Odisha Train Accident: କରମଣ୍ତଳ ଏକ୍ପପ୍ରେସ ଦୁର୍ଘଟଣା ପାଇଁ ଦାୟୀ କି ବାହାନଗାର ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର?
Advertisement

Odisha Train Accident: କରମଣ୍ତଳ ଏକ୍ପପ୍ରେସ ଦୁର୍ଘଟଣା ପାଇଁ ଦାୟୀ କି ବାହାନଗାର ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର?

Odisha Train Accident: ବାଲେଶ୍ୱର ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ,ଯାହା ସାରା ଦେଶକୁ ଖାଲି ସ୍ତବ୍ଧ କରିନି । ବରଂ ଭାରତୀୟ ରେଳ ଇତିହାସରେ ଯୋଡ଼ିଛି ଏକ ବଡ଼ କଳା ଫର୍ଦ୍ଦ ।  ଏ ଛାତିଥରା ଦୁର୍ଘଟଣା ପାଇଁ ଦାୟୀ କିଏ ? କାହା ଭୁଲରୁ ଅକାଳରେ ଲିଭିଗଲା ଶତାଧିକ ନିରୀହ ଯାତ୍ରୀଙ୍କ ଜୀବନ ଦୀପ? ତେବେ, ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବାହାନଗାରେ କରମଣ୍ତଳ ଦୁର୍ଘଟଣାଗସ୍ତ ହେବା ପରଠୁ ବାହାନଗା ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର (ASM) ଏସବି ମହାନ୍ତି ଫେରାର ଅଛନ୍ତି । ....

ସୌଜନ୍ୟ- ସୋସିଆଲ ମିଡ଼ିଆ

Odisha Train Accident: ଯାତ୍ରୀଙ୍କ ପାଇଁ କାଳ ହେଲା କରମଣ୍ତଳ (Coromandel Express Accident) । ଚାହୁଁ ଚାହୁଁ ନିମିଶକ ମଧ୍ୟରେ ଉଡିଗଲା ଶତାଧିକ ଲୋକଙ୍କ ପ୍ରାଣବାୟୁ । ବାଲେଶ୍ୱର ବାହାନଗାରେ  ଘଟିଥିବା ରେଳ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ,ଯାହା ସାରା ଦେଶକୁ ଖାଲି ସ୍ତବ୍ଧ କରିନି । ବରଂ ଭାରତୀୟ ରେଳ ଇତିହାସରେ ଯୋଡ଼ିଛି ଏକ ବଡ଼ କଳା ଫର୍ଦ୍ଦ । ବର୍ତ୍ତମାନ ସମସ୍ତଙ୍କ ମୁହଁରେ ଗୋଟିଏ କଥା କେମିତି ଘଟିଲା ଏ ଛାତିଥରା ଦୁର୍ଘଟଣା ? କାହା ଭୁଲରୁ ଅକାଳରେ ଲିଭିଗଲା ଶତାଧିକ ନିରୀହ ଯାତ୍ରୀଙ୍କ ଜୀବନ ଦୀପ? କେହି ରଂଗ୍ ସିଗନାଲ୍‌କୁ କାରଣର ଭାବେ ଦର୍ଶାଉଥିବାବେଳେ ଆଉ କିଏ ଲୋକପାଇଲଟଙ୍କୁ ଦାୟୀ କରୁଛନ୍ତି । ତେବେ, ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବାହାନଗାରେ କରମଣ୍ତଳ ଦୁର୍ଘଟଣାଗସ୍ତ ହେବା ପରଠୁ ବାହାନଗା ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର (ASM) ଏସବି ମହାନ୍ତି ଫେରାର ଅଛନ୍ତି । ଦୁର୍ଘଟଣା ଘଟିବା ଦିନ ଏସବି ମହାନ୍ତି ଷ୍ଟେସନ ଦାୟିତ୍ୱରେ ଥିଲେ (Bahanaga ASM)। କିନ୍ତୁ ଦୁର୍ଘଟଣା (Bahanaga train accident) ପରଠୁ ତାଙ୍କର କୌଣସି ଖୋଜ ଖବର ମିଳୁ ନାହିଁ (Bahanaga Assistant Station Master missing )। ଏ ନେଇ ଜିଆରପି ଥାନାରେ ଏକ ମାମଲା ରୁଜୁ ହୋଇଛି।

ସାଧାରଣ ଭାବେ ଗୋଟିଏ ଟ୍ରେନ ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏଏସଏମଙ୍କ (ଏଏସଏମ) ନିକଟରେ ରହିଥାଏ । ଗୋଟିଏ ପଟେ ଶହ ଶହ ଜୀବନ ଚାଲି ଯାଇଥିବା ବେଳେ ଏଏସଏମ୍ ଫେରାର ହେବା ଏକ ଘଟଣାକୁ ମନୁଷ୍ୟକୃତ ଦୁର୍ଘଟଣା ବୋଲି ସୂଚାଉଛି।  ଏବଂ ଏଭଳି ସ୍ଥିତିରେ ଜଣେ ଉଚ୍ଚପଦସ୍ଥ କର୍ମଚାରୀ ଫେରାର ହେବା ନେଇ ଅନକେ ପ୍ରଶ୍ନବାଚୀ ସୃଷ୍ଟି  ହୋଇଛି।  ବାହାନଗା ରେଳ ଦୁର୍ଘଟଣା ପରେ ରେଳବାଇର ସୁରକ୍ଷା ‘କବଚ’କୁ ନେଇ ପ୍ରଶ୍ନ ଉଠିଥିଲା । ବାହାନଗା ରୁଟରେ ‘କବଚ’ ବ୍ୟବସ୍ଥା ନଥିବା ନେଇ ରେଳବାଇ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ତେଣୁ ଏହି କବଚ ଥିଲେ ଏତେବଡ଼ ଦୁର୍ଘଟଣା ଟଳି ପାରିଥାଆନ୍ତା । ଏତେ ଲୋକଙ୍କ ଜୀବନ ଯାଇ ନଥାନ୍ତା ।  

 

Also Read: Odisha Train Accident: ପୁଣି ଅଘଟଣ! ଧକ୍କା ହେଲା କରମଣ୍ତଳ ଏକ୍ସପ୍ରେସର ଆହତ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍

Also Read: Sunday Remedies: ରବିବାର ଦିନ କରନ୍ତୁ ଏହି ୫ଟି କାମ, ଦୂର ହେବ ଦାରିଦ୍ରତା!

ସୂଚନା ଅନୁସାରେ, ଶୁକ୍ରବାର ସଂନ୍ଧ୍ୟା ୭ଟା ସମୟରେ,ହାୱଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ବାଲେଶ୍ୱର ବାହାନଗା ନିକଟରେ ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୂର୍ବରୁ ଛିଡ଼ା ହୋଇଥିବା ଏକ ମାଲ୍‌ବାହୀ ଗାଡ଼ିକୁ ଧକ୍କା ଦେଇ ଓଲଟି ପଡ଼ିଥିଲା କରମଣ୍ଡଳ। ଏପରିକି ମାଲ୍‌ବାହୀ ଗାଡ଼ି ଉପରକୁ ଚଢ଼ି ଯାଇଛି କରମଣ୍ଡଳ। ଏହି ଟ୍ରେନ୍‌ର କିଛି ବଗି ଆର ଟ୍ରାକ ଉପରେ ପଡ଼ିଥଲା। କିଛି ସମୟ ପରେ ସେହି ରୁଟ୍‌ରେ ଆସିଥିଲା ଯଶୱନ୍ତପୁର-ହାୱଡ଼ା ଟ୍ରେନ୍‌। ଏହି ଟ୍ରେନ୍ କରମଣ୍ଡଳ ଏକସପ୍ରେସ୍‌ର ଓଲଟି ପଡ଼ିଥିବା ବଗିକୁ ଧକ୍କା ଦେଇଥିଲା। ଫଳରେ ବଡ ଧରଣର ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ପାଖାପାଖି ୨୮୮ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଲୋକେ ଆହତ ହୋଇଥିଲେ।  ଦୁର୍ଘଟଣା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ସେପଟେ, ବାହାନଗା ଦୁର୍ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଚାଲିଛି । ରେଳ ଚଳାଚଳ ସ୍ବାଭାବିକ କରିବାକୁ ରେଳ ଧାରଣାରୁ ବଗି ହଟାଯାଉଛି। ଗୋଟିଏ ପାର୍ଶ୍ବରେ କ୍ଷତିଗ୍ରସ୍ତ ଟ୍ରାକକୁ ସଂଯୋଗ କରାଯାଉଛି । ପୁନରୁଦ୍ଧାର କାର୍ଯ୍ୟରେ ଏକ ହଜାରରୁ ଅଧିକ ମାନବ ସମ୍ବଳ ସହ ୭ଟି ପ୍ରୋକ୍ଲିନ ମେସିନ, ଦୁଇଟି ଦୁର୍ଘଟଣା ରିଲିଫ ଟ୍ରେନ ଓ ରୋଡ କ୍ରେନ୍‌ ନିୟୋଜିତ ହୋଇଛନ୍ତି । ରେଲୱେର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି କାର୍ଯ୍ୟର ନିରୀକ୍ଷଣ କରୁଛନ୍ତି ।