7th Pay Commission: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଆଉ ଏକ ଖୁସି ଖବର; ମିଳିବ DA ବକେୟା ରାଶି, ଆକାଉଣ୍ଟକୁ ଆସିବ ଏତେ ଟଙ୍କା
Advertisement

7th Pay Commission: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଆଉ ଏକ ଖୁସି ଖବର; ମିଳିବ DA ବକେୟା ରାଶି, ଆକାଉଣ୍ଟକୁ ଆସିବ ଏତେ ଟଙ୍କା

DA Arrears: କେନ୍ଦ୍ର ସରକାର ପ୍ରତିବର୍ଷ ଜାନୁଆରୀ ଆରମ୍ଭରୁ ଜୁଲାଇ ଶେଷ ପର୍ଯ୍ୟନ୍ତ DA/DR ବୃଦ୍ଧି କରନ୍ତି । ତେବେ ଗତ କିଛି ବର୍ଷ ମଧ୍ୟରେ ବିଳମ୍ବ ଘଟିଛି । ଅବଶ୍ୟ, ବର୍ଦ୍ଧିତ ଡିଏ କର୍ମଚାରୀମାନଙ୍କୁ ପ୍ରତି ମାସରେ ବକେୟା ଆକାରରେ ଯୋଡା ଯାଇଥାଏ । ଏଠାରେ କହି ରଖୁଛୁ ଯେ, ଜାନୁଆରୀରୁ ଜୁନ୍ ୨୦୨୩ ପର୍ଯ୍ୟନ୍ତ ପ୍ରଥମ ଛଅ ମାସ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରାଯାଇଛି ।

7th Pay Commission: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଆଉ ଏକ ଖୁସି ଖବର; ମିଳିବ DA ବକେୟା ରାଶି, ଆକାଉଣ୍ଟକୁ ଆସିବ ଏତେ ଟଙ୍କା

7th Pay Commission DA Arrears: ବିଗତ ଦିନରେ କେନ୍ଦ୍ର ସରକାର (Central Government) ନିଜର କର୍ମଚାରୀ (Central Government Employees) ଙ୍କ ମହଙ୍ଗା ଭତ୍ତା (Dearness Allowance) କୁ ୪ ପ୍ରତିଶତ ବୃଦ୍ଧି କରିଥିଲେ । ଏହା ସହିତ ପେନସନଭୋଗୀ (Pensioners) ଙ୍କ ମହଙ୍ଗା ରିଲିଫ୍ (Dearness Relief) ମଧ୍ୟ ୪ ପ୍ରତିଶତ ବୃଦ୍ଧି ପାଇଛି । ଏହି ବୃଦ୍ଧି ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି (DA Hike) ପାଇଛି । ଏଥିରୁ ପ୍ରାୟ ୪୭.୫୮ ଲକ୍ଷ କର୍ମଚାରୀ ଓ ୬୯.୭୬ ଲକ୍ଷ ପେନସନଧାରୀ ଉପକୃତ ହେବେ । ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶ ପରେ ମହଙ୍ଗା ଭତ୍ତାରେ ଏହି ବୃଦ୍ଧି କରାଯାଇଛି । ଜାନୁଆରୀରୁ ଜୁନ୍ ୨୦୨୩ ପର୍ଯ୍ୟନ୍ତ ପ୍ରଥମ ଛଅ ମାସ ପାଇଁ ଏହି ବୃଦ୍ଧି (DA Hike) କରାଯାଇଛି ।

କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଙ୍କୁ ମଧ୍ୟ ସରକାର ଦୁଇ ମାସର ବକେୟା (DA Arrears) ଦେବେ । କାରଣ ଜାନୁଆରୀ ୧ରୁ DA ଓ DR ର ବୃଦ୍ଧି ପ୍ରଯୁଜ୍ୟ ବୋଲି ମନେ କରାଯିବ । ଏହି କାରଣରୁ ଜାନୁଆରୀ ଓ ଫେବୃଆରୀର ବର୍ଦ୍ଧିତ ମହଙ୍ଗା ଭତ୍ତାର ବକେୟା ଭାବରେ ଦିଆଯିବ । ଅର୍ଥାତ୍ କର୍ମଚାରୀଙ୍କ ମାର୍ଚ୍ଚ ଦରମା ବୃଦ୍ଧି ପାଇବ । ମହଙ୍ଗା ଭତ୍ତା (DA) ରେ ଏହି ବୃଦ୍ଧି ପରେ ସରକାରଙ୍କୁ ପ୍ରତିବର୍ଷ ୧୨,୮୧୫ କୋଟି ଟଙ୍କା ଆର୍ଥିକ ବୋଝ ପଡ଼ିବ । ସରକାର ପ୍ରତି ଛଅ ମାସରେ କର୍ମଚାରୀଙ୍କ ଡିଏ ବୃଦ୍ଧି କରନ୍ତି ।

ମହଙ୍ଗା ଭତ୍ତା (DA) ସରକାରୀ କର୍ମଚାରୀ (Government Employees) ଙ୍କ ବେତନ ଷ୍ଟ୍ରକ୍ଚରର ଏକ ଅଂଶ । ମୁଦ୍ରାସ୍ଫୀତି ହାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କର୍ମଚାରୀଙ୍କ ଡିଏ ବୃଦ୍ଧି କରିଛନ୍ତି । ମୁଦ୍ରାସ୍ଫୀତି ଅଧିକ ହେଲେ DA ହାରରେ ବୃଦ୍ଧି ଅଧିକ ହେବ । ଏହାପୂର୍ବରୁ ସରକାର ଗତ ୬ ମାସ ପୂର୍ବେ ଡିଏରେ ୪ ପ୍ରତିଶତ ବୃଦ୍ଧି କରିଥିଲେ । ସେତେବେଳେ ଡିଏକୁ ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧି କରିଥିଲେ । ମାର୍ଚ୍ଚ ୨୦୨୨ରେ ସରକାର କର୍ମଚାରୀଙ୍କ DA କୁ ତିନି ପ୍ରତିଶତ ବୃଦ୍ଧି କରିଥିଲେ । ଏହି ବୃଦ୍ଧି ପରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଥିଲା ।

ଅଧିକ ପଢ଼ନ୍ତୁ:-୨୦ ବର୍ଷ ପରେ ସୃଷ୍ଟି ହୋଇଛି ଶୁଭ ରାଜ ଯୋଗ, ଏସବୁ ରାଶି ଉପରେ ସୂର୍ଯ୍ୟ-ଗୁରୁ ମିଶି କରିବେ ଟଙ୍କା ବର୍ଷା!

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି କ୍ରିକେଟରଙ୍କ ଆରମ୍ଭ ହେଲା ଖରାପ ଦିନ, BCCI ହଠାତ୍ ଦେଲା ଜୋରଦାର ଝଟକା!

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କୁ BCCI ଦେଲା ସବୁଠାରୁ ବଡ଼ ପ୍ରମୋସନ୍, ମିଳିବ କୋଟି କୋଟି ଟଙ୍କାର ଲାଭ!

ମନେ କରାଯାଉ କୌଣସି କେନ୍ଦ୍ର କର୍ମଚାରୀଙ୍କ ବେସିକ୍ ଦରମା ମାସକୁ ୨୫,୫୦୦ ଟଙ୍କା ରହିଛି । ଏହିପରି ଭାବରେ ୩୮ ପ୍ରତିଶତ ହାରରେ ତାଙ୍କୁ ଡିଏ ଭାବରେ ୯,୬୯୦ ଟଙ୍କା ମିଳୁଥିଲା । ବର୍ତ୍ତମାନ ମହଙ୍ଗା ଭତ୍ତାର ୪ ପ୍ରତିଶତ ବୃଦ୍ଧି ପରେ ଏହି ପରିମାଣ ୧୦,୭୧୦ ଟଙ୍କାକୁ ବୃଦ୍ଧି ପାଇବ । ଅର୍ଥାତ୍ ପ୍ରତି ମାସରେ କର୍ମଚାରୀଙ୍କ ବେତନରେ ୧,୦୨୦ ଟଙ୍କା ବୃଦ୍ଧି ହେବ । ଜାନୁଆରୀ ଓ ଫେବୃଆରୀ ମାସର ବକେୟା ମାର୍ଚ୍ଚ ମାସର ଦରମା ସହିତ ଯୋଡାଯିବ । ଏହା ସହିତ ମାର୍ଚ୍ଚରେ ଡିଏ ମଧ୍ୟ ଆସିବ । ଏହିପରି କର୍ମଚାରୀଙ୍କ ଦରମା ଏହି ମାସରେ ୩,୦୬୦ ଟଙ୍କା ବୃଦ୍ଧି ପାଇବ । ସୂଚନାଯୋଗ୍ୟ, କେନ୍ଦ୍ର ସରକାର ପ୍ରତିବର୍ଷ ଜାନୁଆରୀ ଆରମ୍ଭରୁ ଜୁଲାଇ ଶେଷ ପର୍ଯ୍ୟନ୍ତ DA/DR ବୃଦ୍ଧି କରନ୍ତି । ତେବେ ଗତ କିଛି ବର୍ଷ ମଧ୍ୟରେ ବିଳମ୍ବ ଘଟିଛି । ଅବଶ୍ୟ, ବର୍ଦ୍ଧିତ ଡିଏ କର୍ମଚାରୀମାନଙ୍କୁ ପ୍ରତି ମାସରେ ବକେୟା ଆକାରରେ ଯୋଡା ଯାଇଥାଏ ।