Big Breaking: ବିଜେଡି ଛାଡ଼ିଲେ ଆକାଶ ଦାସ ନାୟକ, କଂଗ୍ରେସ ଛାଡ଼ିଲେ ଚିରଞ୍ଜିବୀ
Advertisement

Big Breaking: ବିଜେଡି ଛାଡ଼ିଲେ ଆକାଶ ଦାସ ନାୟକ, କଂଗ୍ରେସ ଛାଡ଼ିଲେ ଚିରଞ୍ଜିବୀ

Odisha Politics: ସୂଚନା ଅନୁସାରେ, ୨୦୧୪ରୁ ୨୦୧୯ରୁ ଯାଏଁ ବିଧାୟକ ଥିଲେ ପ୍ରିୟଦର୍ଶୀ ମିଶ୍ର।  ହେଲେ ୨୦୧୯ ପରଠାରୁ ତାଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉନଥିଲା । ଅନ୍ୟ କୌଣସି କାର୍ଯ୍ୟକ୍ରମରେ ବି ସେତେଟା ତାଙ୍କୁ ଗୁରୁତ୍ୱ ଦିଆଯାଉନଥିବା କହିଛନ୍ତି ପ୍ରିୟଦର୍ଶୀ। 

 

 

Big Breaking: ବିଜେଡି ଛାଡ଼ିଲେ ଆକାଶ ଦାସ ନାୟକ, କଂଗ୍ରେସ ଛାଡ଼ିଲେ ଚିରଞ୍ଜିବୀ

Odisha Politics: ପ୍ରତିଦିନ ଓଡ଼ିଶା ରାଜନୀତିରେ ହଟଚମଟ ଦେଖିବାକୁ ମିଳୁଛି। ପ୍ରତିଦିନ ଦଳବଦଳ ପ୍ରକ୍ରିୟା ଜାରି ରହିଛି । ତିନୋଟି ପ୍ରମୁଖ ଦଳର ନେତା ମାନେ ଦଳ ଛାଡୁଛନ୍ତି ଯାହାକୁ ନେଇ ଜନତା ମାନେ ବି ଏବେ ଟେନସନରେ । ଦଳ ଗଠନ କରିବାରେ ଯେଉଁମାନଙ୍କର ପ୍ରମୁଖ ଭୂମିକା ଥିବା କୁହାଯାଉଛି ସେମାନେ ଏବେ ଦଳ ଛାଡୁଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ଅଭିନେତା ତଥା ପୂର୍ବତନ କୋରେଇ ବିଧାୟକ ଆକାଶ ଦାସ ନାୟକ(Akash Das Nayak) ବିଜେଡି ଛାଡିଛନ୍ତି । ଆକାଶ ଦାସ ନାୟକ କହିଛନ୍ତି ଯେ, ନିଜର ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ୱାଭିମାନ ପାଇଁ ଦଳ ଛାଡ଼ିଥିବା କହିଛନ୍ତି । 

ସେହିପରି ବହୁ କଳ୍ପନାଜଳ୍ପନା ପରେ ଆଜି କଂଗ୍ରେସର ହାତ ଛାଡ଼ିଛନ୍ତି ଚିରଞ୍ଜିବୀ ବିଶ୍ୱାଳ(Chiranjib Biswal)। ଜଗତସିଂହପୁର ବିଧାୟକ ଭାବେ ନିଜର ଦବଦବା ବଜାୟ ରଖିଥିବା ଚିରଞ୍ଜିବୀ କେଉଁ ଦଳକୁ ଯିବେ ତାର କିଛି ସ୍ପଷ୍ଟତା ଆସିନଥିବା ବେଳେ ବହୁତ ଦିନର ତର୍କ ଉପରେ ପୂର୍ଣ୍ଣଚ୍ଚେଦ ଟାଣିଛନ୍ତି ଚିରଞ୍ଜିବୀ। ୨୦୧୪ ରୁ ୨୦୧୯ ଯାଏଁ ଜଗତସିଂହପୁରର ବିଧାୟକ ଥିଲେ ଚିରଞ୍ଜିବୀ ବିଶ୍ୱାଳ। ତେବେ ଚିରଞ୍ଜିବୀ କଂଗ୍ରେସ ଛାଡ଼ିବା ପରେ ଦଳ ଉପରେ କଣ ପ୍ରଭାବ ପଡ଼ିବ ତାହା ସମୟ କହିବ। 

ସେହିପରି କିଛି ସମୟ ତଳେ ପୂର୍ବତନ ଭୁବନେଶ୍ୱର ଉତ୍ତର ବିଧାୟକ ଭାବେ ପରିଚିତ ଥିବା ପ୍ରିୟଦର୍ଶୀ ମିଶ୍ର ବି ବିଜେଡି ଛାଡ଼ିଥିଲେ। ଦଳରେ ଲଗାତାର ତାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ କରି ସେ ଦଳ ଛାଡିଥିବା କହିଥିଲେ । ସୂଚନା ଅନୁସାରେ, ୨୦୧୪ରୁ ୨୦୧୯ରୁ ଯାଏଁ ବିଧାୟକ ଥିଲେ ପ୍ରିୟଦର୍ଶୀ ମିଶ୍ର।  ହେଲେ ୨୦୧୯ ପରଠାରୁ ତାଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉନଥିଲା । ଅନ୍ୟ କୌଣସି କାର୍ଯ୍ୟକ୍ରମରେ ବି ସେତେଟା ତାଙ୍କୁ ଗୁରୁତ୍ୱ ଦିଆଯାଉନଥିବା କହିଛନ୍ତି ପ୍ରିୟଦର୍ଶୀ। ୨୦୧୯ ରେ ତାଙ୍କୁ ଟିକେଟ ନମିଳିବା ପରେ ତାଙ୍କୁ ଦଳ ପାଇଁ ନିରନ୍ତର କାମ କରିବାକୁ କୁହାଯାଇଥିଲା ଓ ୨୦୨୪ ଅର୍ଥାତ୍ ଚଳିତ ବର୍ଷ ତାଙ୍କୁ ଟିକେଟ ଦିଆଯିବ ବୋଲି କୁହାଯାଇଥିଲା ବୋଲି ସେ କହିଛନ୍ତି । ହେଲେ ନାଁ ଘୋଷଣା ନହେବା ଓ ଲଗାତାର ଅଣଦେଖା ତାଙ୍କୁ କଷ୍ଟ ଦେଇଛି ବୋଲି କହିଛନ୍ତି ପ୍ରିୟଦର୍ଶୀ (Priyadarshi Mishra) । ନିଜ ଇସ୍ତଫା ପତ୍ର ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। 

ଏହାପରେ ସେ ବିଜେପିରେ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସବୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ପ୍ରିୟଦର୍ଶୀ ମିଶ୍ର । 

Also Read: Priyadarshi Mishra: ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର