ଧଳାହାତୀଙ୍କୁ ବଞ୍ଚାଇବା ପାଇଁ ବନ୍ଦ ହୋଇଯିବ ଅର୍ଚନା ନାଗ ମାମଲା !
Advertisement

ଧଳାହାତୀଙ୍କୁ ବଞ୍ଚାଇବା ପାଇଁ ବନ୍ଦ ହୋଇଯିବ ଅର୍ଚନା ନାଗ ମାମଲା !

ହାଇ ପ୍ରୋଫାଇଲ ସେକ୍ସ ରାକେଟ ବ୍ଲାକମେଲ ଘଟଣାରେ ତଦନ୍ତ ଆଗେଇବାକୁ ଚାହୁଁନାହିଁ ପୋଲିସ। କାରଣ ଯେଉଁମାନଙ୍କର ଭିଡିଓ ଓ ଫଟୋ ପୋଲିସ ହାତରେ ଲାଗିଛି ସେମାନେ ସମାଜର ଅତି ପ୍ରତିଷ୍ଠିତ ବ୍ୟକ୍ତି।

ଧଳାହାତୀଙ୍କୁ ବଞ୍ଚାଇବା ପାଇଁ ବନ୍ଦ ହୋଇଯିବ ଅର୍ଚନା ନାଗ ମାମଲା !

ଭୁବନେଶ୍ୱର (ରାଜେଶ ସାମନ୍ତରାୟ): ବନ୍ଦ ହୋଇଯିବ ମାୟାବିନୀ ବ୍ଲାକମେଲର ଅର୍ଚ୍ଚନା ନାଗ ତଦନ୍ତ ମାମଲା। କାରଣ ପୋଲିସ ଚାହୁଁନାହିଁ ନାଗ ଫାଶରେ ଫଶି ଥିବା ଧଳା ହାତୀମାନେ ସାମ୍ନାକୁ ଆସନ୍ତୁ। କାରଣ ଏହି ବଦନାମୀ ସହିବାକୁ ଓଡ଼ିଶା ପ୍ରସ୍ତୁତ ନାହିଁ।  ତେଣୁ ପୋଲିସ ଏହି ମାମଲାରେ ସମ୍ପୂର୍ଣ୍ଣ ନୀରବତା ରଖୁଛି।  ଗଣମାଧ୍ୟମକୁ କୌଣସି ସୂଚନା ପ୍ରଦାନ କରୁନାହିଁ। ସେପଟେ ବିଜେପି ନେତା ପ୍ରଦୀପ ପୁରୋହିତ ଏହି ପ୍ରସଙ୍ଗରେ ବିଷ୍ପୋରକ ବୟାନ ଦେଇଛନ୍ତି। ନିଜ ଦଳର ଅସନ୍ତୁଷ୍ଟ ନେତାଙ୍କୁ ବ୍ଲାକମେଲ କରୁଛି ନିଜେ ବିଜେଡ଼ି। ପୋଲିସ ଜରିଆରେ ଅର୍ଚ୍ଚନା ବ୍ଲାକମେଲ ଭିଡିଓ ହାସଲ କରି ସେଥିରେ ଥିବା ବିଦ୍ରୋହୀ ଅସନ୍ତୁଷ୍ଟ ନେତାଙ୍କୁ ଡରାଇ ଧମକାଇ ଆନୁଗତ୍ୟ ଦେଖାଇ ବାକୁ ବାଧ୍ୟ କରୁଛି ତୃତୀୟ ମହଲା। ଯେଉଁ ନେତାମାନେ ମୁଖିଆଙ୍କ ନିଷ୍ପତ୍ତି ବିରୋଧରେ ଯିବେ ସେମାନଙ୍କୁ ଏହି ଭିଡିଓ ଦାଗ ଲଗାଇ ଦଳରୁ ବାହାର କରିବା ପାଇଁ ଯୋଜନା ହୋଇଛି ବୋଲି ସେ କହିଛନ୍ତି।

ହାଇ ପ୍ରୋଫାଇଲ ସେକ୍ସ ରାକେଟ ବ୍ଲାକମେଲ ଘଟଣାରେ ତଦନ୍ତ ଆଗେଇବାକୁ ଚାହୁଁନାହିଁ ପୋଲିସ। କାରଣ ଯେଉଁମାନଙ୍କର ଭିଡିଓ ଓ ଫଟୋ ପୋଲିସ ହାତରେ ଲାଗିଛି ସେମାନେ ସମାଜର ଅତି ପ୍ରତିଷ୍ଠିତ ବ୍ୟକ୍ତି। ସେମାନଙ୍କ ମଧ୍ୟରୁ ପ୍ରୟତଃ ରାଜନେତା। ରାଜ୍ୟର ପ୍ରମୂଖ 3 ଦଳର ନେତା ଏହି ନାଗ ଫାଶରେ ଫାଶି ଥିବା ଜାଣିବାକୁ ପୋଲିସ ପାଇଛି। ହେଲେ ଏହାକୁ ତଦନ୍ତ ଅପେକ୍ଷା ଅସ୍ତ୍ର ଭଲି ଏବେ ବ୍ୟବହାର କରାଯାଉଛି ବୋଲି ଅଭିଯୋଗ ଆସିଲାଣି। 
ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବିଷ୍ପୋରକ ବୟାନ  ନିଜ ଦଳର ଅସନ୍ତୁଷ୍ଟ ନେତାଙ୍କୁ ବ୍ଲାକମେଲ କରୁଛି ନିଜେ ବିଜେଡ଼ି। ପୋଲିସ ଜରିଆରେ ଅର୍ଚ୍ଚନା ବ୍ଲାକମେଲ ଭିଡିଓ ହାସଲ କରି ସେଥିରେ ଥିବା ବିଦ୍ରୋହୀ ଅସନ୍ତୁଷ୍ଟ ନେତାଙ୍କୁ ଡରାଇ ଧମକାଇ ଆନୁଗତ୍ୟ ଦେଖାଇ ବାକୁ ବାଧ୍ୟ କରୁଛି ତୃତୀୟ ମହଲା। ପୋଲିସ ମାଧ୍ୟମରେ ବ୍ଲାକମେଲର ଶିକାର ହୋଇଥିବା ବିଜେଡି ନେତାଙ୍କ ତାଲିକା ତୃତୀୟ ମହଲାରେ ପହଁଞ୍ଚିଛି। ଯେଉଁ ନେତାମାନେ ମୁଖିଆଙ୍କ ନିଷ୍ପତ୍ତି ବିରୋଧରେ ଯିବେ ସେମାନଙ୍କୁ ଏହି ଭିଡିଓ ଦାଗ ଲଗାଇ ଦଳରୁ ବାହାର କରିବା ପାଇଁ ଯୋଜନା ହୋଇଛି ।

ବିଜେଡି ପାଇଁ ଅର୍ଚ୍ଚନାର ଫାସ ସବୁଠୁ ବଡ ସୁଯୋଗ ତିଆରି କରିଛି ବୋଲି କହିଛନ୍ତି ପ୍ରଦୀପ । ଯେଉଁ ସବୁ ବିଧାୟକ ମାନେ ଅର୍ଚ୍ଚନା ସହ ସଂପୃକ୍ତ ଥିଲା । ତାର ସମସ୍ତ ପ୍ରମାଣ, ନଥିପତ୍ର, ରେକର୍ଡ ପୋଲିସ ଜବତ କରିସାରିଲାଣି । ଆଉ ପୋଲିସ ପାଖରେ ଯାହା ତଥ୍ୟ ଅଛି ସେ ସମସ୍ତ ଡକୁମେଣ୍ଟ ଏବେ ତୃତୀୟ ମହଲାକୁ ଚାଲିଯାଇଛି । ଏବଂ ତୃତୀୟ ମହଲା ବିଜେଡିର ବିଧାୟକମାନଙ୍କୁ ବ୍ଲାକମେଲ କରିବା, ଆନୁଗତ୍ୟ ସ୍ଵୀକାର କରିବା ପାଇଁ ବାଧ୍ୟ କରିପାରିବ । 

ବିଜେଡିର ଯେଉଁ ବିଧାୟକ ଓ ନେତା ମାନେ ଅସନ୍ତୋଷ ଜାହିର କରୁଥିଲେ, ସେମାନଙ୍କୁ ଅର୍ଚ୍ଚନା ଫାସରେ ପଡିଥିବା କାରଣରୁ ବ୍ଲାକମେଲ କରି ବିଜେଡିର ଆନୁଗତ୍ୟ ସ୍ଵୀକାର କରିବା ପାଇଁ ଲାଗି ପଡିଛି ତୃତୀୟ ମହଲା । ଭବିଷ୍ୟତରେ ଯଦି କିଏ ବିଜେଡି କିମ୍ବା ସରକାର ବିରୋଧରେ କଥା କହିବେ ବା ଅସନ୍ତୋଷ ଜାହିର କରିବେ । ତାହେଲେ ଅର୍ଚ୍ଚନାର ଫାସରେ ସେମାନଙ୍କୁ ଫସାଇ ଜେଲ ପଠାଇବ ବୋଲି ପ୍ଲାନ କରିସାରିଲାଣି ତୃତୀୟ ମହଲା । ଏଭଳି ଭୟ ଓ ଆତଙ୍କ ତିଆରି ହେଲାଣି । ଏତେ ବଡ ଘଟଣାର ଫାଇଦା ବିଜେଡି ଉଠାଇଲା । ଏହାର ତଦନ୍ତ ହୋଇ ସତ ସାମ୍ନାକୁ ଆସୁ ବୋଲି ଲୋକ ଚାହୁଁଥିଲେ । ତଦନ୍ତ ହେଲା କିନ୍ତୁ ସବୁ ପ୍ରମାଣ ତୃତୀୟ ମହଲାରେ ବନ୍ଧା ପଡିଲା ।

ସେପଟେ ଏହି ମାମଲାର ଇଡି ତଦନ୍ତ ପାଇଁ ଓଡ଼ିଶା ହାଇକୋର୍ଟରେ ଜନ ସ୍ବାର୍ଥ ମାମଲା ରୁଜୁ କରିଛି ଭାରତୀୟ ବିକାଶ ପରିଷଦ । ଅର୍ଚ୍ଚନାଙ୍କ ସମସ୍ତ ସମ୍ପତିର ପୃଙ୍ଖାନୁପୃଙ୍ଖ ଯାଞ୍ଚ ସହ ସମ୍ପତିକୁ ବାଜ୍ୟାପ୍ତି କରି ସରକାରଙ୍କୁ ହସ୍ତାନ୍ତର କରିବା ଏବଂ ଏଥିରେ ଅର୍ଚ୍ଚନାଙ୍କ ସହ ସମ୍ପର୍କରେ ଥିବା ଶାସକ ଦଳର ୮୦ ନେତା ମନ୍ତ୍ରୀ କୁ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ଦାବି କରାଯାଇଛି । ଏହା ସହ ଏହି ମାମଲାରେ ଇଡି , ମୁଖ୍ୟ ଶାସନ ସଚିବ, ଖଣ୍ଡଗିରି ଥାନା ଅଧିକାରୀ, ନୟାପଲ୍ଲୀ ଥାନା ଅଧିକାରୀ , କେନ୍ଦ୍ର ଗୃହ ଓ ରାଜ୍ୟ ଗୃହ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ପୋଲିସ ଚାହୁଛି ଏହି ମାମଲାର ନ୍ୟୁଜ୍ ରିପୋର୍ଟିଂ ଗଣମାଧ୍ୟମ ବନ୍ଦ କରୁ।  ବିରୋଧୀ ଚାହୁଁଛନ୍ତି ଏହି ପ୍ରସଙ୍ଗ ଉପରେ ଆଲୋଚନା ହେଉ।  ସାଧାରଣ ଲୋକ ଚାହୁଁଛନ୍ତି ସମାଜର ଭଦ୍ର ଲୋକଙ୍କ ମୁହଁ ସାମ୍ନାକୁ ଆସୁ,  ହେଲେ ଶାସକ ଦଳ କଣ ଚାହୁଁଛି ତାହା ଏବେ ରହସ୍ୟମୟ।