Andhra Pradesh Horror Incident: ଚୁମ୍ବନ ପଡ଼ିଲା ମହଙ୍ଗା, ସ୍ୱାମୀଙ୍କ ସହ ଏଭଳି କାମ କରି ବସିଲେ ସ୍ତ୍ରୀ
Advertisement
Article Detail0/zeeodisha/odisha1792626

Andhra Pradesh Horror Incident: ଚୁମ୍ବନ ପଡ଼ିଲା ମହଙ୍ଗା, ସ୍ୱାମୀଙ୍କ ସହ ଏଭଳି କାମ କରି ବସିଲେ ସ୍ତ୍ରୀ

Andhra Pradesh Crime News: ଚୁମ୍ବନ ଦେବା ପଡ଼ିଛି ମହଙ୍ଗା। ଚୁମ୍ବନ ଦେବା ବେଳେ ସ୍ୱାମୀଙ୍କ ସହ ଜଣେ ମହିଳା ଯେଉଁ  କାମ କରିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 

Andhra Pradesh Horror Incident: ଚୁମ୍ବନ ପଡ଼ିଲା ମହଙ୍ଗା, ସ୍ୱାମୀଙ୍କ ସହ ଏଭଳି କାମ କରି ବସିଲେ ସ୍ତ୍ରୀ

Woman Bites Off Drunk Husbands Tongue in Andhra Pradesh: ଚୁମ୍ବନ ଦେବା ପଡ଼ିଛି ମହଙ୍ଗା। ଚୁମ୍ବନ ଦେବାକୁ ନେଇ ସ୍ୱାମୀଙ୍କ ସହ ସ୍ତ୍ରୀ ଯେଉଁ କାମ କରିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆନ୍ଧ୍ର ପ୍ରଦେଶର କୁର୍ନୁଲ ଜିଲ୍ଲାରେ ଘଟିଯାଇଛି ଏଭଳି ଘଟଣା। ଜିଲ୍ଲାରେ ଜଣେ ମହିଳା ନିଜକୁ ରକ୍ଷା କରିବା ପାଇଁ ସ୍ୱାମୀଙ୍କ ଜିଭକୁ ଆଂଶିକ କାମୁଡ଼ି ଦେଇଥିବା ଅଭିଯୋଗ ହୋଇଛି। ମଦ୍ୟପାନ କରିବା ଅବସ୍ଥାରେ ସେହି ମହିଳାଙ୍କ ସ୍ୱାମୀ ଚେଷ୍ଟା କରିଥିଲେ। ହେଲେ ଏହାକୁ ନେଇ ମହିଳା ଜଣଙ୍କ କ୍ରମାଗତ ଭାବେ ଆପତ୍ତି କରିଥିଲେ। ଏହା ପରେ ଉକ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। 

ଏହି ଘଟଣାରେ ପ୍ରତିକ୍ରିୟା ପୋଲିସ କହିଛି ଯେ ଏ ବାବଦରେ ସେମାନେ କୌଣସି ଅଭିଯୋଗ ପାଇନାହାଁନ୍ତି। ଖବର ଅନୁଯାୟୀ ଶୁକ୍ରବାର ରାତିରେ ଏଭଳି ଘଟଣା ଘଟିଥିବାର ଜଣାପଡ଼ିଛି। ଯେତେବେଳେ ତାରାଚନ୍ଦ ନାୟକ ନାମକ ଜଣେ ନିଶାସକ୍ତ ଅବସ୍ଥାରେ ନିଜ ପତ୍ନୀ ପୁଷ୍ପାବତୀଙ୍କୁ ଚୁମ୍ବନ ଦେବା ପାଇଁ ବାଧ୍ୟ କରିଥିଲେ। ତାରାଚନ୍ଦ ପୁଷ୍ପାବତୀଙ୍କୁ ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲେ। ହେଲେ ପୁଷ୍ପାବତୀଙ୍କୁ ଏଥିପାଇଁ ପ୍ରସ୍ତୁତ ନ ଥିବାରୁ ସେ ଏପରି କାମ କରିନଥିଲେ। ହେଲେ ତଥାପି ଚୁମ୍ବନ ଦେବା ପାଇଁ ତାରଚାନ୍ଦ ଏକାଧିକ ଥର ଚେଷ୍ଟା କରିବା ପରେ ପୁଷ୍ପାବତୀ ରାଗି ଯାଇଥିଲେ। ଶେଷରେ ଆତ୍ମରକ୍ଷା କରିବାକୁ ଯାଇ ପୁଷ୍ପାବତୀ ତାରାଚାନ୍ଦଙ୍କୁ ଜିଭକୁ କାମୁଡ଼ି ଦେଇଥିଲେ। ଏହା ପରେ ତାଙ୍କୁ ଗୁଟି ହସ୍ପିଟାଲ (Gooty Hospital Andhra Pradesh) ନିଆଯାଇଥିଲା। ଯେଉଁଠାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଅନନ୍ତପୁର ଡାକ୍ତରଖାନାକୁ (Anantapur Hospital Andhra Pradesh) ପଠାଯାଇଥିଲା।

ଏନେଇ ମିଳିଥିବା ଖବର ଅନୁସାରେ ତାରାଚନ୍ଦ ପୁଷ୍ପାବତୀଙ୍କୁ ଗତ ୨୦୧୫ ରେ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ରହିଛି। ସେମାନଙ୍କର ବୈବାହିକ ଜୀବନ ଆରମ୍ଭରେ ଭଲ ଭାବରେ ଚାଲିଥିଲା। ହେଲେ ପରେ ସେମାନଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥିଲା। ଏପରିକି ବିଗତ ୨ ବର୍ଷ ଧରି ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। 

ପୂର୍ବରୁ ଆନ୍ଧ୍ର ପ୍ରଦେଶର ଏନଟିଆର ଜିଲ୍ଲାରେ (NTR District Andhra Pradesh) ସମାନ ଘଟଣା ଘଟିଥିଲା। ପ୍ରଥମ ପତ୍ନୀଙ୍କ ଇନଷ୍ଟାଗ୍ରାମ ରିଲ ଦେଖିବାକୁ ନେଇ ଜଣେ ମହିଳା ବ୍ଲେଡ ବ୍ୟବହାର କରି ସ୍ୱାମୀଙ୍କ ଯୌନାଙ୍ଗ କାଟି ଦେଇଛନ୍ତି। ଏହି ଘଟଣା ନନ୍ଦିଗାମା ସ୍ଥିତ ଅୟାପ୍ପା ନଗର (Ayyappa Nagar Area Nandigama) ଠାରେ ଘଟିଥିଲା। ଏନେଇ କୁହାଯାଇଥିଲା ଯେ ଚାନ୍ଦର୍ଲାପଡୁ ମଣ୍ଡଳ (Chanderlapadu Mandal) ଅଧିନସ୍ଥ ମୁପାଲା ଗ୍ରାମର (Muppalla village) କୋଟା ଆନନ୍ଦ ବାବୁ ନାମକ ଜଣେ ପୀଡିତା ବିବାଦ କାରଣରୁ ପ୍ରଥମ ପତ୍ନୀଙ୍କ ଠାରୁ ଅଲଗା ହେବା ପରେ ପ୍ରାୟ ୫ ବର୍ଷ ପୂର୍ବେ ଭରମ୍ମାଙ୍କୁ ବିବାହ କରିଥିଲେ। ମହିଳା ଜଣକ ତାଙ୍କୁ ପ୍ରଥମ ପତ୍ନୀଙ୍କ ଇନଷ୍ଟାଗ୍ରାମ ରିଲ୍ ଦେଖୁଥିବା ନେଇ ଧରିବା ତାଙ୍କୁ ପଚରାଉଚରା ଆରମ୍ଭ କରିଥିଲେ। ଏହା ଏକ ଯୁକ୍ତିତର୍କର କାରଣ ହେଲା। ରାଗରେ ଭରମା ବାବୁଙ୍କ ଯୌନାଙ୍ଗକୁ ବ୍ଲେଡ୍ ବ୍ୟବହାର କରି କାଟି ଦେଇଥିଲା।