April fool’s day 2023: କାହିଁକି ପାଳନ କରାଯାଏ 'ଏପ୍ରିଲ୍ ଫୁଲ ଡ଼େ’, ଜାଣନ୍ତୁ କ’ଣ ରହିଛି ଏହା ପଛର ଇତିହାସ
Advertisement
Article Detail0/zeeodisha/odisha1635087

April fool’s day 2023: କାହିଁକି ପାଳନ କରାଯାଏ 'ଏପ୍ରିଲ୍ ଫୁଲ ଡ଼େ’, ଜାଣନ୍ତୁ କ’ଣ ରହିଛି ଏହା ପଛର ଇତିହାସ

April fool’s day 2023: ଏପ୍ରିଲ୍ ୧ ତାରିଖକୁ  'ଏପ୍ରିଲ୍ ଫୁଲ ଡ଼େ’ ପାଳନ କରାଯାଏ । ତେବେ କ'ଣ ଆପଣ ଏହା ପଛର କାରଣ ବିଷୟରେ ଜାଣିଛନ୍ତି କି? ଏହା କେବେ ଆଉ କେଉଁଠାରୁ ଆରମ୍ଭ ହୋଇଥିଲା? ତେବେ ଆସନ୍ତୁ ଏନେଇ ଆଜି ଆଲୋଚନା କରିବା । 

ସୌ(ସୋସିଆଲ ମିଡିଆ)

April fool’s day 2023: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏପ୍ରିଲ୍ ୧ ତାରିଖକୁ ସମଗ୍ର ବିଶ୍ୱରେ 'ଏପ୍ରିଲ୍ ଫୁଲ ଡ଼େ’(April fool’s day) ଭାବେ ପାଳନ କରାଯାଉଛି । ସାଙ୍ଗ ସାଥି ତଥା ପରିବାର ସଦସ୍ୟଙ୍କ ସହ ଥଟ୍ଟା ମଜା କରିବା ସେମାନଙ୍କୁ ବିଭିନ୍ନ ଉପାୟରେ ବୋକା ବନାଇ ଏହି ଦିବସକୁ ପାଳନ କରିଥାଆନ୍ତି ଲୋକେ । ଏହିଭଳି ଭାବେ ଏହି ଦିବସକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ । ସମସ୍ତେ ଏହି ଦିନ ନିଜ ଲୋକଙ୍କ ସହିତ ବିଭିନ୍ନ ଉପାୟରେ ପାଳନ କରଥାଆନ୍ତି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହା କିପରି ଆରମ୍ଭ ହେଲା କିମ୍ବା ଏହା କାହିଁକି ପାଳନ କରାଯାଏ? ପୂର୍ବରୁ ଏହି ଦିନକୁ କେବଳ ଫ୍ରାନ୍ସ ଓ କେତେକ ୟୁରୋପୀୟ ଦେଶରେ ପାଳନ କରାଯାଉଥିଲା, କିନ୍ତୁ ପରେ ଧିରେ ଧିରେ ଏହି 'ଏପ୍ରିଲ୍ ଫୁଲ ଡ଼େ ସାରା ବିଶ୍ବରେ ପାଳନ ହୋଇଥିଲା । ତେବେ ଏହା ପଛରେ ଅନେକ କାହାଣୀ ପ୍ରଚଳିତ । ତେବେ ଆସନ୍ତୁ ଜାଣିବା ଏହି ଦିନର ଇତିହାସ ବିଷୟରେ ।

ଯଦିଓ ଏହି ଦିବସ ପାଳନ ନେଇ କୌଣସି ଦୃଢ ପ୍ରମାଣ ନାହିଁ କିନ୍ତୁ ଏହାକୁ ନେଇ ଅନେକ କାହାଣୀ ପ୍ରଚଳିତ ହୋଇଥାଏ । 'ଏପ୍ରିଲ୍ ଫୁଲ ଡ଼େ ୧୩୮୧ ମସିହାରେ ଆରମ୍ଭ ହୋଇଥିଲା । କୁହାଯାଏ ଯେ, ସେହି ସମୟରେ କିଙ୍ଗ ରିଚାର୍ଡ଼ ଓ ବୋହେମିଆର ରାଣୀ ଆନ୍ ମାର୍ଚ୍ଚ ୩୨ ୧୩୮୧ ମସିହାରେ ବିବାହ କରିବା ନେଇ ଘୋଷଣା କରିଥିଲେ । ଏହା ଶୁଣି ଜନସାଧାରଣ ଖୁସିରେ ନାଚିଥିଲେ । ପରେ ମାର୍ଚ୍ଚ ୩୨ କେବେ ଆସିବ ନାହିଁ ବୋଲି ସେମାନେ ବୁଝିଥିଲେ । କୁହାଯାଏ ସେହିଦିନଠାରୁ ମାର୍ଚ୍ଚ ୩୨ ଅର୍ଥାତ୍ ଏପ୍ରିଲ ୧ ତାରିଖକୁ 'ଏପ୍ରିଲ୍ ଫୁଲ ଡ଼େ’ ଭାବେ ପାଳନ କରାଯାଇଥିଲା ।

ଅନ୍ୟପଟେ ଅନେକ ଐତିହାସିକ ମାନେ ବିଶ୍ବାସ କରନ୍ତି ଯେ, ଏହା ୧୫୮୨ ମସିହାରେ ଆରମ୍ଭ ହୋଇଥିଲା । ଯେତେବେଳେ ଫ୍ରାନ୍ସ ଗ୍ରେଗୋରିଆନ୍ କ୍ୟାଲେଣ୍ଡରରୁ ଜୁଲିୟାନ୍ କ୍ୟାଲେଣ୍ଡରକୁ ବଦଳିଗଲା ସେ ସମୟରେ ଏହାର ଆରମ୍ଭ ହୋଇଥିଲା । ଜୁଲିଆନ୍ କ୍ୟାଲେଣ୍ଡର ଅନୁଯାୟୀ, ନୂଆ ବର୍ଷ ପ୍ରାୟ ୧ ଏପ୍ରିଲରୁ ଆରମ୍ଭ ହୋଇଥାଏ । ତେବେ କିଛି ଲୋକ ବିଳମ୍ବରେ କ୍ୟାଲେଣ୍ଡର ପରିବର୍ତ୍ତନ ନେଇ ଖବର ପାଇଥିଲେ ସେମାନେ ମାର୍ଚ୍ଚ ଶେଷରେ ନୂତନ ବର୍ଷ ପାଳନ କରିବାକୁ ଲାଗିଲେ ଏଥିପାଇଁ ତାଙ୍କୁ ଉପହାସ କରାଯାଇଥିଲା । ନୂତନ ବର୍ଷକୁ ଜାନୁଆରୀ ୧ ତାରିଖକୁ ସ୍ଥାନାନ୍ତରିତ କରାଯାଇଥିଲା ଯେଉଁମାନେ ଏହାକୁ ଗ୍ରହଣ କରିନଥିଲେ ସେମାନଙ୍କୁ 'ଏପ୍ରିଲ୍ ଫୁଲ’ କୁହାଯାଉଥିଲା । ଫ୍ରାନ୍ସରେ ମଧ୍ୟ ଏପ୍ରିଲ୍ ଫୁଲ୍ ଡେ 'ପଏସନ୍ ଡି’ଭ୍ରିଲ୍' ଭାବରେ ଜଣାଶୁଣା, ଯେଉଁଠାରେ ଫରାସୀ ପିଲାମାନେ ନିଜ ବନ୍ଧୁଙ୍କ ପିଠିରେ ଏକ କାଗଜ ମାଛ ଲଗାନ୍ତି ଓ ଯେତେବେଳେ ତାଙ୍କୁ ଏନେଇ ସୁରାଗ ମିଳିଥାଏ ସେତେବେଳେ ସେମାନଙ୍କର ବନ୍ଧୁ 'ପୋଇସେନ୍ ଡିଭିଲ୍' ଚିତ୍କାର କରଥାଆନ୍ତି । ଅଷ୍ଟାଦଶ ଶତାବ୍ଦୀରେ, ଏପ୍ରିଲ୍ ଫୁଲ ଡ଼େ ସମଗ୍ର ବ୍ରିଟେନରେ ବ୍ୟାପି ଯାଇଥିଲା । ସ୍କଟଲ୍ୟାଣ୍ଡରେ ‘ଏପ୍ରିଲ୍ ଫୁଲ ଡ଼େ’ ଦୁଇ ଦିନ ଧରି ଚାଲିଥାଏ, ଯେଉଁଠାରେ ମଜା କରୁଥିବା ବ୍ୟକ୍ତିଙ୍କୁ ‘ଗୁକ୍ସ’ ବୋଲି କୁହାଯାଏ ।

ସମଗ୍ର ବିଶ୍ୱରେ ଭିନ୍ନ ଭିନ୍ନ ଉପାୟରେ ‘ଏପ୍ରିଲ୍ ଫୁଲ ଡ଼େ ପାଳନ କରାଯାଇଥାଏ । ଯଦି ଆମେ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଓ ଆଫ୍ରିକୀୟ ଦେଶ ବିଷୟରେ କହିବା ତାହାଲେ ‘ଏପ୍ରିଲ୍ ଫୁଲ ଡ଼େ’ ସେଠାରେ କେବଳ ୧୨ଟା ପର୍ଯ୍ୟନ୍ତ ପାଳନ କରାଯାଇଥାଏ । ଏଥି ସହିତ, ଏପ୍ରିଲ ୧ରେ କାନାଡା, ଆମେରିକା, ରୁଷ ଓ ଅନ୍ୟ ୟୁରୋପୀୟ ଦେଶମାନଙ୍କରେ ଏପ୍ରିଲ୍ ଫୁଲ୍ ଡ଼େ ପାଳନ କରାଯାଏ । କେତେକ ରିପୋର୍ଟ ଅନୁଯାୟୀ, ନବିଂଶ ଶତାବ୍ଦୀରେ ବ୍ରିଟିଶମାନେ ଏହି ଦିନ ଭାରତରେ ଆରମ୍ଭ କରିଥିଲେ। ଆଜିର ସମୟରେ, ଭାରତରେ ମଧ୍ୟ ଲୋକମାନେ ଏହି ଦିନ ଥଟ୍ଟା ମଜା କରଥାଆନ୍ତି ।

ଏହାମଧ୍ଯ ପଢନ୍ତୁ- Weather Update: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୭ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି