Anushka Sharma: ପ୍ରେଗନେନ୍ସି ଗୁଜବ ଉପରେ ବିରାମ ଲଗାଇଲେ ଅନୁଷ୍କା, ମ୍ୟାଚ୍ ଦେଖିବାକୁ...
Advertisement
Article Detail0/zeeodisha/odisha1914681

Anushka Sharma: ପ୍ରେଗନେନ୍ସି ଗୁଜବ ଉପରେ ବିରାମ ଲଗାଇଲେ ଅନୁଷ୍କା, ମ୍ୟାଚ୍ ଦେଖିବାକୁ...

Anushka Sharma: ଆଜି ଆଇସିସି କ୍ରିକେଟ ବିଶ୍ବକପର (ICC Cricket World Cup 2023) ହାଇଭୋଲଟେଜ ମ୍ୟାଚ୍ ଖେଳାଯିବ । ଭାରତ-ପାକିସ୍ତାନ ମଧ୍ୟରେ  ହେବ ଟକ୍କର (Ind vs Pak World Cup 2023 )।   ଏହି ମ୍ୟାଚ୍ ଦେଖିବାକୁ ବଡ ବଡ ସେଲିବ୍ରେଟି ଅହମ୍ମଦାବାଦରେ ପହଞ୍ଚିଛନ୍ତି।  ତେବେ, ଏମାନଙ୍କ ଭିତରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ସିଙ୍ଗର ଅରିଜିତ୍ ସିଂ ଓ ଅନୁସ୍କା ଶର୍ମା ବି ରହିଛନ୍ତି।

ସୌଜନ୍ୟ- ସୋସିଆଲ ମିଡି଼ଆ

Anushka Sharma: ଆଜି ଆଇସିସି କ୍ରିକେଟ ବିଶ୍ବକପର (ICC Cricket World Cup 2023) ହାଇଭୋଲଟେଜ ମ୍ୟାଚ୍ ଖେଳାଯିବ । ଭାରତ-ପାକିସ୍ତାନ ମଧ୍ୟରେ  ହେବ ଟକ୍କର (Ind vs Pak World Cup 2023 )।  ଏହି ମ୍ୟାଚଟି ଆଜି ଅହମ୍ମଦାବାଦରେ ।  ବିଜୟ ହାସଲ ଲକ୍ଷରେ ପଡିଆକୁ ଓହ୍ଲାଇବେ ଦୁଇ ଦଳ।   ଏହି ମହା ମୁକାବିଲା ନେଇ ସଂପୂର୍ଣ୍ଣ ଅହମ୍ମଦାବାଦ (Ahmedabad ) ସହରରେ ହାଇ ଆଲର୍ଟରେ (High Alert) ଜାରି କରାଯାଇଛି । ସେପଟେ, ଏହି ମ୍ୟାଚ୍ ଦେଖିବାକୁ ବଡ ବଡ ସେଲିବ୍ରେଟି ଅହମ୍ମଦାବାଦରେ ପହଞ୍ଚିଛନ୍ତି।  ତେବେ, ଏମାନଙ୍କ ଭିତରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ସିଙ୍ଗର ଅରିଜିତ୍ ସିଂ ଓ ଅନୁସ୍କା ଶର୍ମା ବି ରହିଛନ୍ତି।

 

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ (Virat Kohli) ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଟିମ୍ ଇଣ୍ଡିଆକୁ ସମର୍ଥନ କରିବାକୁ ଅହମଦାବାଦରେ ପହଞ୍ଚିଛନ୍ତି । ଅହମଦାବାଦରେ ପହଞ୍ଚିବା ସମୟରେ କଡା ସୁରକ୍ଷା ବଳୟ ମଧ୍ୟରେ ସେ ଷ୍ଟାଡିୟମ୍ ଅଭିମୁଖେ ଯାତ୍ରା କରିଛନ୍ତି। ତେବେ, ଗତକିଛି ଦିନ ତଳେ ଚର୍ଚ୍ଚା ହେଉଥିଲା କି ଅନୁଷ୍କା ଶର୍ମା ଗର୍ଭବତୀ ଅଛନ୍ତି । ସେ ଭାରତ -ପାକ୍ ମ୍ୟାଚ୍ ଦେଖିବାକୁ ଆସିବେନି । କିନ୍ତୁ ଏହି ସବୁ ଚର୍ଚ୍ଚା ଉପରେ ବ୍ରେକ୍ ଲଗାଇଛନ୍ତି ଅନୁଷ୍କା। ନିଜ ସ୍ବାମୀଙ୍କୁ ଚିୟର ଅଫ କରିବା ପାଇଁ ସେ ଅହମଦାବାଦରେ ପହଞ୍ଚିଛନ୍ତି। ଅହମ୍ମଦାବାଦ ଯିବାବେଳେ ସେ ବିମାନରେ ଟିମ୍ ଇଣ୍ଡିଆର କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ଦୀନେଶ କାର୍ତ୍ତିକଙ୍କୁ ମଧ୍ୟ ଭେଟିଥିଲେ। କାର୍ତ୍ତିକ ଏହାର ଏକ ଫଟୋ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି।

ବିଶ୍ୱର ସର୍ବବୃହତ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ (Pakistan) ଭେଟିବ ଟିମ୍ ଇଣ୍ତିଆ (Team India) । ବିଶ୍ବକପରେ ଖେଳାଯିବାକୁ ଥିବା ଏହି ହାଇଭେଲଟେଜ ମ୍ୟାଚ୍ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି।  ପ୍ରକାଶ ଥାଉ କି, ଭାରତ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ (Ind vs Aus world cup 2023 )କୁ ଓ ଦ୍ୱିତୀୟ ମ୍ୟାଚରେ ଆଫଗାନିସ୍ତାନକୁ (ind vs afg) ହରାଇଛି । ସେହିପରି ପାକିସ୍ତାନ ଯଥାକ୍ରମେ ନେଦରଲ୍ୟାଣ୍ଡ ଓ ଶ୍ରୀଲଙ୍କାକୁ ପରାସ୍ତ କରିଛି । ତେବେ ଆଜି ଦୁଇ ଦଳଙ୍କ ମଧ୍ଯରେ ଜୋରଦାର ଟକ୍କର ଦେଖିବାକୁ ମିଳିବ । ସେପଟେ ଡେଙ୍ଗୁ ଯୋଗୁଁ ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍ ପଡ଼ିଥିବା ଭାରତର ଷ୍ଟାର ଖେଳାଳି ଶୁବମନ ଗିଲ୍ (shubman gill) ଆଜି ଖେଳିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ବିରାଟ୍ କୋହଲି ଫର୍ମରେ ରହିଥିବା ବେଳେ ବୋଲିଂରେ ଯଶପ୍ରୀତ ବୁମରାଙ୍କ (Jasprit Bumrah) ଉପରେ ସମସ୍ତ ନଜର ରହିଛି ।