7th Pay Commission DA Hike: ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର: ଦରମାରେ ହେବ ବମ୍ପର ବୃଦ୍ଧି, ପ୍ରତି ମାସରେ ଆକାଉଣ୍ଟକୁ ଆସିବ ୧୦,୫୦୦ ଟଙ୍କା!
Advertisement

7th Pay Commission DA Hike: ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର: ଦରମାରେ ହେବ ବମ୍ପର ବୃଦ୍ଧି, ପ୍ରତି ମାସରେ ଆକାଉଣ୍ଟକୁ ଆସିବ ୧୦,୫୦୦ ଟଙ୍କା!

7th Pay Commission DA Hike: ମିଡିଆ ରିପୋର୍ଟ ଅନୁସାରେ, AICPI ସୂଚକାଙ୍କ ଡାଟାରେ ପୁଣି ଥରେ ଅହେତୁକ ଅଭିବୃଦ୍ଧି ଦେଖିବାକୁ ମିଳିଛି । ଏଥର ମଧ୍ୟ କେନ୍ଦ୍ର ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି । ଏହି ସମୟର ସ୍ଥିତିକୁ ଦେଖି ଅନୁମାନ କରାଯାଉଛି ଯେ ଚଳିତ ବର୍ଷ ଜାନୁଆରୀ ମାସରେ ମଧ୍ୟ ସରକାର ମହଙ୍ଗା ଭତ୍ତାରେ ବମ୍ପର ବୃଦ୍ଧି କରିବାକୁ ଯାଉଛନ୍ତି । 

7th Pay Commission DA Hike: ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର: ଦରମାରେ ହେବ ବମ୍ପର ବୃଦ୍ଧି, ପ୍ରତି ମାସରେ ଆକାଉଣ୍ଟକୁ ଆସିବ ୧୦,୫୦୦ ଟଙ୍କା!

7th Pay Commission DA Hike: କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଙ୍କ ପାଇଁ ଏକ ବଡ଼ ଖବର ଅଛି । ଚଳିତ ବର୍ଷ ମାର୍ଚ୍ଚ ୧ରେ ହେବାକୁ ଥିବା କ୍ୟାବିନେଟ ବୈଠକରେ କର୍ମଚାରୀମାନେ ଏକ ବଡ଼ ଉପହାର ପାଇପାରନ୍ତି । ଜାନୁଆରୀ ୨୦୨୩ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା (Dearness Allowance) କୁ ଏହି ବୈଠକରେ ଅନୁମୋଦନ କରାଯାଇପାରେ । ଏହା ସହିତ ୨ ମାସର ମହଙ୍ଗା ଭତ୍ତାର ବକେୟା ରାଶି (DA arrears) କର୍ମଚାରୀଙ୍କ ଆକାଉଣ୍ଟରେ ମଧ୍ୟ ଆସିପାରେ । ଏହା ସହିତ କର୍ମଚାରୀଙ୍କ ଦରମା ମାସକୁ ୧୦,୫୦୦ ଟଙ୍କା ବୃଦ୍ଧି ହୋଇପାରେ । ମିଡିଆ ରିପୋର୍ଟ ଅନୁସାରେ, AICPI ସୂଚକାଙ୍କ ଡାଟାରେ ପୁଣି ଥରେ ଅହେତୁକ ଅଭିବୃଦ୍ଧି ଦେଖିବାକୁ ମିଳିଛି । ଏଥର ମଧ୍ୟ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (DA Hike) କୁ ୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି ।

ଏହି ସମୟର ସ୍ଥିତିକୁ ଦେଖି ଅନୁମାନ କରାଯାଉଛି ଯେ ଚଳିତ ବର୍ଷ ଜାନୁଆରୀ ମାସରେ ମଧ୍ୟ ସରକାର ମହଙ୍ଗା ଭତ୍ତା (DA) ରେ ବମ୍ପର ବୃଦ୍ଧି କରିବାକୁ ଯାଉଛନ୍ତି । ଆମେ ଆପଣଙ୍କୁ କହି ରଖୁଛୁ ଯେ, ଜାନୁଆରୀ ୨୦୨୩ରୁ କର୍ମଚାରୀମାନଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା (DA) ର ଲାଭ ମିଳିବ । କିନ୍ତୁ କେନ୍ଦ୍ରର ମୋଦି ସରକାର ଏହାକୁ ମାର୍ଚ୍ଚ ୨୦୨୩ ଯାଏ ଘୋଷଣା କରିପାରନ୍ତି । ଯଦି କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ରେ ୪ ପ୍ରତିଶତ ବୃଦ୍ଧି ହୁଏ । ତେବେ କେନ୍ଦ୍ର କର୍ମଚାରୀଙ୍କର ମହଙ୍ଗା ଭତ୍ତା (DA) ୪୨ ପ୍ରତିଶତକୁ ପହଞ୍ଚିଯିବ । ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କୁ ୩୮ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ମିଳୁଛି ।

ଆପଣଙ୍କୁ କହି ରଖୁଛୁ ଯେ, ଦୀର୍ଘ ସମୟ ପରେ କେନ୍ଦ୍ର ସରକାର ଗତ ବର୍ଷ ଜୁଲାଇ ୨୦୨୧ରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିଥିଲେ । ଏହା ପରେ ଅକ୍ଟୋବର ୨୦୨୧ରେ ଏଥିରେ ୩ ପ୍ରତିଶତ ବୃଦ୍ଧି ସହ ୩୧ ପ୍ରତିଶତରେ ପହଞ୍ଚିଥିଲା । ପରେ କେନ୍ଦ୍ର ସରକାର ଚଳିତ ମାର୍ଚ୍ଚ ମାସରେ କେନ୍ଦ୍ର କର୍ମଚାରୀଙ୍କ ଡିଏକୁ ୩ ପ୍ରତିଶତ ବୃଦ୍ଧି କରିଥିଲେ । ଯାହା ଜାନୁୟାରୀ ୧, ୨୦୨୨ ଠାରୁ ଲାଗୁ ହୋଇଛି । ଏହି ବୃଦ୍ଧି ପରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଏହାସହ ସେପ୍ଟେମ୍ୱରରେ ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା, ଏହା ଜୁଲାଇ ୨୦୨୨ରୁ ଲାଗୁ ହୋଇଥିଲା । ଯେଉଁ କାରଣରୁ କେନ୍ଦ୍ରର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତ ହୋଇଯାଇଛି । ବର୍ତ୍ତମାନର ଦରଦାମ ବୃଦ୍ଧି ଆକଳନକୁ ଦୃଷ୍ଟିରେ ରଖି ସରକାର ଡିଏକୁ ବୃଦ୍ଧି କରନ୍ତି । ଏହି ବୃଦ୍ଧି ଯୋଗୁଁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

ଅଧିକ ପଢ଼ନ୍ତୁ:-'ଆମେ ୱାର୍ଲ୍ଡ ଚାମ୍ପିୟନ, ଆମର ବି ଅଛି ମାନ-ସମ୍ମାନ...ବିଶ୍ୱକପ ଖେଳିବାକୁ ଯିବୁ ନାହିଁ ଭାରତ'; BCCIକୁ ପୁଣି ଦେଲେ ଧମକ

ସପ୍ତମ ବେତନ ଆୟୋଗ (7th Pay Commission) ଅଧୀନରେ କର୍ମଚାରୀଙ୍କ ବେସିକ୍ ବେତନ ଉପରେ ମହଙ୍ଗା ଭତ୍ତା ଗଣନା କରାଯାଏ । ଯଦି କୌଣସି କର୍ମଚାରୀଙ୍କ ବେସିକ ଦରମା ୨୫,୦୦୦ ଟଙ୍କା, ତେବେ ସେମାନଙ୍କ ଦରମା ୪୨ ପ୍ରତିଶତ DA ଅନୁଯାୟୀ ପ୍ରତି ମାସକୁ ୧୦,୫୦୦ ଟଙ୍କା ବୃଦ୍ଧି ପାଇବ । ଅନ୍ୟପକ୍ଷରେ, ଯଦି ଜଣେ କର୍ମଚାରୀଙ୍କ ବେସିକ୍ ଦରମା ୧୮,୦୦୦୦ ଟଙ୍କା, ତେବେ ସେମାନଙ୍କ ଦରମା ମାସକୁ ୭,୫୬୦ ଟଙ୍କା ବୃଦ୍ଧି ପାଇବ ।