Anubhav Mohanty Post: ମିଛିମିଛିକା ବିବାହ କଲେ, ଗଣମାଧ୍ୟମକୁ TRP ଭିକାରୀ କହିଲେ !
Advertisement
Article Detail0/zeeodisha/odisha1489423

Anubhav Mohanty Post: ମିଛିମିଛିକା ବିବାହ କଲେ, ଗଣମାଧ୍ୟମକୁ TRP ଭିକାରୀ କହିଲେ !

Anubhav Mohanty News: ବିବାହ ଭିଡିଓ ପୋଷ୍ଟ ପରେ ରାତିରେ ସ୍ପଷ୍ଟ ହୋଇଥିଲା ଚିତ୍ର। ସତସତିକା ନୁହେଁ ମିଛିମିଛିକା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅନୁଭବ। ଗତକାଲି ସୋସିଆଲ ମିଡିଆରେ (Social Media) ବେଶ ଚର୍ଚ୍ଚା ଲାଗିରହିଥିଲା। ହେଲେ କଥାଟି ହେଲା ଅନୁଭବ ମହାନ୍ତି ଏବେ ନିର୍ଦ୍ଦେଶକ ତାପସ ସରଘରିଆଙ୍କ ଆଗାମୀ ଚଳଚ୍ଚିତ୍ର ଲଭ୍ ଇନ ଲଣ୍ଡନ ଚଳଚ୍ଚିତ୍ରରେ ବ୍ୟସ୍ତ ଅଛନ୍ତି । 

Anubhav Mohanty Post: ମିଛିମିଛିକା ବିବାହ କଲେ, ଗଣମାଧ୍ୟମକୁ TRP ଭିକାରୀ କହିଲେ !

Anubhav Mohanty Post: ଗତକାଲି ଠିକ୍ ଏଇ ସମୟରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଦ୍ୱିତୀୟ ବିବାହ କରିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏମିତିକି ତାଙ୍କ ନିକଟତମ ସାଙ୍ଗସାଥୀ ମାନେ ମଧ୍ୟ ତାଙ୍କ ବରବେଶ ସହ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଶୁଭେଚ୍ଛା ଜଣାଇଥିଲେ । ତେବେ କିଛି ସମୟ ପାଇଁ ଗଣମାଧ୍ୟମ ସଂସ୍ଥା ଏହାକୁ ସତ ଭାବିନେଇଥିଲେ ମଧ୍ୟ ଆଇନଗତ ଦୃଷ୍ଟିରୁ ଏହା ସମ୍ଭବ ନୁହେଁ ବୋଲି ଅନୁଭବ କରି ଖବର ଟିକୁ ପ୍ରସାରଣ କରିଥିଲେ। କିଏ କହିଥିଲେ ବର୍ଷାଙ୍କ ଲୁଚାଛପାରେ ଅନୁଭବ ବିବାହ କରିଛନ୍ତି ତ କିଏ କହିଥିଲେ ଅନୁଭବ ପୁରୁଣା କଥା ଭୁଲି ନୂଆ ଜୀବନ ଆରମ୍ଭ କରିଛନ୍ତି । ତେବେ କିଛି ସମୟ ପରେ ଏହା ସ୍ପଷ୍ଟ ହୋଇଥିଲା ଯେ, ଏହା ଏକ ଫିଲ୍ମର ସିନ୍। 

ମଣ୍ଡପ ପ୍ରସ୍ତୁତ, ନନା ପ୍ରସ୍ତୁତ, ବର କନ୍ୟାଙ୍କୁ ଘେରି ରହିଛନ୍ତି ବନ୍ଧୁ ପରିଜନ ଓ ପରିବାରବର୍ଗ । ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ । ଆଉ ମଣ୍ଡପରେ ଆଗପଛ ହୋଇ ବରକନ୍ୟା ନେଉଛନ୍ତି ସାତଫେରା । ବର ହେଉଛନ୍ତି ଅନୁଭବ ମହାନ୍ତି । ତେବେ ଏହାକୁ ନେଇ ଗତକାଲି ସୋସିଆଲ ମିଡିଆରେ (Social Media) ବେଶ ଚର୍ଚ୍ଚା ଲାଗିରହିଥିଲା। ହେଲେ କଥାଟି ହେଲା ଅନୁଭବ ମହାନ୍ତି ଏବେ ନିର୍ଦ୍ଦେଶକ ତାପସ ସରଘରିଆଙ୍କ ଆଗାମୀ ଚଳଚ୍ଚିତ୍ର ଲଭ୍ ଇନ ଲଣ୍ଡନ(Love In London) ଚଳଚ୍ଚିତ୍ରରେ ବ୍ୟସ୍ତ ଅଛନ୍ତି । ଗତ କିଛିଦିନ ହେଲା ଲଣ୍ଡନରେ ସୁଟିଂ ଚାଲିଥିବା ବେଳେ ଏହି ଫିଲ୍ମକୁ ନେଇ ଅନେକ ଅପଡେଟ ଓ ଭାଇରାଲ ସିନ୍ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। 

Also Read: Anubhav Mohanty Marriage: ଏଣେ ଘରୁ ବାହାରେ ବର୍ଷା, ସେପଟେ ଲୁଚାଛପାରେ ଅନୁଭବଙ୍କ ପଡ଼ିଲା ହାତଗଣ୍ଠି !

ଆଉ ଏହି ବିବାହ ସିନ୍ ଟି ମଧ୍ୟ ଏହି ଫିଲ୍ମର । ଏହି ଖବର ଜଣାପଡ଼ିବା ପରେ ସାଂସଦଙ୍କ ପ୍ରତିକ୍ରିୟା କିଛି ମିଳିନାହିଁ। ବରଂ ତାଙ୍କ ନାମରେ ଖୋଲାଯାଇଥିବା ଏକ ଫେକ୍ ଆକାଉଣ୍ଟରୁ (Facebook Fake Account) କିଛି ଏମିତି ପୋଷ୍ଟ କରାଯାଇଛି ଯାହାକୁ ଦେଖି ଅନୁଭବଙ୍କ ଫ୍ୟାନ୍ସ ରାଗରେ ପଞ୍ଚମ । ତେବେ ଏହି ପୋଷ୍ଟରେ ଗଣମାଧ୍ୟମ ସହ ଟିଆରପିକୁ ନେଇ ବହୁତ କଦର୍ଯ୍ୟ ଭାବେ ଲେଖାଯାଇଛି। ଯାହାକୁ ନେଇ ଅନୁଭବ ଫ୍ୟାନ୍ସଙ୍କ ମନକୁ ବହୁତ କୁଠାରଘାତ ହୋଇଛି। ହେଲେ ଏହି ପୋଷ୍ଟରୁ ଯାହା ଜଣାପଡୁଛି ଅନୁଭବ ମହାନ୍ତିଙ୍କୁ ଫ୍ୟାନ୍ସଙ୍କ ଆଗରେ ଖରାପ ଦର୍ଶାଇବାକୁ ଏସବୁ ଲେଖାଯାଇଛି। 

fallback

 

ସୂଚନାନୁସାରେ, ବହୁ ବାଦବିବାଦ ପରେ ଅଭିନେତା ଅନୁଭବ ମହାନ୍ତି (Anubhav Mohanty) ନିଜ ପୁରୁଣା ଜୀବନକୁ ଫେରିଯିବାକୁ ଚାହୁଁଛନ୍ତି। ଡାଇରେକ୍ଟର ତାପସ ସରଘରିଆ ଫିଲ୍ମ ଲଭ୍ ଇନ ଲଣ୍ଡନରେ ନଜର ଆସିବେ ଅନୁଭବ । ଅନୁଭବଙ୍କ କହିବା କଥା, ଯେତେବେଳେ ଡାଇରେକ୍ଟର ତାଙ୍କୁ ଫିଲ୍ମର ନାଁ କହିଥିଲେ , ସେତେବେଳେ ଅନୁଭବ କହିଥିଲେ 'ତାପସ ଲଭ୍ ନେଇ କାହିଁ ମୋତେ ଏତେ ଯୋଡୁଛ ଟିକେ Hate ପ୍ରତି ବି ନିଅ । Love ରେ ବହୁତ ନାମ ନେଇଛି' । ଆଉ ଲଭ୍ କରି ନାମ ନେବାକୁ ଇଚ୍ଛା ନାହିଁ କହି ହସିଦେଇଛନ୍ତି ଅନୁଭବ । ଲଣ୍ଡନରେ ଅନୁଭବଙ୍କୁ (Anubhav At London) କେମିତି ପ୍ରେମ ହେଉଛି, କାହା ସହ ହେଉଛି ତାହାକୁ ନେଇ ଫିଲ୍ମର କାହାଣୀଟି ଆଧାରିତ ।