Atomic Battery: ବିନା ଚାର୍ଜରେ ୫୦ ବର୍ଷ ଯାଏଁ ଯୋଗାଇବ ଶକ୍ତି
Advertisement
Article Detail0/zeeodisha/odisha2061975

Atomic Battery: ବିନା ଚାର୍ଜରେ ୫୦ ବର୍ଷ ଯାଏଁ ଯୋଗାଇବ ଶକ୍ତି

Atomic Battery: ଏହି ବ୍ୟାଟେରୀଟି ୫୦ ବର୍ଷ ପର୍ଯ୍ୟନ୍ତ ନିରବଚ୍ଛିନ ଶକ୍ତି ଯୋଗାଇବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ବ୍ୟାଟେରି ଦେଖିବାକୁ ଏକ ମୁଦ୍ରା ପରି । 

Atomic Battery: ବିନା ଚାର୍ଜରେ ୫୦ ବର୍ଷ ଯାଏଁ ଯୋଗାଇବ ଶକ୍ତି

Atomic Battery: ଏକ ଚାଇନିଜ୍ କମ୍ପାନୀ ଆଟମିକ୍ ବ୍ୟାଟେରୀ ପ୍ରସ୍ତୁତ କରିଛି । ଏହି ବ୍ୟାଟେରୀଟି ୫୦ ବର୍ଷ ପର୍ଯ୍ୟନ୍ତ ନିରବଚ୍ଛିନ ଶକ୍ତି ଯୋଗାଇବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ବ୍ୟାଟେରି ଦେଖିବାକୁ ଏକ ମୁଦ୍ରା ପରି । ଜାତୀୟ ଗମମାଧ୍ୟମ ଦୈନିକ ଭାସ୍କରରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବେଜିଂର ବେଟାଭୋଲ୍ଟ ଷ୍ଟାର୍ଟଅପ୍ ଏହି ମଡ୍ୟୁଲରେ ୬୩ ଆଇସୋଟୋପ୍ ସଙ୍କୋଚନ କରିବାରେ ସଫଳ ହୋଇଛି । କମ୍ପାନୀ ଏହା ମଧ୍ୟ କହିଛି ଯେ ଆଟୋମିକ ପାୱାରକୁ କମ ଭାବେ ବ୍ୟବହାର କରିବାରେ ଏହା ହେଉଛି ବିଶ୍ୱର ପ୍ରଥମ ବ୍ୟାଟେରୀ ।

କମ୍ପାନୀ ଦାବି କରିଛି ଯେ, ଏହି ବ୍ୟାଟେରୀ ଏପରି ପ୍ରସ୍ତୁତ ହୋଇଛି ଯାହା ନିଆଁକୁ ଆୟତ୍ତ କରିବ । ଏଥିସହିତ ଏହି ବ୍ୟାଟେରୀ କୌଣସି ଚାପରେ ବିସ୍ଫୋରଣ ହେବ ନାହିଁ । କାରଣ ଏହି ବ୍ୟାଟେରୀଟିକୁ ବିଭିନ୍ନ ତାପମାତ୍ରାରେ ପରୀକ୍ଷା କରାଯାଇଛି। ପରବର୍ତ୍ତୀ ପିଢୀର ବ୍ୟାଟେରୀ ଗୁଡିକୁ ବର୍ତ୍ତମାନ ପରୀକ୍ଷା ନିରୀକ୍ଷା କରାଯାଉଛି । ଏହି ବ୍ୟାଟେରୀକୁ ଖୁବ୍ ଶୀଘ୍ର ମୋବାଇଲ୍ ଫୋନ୍ ଏବଂ ଡ୍ରୋନ୍ ଭଳି ଉପକରଣରେ ବ୍ୟବହାର କରାଯିବ । ଏଥିସହିତ ଅଧିକମାତ୍ରାରେ ଏହି ବ୍ୟାଟେରୀ ପ୍ରସ୍ତୁତ କରିବା ପାଇଁ ଧ୍ୟାନ ଦିଆଯିବ ।

କମ୍ପାନୀ ସୂଚନା ଅନୁଯାୟୀ ବେଟାଭୋଲ୍ଟ ଆଟମିକ ପାୱାର ବ୍ୟାଟେରୀ ଅନେକ ଯନ୍ତ୍ରପାତି ଯଥା ଏରୋସ୍ପେସ୍, ଚିକିତ୍ସା ଉପକରଣ, ମାଇକ୍ରୋପ୍ରୋସେସର, ଉନ୍ନତ ସେନସର, ଛୋଟ ଡ୍ରୋନ୍ ଏବଂ ମାଇକ୍ରୋ ରୋବଟ୍ ଭଳି ଜିନିଷକୁ ଦୀର୍ଘକାଳୀନ ଶକ୍ତି ଯୋଗାଇପାରିବାରେ ସକ୍ଷମ ହେବ । ଏହି ବ୍ୟାଟେରୀ ବିଶେଷ ଭାବରେ AI ଦୁନିଆରେ ବଡ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟ କରିବ ।

ତେବେ ଏହି ବ୍ୟାଟେରୀଟିର ଆକାର ହେଉଛି ମାତ୍ର 15x15x5 ମିମି । ଏହା ପରମାଣୁ ଆଇସୋଟୋପ୍ ଏବଂ ହୀରା ସେମିକଣ୍ଡକ୍ଟରର ସୁକ୍ଷ୍ମ ସ୍ତରରେ ତିଆରି । ଆଣବିକ ବ୍ୟାଟେରୀ ବର୍ତ୍ତମାନ ୩ ଭୋଲ୍ଟରେ ୧୦୦ ମାଇକ୍ରୋୱାଟ ପର୍ଯ୍ୟନ୍ତ ବିଦ୍ୟୁତ୍ ଉତ୍ପାଦନ କରିବାରେ ସକ୍ଷମ ଅଛି । ଆସନ୍ତା ବର୍ଷ ଅର୍ଥାତ ୨୦୨୫ ମସିହା ବେଳକୁ ଏହି ବ୍ୟାଟେରୀର ଦକ୍ଷତା ବଢାଯାଇ ୧ ୱାଟ ପାୱାର କରିବା ପାଇଁ ଯୋଜନା ରହିଛି । ବେଟାଭୋଲ୍ଟଙ୍କ କହିବା ଅନୁଯାୟୀ, ଏହା ହେଉଛି ପ୍ରଥମ ଆଟୋମିକ ବ୍ୟାଟେରୀ ଯାହା ୧୦୦ ମାଇକ୍ରୋୱାଟ ପର୍ଯ୍ୟନ୍ତ ଶକ୍ତି ଉତ୍ପାଦନ କରିବାରେ ସାମର୍ଥ ରଖିଛି ।

ବ୍ୟାଟେରୀ କିପରି କାମ କରେ?
ଏହି କ୍ଷୁଦ୍ର ବ୍ୟାଟେରୀଟି ଆଇସୋଟୋପରୁ ନିର୍ଗତ ଶକ୍ତିକୁ ବିଦ୍ୟୁତ ଶକ୍ତିରେ ପରିଣତ କରିବା ପାଇଁ କାର୍ଯ୍ୟ କରେ । ଏହି ପ୍ରକ୍ରିୟା ପ୍ରଥମେ ବିଂଶ ଶତାବ୍ଦୀରେ ବିକଶିତ ହୋଇଥିଲା । ସୋଭିଏତ୍ ୟୁନିଅନ୍ ଏବଂ ଆମେରିକାର ବୈଜ୍ଞାନିକମାନେ ମିଳିତ ଭାବରେ ଏହି ଧାରଣା ପ୍ରସ୍ତୁତ କରିଥିଲେ । ବୈଜ୍ଞାନିକମାନେ ଏହି ଟେକ୍ନୋଲୋଜିକୁ ଅଣ୍ଡର ୱାଟର ସିଷ୍ଟମ ସହ ଅନ୍ୟ ବୈଜ୍ଞାନିକ ଉପକରଣରେ ବ୍ୟବହାର କରିଥିଲେ । ତେବେ ଏହି ବ୍ୟାଟେରୀର ମୂଲ୍ୟ ଖୁବ ଅଧିକ ହୋଇପାରେ ବୋଲି କୁହାଯାଉଛି । ଏହି ବ୍ୟାଟେରୀ ବଜାରକୁ ଆସିବା ପରେ ଏହା ସବୁଠୁ ମହଙ୍ଗା ବ୍ୟାଟେରୀ ହେବ ବୋଲି ସୂଚନା ମିଳିଛି ।

କେଉଁ ତାପମାତ୍ରାରେ କାର୍ଯ୍ୟ କରିବ ?
ଏହି ବ୍ୟାଟେରୀ -୬୦ ଡିଗ୍ରୀରୁ ୧୨୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ କାର୍ଯ୍ୟ କରିବାକୁ ସକ୍ଷମ ହେବ । ଏହାର ଦୀର୍ଘ କାର୍ଯ୍ୟ ସମୟ କାରଣରୁ ଏହା ପେସମେକର୍, କୃତ୍ରିମ ହୃଦୟ ଏବଂ ମାନବ ଶରୀରରେ ସ୍ଥାପିତ କୋକ୍ଲିୟାରେ ମଧ୍ୟ ବ୍ୟବହାର କରାଯାଇପାରେ ବୋଲି ଆଲୋଚନା ହେଉଛି । କମ୍ପାନୀ ଦାବି କରିଛି ଯେ, ବ୍ୟାଟେରୀ ଆକାର ଛୋଟ କାରଣରୁ ଏହାର ବ୍ୟବହାର ଅତ୍ୟନ୍ତ ସହଜ ହେବ । ଏହାଦ୍ୱାରା ଅଧିକ ବିଦ୍ୟୁତ୍ ଉତ୍ପାଦନ ହୋଇପାରିବ । ଏହାର ଫିଚର ଏମିତି ହୋଇଥିବା କାରଣରୁ ଏହା ମଧ୍ୟ କୁହାଯାଇପାରିବ ଯେ, ଆପଣ ଏହି ବ୍ୟାଟେରୀ ଦ୍ୱାରା ଆପଣଙ୍କ ମୋବାଇଲକୁ ଆଉ ଚାର୍ଜ କରିବା ଚିନ୍ତା ରହିବ ନାହିଁ । 

Also Read- Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ଟି ବଡ଼ ଖବର

Also Read- Odisha Politics: ୬ ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଘୋଷଣା