Airtel 5G Plus Service: ପୁଣି ୩ଟି ସହରରେ ଆରମ୍ଭ ହେଲା ଏୟାରଟେଲର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ
Advertisement

Airtel 5G Plus Service: ପୁଣି ୩ଟି ସହରରେ ଆରମ୍ଭ ହେଲା ଏୟାରଟେଲର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ

Airtel 5G Plus Service: ନିକଟ ଅତୀତରେ ହୋଇଥିବା ରୋଲ-ଆଉଟରେ ଏୟାରଟେଲ 5ଜି ପ୍ଲସ୍ ଆନ୍ଧ୍ରପ୍ରଦେଶର ୭ଟି ସହରରେ ଲାଇଭ୍ କରିଥିଲା । ସେହି ସହର ଗୁଡ଼ିକ ହେଲା-ବିଜୟୱାଡା, ରାଜହମୁନ୍ଦ୍ରୀ, କାକିନାଡା, କୁର୍ନୁଲ, ଗୁଣ୍ଟୁର ଏବଂ ତିରୁପତି ଲୋକମାନେ ବର୍ତ୍ତମାନ 5G ସେବା ବ୍ୟବହାର କରିପାରିବେ । ବର୍ତ୍ତମାନ...

Airtel 5G Plus Service: ପୁଣି ୩ଟି ସହରରେ ଆରମ୍ଭ ହେଲା ଏୟାରଟେଲର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ

Airtel 5G Plus Service: ଭାରତର ପ୍ରମୁଖ ସହରଗୁଡ଼ିକରେ ଭାରତୀ ଏୟାରଟେଲ 5G କଭରେଜକୁ ବିସ୍ତାର କରୁଛି । ଡିସେମ୍ବର ୨୦୨୩ ସୁଦ୍ଧା ଭାରତର ସମସ୍ତ ପ୍ରମୁଖ ସହରରେ ଓ ୨୦୨୪ ସୁଦ୍ଧା ସାରା ଦେଶରେ 5G ଉପଲବ୍ଧ କରାଇବାକୁ କମ୍ପାନୀ ଯୋଜନା କରୁଛି । ନିକଟ ଅତୀତରେ ହୋଇଥିବା ରୋଲ-ଆଉଟରେ ଏୟାରଟେଲ 5ଜି ପ୍ଲସ୍ (Airtel 5G Plus) ଆନ୍ଧ୍ରପ୍ରଦେଶର ୭ଟି ସହରରେ ଲାଇଭ୍ କରିଥିଲା । ସେହି ସହର ଗୁଡ଼ିକ ହେଲା-ବିଜୟୱାଡା, ରାଜହମୁନ୍ଦ୍ରୀ, କାକିନାଡା, କୁର୍ନୁଲ, ଗୁଣ୍ଟୁର ଏବଂ ତିରୁପତି ଲୋକମାନେ ବର୍ତ୍ତମାନ 5G ସେବା ବ୍ୟବହାର କରିପାରିବେ । ଏହା ସହିତ ଏୟାରଟେଲ 5G ନେଟୱାର୍କ ସହିତ ୬୦ରୁ ଅଧିକ ଭାରତୀୟ ସହରରେ ପହଞ୍ଚିଛି ।

ବର୍ତ୍ତମାନ ଏୟାରଟେଲ 5ଜି ପ୍ଲସ୍ (Airtel 5G Plus) ସେବା କେରଳର ୪ଟି ସହରରେ ଆରମ୍ଭ ହୋଇଛି । ଏହି ୩ଟି ସହର ହେଉଛି କୋଝିକୋଡେ, ତ୍ରିଭେନ୍ଦ୍ରମ ଏବଂ ଥ୍ରିସୁର । ଏହା ପୂର୍ବରୁ କୋଚିରେ ଏୟାରଟେଲ୍ 5ଜି ସେବା ଆରମ୍ଭ ହୋଇଥିଲା । 

ଏୟାରଟେଲ 5G ସେବା କିପରି କରିବେ ଯାଞ୍ଚ

ଏୟାରଟେଲ ୟୁଜର୍ସ (Airtel Users) 5G ନେଟୱାର୍କ (5G Network) ର ଉପଲବ୍ଧତା ଓ ସ୍ମାର୍ଟଫୋନର କମ୍ପ୍ୟାଟିବିଲିଟି ଏୟାରଟେଲ ଥ୍ୟାନକ୍ସ ଆପରେ ଚେକ୍ କରିପାରିବେ । ଏୟାରଟେଲ ୟୁଜର୍ସଙ୍କୁ ଆଶ୍ୱାସନା ଦେଇଛି ଯେ, 5G ନେଟୱାର୍କ ବ୍ୟବହାର କରିବା ପାଇଁ ସେମାନଙ୍କୁ ଏକ ନୂଆ ଏୟାରଟେଲ 5G ସିମ୍ କିଣିବା ଆବଶ୍ୟକ ନାହିଁ । ପୂର୍ବରୁ ଥିବା 4G ସିମ୍ ସ୍ମାର୍ଟଫୋନ୍ ଏୟାରଟେଲ୍ 5G ନେଟୱାର୍କ କଭରେଜ୍ ଅଞ୍ଚଳରେ ଆସିବା ମାତ୍ରେ ସ୍ୱୟଂଚାଳିତ ଭାବରେ 5G ସହିତ ସଂଯୋଗ ହେବ ।

ଅଧିକ ପଢ଼ନ୍ତୁ:-ଖୁସି ଖବର: ମହିଳାଙ୍କୁ ମିଳିବ ୧୨ ହଜାର ଟଙ୍କା, ଏହି ଦିନ ହେବ ଆକାଉଣ୍ଟକୁ ଜମା, ସରକାର କଲେ ଘୋଷଣା

ଅଧିକ ପଢ଼ନ୍ତୁ:-ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ କେଉଁଟା? ଯେଉଁଠି ଆପଣଙ୍କ ଗୋଟିଏ ଗୋଟିଏ ପଇସା ରହିବ ସୁରକ୍ଷିତ, RBI କହିଲା ଏହି ଏସବୁ ବ୍ୟାଙ୍କର ନାମ

ଅଧିକ ପଢ଼ନ୍ତୁ:-ନିର୍ଦ୍ଦୋଷ ଥିଲେ, ୬୬୬ ଦିନ ମିଳିନି ଯୌନ ସୁଖ; ବର୍ତ୍ତମାନ ସରକାରଠୁ ମାଗୁଛନ୍ତି ୧୦ ହଜାର କୋଟି ଟଙ୍କା, ଜାଣନ୍ତୁ ପୂରା ଘଟଣା

ଏୟାରଟେଲ 5G ଏହି ସ୍ମାର୍ଟଫୋନକୁ କରିଥାଏ ସପୋର୍ଟ

ପ୍ରାୟ ସମସ୍ତ ପ୍ରମୁଖ ସ୍ମାର୍ଟଫୋନ୍ ବ୍ରାଣ୍ଡ ଏୟାରଟେଲର 5G ନେଟୱାର୍କ ପାଇଁ ସିଷ୍ଟମ୍ ଅପଡେଟ୍ ଜାରି କରିଛି । Realme, Xiaomi, Oppo, Vivo, iQOO, Apple, OnePlus, Samsung, Nothing Phone 1, Nokia, Lava, Tecno, Infinix and Motorola ର 5G ହ୍ୟାଣ୍ଡସେଟଗୁଡିକ ସଫ୍ଟୱେୟାର ଅପଡେଟ୍ ମିଳିଯାଇଛି । ଜାନୁଆରୀ ୨୦୨୩ରେ Google Pixel 6A, Pixel 7 ଓ Pixel 7 Proକୁ ମଧ୍ୟ ଅପଡେଟ୍ କରିଛି ।

ସେପଟେ କିପରି ପାଇବେ  Jio Welcome Offer?

Jio Welcome Offer ପାଇଁ ୟୁଜର୍ସମାନଙ୍କୁ ଇନଭାଇଟ୍ ପଠାଇବାର ଅଛି ।  କିଛି ୟୁଜର୍ସଙ୍କୁ ଏଥିପାଇଁ ରେଜିଷ୍ଟ୍ରେସନର ବିକଳ୍ପ ଦେଖାଯାଉଥିବ । ଏଥିପାଇଁ ଆପଣଙ୍କୁ ପ୍ରଥମେ My Jio ଆପକୁ ଯିବାକୁ ପଡ଼ିବ । ଏଠାରେ ଆପଣ ନିଜେ ହୋମ ସ୍କ୍ରିନରେ Jio Welcome Offer ର ବିକଳ୍ପ ପାଇବେ । ଯଦି ଆପଣ Jio Welcome Offerର ବ୍ୟାନର ଦେଖୁଛନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଅନ୍ୟ ପଟେ, ଯଦି ବିକଳ୍ପ ଦେଖାଯାଉ ନାହିଁ, ତେବେ ପେଜକୁ ରିଫ୍ରେଶ କରନ୍ତୁ । Jio Welcome Offerର ପେଜରେ କ୍ଲିକ୍ କରିବା ମାତ୍ରେ ଆପଣ ଅନ୍ୟ ଏକ ପେଜରେ ପହଞ୍ଚିବେ, ଯେଉଁଥିରେ Jio True 5G ସମ୍ବନ୍ଧୀୟ ସୂଚନା ରହିବ ।

ଏହି ଉପାୟରେ ଆପଣ ଆପଣଙ୍କର ଆଗ୍ରହକୁ ପଞ୍ଜିକରଣ କରିପାରିବେ । ଏହା ପରେ ୟୁଜର୍ସମାନଙ୍କୁ Jio ରୁ କନ୍ଫର୍ମେଶନ ଆସିବାର ଅପେକ୍ଷା କରିବାକୁ ପଡିବ । ଏହି ଉପାୟରେ ଆପଣ Jio Welcome Offer ପାଇଁ ନିଜ ନମ୍ୱରକୁ ରେଜିଷ୍ଟ୍ରେସନ କରିପାରିବେ । ମନେରଖନ୍ତୁ ଯେ, Jio 5G ସେବା ବର୍ତ୍ତମାନ କେବଳ କିଛି ନିର୍ଦ୍ଦିଷ୍ଟ ସହରରେ ଉପଲବ୍ଧ ରହିଛି । ଏହା ସାରା ଦେଶରେ ଉପଲବ୍ଧ ନୁହେଁ । Jio 5G ସେବା ପାଇଁ ଆପଣଙ୍କୁ ବର୍ତ୍ତମାନ ଏକ ନୂତନ ସିମ୍ କାର୍ଡ ନେବାକୁ ପଡିବ ନାହିଁ । ଉପଭୋକ୍ତାମାନେ କେବଳ ବର୍ତ୍ତମାନର ସିମ୍ କାର୍ଡରେ Jio 5G ସେବା ବ୍ୟବହାର କରିପାରିବେ । ଏଥିପାଇଁ କୌଣସି ଅଫିସିଆଲ୍ ରିଚାର୍ଜ ପ୍ଲାନ୍ ଜାରି କରାଯାଇ ନାହିଁ ।