ବୁଲଗେରିଆରେ ଜନ୍ମଗ୍ରହଣ କରିଥିବା ମୂଳ ନାମ ଭେଙ୍ଗେଲିଆ ପାଣ୍ଡେବା ଦିମିତ୍ରୋଭା ୧୨ ବର୍ଷ ଧରି ସାଧାରଣ ଜୀବନଯାପନ କରିଥିଲେ। ଏହା ପରେ ସେ ଏକ ସମୟ ଚକ୍ରରେ ପଡ଼ି ନିଜର ଦୃଷ୍ଟି ହରାଥିଇଲେ। ଅନେକ ଦିନ ପରେ ସେ ପରିବାରକୁ ଭେଟିଥିଲେ କିନ୍ତୁ ତାଙ୍କ ଆଖି ମାଟିକାଦୁରେ ଆଚ୍ଛାଦିତ ଥିଲା।
Trending Photos
baba venga: ନୂଆଦିଲ୍ଲୀ: ବୁଲଗେରିଆର (Bulgaria) ପ୍ରସିଦ୍ଧ ଭେଙ୍ଗା ବାବାଙ୍କ (Vanga baba) ଭବିଷ୍ୟବାଣୀ ପୁଣିଥରେ ଚର୍ଚ୍ଚାରେ ରହିଛି। ଭେଙ୍ଗା ବାବା 'ବାଲକାନରୁ ନୋଷ୍ଟ୍ରାଡାମସ୍' ଭାବରେ ବେଶ ଜଣାଶୁଣା। ସେ କରିଥିବା ସମସ୍ତ ଭବିଷ୍ୟବାଣୀ ପ୍ରାୟତଃ ସତ ସାବ୍ୟସ୍ତ ହୋଇଛି। ଅତୀତରେ, ବାଲକାନ ଫ୍ରାନ୍ସ ଏବଂ ଆମେରିକାରେ ୯/୧୧ ଆତଙ୍କବାଦୀ ଆକ୍ରମଣ ଠାରୁ ଆରମ୍ଭ କରି ସୁନାମି, ଫୁକୁସିମା ଘଟଣା ଏବଂ ଆଇଏସଆଇଏସ ଭଳି ଆତଙ୍କବାଦୀ ସଂଗଠନର ସାମ୍ନାକୁ ଆସିବାର ପୂର୍ବାନୁମାନ କରିଥିଲା, ଯାହା ସତ୍ୟ ହୋଇଛି।
ବୁଲଗେରିଆରେ ଜନ୍ମଗ୍ରହଣ କରିଥିବା ମୂଳ ନାମ ଭେଙ୍ଗେଲିଆ ପାଣ୍ଡେବା ଦିମିତ୍ରୋଭା ୧୨ ବର୍ଷ ଧରି ସାଧାରଣ ଜୀବନଯାପନ କରିଥିଲେ। ଏହା ପରେ ସେ ଏକ ସମୟ ଚକ୍ରରେ ପଡ଼ି ନିଜର ଦୃଷ୍ଟି ହରାଥିଇଲେ। ଅନେକ ଦିନ ପରେ ସେ ପରିବାରକୁ ଭେଟିଥିଲେ କିନ୍ତୁ ତାଙ୍କ ଆଖି ମାଟିକାଦୁରେ ଆଚ୍ଛାଦିତ ଥିଲା। କିନ୍ତୁ ଏହା ସତ୍ତ୍ୱେ ସେ ବହୁତ କିଛି ଦେଖୁଥିଲେ ଏବଂ ଭବିଷ୍ୟବାଣୀ କରି ଲୋକଙ୍କୁ ସାହାଯ୍ୟ କରୁଥିଲେ।
ବାବା ଭଙ୍ଗା ବୁଲଗେରିଆରେ ଜନ୍ମିତ ଜଣେ ଦୃଷ୍ଟିହୀନ ଭବିଷ୍ୟଦ୍ବକ୍ତା ଥିଲେ। ଦୀର୍ଘ ଦିନ ଧରି ସେ ଋଷ ଏବଂ ୟୁରୋପରେ ସେ ଜଣେ ସାଧୁ ଭାବରେ ସମ୍ମାନିତ ହୋଇଥିଲେ। ୧୯୯୬ରେ ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ଭେଙ୍ଗା ୫୦ ବର୍ଷରେ ପ୍ରାୟ ୧୦୦ ଭବିଷ୍ୟବାଣୀ କରିଥିଲେ। ଏଥିମଧ୍ୟରୁ ଅଧିକାଂଶ ଭବିଷ୍ୟବାଣୀ ସତ ହୋଇଛି। ତାଙ୍କର ଅନେକ ଭବିଷ୍ୟବାଣୀ ଜଳବାୟୁ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଉପରେ ରହିଥିଲା। ତେବେ ସେ ରାଜନୈତିକ ଏବଂ ଧାର୍ମିକ ବିକାଶର ପୂର୍ବାନୁମାନ ମଧ୍ୟ କରିଛନ୍ତି। ୨୦୦୧ରେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣ ଏବଂ ୨୦୦୪ରେ ସୁନାମି, ଆମେରିକାର ରାଷ୍ଟ୍ରପତିଙ୍କ ପାଇଁ ଜଣେ ଆଫ୍ରିକୀୟ ଆମେରିକୀୟ ନିର୍ବାଚନ ଏବଂ ୨୦୧୦ ଆରବ ବସନ୍ତର ପୂର୍ବାନୁମାନ କରିଥିଲେ।
ଆସନ୍ତୁ ଜାଣିବା ବାବା ଭଙ୍ଗା ଭବିଷ୍ୟତ ବିଷୟରେ କ’ଣ ସବୁ ଭବିଷ୍ୟବାଣୀ କରିଛନ୍ତି। ଶେଷରେ, ଆମେ ଆପଣଙ୍କୁ କହିବୁ ବାବା ଭଙ୍ଗା ଆଗାମୀ ବର୍ଷ ପାଇଁ ଧର୍ମ ଏବଂ ରାଜନୈତିକ ଭବିଷ୍ୟତ ବିଷୟରେ କ’ଣ ପୂର୍ବାନୁମାନ କରିଛନ୍ତି। ଭେଙ୍ଗା ୧୯୫୦ ଏବଂ ୨୦୦୪ ସୁନାମିରେ ବିଶ୍ୱ ତାପମାତ୍ରାକୁ ନେଇ ପୂର୍ବାନୁମାନ କରିଥିଲା। ବାବା ଭେଙ୍ଗାଙ୍କ ପୂର୍ବାନୁମାନ ଅନୁଯାୟୀ ଶୀତଳ ଅଞ୍ଚଳରେ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇବଏବଂ ଆଗ୍ନେୟଗିରି ସକ୍ରିୟ ହୋଇଯିବ। ସମୁଦ୍ର କୂଳରେ ବଡ଼ ବଡ଼ ଲହଡି ଉଠିବ। ଏହାର ପ୍ରଭାବରେ ସହର ଓ ଧନଜୀବନ ନଷ୍ଟ ହୋଇଯିବ।
୨୦୦୦ ମସିହାରେ ଋଷର ଆଣବିକ ବୁଡ଼ାଜାହାଜ କର୍ସକ ବୁଡ଼ିଯିବାକୁ ନେଇ ମଧ୍ୟ ଭବିଷ୍ୟବାଣୀ କରିଥିଲେ। ଅନ୍ତର୍ଜାତୀୟ ଉଦ୍ଧାରକାରୀ ଦଳ ଅନେକ ଦିନ ଧରି ଯନ୍ତ୍ରଣାଦାୟକ ମୃତ୍ୟୁକୁ ଗ୍ରହଣ କରି ସମୁଦ୍ରର ଗଭୀରରୁ ଜାହାଜକୁ ଉଦ୍ଧାର କରିବାରେ ଅସଫଳ ହୋଇଥିଲେ। ଏହାକୁ ନେଇ ସେ ୧୯୮୦ ମସିହାରେ ଭବିଷ୍ୟବାଣୀ କରିଥିଲେ।
ସେହିପରି ସେପ୍ଟେମ୍ବର ୧୧, ୨୦୦୧ ମସିହାରେ ନ୍ୟୁୟର୍କ ଟ୍ୱିନ୍ ଟାୱାର ଉପରେ ଆତଙ୍କବାଦୀ ଆକ୍ରମଣକୁ ନେଇ ମଧ୍ୟ ପୂର୍ବାନୁମାନ କରିଥିଲେ। ଏହି ଭବିଷ୍ୟବାଣୀ ଅନୁଯାୟୀ, ଆମେରିକୀୟ ଭାଇମାନେ ଯଥା ଟ୍ୱିନ୍ ଟାୱାର୍କୁ ଷ୍ଟିଲ୍ ବୁଡସ୍ ଅର୍ଥାତ ଯାତ୍ରୀଭର୍ତ୍ତି ବିମାନ ଦ୍ୱାରା ଆକ୍ରମଣ କରାଯିବା ନେଇ ପୂର୍ବାନୁମାନ କରିଥିଲେ ଯାହା ପରବର୍ତ୍ତି ସମୟରେ ସତ ସାବ୍ୟସ୍ତ ହୋଇଥିଲା।