୧୦ ମିନିଟରେ ଦର୍ଶକ ସାରିଦେଲେ ପାକ ଖେଳ
Advertisement
Article Detail0/zeeodisha/odisha1395008

୧୦ ମିନିଟରେ ଦର୍ଶକ ସାରିଦେଲେ ପାକ ଖେଳ

ଅଷ୍ଟ୍ରେଲିଆରେ ଆସନ୍ତା ୧୬ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ୱକପ। ଏଥିପାଇଁ ପ୍ରାୟ ସମସ୍ତ ଦଳ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛନ୍ତି।  ବିଶ୍ୱକପର ମ୍ୟାଚ ଗୁଡ଼ିକୁ ଦେଖିବାକୁ ପାଇଁ ପ୍ରାୟ ୬ ଲକ୍ଷ ଟିକଟ ବିକ୍ରି ହୋଇ ସାରିଛି। ସେପଟେ ଭାରତ ଓ ପାକିସ୍ତାନ ମ୍ୟାଚ ମଧ୍ୟରେ  ତେବେ ଭାରତର ଅଭିଯାନ ୨୩ ତାରିଖରୁ ଆରମ୍ଭ ହେବ।

୧୦ ମିନିଟରେ ଦର୍ଶକ ସାରିଦେଲେ ପାକ ଖେଳ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଆସନ୍ତା ୧୬ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ୱକପ। ଏଥିପାଇଁ ପ୍ରାୟ ସମସ୍ତ ଦଳ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛନ୍ତି।  ବିଶ୍ୱକପର ମ୍ୟାଚ ଗୁଡ଼ିକୁ ଦେଖିବାକୁ ପାଇଁ ପ୍ରାୟ ୬ ଲକ୍ଷ ଟିକଟ ବିକ୍ରି ହୋଇ ସାରିଛି। ସେପଟେ ଭାରତ ଓ ପାକିସ୍ତାନ ମ୍ୟାଚ ମଧ୍ୟରେ 

ତେବେ ଭାରତର ଅଭିଯାନ ୨୩ ତାରିଖରୁ ଆରମ୍ଭ ହେବ। ଆସନ୍ତା ୨୩ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ଏହି ହାଇଭୋଲଟେଜ ମ୍ୟାଚ। ଏହାକୁ ନେଇ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଏହାର ଅବ୍ୟବହିତ ସମୟ ପୂର୍ବରୁ ଷ୍ଟାଡ଼ିୟମର ସମସ୍ତ ଟିକେଟ ବୁକ ହୋଇସାରିଛି। ମାତ୍ର ୧୦ ମିନିଟରେ ଏହି ମ୍ୟାଚ ପାଇଁ ଉଦ୍ଦିଷ୍ଟ ୯୦ ହଜାରରୁ ଅଧିକ ସିଟ ବୁକ ହୋଇ ଯାଇଥିଲା। ଯାହାକୁ ନେଇ ଏବେ ସାଧାରଣରେ ବେଶ ଚର୍ଚ୍ଚା ଜୋର ଧରିଛି। 

ସୂଚନାଯୋଗ୍ୟ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଏଥିପାଇଁ ପ୍ରାୟ ୯୦ ହଜାର ସିଟ ବିକ୍ରି କରାଯାଇଛି। ମାତ୍ର ୧୦ ମିନିଟରେ ସମସ୍ତ ୯୦ ହଜାର ଟିକଟ ବିକ୍ରି ହୋଇଯାଇଥିଲା। ତେବେ ଏହି ମ୍ୟାଚ ପାଇଁ ଅଳ୍ପ କିଛି ଟିକଟ ବଳି ପଡିଥିବା ଜଣାପଡ଼ିଛି। 

ସେପଟେ ଉଦଘାଟନୀ ମ୍ୟାଚରେ ଶ୍ରୀଲଙ୍କା ଓ ନାମ୍ବିଆ ମୁହାଁମୁହିଁ ହେବେ। ଏହାର ପରବର୍ତ୍ତି ମ୍ୟାଚରେ ୟୁଏଇ ଓ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏହି ଦୁଇ ମ୍ୟାଚ କାର୍ଡିନିଆ ପାର୍କରେ ଖେଳାଯିବ। 

ଆଇସିସି ଟି -20 ବିଶ୍ୱକପ ମୁଖ୍ୟ ମିଚେଲ ଏନରାଇଟ କହିଛନ୍ତି ଆମେ ଆନନ୍ଦିତ ଯେ ଏହି ରବିବାର ଦିନ ଗେଲୋଙ୍ଗରେ ହେବାକୁ ଥିବା ଇଭେଣ୍ଟର ଉଦଘାଟନୀ ମ୍ୟାଚ୍ ଏବଂ ଏକ ସପ୍ତାହ ପରେ ସୁପର ୧୨ ପର୍ଯ୍ୟାୟ ଦେଖିବା ପାଇଁ ଆମ ନିକଟରେ ବହୁତ ଦର୍ଶକ ରହିଛନ୍ତି। ଅକ୍ଟୋବରରେ ଭରପୁର ରହିବା କ୍ରିଡ଼ା ଜଗତ ପାଇଁ ଏକ ସୁଖଦଃ ଖବର। ଏହି ପ୍ରତିଯୋଗିତା ପୂର୍ବରୁ ଆଧିକାରିକ ଭାବେ ବିକ୍ରୟ କେନ୍ଦ୍ର ଆରମ୍ଭ ହେବ। ଯେଉଁଠାରେ ପ୍ରଶଂସକମାନେ ଧାର୍ଯ୍ୟ ମୂଲ୍ୟରେ ଟିକେଟ୍ କିଣି ପାରିବେ। ଅକ୍ଟୋବର ୨୭ରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବନାମ ବାଂଲାଦେଶ ଏବଂ ଭାରତ ବନାମ ଗ୍ରୁପ୍ ଏ ରନର୍ସ ଅପ୍ ଡବଲ ହେଡ଼ର ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପାଇଁ ଆଜିଠାରୁ ସମସ୍ତ ଟିକଟ ବୁକ ହୋଇ ସାରିଛି।