8th Pay Commissionକୁ ନେଇ ଆସିଲା ବଡ଼ ଅପଡେଟ୍, ୪୪ ପ୍ରତିଶତ ବଢ଼ିବ ଦରମା! ସରକାରୀ କର୍ମଚାରୀଙ୍କୁ ଲାଗିଲା ଲଟେରୀ
Advertisement

8th Pay Commissionକୁ ନେଇ ଆସିଲା ବଡ଼ ଅପଡେଟ୍, ୪୪ ପ୍ରତିଶତ ବଢ଼ିବ ଦରମା! ସରକାରୀ କର୍ମଚାରୀଙ୍କୁ ଲାଗିଲା ଲଟେରୀ

8th Pay Commission: ବର୍ତ୍ତମାନ ସାରା ଦେଶରେ କର୍ମଚାରୀମାନେ ସପ୍ତମ ବେତନ ଆୟୋଗ ଅଧୀନରେ ବେତନ ପାଉଛନ୍ତି । କିନ୍ତୁ କର୍ମଚାରୀଙ୍କ ଠାରୁ ଏପରି ଅନେକ ଅଭିଯୋଗ ଦେଖାଯାଉଛି ଯେ ସେମାନେ ସୁପାରିଶ ଅନୁଯାୟୀ ବେତନ ପାଉନାହାଁନ୍ତି । ଅର୍ଥାତ ସେମାନେ ଯେତିକି ବେତନ ପାଇବା କଥା ତାହାଠାରୁ ଅଧିକ କମ୍ ଟଙ୍କା ପାଉଛନ୍ତି । ଏହି ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ଆଗରେ ଅଷ୍ଟମ ବେତନ ଆୟୋଗର ଦାବି କରାଯାଉଛି ।

8th Pay Commissionକୁ ନେଇ ଆସିଲା ବଡ଼ ଅପଡେଟ୍, ୪୪ ପ୍ରତିଶତ ବଢ଼ିବ ଦରମା! ସରକାରୀ କର୍ମଚାରୀଙ୍କୁ ଲାଗିଲା ଲଟେରୀ

8th Pay Commission Latest Updates, 7th Pay Commission: ମହଙ୍ଗା ଭତ୍ତା ବୃଦ୍ଧି (DA Hike) ପରେ କେନ୍ଦ୍ର କର୍ମଚାରୀଙ୍କୁ ଆଉ ଏକ ବଡ଼ ଖବର ମିଳିଛି । ବର୍ତ୍ତମାନ ସାରା ଦେଶରେ କର୍ମଚାରୀମାନେ ସପ୍ତମ ବେତନ ଆୟୋଗ (7th Pay Commission) ଅଧୀନରେ ବେତନ (Central Government Employees Salary) ପାଉଛନ୍ତି । କିନ୍ତୁ କର୍ମଚାରୀଙ୍କ ଠାରୁ ଏପରି ଅନେକ ଅଭିଯୋଗ ଦେଖାଯାଉଛି ଯେ ସେମାନେ ସୁପାରିଶ ଅନୁଯାୟୀ ବେତନ ପାଉନାହାଁନ୍ତି । ଅର୍ଥାତ ସେମାନେ ଯେତିକି ବେତନ ପାଇବା କଥା ତାହାଠାରୁ ଅଧିକ କମ୍ ଟଙ୍କା ପାଉଛନ୍ତି । ଏହି ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ଆଗରେ ଅଷ୍ଟମ ବେତନ ଆୟୋଗ (8th Pay Commission) ର ଦାବି କରାଯାଉଛି ।

କର୍ମଚାରୀ ସଂଘ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଏ ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରସ୍ତୁତ କରାଯାଉଛି, ଯାହା ଶୀଘ୍ର ସରକାରଙ୍କୁ ଦିଆଯିବ । ଏହା ପରେ ଏହାର ସୁପାରିଶ ଦେଖିବା ପରେ ଏହାକୁ କାର୍ଯ୍ୟକାରୀ କରାଯିବ । ସେପଟେ ସଂସଦରେ ସରକାର ଅଷ୍ଟମ ବେତନ ଆୟୋଗ କାର୍ଯ୍ୟକାରୀ କରିବା ପ୍ରସଙ୍ଗରେ କୌଣସି ବିଚାର କରିବା ଉପରେ ଅସ୍ୱୀକାର କରିଛନ୍ତି, କିନ୍ତୁ ଏହା ପରେ ମଧ୍ୟ କର୍ମଚାରୀମାନେ ପରବର୍ତ୍ତୀ ବେତନ ଆୟୋଗ କାର୍ଯ୍ୟକାରୀ କରିବାକୁ ଦାବି କରୁଛନ୍ତି ।

କେତେ ବୃଦ୍ଧି ହେବ ଦରମା?

ଆମର ସହଯୋଗୀ ୱେବସାଇଟ୍ ଜୀ ବିଜନେସ୍ ଅନୁଯାୟୀ, କେନ୍ଦ୍ର କର୍ମଚାରୀଙ୍କ ସଂଗଠନ କହିଛି ଯେ ବର୍ତ୍ତମାନ ସର୍ବନିମ୍ନ ବେତନ ସୀମା ୧୮,୦୦୦ ଟଙ୍କା ରଖାଯାଇଛି । ଏଥିରେ ବେତନ ବୃଦ୍ଧିରେ ଫିଟମେଣ୍ଟ ଫ୍ୟାକ୍ଟରକୁ ଅନେକ ପ୍ରାଧାନ୍ୟ ଦିଆଯାଇଛି । ଏହି ଫ୍ୟାକ୍ଟର ୨.୫୭ ଗୁଣ ଅଟେ । ସେପଟେ ଅଷ୍ଟମ ପେ କମିଶନରେ ଏହାକୁ ୩.୬୮ ଗୁଣ ପର୍ଯ୍ୟନ୍ତ ରଖିବାକୁ ପରାମର୍ଶ ଦିଆଯାଇଛି । ଯଦି ସରକାର ଏଥିରେ ସହମତ ହୁଅନ୍ତି, ତେବେ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୮ ହଜାରରୁ ୨୬ ହଜାର ଟଙ୍କାକୁ ବୃଦ୍ଧି ପାଇବ ।

fallback

ଚତୁର୍ଥ କମିଶନ

ବେତନ ବୃଦ୍ଧି: ୨୭.୬ ପ୍ରତିଶତ
ସର୍ବନିମ୍ନ ଦରମା: ୭୫୦ ଟଙ୍କା

ପଞ୍ଚମ କମିଶନ

ବେତନ ବୃଦ୍ଧି: ୩୧ ପ୍ରତିଶତ
ସର୍ବନିମ୍ନ ଦରମା: ୨,୫୫୦ ଟଙ୍କା

ଷଷ୍ଠ କମିଶନ

ଫିଟମେଣ୍ଟ ଫ୍ୟାକ୍ଟର: ୧.୮୬ ଗୁଣା
ବେତନ ବୃଦ୍ଧି: ୫୪ ପ୍ରତିଶତ
ସର୍ବନିମ୍ନ ଦରମା: ୭,୦୦୦ ଟଙ୍କା

ସପ୍ତମ କମିଶନ

ଫିଟମେଣ୍ଟ ଫ୍ୟାକ୍ଟର: ୨.୫୭ ଗୁଣା
ବେତନ ବୃଦ୍ଧି: ୧୪.୨୯ ପ୍ରତିଶତ
ସର୍ବନିମ୍ନ ଦରମା: ୧୮,୦୦୦ ଟଙ୍କା

ଅଧିକ ପଢ଼ନ୍ତୁ:-ମହଙ୍ଗା ଭତ୍ତା ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଆଉ ବଡ଼ ଖୁସି ଖବର, ବଢ଼ିବ ବେସିକ୍ ଦରମା!

ଅଧିକ ପଢ଼ନ୍ତୁ:-ନକ୍ଷତ୍ର ପରିବର୍ତ୍ତନ ହେବା ମାତ୍ରେ ଶନି ଏହି ୬ଟି ରାଶିକୁ କରିବ ମାଲାମାଲ୍, ଆସନ୍ତା ୭ ମାସ ପର୍ଯ୍ୟନ୍ତ ହେବ ବହୁତ ଲାଭ

ଅଧିକ ପଢ଼ନ୍ତୁ:-ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ CSK ର ପରାଜୟର ୫ଟି ବଡ଼ କାରଣ, ଜାଣନ୍ତୁ...

ଅଷ୍ଟମ କମିଶନ

ଫିଟମେଣ୍ଟ ଫ୍ୟାକ୍ଟର: ୩.୮୬ ଗୁଣା
ବେତନ ବୃଦ୍ଧି: ୪୪.୪୪ ପ୍ରତିଶତ
ସର୍ବନିମ୍ନ ଦରମା: ୨୬,୦୦୦ ଟଙ୍କା

ସୂଚନାଯୋଗ୍ୟ, ବର୍ତ୍ତମାନ ଅଷ୍ଟମ ବେତନ ଆୟୋଗ ସମ୍ପର୍କରେ କେନ୍ଦ୍ର ସରକାର କୌଣସି ପ୍ରକାରର ପ୍ରସ୍ତାବ ଉପସ୍ଥାପନ କରିନାହାଁନ୍ତି । ଅନ୍ୟପକ୍ଷରେ, ଯଦି ସୂତ୍ରଗୁଡିକ ବିଶ୍ୱାସ କରାଯାଏ, କେନ୍ଦର ମୋଦି ସରକାର ୨୦୨୪ ମସିହାରେ ଅଷ୍ଟମ ବେତନ ଆୟୋଗ ଉପସ୍ଥାପନ କରିପାରନ୍ତି । ଏହା ୨୦୨୬ ମସିହାରେ କାର୍ଯ୍ୟକାରୀ ହୋଇପାରେ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ୨୦୨୪ ମସିହାରେ ପେ କମିଶନ ମଧ୍ୟ ଗଠନ କରାଯାଇପାରେ । ଏଥିସହିତ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ ଦେଶରେ ସାଧାରଣ ନିର୍ବାଚନ ହେବ, ତେଣୁ ସରକାର ଶୀଘ୍ର କର୍ମଚାରୀମାନଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି ।