Army Truck Accident: ଲଦାଖ ଠାରେ ଖାଲରେ ଖସିପଡ଼ିଲା ସେନା ଟ୍ରକ୍; ୯ ଯବାନ ଶହୀଦ
Advertisement
Article Detail0/zeeodisha/odisha1832288

Army Truck Accident: ଲଦାଖ ଠାରେ ଖାଲରେ ଖସିପଡ଼ିଲା ସେନା ଟ୍ରକ୍; ୯ ଯବାନ ଶହୀଦ

Army Truck Accident News: ଶନିବାର ସନ୍ଧ୍ୟାରେ ଲଦାଖ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଭାରତୀୟ ସେନାର ଏକ ଟ୍ରକ। ଏହି ଘଟଣାରେ ୯ ଜଣ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବାର ଖବର ମିଳିଛି।

Army Truck Accident: ଲଦାଖ ଠାରେ ଖାଲରେ ଖସିପଡ଼ିଲା ସେନା ଟ୍ରକ୍; ୯ ଯବାନ ଶହୀଦ

Army Truck Accident Ladakh: ଅଗଷ୍ଟ ୧୯ ତାରିଖ ଶନିବାର ଲଦାଖ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଭାରତୀୟ ସେନାର ଏକ ଟ୍ରକ। ଖାଲରେ ଏକ ସେନା ଟ୍ରକ ଖସିପଡ଼ିବାରୁ ୯ ଜଣ ଯବାନ ଶହୀଦ ହୋଇଛନ୍ତି। ଶନିବାର ସନ୍ଧ୍ୟାରେ ଲଦାଖ ରାଜଧାନୀ ଲେହସ୍ଥିତ କେରି ଗ୍ରାମ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଭାରତୀୟ ସେନା ଟ୍ରକ। ଏହି ଘଟଣାରେ ୯ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଆହତ ହୋଇଥିବା କୁହାଯାଉଛି।

ଏନେଇ ପ୍ରତିକ୍ରିୟା ରଖି ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ କେରି (Kerry Village Ladakh) ଠାରୁ ୭ କିଲୋମିଟର ଦୂରରେ ହୋଇଥିବା ଏକ ଦୁର୍ଘଟଣାରେ ଭାରତୀୟ ସେନାର ୯ ଜଣ ସୈନିକ (Indian Army Soldier) ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ଅନ୍ୟ କେତେକ ଆହତ ହୋଇଥିବାର ଖବର ମିଳିଛି। ଭାରତୀୟ ସୈନିକ କାରୁ ଗ୍ୟାରିସନ୍ (Karu Garrison Ladakh) ଠାରୁ ଲେହ (Leh District Ladakh) ନିକଟସ୍ଥ କେରି ଅଭିମୁଖେ ଯାତ୍ରା କରୁଥିଲେ। ଏହି ଦୁର୍ଘଟଣାରେ ଅନେକ ସୈନିକ ମଧ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର ଅଭିଯାନ ଜାରି ରହିଛି।

ଆହତ ସୈନିକଙ୍କୁ ଡାକ୍ତରଖାନାରେ କରଗଲା ଭର୍ତ୍ତି 
ଆହତ ସୈନିକଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଯେଉଁଠାରେ ବର୍ତ୍ତମାନ ସେମାନେ ଚିକିତ୍ସିତ ହେଉଛନ୍ତି। ଲଦାଖ ଠାରେ ସେନା ଟ୍ରକ ଦୁର୍ଘଟଣାଗ୍ରସ୍ତ (Army Truck Accident at Ladakh) ହେବା ପଛରେ ରହିଥିବା କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଘଟଣା ସହ ଜଡିତ ଅନ୍ୟ କୌଣସି ଖବର ଏ ପର୍ଯ୍ୟନ୍ତ ମିଳିନାହିଁ।

ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
ଲଦାଖ ଠାରେ ଭାରତୀୟ ସେନା ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ (Defense Minister Rajnath Singh)। ଏନେଇ ଟ୍ୱିଟ୍ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, "ଲେହ ନିକଟରେ ହୋଇଥିବା ଦୁର୍ଘଟଣାରେ ଭାରତୀୟ ସୈନିକଙ୍କ ମୃତ୍ୟୁରେ ଦୁଃଖିତ। ଆମେ ସେମାନଙ୍କ ଦେଶ ପାଇଁ ସେମାନଙ୍କ ବଳିଦାନକୁ କେବେ ହେଲେ ଭୁଲି ପାରିବୁ ନାହିଁ। ମୋର ସମବେଦନା ଶୋକସନ୍ତପ୍ତ ପରିବାର ସହ ରହିଛି। ଆହତ ସୈନିକଙ୍କୁ ଫିଲ୍ଡ ହସ୍ପିଟାଲ ଠାରେ ଭର୍ତ୍ତି କରାଯାଇଛି। ମୁଁ ସେମାନଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। "