7th Pay Commission: ନୂଆ ବର୍ଷ ପୂର୍ବେ କର୍ମଚାରୀଙ୍କ ପାଇଁ ବଡ଼ ଖବର; DA ରେ ୪ ପ୍ରତିଶତ ବୃଦ୍ଧି, ସରକାର କଲେ ଘୋଷଣା
Advertisement

7th Pay Commission: ନୂଆ ବର୍ଷ ପୂର୍ବେ କର୍ମଚାରୀଙ୍କ ପାଇଁ ବଡ଼ ଖବର; DA ରେ ୪ ପ୍ରତିଶତ ବୃଦ୍ଧି, ସରକାର କଲେ ଘୋଷଣା

DA Hike, 7th Pay Commission: ରାଜ୍ୟର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧିକୁ ସରକାର ଅନୁମୋଦନ କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ରାଜ୍ୟର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ବହୁତ ଲାଭଦାୟକ ହେବ । ମେଘାଳୟ ସରକାର ଦେଇଥିବା ସୂଚନା ଅନୁଯାୟୀ, ମହଙ୍ଗା ଭତ୍ତାରେ ଏହି ବୃଦ୍ଧି ଜୁଲାଇ ୨୦୨୨ରୁ କାର୍ଯ୍ୟକାରୀ ହେବ ।

7th Pay Commission: ନୂଆ ବର୍ଷ ପୂର୍ବେ କର୍ମଚାରୀଙ୍କ ପାଇଁ ବଡ଼ ଖବର; DA ରେ ୪ ପ୍ରତିଶତ ବୃଦ୍ଧି, ସରକାର କଲେ ଘୋଷଣା

DA Hike, 7th Pay Commission: ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ଅଛି । ନୂଆ ବର୍ଷ ପୂର୍ବରୁ ହିଁ ସରକାର କର୍ମଚାରୀ ମାନଙ୍କୁ ଏକ ବଡ଼ ଲାଭ ଦେଇଛନ୍ତି । ପ୍ରକୃତରେ, ମେଘାଳୟ ସରକାର (Meghalaya Government) ରାଜ୍ୟ କର୍ମଚାରୀ ( Meghalaya Government Employees) ଓ ପେନସନଭୋଗୀ (Pensioners) ଙ୍କ ମହଙ୍ଗା ଭତ୍ତା (Dearness Allowance) ରେ ବୃଦ୍ଧି ଘୋଷଣା କରିଛନ୍ତି । ରାଜ୍ୟର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି (DA Hike) କୁ ସରକାର ଅନୁମୋଦନ କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ରାଜ୍ୟର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ବହୁତ ଲାଭଦାୟକ ହେବ । ମେଘାଳୟ ସରକାର ଦେଇଥିବା ସୂଚନା ଅନୁଯାୟୀ, ମହଙ୍ଗା ଭତ୍ତାରେ ଏହି ବୃଦ୍ଧି (DA Hike) ଜୁଲାଇ ୨୦୨୨ରୁ କାର୍ଯ୍ୟକାରୀ ହେବ ।

ମେଘାଳୟ ସରକାର (Meghalaya Government) ଙ୍କ ଏହି ଘୋଷଣା ପରେ ମେଘାଳୟର କର୍ମଚାରୀ (Govt Employees) ଙ୍କ ମହଙ୍ଗା ଭତ୍ତା ଜୁଲାଇ ୨୦୨୨ରୁ ୨୮ ପ୍ରତିଶତରୁ ୩୨ ପ୍ରତିଶତକୁ ବୃଦ୍ଧି ପାଇଛି । ପ୍ରକୃତରେ, ସେପ୍ଟେମ୍ବର ୨୯ରେ ମହଙ୍ଗା ଭତ୍ତା (DA) କୁ ୪ ପ୍ରତିଶତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଅନୁମୋଦନ କରିଥିଲେ । ବର୍ତ୍ତମାନ ୩୮ ପ୍ରତିଶତ ହାରରେ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୨ ଲକ୍ଷ ପେନସନଭୋଗୀଙ୍କ ଆକାଉଣ୍ଟକୁ ମହଙ୍ଗା ଭତ୍ତା ଆସିବା ଆରମ୍ଭ କରିଛି ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆରୁ ଏବେ କେଏଲ୍ ରାହୁଲଙ୍କୁ କରନ୍ତୁ ବାହାର, ଏହି ଦିଗ୍ଗଜ କଲେ ଦାବି

ଅଧିକ ପଢ଼ନ୍ତୁ:-ମୁଖ୍ୟ ଚୟନକର୍ତ୍ତା ହେବା ମାତ୍ରେ ଆକ୍ସନ ମୋଡରେ ଶାହିଦ ଆଫ୍ରିଦି, ସିରିଜର କିଛି ଘଣ୍ଟା ପୂର୍ବରୁ ବଦଳାଇଲେ ଦଳ

ଅଧିକ ପଢ଼ନ୍ତୁ:-ଶିବରାଜଙ୍କ ମନ୍ତ୍ରୀଙ୍କୁ ନିଜ ହାତରେ ଚପଲ ପିନ୍ଧାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜାଣନ୍ତୁ ଏହା ପଛର କାରଣ

 

ଉଲ୍ଲେଖନୀୟ କଥା ହେଉଛି, ଏହା ପୂର୍ବରୁ କେନ୍ଦ୍ର ସରକାର (Central Govt) ମଧ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ବୃଦ୍ଧି କରିଥିଲେ । କେବଳ ଏତିକି ନୁହେଁ, ଏପର୍ଯ୍ୟନ୍ତ ଆସିଥିବା AICPI ପରିସଂଖ୍ୟାନକୁ ଦେଖିଲେ, ନୂଆ ବର୍ଷରେ ଅର୍ଥାତ୍ ଜାନୁଆରୀ ୨୦୨୩ରେ ପୁଣି ଥରେ କେନ୍ଦ୍ରୀୟ କର୍ମଚାରୀଙ୍କ DA ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । କେନ୍ଦ୍ରୀୟ କର୍ମଚାରୀ ମାନେ ବର୍ତ୍ତମାନ ୩୮ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି । କେନ୍ଦ୍ର ସରକାର ବ୍ୟତୀତ ଅନେକ ରାଜ୍ୟ ସରକାର ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରିଛନ୍ତି । ଏଥି ମଧ୍ୟରେ ଝାଡଖଣ୍ଡ, ଛତିଶଗଡ, ହରିୟାଣା, ୟୁପି, କର୍ଣ୍ଣାଟକ, ପଞ୍ଜାବ, ଆସାମ ଇତ୍ୟାଦି ରାଜ୍ୟ ସାମିଲ ଅଛନ୍ତି । ବର୍ତ୍ତମାନ ମେଘାଳୟ ସରକାର  (Meghalaya Government) ଏହି ନିଷ୍ପତ୍ତି ନେଇଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜ୍ୟର ଲକ୍ଷ ଲକ୍ଷ କର୍ମଚାରୀ ଓ ପେନସନଭୋଗୀ ବେତନ (Salary) ଓ ପେନ୍‌ସନ (Pension) ର ଲାଭ ପାଇବେ । ଏହା ସହିତ ଆସନ୍ତା ବର୍ଷରେ ଅର୍ଥାତ୍ ୨୦୨୩ରେ ବର୍ଦ୍ଧିତ ମହଙ୍ଗା ଭତ୍ତା (DA) ର ପରିମାଣ କର୍ମଚାରୀଙ୍କ ଆକାଉଣ୍ଟରେ ଆସିବ ।