Tirupati Temple Laddu Controversy: ଲଡୁ ବିବାଦରେ ମୁହଁ ଖୋଲିଲେ ଧିରେନ୍ଦ୍ର ଶାସ୍ତ୍ରୀ
Advertisement
Article Detail0/zeeodisha/odisha2445053

Tirupati Temple Laddu Controversy: ଲଡୁ ବିବାଦରେ ମୁହଁ ଖୋଲିଲେ ଧିରେନ୍ଦ୍ର ଶାସ୍ତ୍ରୀ

Tirupati Temple Laddu Controversy: ତିରୁପତି ମନ୍ଦିରରେ ଭକ୍ତଙ୍କୁ ଦିଆଯାଉଥିବା ପ୍ରସାଦରେ ଚର୍ବି ବ୍ୟବହାରକୁ ନେଇ ବର୍ତ୍ତମାନ ବିବାଦ ଚାଲିଛି । ଏହାରି ମଧ୍ୟରେ ବାଗେଶ୍ୱର ଧାମର ବାବା ଧିରେନ୍ଦ୍ର ଶାସ୍ତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

Tirupati Temple Laddu Controversy: ଲଡୁ ବିବାଦରେ ମୁହଁ ଖୋଲିଲେ ଧିରେନ୍ଦ୍ର ଶାସ୍ତ୍ରୀ

Tirupati Temple Laddu Controversy: ବାଗେଶ୍ୱର ଧାମର ଧିରେନ୍ଦ୍ର ଶାସ୍ତ୍ରୀ ତିରୁପତି ପ୍ରସାଦ ବିବାଦ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଲଡୁରେ ଚର୍ବିର ବ୍ୟବହାରକୁ ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତି। ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ସନାତନ ଧର୍ମର ଲୋକଙ୍କୁ ଜାଗ୍ରତ ହେବାକୁ ଆହ୍ୱାନ ଦେଇଛନ୍ତି ଏଥିସହ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବା ଉଚିତ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଯଦି ଧର୍ମ ପାଇଁ ବର୍ତ୍ତମାନ ସ୍ୱର ଉଠାଯିବନି ତେବେ ଦିନେ ନା ଦିନେ ସମସ୍ତେ ପଶ୍ଚାତାପ କରିବେ । ଏଥିସହ ତିରୁପତି ମନ୍ଦିରରେ ଯେଉଁ ଭକ୍ତ ପ୍ରସାଦ ଗ୍ରହଣ କରିଛନ୍ତି ସେମାନଙ୍କୁ ବିଶେଷ ପରାମର୍ଶ ଦେଇଛନ୍ତି ଧିରେନ୍ଦ୍ର ଶାସ୍ତ୍ରୀ । ସେ କହିଛନ୍ତି ଯେ, ଯେଉଁମାନେ ମନ୍ଦିରରେ ପ୍ରସାଦ ଗ୍ରହଣ କରିଛନ୍ତି ସେମାନେ ୯ ଦିନ ପର୍ଯ୍ୟନ୍ତ ଅନୁତାପ କରିବା ଉଚିତ ଯାହା ଦ୍ୱାରା ଶୁଦ୍ଧତା ହୋଇପାରିବ।

ଧିରେନ୍ଦ୍ର ଶାସ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ, ଅନେକ ଲୋକ ବର୍ତ୍ତମାନ ରିଲସ୍ ଏବଂ ଭିଡିଓ ତିଆରି କରିବାରେ ସମୟ ନଷ୍ଟ କରୁଛନ୍ତି । ବର୍ତ୍ତମାନ ସେହି ସମୟକୁ ସଞ୍ଚୟ କରିବାର ଆବଶ୍ୟକତା ରହିଛି । କେବଳ ସେତେବେଳେ ଆମେ ସାହସର ସହିତ ଷଡଯନ୍ତ୍ର ଏବଂ କୌଶଳ ସହିତ ଲଢିବାରେ ସମର୍ଥ ହେବା ଯେତେବେଳେ ଆମେ ସମୟ ସତ ଉପଯୋଗ କରିପାରିବା । ଧର୍ମର ବିରୋଧୀମାନଙ୍କୁ ଏକ ଶିକ୍ଷା ଦେବା ନିହାତି ଜରୁରୀ ।

ଧିରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି ଯେ, ଆଜି ଦେଶ ଧର୍ମ ବିରୋଧୀ ତଥା ଜାତୀୟ ବିରୋଧୀ ଶକ୍ତି ଦ୍ୱାରା ବିପଦରେ ରହିଛି। ଆମେ ସମସ୍ତେ ଏକଜୁଟ ହେଲେ ଯାଇ ସାମ୍ନା କରିପାରିବା । ହିନ୍ଦୁମାନଙ୍କ ବିରୋଧରେ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ଚାଲିଛି। ଅନେକ ଶକ୍ତି ଲୋକଙ୍କ ଧର୍ମକୁ ଭ୍ରଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଉକ୍ତ ଲୋକମାନେ ସେମାନଙ୍କର ଯୋଜନାରେ ସଫଳ ହୋଇପାରିବେ ନାହିଁ । ପୂର୍ବରୁ ବାଗେଶ୍ୱର ଧାମର ଧିରେନ୍ଦ୍ର ଶାସ୍ତ୍ରୀ ଏହି ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିସାରିଛନ୍ତି। ଏଥିସହ ସେ ହିନ୍ଦୁ ମନ୍ଦିରଗୁଡ଼ିକୁ ହିନ୍ଦୁ ବୋର୍ଡ ଅଧୀନରେ ଆଣିବାର ଦାବି ମଧ୍ୟ କରିଛନ୍ତି ।

Also Read- Shani Gochar 2024: ରାହୁଙ୍କ ନକ୍ଷତ୍ରରେ ଶନିଙ୍କ ପ୍ରବେଶ, ୫ଟି ରାଶିର ଭାଗ୍ୟ ବଦଳିବ

Also Read- Tomato Price: ପିଆଜ ପରେ ଟମାଟୋ ଦର ବୃଦ୍ଧି, ଶସ୍ତାରେ ଖାଉଟିଙ୍କୁ ଯୋଗାଇବେ ସରକାର !