Asaram Bapu Total Assets Worth: ଆଶାରାମ ବାପୁ ପାଖରେ ଅଛି ୧୦ ହଜାର କୋଟି ମୂଲ୍ୟର ସମ୍ପତ୍ତି, ଜାଣନ୍ତୁ ବର୍ତ୍ତମାନ କିଏ ଏହାର ପ୍ରକୃତ ମାଲିକ
Advertisement

Asaram Bapu Total Assets Worth: ଆଶାରାମ ବାପୁ ପାଖରେ ଅଛି ୧୦ ହଜାର କୋଟି ମୂଲ୍ୟର ସମ୍ପତ୍ତି, ଜାଣନ୍ତୁ ବର୍ତ୍ତମାନ କିଏ ଏହାର ପ୍ରକୃତ ମାଲିକ

Asaram Bapu Total Assets Worth: ଗୁଜୁରାଟର ଗାନ୍ଧୀନଗର କୋର୍ଟ ଆଶାରାମ ବାପୁକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଆଶାରାମ ବାବା ବିରୋଧରେ ଦୁଇ ଭଉଣୀଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଥିଲା । ଆଶାରାମ ବାପୁର ପୁଅ ନାରାୟଣ ସାଇଁ ମଧ୍ୟ ଜେଲରେ ବନ୍ଦ ଅଛି । 

Asaram Bapu Total Assets Worth: ଆଶାରାମ ବାପୁ ପାଖରେ ଅଛି ୧୦ ହଜାର କୋଟି ମୂଲ୍ୟର ସମ୍ପତ୍ତି, ଜାଣନ୍ତୁ ବର୍ତ୍ତମାନ କିଏ ଏହାର ପ୍ରକୃତ ମାଲିକ

Asaram Bapu Total Assets Worth: ଆଶାରାମ ବାପୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି । ଗୁଜୁରାଟର ଗାନ୍ଧୀନଗର କୋର୍ଟ ଆଶାରାମ ବାପୁ (Asaram Bapu) କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଆଶାରାମ ବାବା ବିରୋଧରେ ଦୁଇ ଭଉଣୀଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଥିଲା । ଆଶାରାମ ବାପୁର ପୁଅ (Asaram Bapu Son) ନାରାୟଣ ସାଇଁ (Narayan Sai) ମଧ୍ୟ ଜେଲରେ ବନ୍ଦ ଅଛି । ଦାବି କରାଯାଉଛି ଯେ, ଆଶାରାମ ପାଖରେ ବର୍ତ୍ତମାନ ୧୦ ହଜାର କୋଟିରୁ ଅଧିକ ସମ୍ପତ୍ତି (Asaram Bapu Total Assets Worth) ରହିଛି । ଏଭଳି ପରିସ୍ଥିତିରେ ମନରେ ପ୍ରଶ୍ନ ଉଠିପାରେ ଯେ ବାପା-ପୁଅ ଜେଲରେ ଥିବା ସମୟରେ ସେମାନଙ୍କ କୋଟି କୋଟି ସାମ୍ରାଜ୍ୟର ମାଲିକ କିଏ ହେବେ? ତେବେ ଆସନ୍ତୁ ଜାଣିବା ଏହି ସମ୍ପତ୍ତିର ପ୍ରକୃତ ମାଲିକ କିଏ...

ଏକ ରିପୋର୍ଟ ଅନୁଯାୟୀ, ଆଶାରାମ ବାପୁର ୪୦୦ରୁ ଅଧିକ ଆଶ୍ରମ ରହିଛି । ଏଠାରେ ୧୫୦୦ରୁ ଅଧିକ ସେବା କମିଟି ଅଛି । ଏହାସହ ୧୭,୦୦୦ରୁ ଅଧିକ ବାଳ ସଂସ୍କାର କେନ୍ଦ୍ର ରହିଛି । ଏହା ବ୍ୟତୀତ ୪୦ରୁ ଅଧିକ ଗୁରୁକୁଲ ରହିଛି । ସମସ୍ତ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୦,୦୦୦ କୋଟି ଟଙ୍କା ବୋଲି କୁହାଯାଉଛି । ଆଶାରାମ ବାପୁ ଓ ତାଙ୍କ ପୁଅ ନାରାୟଣ ସାଇଁ ଜେଲରେ ରହିବା ପରେ ଏହି ସମ୍ପତ୍ତିର ଦେଖାଶୁଣା ଆଶାରାମର ଝିଅ (Asaram Daughter) ଭାରତୀଶ୍ରୀ (Bharatishree) କରୁଛନ୍ତି ।

ସନ୍ଥ ଶ୍ରୀ ଆଶାରାମଜୀ ଟ୍ରଷ୍ଟ ଏକ ଚ୍ୟାରେଟିବଲ ସଂସ୍ଥା ଓ ଏହାର ମୁଖ୍ୟାଳୟ ଅହମ୍ମଦାବାଦରେ ଅଛି । ଆଶାରାମର ଝିଅ ଭାରତୀଶ୍ରୀ ବର୍ତ୍ତମାନ ଏହି ଟ୍ରଷ୍ଟର ମୁଖ୍ୟାଳୟରୁ ଦୈନନ୍ଦିନ କାର୍ଯ୍ୟକଳାପ ପରିଚାଳନା କରୁଛନ୍ତି । କେବଳ ଏତିକି ନୁହେଁ, ଭାରତଶ୍ରୀ ପ୍ରତି ଦିନ ସାରା ଦେଶରେ ରହିଥିବା ଆଶ୍ରମର ଦେଖାଶୁଣା ଓ ଅର୍ଥ ତନ୍ତ୍ରକୁ ନିଜ ଅଧୀନରେ ରଖିଥାଏ । ତେବେ ସେ କୌଣସି ପ୍ରବଚନ ଦିଅନ୍ତି ନାହିଁ ।

ଆଶାରାମ ଅହମ୍ମଦାବାଦରେ ତାଙ୍କର ପ୍ରଥମ ଆଶ୍ରମ ପ୍ରତିଷ୍ଠା କରିଥିଲା । ଭାରତଶ୍ରୀ ୧୯୭୫ରେ ଜନ୍ମଗ୍ରହଣ କରିଥିଲେ । ୨୦୧୩ ମସିହାରେ ଯେତେବେଳେ ଆସାରାମକୁ ଗିରଫ କରାଯାଇଥିଲା, ସେତେବେଳେ ଭାରତଶ୍ରୀ ଓ ଆସାରାମର ପତ୍ନୀ ଲକ୍ଷ୍ମୀ ଦେବୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା । କିନ୍ତୁ ପରେ ଉଭୟଙ୍କୁ ମୁକ୍ତ କରାଯାଇଥିଲା । ଜେଲରୁ ମୁକୁଳିବା ପରେ ଭାରତୀ ଏହି ସମ୍ପତ୍ତିର ଦେଖାଶୁଣା କରିବା ଆରମ୍ଭ କରିଥିଲେ ।

ଅଧିକ ପଢ଼ନ୍ତୁ:-ରୋହିତ-ବିରାଟଙ୍କ ଶେଷ ହେଲା ଏହି ବଡ଼ ଟେନସନ, ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଖେଳିବେନି ଏହି ଘାତକ ଖେଳାଳି

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର, ଅଷ୍ଟ୍ରେଲିଆ ସିରିଜର ପ୍ରଥମ ମ୍ୟାଚରୁ ବାହାର ହେଲେ ଏହି ବଡ଼ ମ୍ୟାଚ୍ ୱିନର

ଅଧିକ ପଢ଼ନ୍ତୁ:-ବଜେଟରେ ବଡ଼ ଘୋଷଣା, ଶସ୍ତା ହେବ ମୋବାଇଲ୍ ଓ ଟିଭି

 

ଏଠାରେ କହି ରଖୁଛୁ ଯେ, ଆଶାରାମ ବାପୁଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ଅସୁମାଲ ଥାଉମଲ ସିରୁମଲାନି । ଆଶାରାମ ୧୭ ଏପ୍ରିଲ ୧୯୪୧ରେ ବ୍ରିଟିଶ ଭାରତର ନବାବଶାହା ଜିଲ୍ଲାର ବେରାନି ଗ୍ରାମରେ ଜନ୍ମଗ୍ରହଣ କରିଥିଲା । ଯାହା ବର୍ତ୍ତମାନ ପାକିସ୍ତାନର ଏକ ଅଂଶ ଅଟେ । ଆଶାରାମର ମାଆଙ୍କ ନାମ ମହଙ୍ଗୀବା ଓ ବାପାଙ୍କ ନାମ ଥାଉମଲ ସିରୁମଲାନି ଥିଲା । ୧୯୪୭ ମସିହାରେ ଭାରତ-ପାକିସ୍ଥାନ ବିଭାଜନ ସମୟରେ ଆଶାରାମଙ୍କ ପରିବାର ଗୁଜୁରାଟର ଅହମ୍ମଦାବାଦରେ ଅବସ୍ଥାନ କରିଥିଲେ ।