Atiq Ahmed Murder Case: ବେନାମୀ ସମ୍ପତି ପାଇଁ ଅତିକ୍-ଅସରଫଙ୍କୁ ହତ୍ୟା! ଫସିବେ ଏହି ୪ ବଡ଼ ବ୍ୟବସାୟୀ
Advertisement
Article Detail0/zeeodisha/odisha1657926

Atiq Ahmed Murder Case: ବେନାମୀ ସମ୍ପତି ପାଇଁ ଅତିକ୍-ଅସରଫଙ୍କୁ ହତ୍ୟା! ଫସିବେ ଏହି ୪ ବଡ଼ ବ୍ୟବସାୟୀ

Atiq-Ashraf Black Money News In Odia: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ(Atiq Ahmed) ଓ ତାର ଭାଇ ଅସରଫ(ashraf ahmed encounter news)କୁ ଗୁଳି କରି ହତ୍ୟା କରିବା ଘଟଣା (Atiq Ahmed Murder Case)। ଯାହାକୁ ନେଇ ଉଠୁଛି ପଡୁଛି ପରା ୟୁପି । ବେନାମୀ ସମ୍ପତିକୁ ପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ବର୍ତ୍ତମାନ ଚର୍ଚ୍ଚା ହେଉଛି । ତେବେ, ଅତିଫ ଓ ଅସରଫଙ୍କ ପାଖରେ ଥିବା ବେନାମୀ ସମ୍ପତ୍ତି ଘଟଣାର ଖୋଳତାଡ ଆରମ୍ଭ କରିଛି ଏସଟିଏଫ (STF)।

ସୌଜନ୍ୟ- ସୋସିଆଲ ମିଡ଼ିଆ

Atiq-Ashraf Black Money News In Odia: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ(Atiq Ahmed) ଓ ତାର ଭାଇ ଅସରଫ(ashraf ahmed encounter news)କୁ ଗୁଳି କରି ହତ୍ୟା କରିବା ଘଟଣା (Atiq Ahmed Murder Case)। ଯାହାକୁ ନେଇ ଉଠୁଛି ପଡୁଛି ପରା ୟୁପି । ବେନାମୀ ସମ୍ପତିକୁ ପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ବର୍ତ୍ତମାନ ଚର୍ଚ୍ଚା ହେଉଛି । ତେବେ, ଅତିଫ ଓ ଅସରଫଙ୍କ ପାଖରେ ଥିବା ବେନାମୀ ସମ୍ପତ୍ତି ଘଟଣାର ଖୋଳତାଡ ଆରମ୍ଭ କରିଛି ଏସଟିଏଫ (STF)। ଏସଟିଏଫ ପକ୍ଷରୁ ବିଭିନ୍ନ ସ୍ଥାନରେ ଏନେଇ ତନାଘନା ଆରମ୍ଭ ହୋଇଛି । ତେବେ, ଏହି ହତ୍ୟା ପଛରେ ଚାରି ଜଣ ବ୍ୟବସାୟୀଙ୍କ ହାତ ଥିବା ଅଭିଯୋଗ ହୋଇଛି । ଯେତେବେଳେ ,ଅତିକ ଅହମ୍ମଦ(Atiq Ahmed)ସାବରମତି ଜେଲରେ (Sabarmati Central Jail) ଥିଲା । ଏହି ଚାରିଜଣ ବ୍ୟବସାୟୀ ଅତିକଙ୍କୁ ଜେଲ ମଧ୍ୟରେ ବିଭିନ୍ନ ସୁବିଧା ସୁଯୋଗ ଦେଇ ଆସୁଥିଲେ।  ଯାହାର କିଛି ଫଟୋ ଓ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । 

ସୂଚନାନୁସାରେ, ଅତିକ୍ ଅହମ୍ମଦ ସାବରମତି ଜେଲରେ ସହଜରେ ଟେଲିଫୋନ୍ ଏବଂ ଅନ୍ୟାନ୍ୟ ସୁବିଧା ପାଇପାରୁଥିଲା । ଏଥିପାଇଁ ସେ ଚାରି ଜଣଙ୍କ ସାହାଯ୍ୟ ନେଇଥିଲେ। ସେମାନଙ୍କର ନାମ ହେଉଛି ଜିତୁ, ଅଲି ରଜା, କେଟାନ୍ ଏବଂ ନାସିର ବୋରା । ଏସଟିଏଫ ଅଧିକାରୀଙ୍କ ଅନୁଯାୟୀ, ଏହି ଚାରିଜଣ ବ୍ୟବସାୟୀ ଅତିକଙ୍କୁ ଜେଲରେ ବହୁତ ସାହାଯ୍ୟ କରିଥିଲେ। ବେନାମୀ ସମ୍ପତ୍ତିରେ କୋଟି କୋଟି ଟଙ୍କା ଅତିକ୍ ଜେଲରେ ଥାଇ ମଧ୍ୟ ଏହି ଚାରି ଜଣଙ୍କ ମାଧ୍ୟମରେ ବିନିଯୋଗ କରୁଥିଲା ।  ବର୍ତ୍ତମାନ ଦାବି ହେଉଛି ଯେ, ପ୍ରୟାଗରାଜ( prayagraj properties), ଲଲିତପୁର ଏବଂ ରାଜସ୍ଥାନର ମାଉଣ୍ଟ ଆବୁରେ (Rajasthan's Mount Abu) ଅତିକ ଅହମ୍ମଦ(Atiq Ahmed) ଓ ତାର ଭାଇ ଅସରଫ(ashraf ahmed) ଅନେକ ବେନାମୀ ସମ୍ପତ୍ତି ରହିଛି । ରାଜସ୍ଥାନର ଆବୁ ମାଉଣ୍ଟରେ ବବି ନାମକ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ବେନାମୀ ସମ୍ପତ୍ତିରେ କୋଟି କୋଟି ଟଙ୍କା ବିନିଯୋଗ କରାଯାଇଛି । ଲଲିତପୁର ଜେଲରେ ମଧ୍ୟ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦଙ୍କର ଅନେକ ବିଶ୍ୱସ୍ତ ସାଥୀ ଥିଲେ। ତାଙ୍କ ଭାଇ ଅସରଫ ଏହି ଜେଲ ପୁରା ନେଟୱାର୍କକୁ ସମ୍ଭାଳୁଥିଲା। ଏବଂ ଅନେକ ଲୋକଙ୍କ ମାଧ୍ୟମରେ ଅନେକ ପୁଞ୍ଜି ବିନିଯୋଗ କରିଥିଲା। ଜିତୁ, ଅଲି ରଜା, କେଟାନ୍ ଏବଂ ନାସିର ବୋରା କୋଟି କୋଟି ଟଙ୍କା ସମ୍ପତି ହଡପ ପାଇଁ ଏହି ଦୁଇ ଭାଇଙ୍କୁ ହତ୍ୟା ସୁପାରୀ ଦେଇ ହତ୍ୟା କରିଥିବା ସନ୍ଦେହ ହେଉଛି । କାହିଁକିନା ଏହି ୨ ଭାଇଙ୍କ ହତ୍ୟା ପରେ ଏହି ୪ ବ୍ୟବସାୟୀଙ୍କ ଖୋଜ୍ ଖବର ମିଳୁନି। 

 

Also Read : Sambalpuri Saree: ମା'ଙ୍କ ସମ୍ବଲପୁରୀ ଶାଢ଼ୀ ପିନ୍ଧି ବିଦେଶ ମାଟିରେ ମାରାଥନ ଦୌଡିଲେ ଓଡ଼ିଆ ଝିଅ

Also Read : UP Criminals List: ଦୁଇ ଗ୍ୟାଙ୍ଗଷ୍ଟାରଙ୍କ ହତ୍ୟା ପରେ ଜାରି ହେଲା ୟୁପିର କ୍ରିମିନାଲ ଲିଷ୍ଟ, ତାଲିକାରେ ରହିଛି ଏହି ବିଧାୟକ ଓ ସାଂସଦଙ୍କ ନାଁ

ତେବେ, ଏହାରି ଭିତରେ ଆଉ ଏକ ଖବର ଆସୁଛି ଯେ, ପ୍ରୟାଗରାଜ ଥିବା ବେମାନୀ ସମ୍ପତିକୁ ନେଇ ଜେସାନ୍ ଓ ଇମ୍ରାନଙ୍କ ସହ ଅତିଫର ପୂର୍ବଶ୍ରତୃତା  ଥିଲା। ତେବେ,ଏହି ଦୁଇ ଜଣ ଅତିଫଙ୍କ ସ୍ତ୍ରୀ ସାଇସ୍ତା ପରଭିନ୍ ଙ୍କର ସମ୍ପର୍କୀୟ ବୋଲି ଜଣାପଡିଛି। ଏନେଇ ଏସଟିଏଫର ଅଧିକାରୀ ସୂଚନା ଦେଇଛନ୍ତି।  ଉମେଶ ପାଲ ହତ୍ୟା ମାମଲାରେ ଅତିକ ଅହମ୍ମଦ(Atiq Ahmed) ଓ ତାର ଭାଇ ଅସରଫ(ashraf ahmed) ଙ୍କ ନାଁ ସାମ୍ନାକୁ ଆସିଥିଲା । ଏହି ଘଟଣାରେ ପୋଲିସକୁ ଏକ ସିସିଟିଭି ଫୁଟେଜ୍ ମଧ୍ୟ ମିଳିଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ,ଅତିଫ ଓ ତାର କିଛି ଗ୍ୟାଙ୍ଗର ଲୋକେ ଉମେଶ ଉପରେ ଗୁଳି ଚଳାଇଛନ୍ତି । ପରେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଦୁଇଭାଇ । 

ସୂଚନା ଅନୁସାରେ, କଡା ସୁରକ୍ଷା ଭିତରେ ଶନିବାର ଦିନ ରାତିରେ, ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ (Atiq Ahmed) ଓ ତାଙ୍କ ଭାଇ ଅସରଫ (Ashraf) ଅହମ୍ମଦଙ୍କୁ ପ୍ରୟାଗରାଜରେ ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ଗୁଳି କରାଯାଇଥିଲା ।  ତିନି ଜଣ ଯୁବକ ଅତିକ୍ ଓ ତାଙ୍କ ଭାଇ ଆଶରଫ ଉପରକୁ ଗୁଳି ଚଳାଇଥିଲେ ।  ଘଟଣାସ୍ଥାଳରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିଲା ।  ଅତିକକୁ ଗୁଳି ଚଳାଇଥିବା ବ୍ୟକ୍ତିମାନେ ଗଣମାଧ୍ୟମ କର୍ମୀ ଭାବରେ ସେଠାକୁ ଆସିଥିଲେ । ଆକ୍ରମଣକାରୀଙ୍କୁ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଆକ୍ରମଣକାରୀମାନେ ଗୁଳି ଚଳାଇବା ପରେ ଆତ୍ମସମର୍ପଣ କରିଥିଲେ । କହି,ରଖୁଛୁ ଯେ ଅତିକ ଓ ତାଙ୍କ ଭାଇ ଆଶରଫ୍ ପୋଲିସ୍ ହେପାଜତରେ ଥିଲେ ।

ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦଙ୍କ ହତ୍ୟା ପରେ ତାଙ୍କ ପରିବାରକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି । କେବଳ ଅତିକ ନୁହେଁ ତାଙ୍କ ପରିବାରର ସମସ୍ତଙ୍କ ବିରୋଧରେ ବହୁ ଅପରାଧିକ ମାମଲା ରହିଛି । କିନ୍ତୁ ଗତ ୬ ବର୍ଷରେ ଉତ୍ତରପ୍ରଦେଶ ପୋଲିସ ଅତିକ, ତାଙ୍କ ପରିବାର ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ଉତ୍ତରପ୍ରଦେଶର ସ୍ପେଶାଲ ଟାକ୍ସ ଫୋର୍ସ ଏପ୍ରିଲ ୧୩ ତାରିଖ ଦ୍ୱିପ୍ରହରରେ ଝାନସୀରେ ଅତିକଙ୍କ ପୁଅ ଅସଦ ଓ ଜଣେ ସୁଟର ମୁଲାଦକୁ ଏନକାଉଂଟର କରି ମାରିଦେଇଥିଲା । ତେବେ ଅତିକ ଏବଂ ତାଙ୍କ ପରିବାରର ଅପରାଧିକ କାରବାର ବହୁତ ଲମ୍ବା ।

ଅସଦ ଅହମ୍ମଦ,ଅତିକଙ୍କ ତୃତୀୟ ପୁଅ :
ଏପ୍ରିଲ ୧୩ରେ ଝାନ୍ସୀରେ ଅସଦକୁ ଗୁଳି କରିଥିଲା ଏସ୍ଟିଏଫ୍ । ଅସଦଙ୍କ ନାଁରେ କେବଳ ଗୋଟିଏ ମାମଲା ରହିଥିଲା । ଉମେଶ ପାଲ ଏବଂ ତାଙ୍କ ସହଯୋଗୀଙ୍କୁ ହତ୍ୟା ଅଭିଯୋଗ । ଅସଦ ପ୍ରୟାଗରାଜ ଏବଂ ଲକ୍ଷ୍ନୌରେ ପାଠ ପଢୁଥିଲେ । ବିଦେଶ ଯାଇ ଆଇନ ପାଠ ପଢିବାକୁ ଚାହୁଁଥିଲେ । ଏଥିପାଇଁ ପାସପୋର୍ଟ ପାଇଁ ଆବେଦନ କରିଥିଲେ ଅସଦ।ପୋଲିସ ଭେରିଫିକେସନରେ ନେଗେଟିଭ୍ ରିପୋର୍ଟ ଦିଆଯାଇଥିଲା । ଏପ୍ରିଲ ୧୫ରେ ଅସଦର ଶେଷକୃତ୍ୟ ପୟାଗରାଜରେ ହୋଇଥିଲା

ଅତିକଙ୍କ ଦୁଇ ଭାଇ,ଅସରଫ, ଖଲିକ ପାଜମୀ :
ଅସରଫ ଉମେଶ ପାଲ ହତ୍ୟା ମାମଲା ଅଭିଯୁକ୍ତ । ୨୦୦୫ରେ ରାଜୁ ପାଲ ହତ୍ୟା ମାମଲାରେ ମଧ୍ୟ ଅଭିଯୁକ୍ତ । ଲକ୍ଷ୍ନୌ ସିବିଆଇ ଅଦାଲତରେ ଦୁଇଟି ମାମଲା ରହିଥିଲା।
ଖଲିକ ପାଜମୀଙ୍କ ବିରୋଧରେ ୫୨ଟି ଅପରାଧିକ ମାମଲା ରହିଛି । ହତ୍ୟା, ଅପହରଣ, ହତ୍ୟା ପାଇଁ ଉଦ୍ୟମ ଭଳି ଅପରାଧିକ ମାମଲା ରହିଛି ।

ସାଇସ୍ତା,ଅତିକ ଅହମ୍ମଦଙ୍କ ସ୍ତ୍ରୀ
ଉମେଶ ପାଲ ହତ୍ୟା ମାମଲାର ଅଭିଯୁକ୍ତ ସାଇସ୍ତା ।ଉମେଶ ପାଲ ହତ୍ୟା ପରଠୁ ଫେରାର ସାଇସ୍ତା । ଅତିକ ଅହମ୍ମଦଙ୍କ ସ୍ତ୍ରୀ ସାଇସ୍ତାକୁ ଖୋଜୁଛି ପୋଲିସ ।
୨୦୦୯ରେ ପ୍ରୟାଗରାଜରେ ୩ଟି ଠକେଇ ମାମଲା ରହିଛି । 

ଉମର ଓ ଅଲୀ,ଅତିକଙ୍କ ପୁଅ
ଲକ୍ଷ୍ନୌ ବ୍ୟବସାୟୀ ମୋହିତ ଜୟସ୍ୱାଲଙ୍କ ଅପରହଣ ମାମଲାର ମୁଖ୍ୟ ଅଭିଯୁକ୍ତ । ଅଗଷ୍ଟ ୨୦୨୨ରେ ଲକ୍ଷ୍ନୌରେ ଆତ୍ମସମର୍ପଣ କରିଥିଲେ ଉମର। ଅପହରଣ ମାମଲାରେ ଏବେ ଜେଲରେ ଉମର ଅହମ୍ମଦ । ଅତିକ ଅହମ୍ମଦର ଦ୍ୱିତୀୟ ପୁଅ ହେଉଛି ଅଲୀ ଅହମ୍ମଦ। ଅଲୀ ଅହମ୍ମଦଙ୍କ ବିରୋଧରେ ପ୍ରୟାଗରାଜରେ ୪ଟି ମାମଲା ରହିଛି । ମରଣାନ୍ତକ ଆକ୍ରମଣ ଏବଂ ବଟି ଆଦାୟ ସହ ଅନ୍ୟାନ୍ୟ ମାମଲା ଅଛି ।  ଜୁଲାଇ ୨୦୨୧ରେ ପୟାଗରାଜରେ ଆତ୍ମସମର୍ପଣ କରିଥିଲେ ଅଲୀ।
ଏବେ ଅଲୀ ମଧ୍ୟ ଜେଲରେ ସଜା କାଟୁଛି ।