହେଲେ ତୁରନ୍ତ ଏହି କାମ ଶେଷ କରିଦିଅନ୍ତୁ। କାରଣ ଚଳିତ ବର୍ଷ ମାର୍ଚ୍ଚ ମାସରେ ୧୨ ଦିନ ପାଇଁ ବନ୍ଦ ରହିବାକୁ ଯାଉଛି ବ୍ୟାଙ୍କ। ଛୁଟି କାରଣରୁ ବ୍ୟାଙ୍କ ସମ୍ବନ୍ଧୀୟ ଅନେକ କାର୍ଯ୍ୟ ପ୍ରଭାବିତ ହୋଇପାରେ। ଯଦିଓ ଛୁଟି ସମୟରେ ଅନଲାଇନ୍ ବ୍ୟାଙ୍କ ସେବା ଜାରି ରହିବ।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୨୦୨୩ ମାର୍ଚ୍ଚ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି। ଆରବିଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ ୨୦୨୩ ମାର୍ଚ୍ଚରେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ସହିତ ରବିବାରକୁ ମିଶାଇ ୧୨ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ। ମାର୍ଚ୍ଚ ୭ ଏବଂ ୮ ତାରିଖରେ ହୋଲି ପର୍ବ ପାଳନ ହେବାକୁ ଯାଉଛି। ଯେଉଁଥିପାଇଁ ବ୍ୟାଙ୍କ ବନ୍ଦ ରହିବ। ଏହା ବ୍ୟତୀତ ମାର୍ଚ୍ଚ ୫ ୧୨, ୧୯, ୨୬ ତାରିଖ ରବିବାର ପଡ଼ୁଛି। ସେହିପରି ୧୧ ଏବଂ ୨୫ ତାରିଖରେ ଯଥାକ୍ରମେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ପଡୁଛି।
ବିଭିନ୍ନ ରାଜ୍ୟରେ ୨୨ ମାର୍ଚ୍ଚରେ ବିଭିନ୍ନ ପର୍ବ ତଥା ୩୦ ମାର୍ଚ୍ଚରେ କେତେକ ସ୍ଥାନରେ ରାମ ନବମୀ ଅବସରରେ ବ୍ୟାଙ୍କ ବନ୍ଦ ରହିବ। କିଛି ଆଞ୍ଚଳିକ ଛୁଟି ସହିତ ବ୍ୟାଙ୍କ ସମସ୍ତ ସରକାରୀ ଛୁଟି ଦିନରେ ବନ୍ଦ ରହିବ। ଆଞ୍ଚଳିକ ଛୁଟି ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥାଏ।
ଛୁଟି ସମୟରେ ଜାରି ରହିବ ଅନଲାଇନ ବ୍ୟାଙ୍କ ସେବା
ବ୍ୟାଙ୍କ ଛୁଟି ତାଲିକା-ମାର୍ଚ୍ଚ ୨୦୨୩
------------------------------