Success Story: ଚାକିରୀ ନପାଇ ଛତୁଆ ଦୋକାନ କଲେ ବ୍ୟକ୍ତି, ମାସକୁ ରୋଜଗାର ୬୦ ହଜାର
Advertisement
Article Detail0/zeeodisha/odisha1863368

Success Story: ଚାକିରୀ ନପାଇ ଛତୁଆ ଦୋକାନ କଲେ ବ୍ୟକ୍ତି, ମାସକୁ ରୋଜଗାର ୬୦ ହଜାର

Success Story: ସଫଳତା ପାଇଁ ପରିଶ୍ରମ ଓ ବୁଦ୍ଧି ଦୁଇଟିଯାକ ଆବଶ୍ୟକ । ଜଣେ ବ୍ୟକ୍ତି ଛତୁଆ ବ୍ୟବସାୟ କରି ମାସକୁ ରୋଜଗାର କରୁଛନ୍ତି ୬୦ ହଜାର

Success Story: ଚାକିରୀ ନପାଇ ଛତୁଆ ଦୋକାନ କଲେ ବ୍ୟକ୍ତି, ମାସକୁ ରୋଜଗାର ୬୦ ହଜାର

Success Story: ଛତୁଆ ଅନେକ ବ୍ୟକ୍ତିଙ୍କର ପ୍ରିୟ ଖାଦ୍ୟ । କେହି କେହି ପଣା କରି ପିଇବାକୁ ମଧ୍ୟ ଖୁବ ପସନ୍ଦ କରିଥାନ୍ତି । ବିଶେଷ କରି ଏହା ଏକ ଇନଷ୍ଟାଣ୍ଟ୍ ଫୁଡ୍ (Instant food) ହୋଇଥିବାରୁ ପ୍ରତି ଘରେ ଘରେ ଏହାକୁ ରଖାଯାଇଥାଏ । ପିଲାଙ୍କୁ ଭୋକ ଲାଗିଲେ ମାଆମାନେ ତୁରନ୍ତ ଛତୁଆ ଖୁଆଇ ଦେଇଥାନ୍ତି । ତେବେ ବହୁଳ ବ୍ୟବହୃତ ହେଉଥିବା ଛତୁଆ ଅନେକଙ୍କ ପାଇଁ ରୋଜଗାରର ମାଧ୍ୟମ ପାଲଟିଛି । ଜଣେ ବ୍ୟକ୍ତି ଛତୁଆ ବ୍ୟବସାୟ କରି ନିଜକୁ ଖୁବ ପ୍ରତିଷ୍ଠିତ କରାଇ ପାରିଛନ୍ତି । ଆଜି ଆପଣଙ୍କୁ ତାଙ୍କ ସଫଳତା ବିଷୟରେ କହିବାକୁ ଯାଉଛୁ ।

କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ଲୋକମାନେ ଛତୁଆକୁ ଖୁବ ପସନ୍ଦ କରିଥାନ୍ତି । କିଶାନଗଞ୍ଜ (kishanganj)ରେ ଶ୍ରବଣ ଦାସ ନାମରେ ଜଣେ ବ୍ୟକ୍ତି ରୁହନ୍ତି ଯିଏ ସତ୍ତୁୱାଲେ ମହାରାଜ ଜୀ ନାମକ ବେଶ୍ ପରିଚିତ । ସେ ପ୍ରାୟ ୩୦ ବର୍ଷ ପୂର୍ବେ ବିହାରର କିଶାନଗଞ୍ଜକୁ ଚାକିରୀ (job) କରିବା ଆଶା ନେଇ ଆସିଥିଲେ। କିନ୍ତୁ ସବୁ ପ୍ରକାର ଚେଷ୍ଟା ସତ୍ୱେ ଚାକିରୀ ପାଇଲେ ନାହିଁ । ତେଣୁ ସେ ନିଜେ କିଛି କରିବାକୁ ନିଷ୍ପତ୍ତି ନେଲେ । କିଶାନଗଞ୍ଜର ପଶ୍ଚିମ ପାଲି ଛକରେ ଏକ ଛତୁଆ ଏବଂ ଭୁଜା ଦୋକାନ ଖୋଲିଥିଲେ। ଆଜି ମହାରାଜ ଜୀ କିଶାନଗଞ୍ଜ ଅଞ୍ଚଳରେ ସର୍ବାଧିକ ଛତୁଆ ବିକ୍ରି କରୁଛନ୍ତି । ଲୋକମାନେ ଉଭୟ ଛତୁଆ ଓ ଭୁଜା ଖାଇବାକୁ ତାଙ୍କ ଦୋକାନରେ ଭିଡ ଲଗାଇଥାନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରବଣ ଦାସ କହିଥିଲେ ଯେ, ବିହାରର କିଶାନଗଞ୍ଜ ଏବଂ ବଙ୍ଗଳାର ସିଲିଗୁରିର ସବୁ ସ୍ଥାନରେ ଥିବା ହୋଟେଲରେ ଚାକିରୀ ପାଇଁ ଖୋଜା ଖୋଜି କରିଥିଲେ । ଶେଷରେ ଯେତେବେଳେ  ଚାକିରୀ ମିଳିଲା ନାହିଁ ସେତେବେଳେ କିଶାନଗଞ୍ଜରେ ଛତୁଆ ଏବଂ ଭୁଜାର ଚାହିଦା ଦେଖିଥିଲେ । ପରେ ସେ ବନାରସୀ ସତ୍ତୁ ନାମରେ ଏକ ଦୋକାନ ଆରମ୍ଭ କଲେ । ବର୍ତ୍ତମାନ ନିଜ ବ୍ୟବସାୟକୁ ଭଲ ଧରଣର କରିବାରେ ସେ ସକ୍ଷମ ହୋଇଛନ୍ତି । ପ୍ରାୟ ସମସ୍ତ ବର୍ଗର ଲୋକେ ଛତୁ ପିଇବାକୁ ତାଙ୍କ ଦୋକାନକୁ ଆସିଥାନ୍ତି ।

ଶ୍ରବଣ ଦାସଙ୍କ ଛତୁଆରେ ଥାଏ ଭିନ୍ନ ଏକ ଚାହିଦା । କାରଣ ସେ ଘରେ ତିଆରି ଛତୁଆ ବିକ୍ରି କରିଥାନ୍ତି । ଗ୍ରାଲ ପିଚ୍ଛା ୧୦ରୁ ୨୫ ଟଙ୍କା ପର୍ଯ୍ୟନ୍ତ ଛତୁଆ ବିକ୍ରି ହୋଇଥାଏ । ଦୋକାନରେ ଭଲ ବ୍ୟବସାୟ (Good business) ହେବାରୁ କିଛି ସ୍ଥାନରେ ଶାଖା ମଧ୍ୟ ଖୋଲିଛନ୍ତି ଶ୍ରବଣ । ପ୍ରତିଦିନ ଦୋକାନରେ ୪ ହଜାର ଟଙ୍କାରୁ ଅଧିକ କାରବାର ହୋଇଥାଏ । ଲାଭ ପ୍ରାୟ ଦିନକୁ ୨ ହଜାର ଟଙ୍କା ହୋଇଥାଏ । ମାସକୁ ୬୦ ହଜାରରୁ ଉର୍ଦ୍ଧ ଟଙ୍କା ଲାଭ କରନ୍ତି । ତାଙ୍କ କହିବାନୁଯାୟୀ ଜଣେ ଛତୁଆ ବିକ୍ରି କରି ଭଲ ରୋଜଗାର କରିବାକୁ ସକ୍ଷମ ହୋଇପାରିବ । କେବଳ ଛତୁଆ ନୁହେଁ ଆପଣ ଯେଉଁ ବି ବ୍ୟବସାୟ କରନ୍ତୁ ନା କାହିଁକି ନିଷ୍ଠାର ସହ କରିପାରିଲେ ଆପଣ ଖୁବ୍ ଆଗକୁ ବଢିପାରିବେ । ଅନ୍ୟପଟେ ଦୋକାନକୁ ଆସୁଥିବା ଗ୍ରାହକ ମଧ୍ୟ ଶ୍ରବଣଙ୍କ ଛତୁଆର ବେଶ୍ ପ୍ରଶଂସା କରିଛନ୍ତି । ଜଣେ ବ୍ୟକ୍ତି କହିଛନ୍ତି ଯେ, ଶ୍ରବଣ ଘର ତିଆରି ଛତୁଆ ବିକ୍ରି କରୁଥିବାରୁ ଏହାର ସ୍ୱାଦ ଖୁବ ନିଆରା । ଏଥିସହ କୌଣସି କେମିକଲ ନୁହେଁ ବରଂ କିଛି ଭଲ ଜିନିଷ ସହିତ ଛତୁଆ ପ୍ରସ୍ତୁତ କରିଥାନ୍ତି ଶ୍ରବଣ । ଛତୁଆ ଶରୀର ପାଇଁ ଖୁବ ଉପକାରୀ । ଆଜିକାଲି ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ଫାଷ୍ଟଫୁଡ ଠାରୁ ଛତୁଆ ଖୁବ ଭଲ ।

Also Read- Mahakal Temple: ବାବା ମହାକାଳେଶ୍ୱରଙ୍କୁ ଦର୍ଶନ କଲେ ଶିଖର ଧାୱନ ଓ ଅକ୍ଷୟ କୁମାର...