Odisha Train Accident: ଏମାନେ ହେଉଛନ୍ତି ବାହାନଗାର ରିଅଲ ହିରୋ, NDRF ଓ ODRAF ପହଞ୍ଚିବା ଆଗରୁ ଆହତଙ୍କୁ ବଢ଼ାଇଥିଲେ ସହାୟତାର ହାତ
Advertisement

Odisha Train Accident: ଏମାନେ ହେଉଛନ୍ତି ବାହାନଗାର ରିଅଲ ହିରୋ, NDRF ଓ ODRAF ପହଞ୍ଚିବା ଆଗରୁ ଆହତଙ୍କୁ ବଢ଼ାଇଥିଲେ ସହାୟତାର ହାତ

Odisha Train Accident: ବାଲେଶ୍ବର ବାହାନଗାରେ ଘଟିଥିବା ଭୟଙ୍କର  କରମଣ୍ତଳ ଟ୍ରନ (Coromandel express accident) ଦୁର୍ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରି ଦେଇଛି ।  ଏବେବି ସେହି କାଳ ରାତିର କରୁଣ କାହାଣୀକୁ ମନେ ପକାଇଲେ ଟାଙ୍କୁରି ଉଠୁଛି ଲୋମ । ନିମିଷକ ମଧ୍ୟରେ ଲୌହ ଦାନବ ନେଇଗଲା ପାଖାପାଖି ୩୦୦ ଜୀବନ(Bahanaga Train Accident) । ଏହି ଦୁର୍ଘଟଣାକୁ କେମିତି ଅବା ପାସୋରିବେ ଉଦ୍ଧାରକାରୀ । ଯେଉଁମାନଙ୍କୁ ଏବେ କୁହାଯାଉଛି ବାହାନଗାର ରିଅଲ ହିରୋ। ପଢନ୍ତୁ ଏହି ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Odisha Train Accident: ବାଲେଶ୍ବର ବାହାନଗାରେ ଘଟିଥିବା ଭୟଙ୍କର  କରମଣ୍ତଳ ଟ୍ରନ (Coromandel express accident) ଦୁର୍ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରି ଦେଇଛି ।  ଏବେବି ସେହି କାଳ ରାତିର କରୁଣ କାହାଣୀକୁ ମନେ ପକାଇଲେ ଟାଙ୍କୁରି ଉଠୁଛି ଲୋମ । ନିମିଷକ ମଧ୍ୟରେ ଲୌହ ଦାନବ ନେଇଗଲା ପାଖାପାଖି ୩୦୦ ଜୀବନ(Bahanaga Train Accident) । ଏହି ଦୁର୍ଘଟଣାକୁ କେମିତି ଅବା ପାସୋରିବେ ଉଦ୍ଧାରକାରୀ । ଯେଉଁମାନଙ୍କୁ ଏବେ କୁହାଯାଉଛି ବାହାନଗାର ରିଅଲ ହିରୋ। ଯେଉଁମାନେ କି ଟ୍ରେନ ଦୁର୍ଘଟଣାର ଭୟଙ୍କର ଶଦ୍ଧ ଶୁଣି ଦୂବଦୂତ ସାଜି ଘଟଣାସ୍ଥଳରେ ଏନଡିଆରଏଫ ( NDRF) ଓ (ODRAF) ଓଡ୍ରାଫ୍ ପହଞ୍ଚିବା ଆଗରୁ ପହଞ୍ଚିଥିଲେ। ଆଉ ନିଜ ଜୀବନକୁ ପାଣି ଛଡାଇ ଆହତଙ୍କୁ ଟ୍ରେନରୁ ବଗି ଭିତରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ସେମାନେ ଆଉ କେହି ନୁହଁନ୍ତି ସେମାନେ ହେଉଛନ୍ତି ବାହାନଗାର ସ୍ଥାନୀୟ ଯୁବକ ଓ ଗ୍ରାମବାସୀ । ଯେଉଁମାନଙ୍କୁ ଏବେ ଛୁଟୁଛି ଶୁଭେଚ୍ଛାର ସୁଅ। ସାବାସୀ ଦେଉଛନ୍ତି ଦେଶବାସୀ । ବାହାନଗାର ଏହି ରିଅଲ ହିରୋଙ୍କୁ ସଲାମ କରୁଛି ସାରା ଦେଶ (Real Heroes Of Bahanaga Tragedy)।  

ସୂଚନା ଅନୁସାରେ, ଶୁକ୍ରବାର ସଂନ୍ଧ୍ୟା ୭ଟା ସମୟରେ,ହାୱଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ବାଲେଶ୍ୱର ବାହାନଗା ନିକଟରେ (Coromandel express accident) ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୂର୍ବରୁ ଛିଡ଼ା ହୋଇଥିବା ଏକ ମାଲ୍‌ବାହୀ ଗାଡ଼ିକୁ ଧକ୍କା ଦେଇ ଓଲଟି ପଡ଼ିଥିଲା କରମଣ୍ଡଳ। ଏପରିକି ମାଲ୍‌ବାହୀ ଗାଡ଼ି ଉପରକୁ ଚଢ଼ି ଯାଇଛି କରମଣ୍ଡଳ। ଏହି ଟ୍ରେନ୍‌ର କିଛି ବଗି ଆର ଟ୍ରାକ ଉପରେ ପଡ଼ିଥଲା। କିଛି ସମୟ ପରେ ସେହି ରୁଟ୍‌ରେ ଆସିଥିଲା ଯଶୱନ୍ତପୁର-ହାୱଡ଼ା ଟ୍ରେନ୍‌। ଏହି ଟ୍ରେନ୍ କରମଣ୍ଡଳ ଏକସପ୍ରେସ୍‌ର ଓଲଟି ପଡ଼ିଥିବା ବଗିକୁ ଧକ୍କା ଦେଇଥିଲା। ଫଳରେ ବଡ ଧରଣର ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାର ଶଦ୍ଧ ଏତେ ଭୟଙ୍କର ଥିଲା ଯେ, ବାହାନଗା ଗାଁରେ ପହଞ୍ଚିଥିଲା ଆହତଙ୍କ ଚିକ୍କାର । ଆହତଙ୍କ ଚିକ୍କାର ଶୁଣି କିଟିକିଟି ଅନ୍ଧାର ଭିତରେ ଅଗ୍ନିଶମ, ଓଡ୍ରାଫ ଓ ଏନଡିଆରଏଫ ଟିମ୍ ପହଞ୍ଚିବା ଆଗରୁ ଘଟଣାସ୍ଥଳରେ ପହଞ୍ଚିଥିଲା ବାହାନଗା  ଗାଁର ଯୁବକମାନେ। ଜୀବନକୁ ବାଜି ଲଗାଇ ଦୁର୍ଘଟଣାଗସ୍ତ ଟ୍ରେନ ମଧ୍ୟରୁ ଆହତଙ୍କୁ ବାହାର କରିଥିଲେ। ଆଉ ଚିକିତ୍ସା ପାଇଁ ସେମାନଙ୍କୁ ମେଡିକାଲରେ ଭର୍ତ୍ତୀ କରିଥିଲେ । ସେପଟେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଆଉ କେତେକ ଯୁବକ ଚିକିତ୍ସାଳୟରେ ହଠାତ୍ ଆଶ୍ଚର୍ଯ୍ୟଜନକ ଭାବେ ରୁଣ୍ଡ ହୋଇଯାଇଥିଲେ । ସମସ୍ତେ ଭାବୁଥିଲେ ସେମାନେ ବୋଧେ ଚିକିତ୍ସା ପାଇଁ ଆସିଛନ୍ତି । କିନ୍ତୁ ନାଁ । ସେମାନେ ସମସ୍ତେ ଆହତଙ୍କ ମାଗଣାରେ ରକ୍ତ ଦେବାକୁ ଧାଇଁ ଆସିଥିଲେ। ତେବେ, ଏମାନଙ୍କର ଏହି ମହାନତା ବର୍ତ୍ତମାନ ସୋସିଆଲ ମିଡି଼ଆରେ ବେଶ ଭାଇଲାର ହେଉଛି । 

Also Read: Odisha Train Accident: ସରିଲା ଟ୍ରାକ୍ ମରାମତି ,୫୧ ଘଣ୍ଟା ପରେ ଗଡି଼ଲା ପ୍ରଥମ ଯାତ୍ରୀବାହୀ ଟ୍ରେନ୍

Also Read: Puri News: ଶ୍ରୀଜିଉଙ୍କୁ ଜ୍ବର, ଆଜିଠୁ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ

ଭୟଙ୍କର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ(Railways Minister Ashwini Vaishnaw) । ଏହାସହିତ ଦୁର୍ଘଟଣାରେ ଗୁରୁତର ହୋଇଥିବା ଯାତ୍ରୀମାନଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି । ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।  ସେପଟେ, ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛି ରେଳବାଇ ବୋର୍ଡ । ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭୁବନେଶ୍ୱର ଏମ୍ସ, କଟକ ବଡ ମେଡିକାଲ, ବାଲେଶ୍ୱର, ଭଦ୍ରକ ଓ ସୋର ଡାକ୍ତରଖାନାରେ ଆହତଙ୍କ ଚିକିତ୍ସା ଚାଲିଛି ।