ଆଦିତ୍ୟ L1 ମିଶନର SUIT ପେଲୋଡ୍ କଏଦ କଲା ସୂର୍ଯ୍ୟଙ୍କ ଫଟୋ, ଆପଣ ମଧ୍ୟ ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ
Advertisement
Article Detail0/zeeodisha/odisha2001283

ଆଦିତ୍ୟ L1 ମିଶନର SUIT ପେଲୋଡ୍ କଏଦ କଲା ସୂର୍ଯ୍ୟଙ୍କ ଫଟୋ, ଆପଣ ମଧ୍ୟ ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ

Aditya L1 Mission Sun Images: ସୂର୍ଯ୍ୟ ମିଶନ ଆଦିତ୍ୟ L1 ର ଯାତ୍ରାରେ ଆଉ ଏକ ସଫଳତା ହାସଲ କରାଯାଇଛି । ମିଶନରେ ଥିବା ପେଲୋଡ୍ 'ସୁଟ୍' ସୂର୍ଯ୍ୟଙ୍କ ଫଟୋଗ୍ରାଫି ଓ କ୍ରୋମୋସଫିରର ଜଟିଳ ବିବରଣୀ ପ୍ରଦାନ କରୁଥିବା ଚିତ୍ରଗୁଡ଼ିକୁ କ୍ୟାପଚର୍ କରିଛି ।

 

Aditya L1 Mission

Aditya L1 Mission: ଭାରତର ସନ୍ ମିଶନ୍ ଆଦିତ୍ୟ L1 ରେ ସ୍ଥାପିତ ପେଲୋଡ୍ ସୁଟ୍ (SUIT) ସୂର୍ଯ୍ୟଙ୍କ ଫଟୋ କଏଦ କରିଛି । ISRO ଶୁକ୍ରବାର ଦିନ (୮ ଡିସେମ୍ବର) ଏହି ସୂଚନା ଦେଇଛି । ISRO ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ କରୁ କହିଛି ଯେ, ସୁଟ୍ ପେଲୋଡ୍ ଅଲଟ୍ରାଭାଇଓଲେଟ୍ ୱେଭଲେଙ୍ଗଥ୍ ନିକଟରେ ସୂର୍ଯ୍ୟଙ୍କର ଫୁଲ୍ ଡିସ୍କ ଫଟୋ କଏଦ କରିଛି । ଚିତ୍ରଗୁଡ଼ିକ ୨୦୦ ରୁ ୪୦୦ nm ପର୍ଯ୍ୟନ୍ତ ୱେଭଲେଙ୍ଗଥରେ ସୂର୍ଯ୍ୟଙ୍କର ପ୍ରଥମ ଫୁଲ୍-ଡିସ୍କ ରିପ୍ରେଜଣ୍ଟେସନ୍ ସାମିଲ କରେ । ଫଟୋଗୁଡ଼ିକ ସୂର୍ଯ୍ୟଙ୍କ ଫଟୋଗ୍ରାଫି ଓ କ୍ରୋମୋସଫିରର ଜଟିଳ ବିବରଣୀ ପ୍ରଦାନ କରିଥାଏ ।

ଆପଣଙ୍କୁ କହିରଖୁଛୁ ଯେ ISRO ସେପ୍ଟେମ୍ବର ୨ ରେ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆଦିତ୍ୟ- L1 ମହାକାଶଯାନକୁ ସଫଳତାର ସହ ଉତକ୍ଷେପଣ କରିଥିଲା ​। ISRO ଅନୁଯାୟୀ, 'ଆଦିତ୍ୟ- L1' ହେଉଛି ସୂର୍ଯ୍ୟଙ୍କ ଗବେଷଣା ପାଇଁ ପ୍ରଥମ ସ୍ପେସ୍ ଆଧାରିତ ପର୍ଯ୍ୟବେକ୍ଷଣକାରୀ । ଏହା ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଲାଗ୍ରାଙ୍ଗିଆନ୍ ପଏଣ୍ଟ ‘L1’ ର ଏକ ହାଲରୁ ସୂର୍ଯ୍ୟଙ୍କୁ ଗବେଷଣା କରୁଛି ।