Anantnag Encounter: ରାକ୍ଷୀ ପୂର୍ବରୁ ଯବାନ ଭାଈକୁ ହରାଇଲେ ୨ ଭଉଣୀ, ପୁଅର ଫେରିବା ବାଟ ଚାହିଁ ରହିଥିଲା ମାଆ
Advertisement
Article Detail0/zeeodisha/odisha2382290

Anantnag Encounter: ରାକ୍ଷୀ ପୂର୍ବରୁ ଯବାନ ଭାଈକୁ ହରାଇଲେ ୨ ଭଉଣୀ, ପୁଅର ଫେରିବା ବାଟ ଚାହିଁ ରହିଥିଲା ମାଆ

Anantnag Encounter: ସୋମବାର ଦିନ ପ୍ରବୀଣ ଶର୍ମାଙ୍କ ମୃତଦେହକୁ ଚଣ୍ଡିଗଡ଼ରୁ ରାଜଗଡକୁ ଅଣାଯାଇଥିଲା। ଏହି ସମୟ ମଧ୍ୟରେ ସମଗ୍ର ଅଞ୍ଚଳବାସୀ ଯବାନଙ୍କ ମରଶରୀରରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଲୋକମାନେ ପାକିସ୍ତାନ ମୁର୍ଦାବାଦ ଭଳି ସ୍ଲୋଗାନ ଦେଇଥିଲେ । ୧୯୯୪ ମସିହାରେ ଜନ୍ମଗ୍ରହଣ କରିଥିବା ପ୍ରବୀଣ ଶର୍ମା ଜଣେ ପାରା କମାଣ୍ଡୋ ଥିଲେ  ।

Anantnag Encounter: ରାକ୍ଷୀ ପୂର୍ବରୁ ଯବାନ ଭାଈକୁ ହରାଇଲେ ୨ ଭଉଣୀ, ପୁଅର ଫେରିବା ବାଟ ଚାହିଁ ରହିଥିଲା ମାଆ

Anantnag Encounter: ହିମାଚଳ ପ୍ରଦେଶର ଶିମଲା ରାଜଗଡର ପାରା କମାଣ୍ଡୋ ଶହୀଦ ପ୍ରବୀଣ ଶର୍ମାଙ୍କ ମରଶରୀର ପଞ୍ଚଭୂତରେ ବିଲୀନ ହୋଇଛି । ସୋମବାର ଅପରାହ୍ନରେ ତାଙ୍କର ମୃତଦେହ କାଶ୍ମୀରରୁ ଜନ୍ମମାଟିରେ ପହଞ୍ଚିଥିଲା । ମରଶରୀର ନିକଟରେ ଗାର୍ଡ ଅଫ୍ ହନର ଦିଆଯିବା ସହ ଅଞ୍ଚଳବାସୀ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଶହୀଦ ପ୍ରବୀଣ ତାଙ୍କ ପରିବାରର ଗୋଟିଏ ବୋଲି ପୁଅ ଥିଲେ । ପରିବାରରେ ତାଙ୍କର ଦୁଇ ଭଉଣୀ ଅଛନ୍ତି। କିନ୍ତୁ ରକ୍ଷା ବନ୍ଧନର କିଛି ଦିନ ପୂର୍ବରୁ ନିଜ ଭାଇଙ୍କୁ ହରାଇଲେ ୨ ଭଉଣୀ । ପ୍ରବୀଣ ଶୀଘ୍ର ଘରକୁ ଅସିବା ପାଇଁ ଫୋନରେ କଥା ହୋଇଥିଲେ ତେଣୁ ତାଙ୍କ ଫେରିବା ବାଟକୁ ଚାହିଁରହିଥିଲେ ମାଆ ।

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାର ରାଜଗଡର ପାଲୁ ଗାଁର ବାସିନ୍ଦା ପ୍ରବୀଣ ଶର୍ମା କାଶ୍ମୀରର ଅନନ୍ତନାଗରେ ହୋଇଥିବା ଏନକାଉଣ୍ଟରରେ ଶହୀଦ ହୋଇଥିଲେ। ପ୍ରବୀଣ ଦୁଇ ମାସ ପରେ ଅର୍ଥାତ ଆସନ୍ତା ଅକ୍ଟୋବରରେ ବିବାହ କରିବାକୁ ଯାଉଥିଲେ । ଜୁଲାଇରେ ପ୍ରବୀଣଙ୍କର ନିର୍ବନ୍ଧ ହୋଇସାରିଥିଲା ।

ସୋମବାର ପ୍ରବୀଣଙ୍କ ମୃତଦେହକୁ ଚଣ୍ଡିଗଡ଼ରୁ ରାଜଗଡକୁ ଅଣାଯାଇଥିଲା। ଏହି ସମୟରେ ସମଗ୍ର ଅଞ୍ଚଳର ଲୋକେ ତାଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଲୋକମାନେ ପାକିସ୍ତାନ ମୁର୍ଦାବାଦ ଭଳି ସ୍ଲୋଗାନ ଦେଉଥିବା ଶୁଣିବାକୁ ମିଳିଥିଲା । ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ପ୍ରବୀଣଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆସିଥିଲେ । ପରିବାର ସଦସ୍ୟ ପ୍ରବୀଣଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଥିଲେ ମଧ୍ୟ ପୁଅ ଦେଶପାଇଁ ଶହୀଦ ହୋଇଛି ବୋଲି ଗର୍ବ କରୁଥିଲେ ।

ପ୍ରବୀଣଙ୍କ ସମ୍ପର୍କୀୟ ଭାଇ ହର୍ଷରାଜ ଏବଂ ଅର୍ଜୁନ ପ୍ରବୀଣଙ୍କ ମୃତଦେହ ଦାହ କରିଥିଲେ । ଶେଷକୃତ୍ୟ ପୂର୍ବରୁ ପ୍ରବୀଣଙ୍କ ମାତା ରେଖା ଶର୍ମା ଏବଂ ଜେଜେମା ଚମ୍ପା ନିଜ ପ୍ରିୟ ନାତିକୁ ଶେଷ ବିଦାୟ ଦେବା ପାଇଁ ଖାଲି ପାଦରେ ଶବଦାହ ସ୍ଥାନରେ ପହଞ୍ଚିଥିଲେ । ଖବର ମୁତାବକ, ପ୍ରବୀଣ ଶର୍ମା ଦୁଇ ଦିନ ପୂର୍ବେ ତାଙ୍କ ପରିବାର ସହ କଥା ହୋଇଥିଲେ ଏବଂ ବିବାହ ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲେ । ପ୍ରବୀଣଙ୍କ ବାପା ଗାଁରେ ଏକ ଛୋଟ କିରାଣି ଦୋକାନ କରିଛନ୍ତି । ପ୍ରବୀଣଙ୍କର ଦୁଇ ଭଉଣୀ ଅଛନ୍ତି, ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ପ୍ରବୀଣଙ୍କ ବିବାହ ଅକ୍ଟୋବର ୭ରେ ସ୍ଥିର କରାଯାଇଥିଲା। କିନ୍ତୁ ମାଆଙ୍କ ବୋହୂ ଆଣିବା ଇଚ୍ଛା ଅଧୁରା ରହିଗଲା । ପ୍ରବୀଣଙ୍କ ଆଉ ଏକ ଇଚ୍ଛା ଥିଲା ଯେ, ତାଙ୍କର ବିବାହ ପରେ ଦୁଇ ଭଉଣୀଙ୍କ ବିବାହ ଖୁବ ଧୁମଧାମରେ କରିଥାନ୍ତେ । ସେହି କଥାକୁ ମନେ ପକାଇ ଦୁଇ ଭଉଣୀଙ୍କ ଆଖିରୁ ଲୁହ ଝରୁଛି । ରକ୍ଷାବନ୍ଧନ ପାଇଁ ପ୍ରତିବର୍ଷ ଭାଈ ପାଖକୁ ଆଉ ରାକ୍ଷୀ ପଠେଇ ହେବନି ବୋଲି ତାଙ୍କ ଭଉଣୀ କାନ୍ଦି କାନ୍ଦି କହିଥିଲେ ।

Also Read- Mangal Gochar 2024: ବୁଧଙ୍କ ରାଶିରେ ମଙ୍ଗଳ ଚଳନ, ୩ ରାଶିକୁ ମିଳିବ ଧନ

Also Read- Haridwar: ସେଲ୍ଫି ନେଇ ଗଙ୍ଗାକୁ ଡେଇଁଲେ ଦମ୍ପତ୍ତି