Lucky Zodiac Signs April 2024: ଭାଗ୍ୟ ଫିଟାଇବ ଚତୁଃଗ୍ରାହୀ ଯୋଗ, ଏପ୍ରିଲରେ ଧନବାନ୍ ହେବେ ୫ରାଶି!
Advertisement
Article Detail0/zeeodisha/odisha2183526

Lucky Zodiac Signs April 2024: ଭାଗ୍ୟ ଫିଟାଇବ ଚତୁଃଗ୍ରାହୀ ଯୋଗ, ଏପ୍ରିଲରେ ଧନବାନ୍ ହେବେ ୫ରାଶି!

Lucky Zodiac Signs April 2024: ଏପ୍ରିଲ୍ ମାସ କିଛି ରାଶିଙ୍କ ପାଇଁ ଖାସ୍ ହେବାକୁ ଯାଉଛି।  ଶୁକ୍ର ବର୍ତ୍ତମାନ ମେଷ ରାଶିରେ ଥିବା ବେଳେ ଆସନ୍ତାକାଲି ସକାଳ ୫ଟା ୪୦ ମିନିଟ୍ ସମୟରେ ସେହି ରାଶିକୁ ମଙ୍ଗଳ, ବୁଧ ଓ ରାହୁ ଚଳନ କରିବେ। ଗୋଟିଏ ରାଶିରେ ଏକାସାଙ୍ଗରେ ୪ ଗ୍ରହଙ୍କ ମିଳନ ଚତୁଃଗ୍ରାହୀ ଯୋଗ (Chaturgrahi Yoga) ସୃଷ୍ଟି କରୁଛି । ଏହି ଚତୁଃଗ୍ରାହୀ ଯୋଗ ୫ଟି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ମାସ ଆରମ୍ଭରୁ କେଉଁ ସବୁ ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସୁଛି। 

Lucky Zodiac Signs April 2024: ଭାଗ୍ୟ ଫିଟାଇବ ଚତୁଃଗ୍ରାହୀ ଯୋଗ, ଏପ୍ରିଲରେ ଧନବାନ୍ ହେବେ ୫ରାଶି!

Lucky Zodiac Signs April 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଆଜିଠାରୁ ଏପ୍ରିଲ ମାସ ଆରମ୍ଭ ହୋଇଛି। ଏପ୍ରିଲ୍ ମାସ କିଛି ରାଶିଙ୍କ ପାଇଁ ଖାସ୍ ହେବାକୁ ଯାଉଛି।  ଶୁକ୍ର ବର୍ତ୍ତମାନ ମେଷ ରାଶିରେ ଥିବା ବେଳେ ଆସନ୍ତାକାଲି ସକାଳ ୫ଟା ୪୦ ମିନିଟ୍ ସମୟରେ ସେହି ରାଶିକୁ ମଙ୍ଗଳ, ବୁଧ ଓ ରାହୁ ଚଳନ କରିବେ। ଗୋଟିଏ ରାଶିରେ ଏକାସାଙ୍ଗରେ ୪ ଗ୍ରହଙ୍କ ମିଳନ ଚତୁଃଗ୍ରାହୀ ଯୋଗ (Chaturgrahi Yoga) ସୃଷ୍ଟି କରୁଛି । ଏହି ଚତୁଃଗ୍ରାହୀ ଯୋଗ ୫ଟି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ମାସ ଆରମ୍ଭରୁ କେଉଁ ସବୁ ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସୁଛି। 

ଏହାବି ପଢନ୍ତୁ : Today Horoscope: ଏହି ସବୁ ରାଶିଙ୍କୁ ରହିଛି ଅକସ୍ମାତ୍ ଧନପ୍ରାପ୍ତିର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର?

ଲାଭବାନ୍ ହେବେ ଏହି ସବୁ ରାଶି:

ବୃଷ: ଚତୁଃଗ୍ରାହୀ ଯୋଗ ଏହି ରାଶିକୁ ମାଲେମାଲ୍ କରିଦେବ।  ବିଶେଷକରି, କ୍ୟାରିୟରରେ ସଫଳତା ପ୍ରାପ୍ତ କରିବେ।  ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି । ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବା ସହ ଅଟକି ରହିଥିବା ଟଙ୍କା ଆପଣଙ୍କୁ ପ୍ରାପ୍ତ ହେବ। ଆୟର ଉତ୍ସ ବୃଦ୍ଧି ପାଇବ। ଅବିବାହିତଙ୍କ ପାଇଁ ବିବାହ ଯୋଗ ଫିଟିଛି । ଭଲ ବିବାହ ପ୍ରସ୍ତାବ ମଧ୍ୟ ଆସିପାରେ। କୋର୍ଟ କଚେରୀରେ ଲାଗି ରହିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। 

ସିଂହ:ଏପ୍ରିଲ୍ ମାସ ଏହି ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବେ। ଦିର୍ଘ ଦିନ ଧରି ଚାଲିଥିବା ସମସ୍ୟାରୁ ଆପଣ ମୁକ୍ତି ପାଇବେ।କ୍ୟାରିୟରରେ ବି ସଫଳତା ପାଇବେ। ଚାକିରି ଖୋଜୁଥିବା ଲୋକଙ୍କୁ ନୂଆ ଚାକିରି ମିଳିବ। ଦୂରଯାତ୍ରା କରିପାରନ୍ତି। ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ବ୍ୟାପାରରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ।

ତୁଳା : ଚତୁଃଗ୍ରାହୀ ଯୋଗ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ । ଏହି ଅବଧି ମଧ୍ୟରେ ଆପଣ ନିଜ ମନ ପସନ୍ଦର ଚାକିରି ପାଇବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ସମର୍ଥନ ପାଇବେ। ପୁରୁଣା ବିବାଦରୁ ମୁକ୍ତି ମିଳିବ। ପ୍ରେମ ଜୀବନ ବେଶ୍ ଭଲ ରହିବା ସହ ନିଜ ସାଥୀଙ୍କ ସହ ରୋମାଣ୍ଟିକ୍ ସମୟ ବି ବିତାଇବେ। 

ବିଛା:  ମାସ ଆରମ୍ଭରୁ ଚତୁଃଗ୍ରାହୀ ଯୋଗ ବିଛା ରାଶିର ଲୋକଙ୍କ ଭାଗ୍ୟ ଫିଟାଇବ। କ୍ୟାରିୟରରେ ବଡ଼ ସଫଳତା ପାଇବେ। କାର୍ଯ୍ୟାଳୟରେ ପଦୋନ୍ନତି ମିଳିବା ସହ ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି। କାର୍ଯ୍ୟାଳୟରେ କୌଣସି କାର୍ଯ୍ୟ ଆପଣଙ୍କ ପାଇଁ ଚ୍ୟାଲେଜିଂ ହୋଇପାରେ। ଆୟ ବଢିବା ସହ ଖର୍ଚ୍ଚ ମଧ୍ୟ ବଢିବ। ତେଣୁ କୌଣସି ବାବଦରେ ଖର୍ଚ୍ଚ କରିବା ପୂର୍ବରୁ ଏକ ବଜେଟ୍ ପ୍ରସ୍ତୁତ କରନ୍ତୁ।

ଧନୁ ରାଶି: ଏପ୍ରିଲ  ମାସର ପ୍ରଥମ ସପ୍ତାହରେ ଏହି ରାଶିର ଲୋକଙ୍କ ଭାଗ୍ୟ ମଧ୍ୟ ବଦଳିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଋଣର ଭାରରୁ ମୁକ୍ତି ମିଳିବ । ଆର୍ଥିକ୍ ସ୍ଥିତି ମଜବୁତ୍ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁଖ ସମୃଦ୍ଧି ବୃଦ୍ଧି ପାଇବ। ମିତ୍ରମାନଙ୍କ ସହଯୋଗ ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ। ବ୍ୟବସାୟ ଓ ଚାକିରିରେ ଅଗ୍ରଗତି । ଧନ ଲାଭ ଯୋଗ । ପରିବାରରେ ଲାଗି ରହିଥିବା ବିବାଦ ଦୂର ହେବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)