Ashes 2023: କେଉଁ ସମୟରୁ ଆପଣ ମ୍ୟାଚ୍ ଦେଖିପାରିବେ, ଜାଣନ୍ତୁ କାର୍ଯ୍ୟସୂଚୀ
Advertisement
Article Detail0/zeeodisha/odisha1740184

Ashes 2023: କେଉଁ ସମୟରୁ ଆପଣ ମ୍ୟାଚ୍ ଦେଖିପାରିବେ, ଜାଣନ୍ତୁ କାର୍ଯ୍ୟସୂଚୀ

୧୬ ଜୁନ୍ ଅର୍ଥାତ୍ ଆଜିଠାରୁ ଆରମ୍ଭ (start) ହେବାକୁ ଯାଉଛି । କ୍ରିକେଟ୍ (cricket) ଇତିହାସରେ ଏସେଜ ସିରିଜର ବିଶେଷ ମହତ୍ତ୍ୱ ରହିଛି । ଏହି କାରଣରୁ ସମଗ୍ର ବିଶ୍ୱର ନଜର ଏହି ସିରିଜ୍ ଉପରେ ରହିଥାଏ । ପ୍ରଶଂସକମାନେ ମଧ୍ୟ ଭାରତରେ ଏସେଜ ସିରିଜ୍ ଦେଖିବାକୁ ପସନ୍ଦ କରନ୍ତି । ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ୫ ଟି ଟେଷ୍ଟ ମ୍ୟାଚ୍ ଏସେଜ ସିରିଜର

Ashes 2023: କେଉଁ ସମୟରୁ ଆପଣ ମ୍ୟାଚ୍ ଦେଖିପାରିବେ, ଜାଣନ୍ତୁ କାର୍ଯ୍ୟସୂଚୀ

Ashes 2023: ୧୬ ଜୁନ୍ ଅର୍ଥାତ୍ ଆଜିଠାରୁ ଆରମ୍ଭ (start) ହେବାକୁ ଯାଉଛି । କ୍ରିକେଟ୍ (cricket) ଇତିହାସରେ ଏସେଜ ସିରିଜର ବିଶେଷ ମହତ୍ତ୍ୱ ରହିଛି । ଏହି କାରଣରୁ ସମଗ୍ର ବିଶ୍ୱର ନଜର ଏହି ସିରିଜ୍ ଉପରେ ରହିଥାଏ । ପ୍ରଶଂସକମାନେ ମଧ୍ୟ ଭାରତରେ ଏସେଜ ସିରିଜ୍ ଦେଖିବାକୁ ପସନ୍ଦ କରନ୍ତି । ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ୫ ଟି ଟେଷ୍ଟ ମ୍ୟାଚ୍ ଏସେଜ ସିରିଜରେ ଖେଳାଯାଏ । ଶେଷ ଏସେଜ ସିରିଜ୍ ଅଷ୍ଟ୍ରେଲିଆ (Australia)ରେ ଖେଳାଯାଇଥିଲା ଯେଉଁଥିରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ୪-୦ ରେ ପରାସ୍ତ କରିଥିଲା ​​। ଚଳିତ ଥର ଏସେଜ ସିରିଜ୍ ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ଏଥର ଇଂଲଣ୍ଡ ଦଳ ପ୍ରତିଶୋଧ ନେବାକୁ ଚାହୁଁଛି । ନିକଟରେ ଅଷ୍ଟ୍ରେଲିଆ ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (World Test Championship)ର ଫାଇନାଲରେ ବିଜୟୀ ହୋଇଛି । ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲିଆ ପୂର୍ଣ୍ଣ ଉତ୍ସାହ ସହିତ ଏସେଜ ସିରିଜରେ ପ୍ରବେଶ କରିବ । ଅନ୍ୟପଟରେ ଇଂଲଣ୍ଡ ଏହି ସିରିଜ ଖେଳିବାର ଲାଭ ପାଇପାରିବ । ଏସେଜ ସିରିଜରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୋଟ ୩୪୦ ମ୍ୟାଚ୍ ଖେଳାଯାଇଛି । ଯେଉଁଥିରେ ଅଷ୍ଟ୍ରେଲିଆ ୧୪୦ ଟି ମ୍ୟାଚ ଜିତିଥିବା ବେଳେ ଇଂଲଣ୍ଡ ୧୦୮ ଟି ମ୍ୟାଚ ଜିତିଛି । 

ଆସନ୍ତୁ ଜାଣିବା କାର୍ଯ୍ୟସୂଚୀ ଓ ଭାରତୀୟ ସମୟରେ ସୂଚନା
ପ୍ରଥମ ଟେଷ୍ଟ୍ ମ୍ୟାଚ, ଜୁନ୍ ୧୬ରେ ବର୍ମିଂହାମରେ ଅନୁଷ୍ଠିତ ହେବ । ଏହା ଭାରତୀୟ ସମୟ ଅପରାହ୍ଣ ୩ଟା୩୦ରେ ଆରମ୍ଭ ହେବ । ସେହିପରି ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ ଜୁନ ୨୮ରେ ଲଣ୍ଡନର ଲର୍ଡସରେ ଅନୁଷ୍ଠିତ ହେବ । ଭାରତୀୟ ସମୟ ୩ଟା୩୦ରେ ଏହି ମ୍ୟାଚ ଖେଳାଯିବ । ତୃତୀୟ ଟେଷ୍ଟ୍ ମ୍ୟାଚ୍ ଜୁଲାଇ ୬ରେ ଖେଳାଯିବ । ଏହି ମ୍ୟାଚ ଭାରତୀୟ ସମୟ ୩ଟା୩୦ରେ ଲିଡସରେ ଖେଳାଯିବ । ସେହିପରି ଚତୁର୍ଥ ଟେଷ୍ଟ୍ ମ୍ୟାଚ୍ ଜୁଲାଇ ୧୯ ତାରିଖ ମଞ୍ଚେଷ୍ଟରରେ ୩ଟା୩୦ ସମୟରେ ଖେଳାଯିବ । ପଞ୍ଚମ ଟେଷ୍ଟ୍ ମ୍ୟାଚ ମଧ୍ୟ ଜୁଲାଇ ୨୭ ତାରିଖ ୩ଟା ୩୦ ସମୟରେ ଖେଳାଯିବ । ଏହି ଶେଷ ମ୍ୟାଚ ଲଣ୍ଡନର ଓଭାଲଠାରେ ଖେଳାଯିବେ ।

Also read- ଇମ୍ଫାଲରେ କେନ୍ଦ୍ରମନ୍ତ୍ରୀ ରାଜକୁମାର ରଂଜନ ସିଂଙ୍କ ଘରେ ନିଆଁ ଲଗାଇ ଦେଲେ ମାଓବାଦୀ

ଏବେ ଆସନ୍ତୁ ଜାଣିବା କେଉଁ ଚ୍ୟାନେଲରେ ହେବ ସିଧା ପ୍ରସାରଣ 
ଭାରତରେ ଏସେଜ ସିରିଜର ଲାଇଭ୍ ଟେଲିକାଷ୍ଟ (Live telicast) ଆପଣ ସୋନି ସ୍ପୋର୍ଟସ୍ ନେଟୱାର୍କ (Sony sports network)ରେ ଦେଖିବାକୁ ପାଇବେ । ଏଥି ସହ ସୋସି ଏଲଆଇଏନ (LIN) ଆପରେ ଲାଇଭ୍ ଷ୍ଟ୍ରିମିଂର ମଜା ନେଇପାରିବେ ।

ଉଭୟ ଦଳରେ ରହିଛନ୍ତି ଆପଣଙ୍କର ଅନେକ ପ୍ରିୟ ଖେଳାଳି (Player) । ଇଂଲଣ୍ଡ ୧୧ ଟିମ୍ ମଧ୍ୟରେ ଅଛନ୍ତି ବେନ୍ ଡକେଟ୍ (Ben Duckett), ଜ୍ୟାକ୍ କ୍ରାଉଲି (zak crawley), ଓଲି ପୋପ୍, ଜୋ ରୁଟ୍, ହ୍ୟାରି ବ୍ରୁକ୍ସ (Harry Brook), ମୋଏନ୍ ଅଲି (Moeen Ali), ବେନ୍ ଷ୍ଟୋକ୍ସ (Ben Stokes) , ଜନି ବେୟାରଷ୍ଟୋ (Jonny Bairstow), ଜେମ୍ସ ଆଣ୍ଡରସନ (James Anderson), ଷ୍ଟୁଆର୍ଟ ବ୍ରଡ (Stuart Broad), ଓଲି ରବିନ୍ସନ୍ । ସେହିପରି ଅଷ୍ଟ୍ରେଲିଆ ଟିମରେ ରହିଛନ୍ତି ମାର୍କସ୍ ହାରିସ୍ (Marcus Harris), ଉସମାନ ଖାୱାଜା (Usman Khawaja), ଷ୍ଟିଭ ସ୍ମିଥ (Steve Smith), କ୍ୟାମେରନ ଗ୍ରୀନ (Cameron Green), ମିଚେଲ ମାର୍ଶ, ଆଲେକ୍ସ କେରେ (Alex Carey), ଜୋସ ଇଂଲିସ (Josh Inglis), ପ୍ୟାଟ କମିନ୍ସ (Pat Cummins), ସ୍କଟ ବୋଲାଣ୍ଡ (Scott Boland), ଜୋଶ ହାଜଲେଉଡ
(Josh Hazlewood), ନାଥାନ ଲିୟନ (Nathan Lyon), ଟଡ ମର୍ଫି (Todd Murphy), ମିଚେଲ ଷ୍ଟାର୍କ (Mitchell Starc),

Also read- ଖସିଲା ସୁନା ଦର ? ୩୫ ହଜାରରୁ କମ ଦରରେ କିଣନ୍ତୁ ୧୦ ଗ୍ରାମ ସୁନା !