7th Pay Commission DA Arrears: କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଡବଲ ଉପହାର, ମହଙ୍ଗା ଭତ୍ତା ସହ ପାଇବେ ୧୮ ମାସର ବକେୟା ରାଶି!
Advertisement

7th Pay Commission DA Arrears: କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଡବଲ ଉପହାର, ମହଙ୍ଗା ଭତ୍ତା ସହ ପାଇବେ ୧୮ ମାସର ବକେୟା ରାଶି!

DA Arrears:  ଖୁବ୍ ଶୀଘ୍ର ଆପଣଙ୍କ ବ୍ୟାଙ୍କ ଖାତାରେ ମହଙ୍ଗା ଭତ୍ତାର ବର୍ଦ୍ଧିତ (DA Hike) ଟଙ୍କା ଆସିବାକୁ ଯାଉଛି । କେନ୍ଦ୍ର ସରକାର ଚଳିତ ମାସର ୧୫ ତାରିଖରେ ଆପଣଙ୍କର ଦରମା ବୃଦ୍ଧି କରିବାକୁ ଯାଉଛନ୍ତି । ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ କର୍ମଚାରୀ ୧୮ ମାସର ମହଙ୍ଗା ଭତ୍ତା ଅର୍ଥାତ ଡିଏ ଅରିୟର (DA Arrears) ର ଅପେକ୍ଷା କରୁଛନ୍ତି । ଯାହାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।

7th Pay Commission DA Arrears: କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଡବଲ ଉପହାର, ମହଙ୍ଗା ଭତ୍ତା ସହ ପାଇବେ ୧୮ ମାସର ବକେୟା ରାଶି!

7th Pay Commission, Central Government Employees, DA Hikes, DA Arrears: କେନ୍ଦ୍ର ସରକାର (Central Government) ନିଜର ୪୭ ଲକ୍ଷ କର୍ମଚାରୀ (Central Government Employees) ଓ ୬୮ ଲକ୍ଷ ପେନସନଭୋଗୀ (Central Government Pensioners) ଙ୍କୁ ପୁଣି ଥରେ ଉପହାର ପ୍ରଦାନ କରିବାକୁ ଯାଉଛନ୍ତି । ଯଦି ଆପଣ ମଧ୍ୟ ମହଙ୍ଗା ଭତ୍ତା  (Dearness Allowance) ର ବୃଦ୍ଧିକୁ ଅପେକ୍ଷା କରୁଛନ୍ତି, ତେବେ ଆପଣ ଶୀଘ୍ର ବଡ଼ ଖୁସି ପାଇବାକୁ ଯାଉଛନ୍ତି । ଖୁବ୍ ଶୀଘ୍ର ଆପଣଙ୍କ ବ୍ୟାଙ୍କ ଖାତାରେ ମହଙ୍ଗା ଭତ୍ତାର ବର୍ଦ୍ଧିତ (DA Hike) ଟଙ୍କା ଆସିବାକୁ ଯାଉଛି । କେନ୍ଦ୍ର ସରକାର ଚଳିତ ମାସର ୧୫ ତାରିଖରେ ଆପଣଙ୍କର ଦରମା ବୃଦ୍ଧି କରିବାକୁ ଯାଉଛନ୍ତି । ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ କର୍ମଚାରୀ ୧୮ ମାସର ମହଙ୍ଗା ଭତ୍ତା ଅର୍ଥାତ ଡିଏ ଅରିୟର (DA Arrears) ର ଅପେକ୍ଷା କରୁଛନ୍ତି । ଯାହାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।

କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ଆସନ୍ତା ମାସରେ ୧୮ ମାସର ମହଙ୍ଗା ଭତ୍ତାର ବକେୟା ରାଶିକୁ ନେଇ ଭଲ ଖବର ମିଳିପାରେ । ମିଡିଆ ରିପୋର୍ଟ ଅନୁସାରେ, ହୋଲି ପୂର୍ବରୁ ମହଙ୍ଗା ଭତ୍ତାର ବକେୟା ରାଶି (DA Arrears) ଉପରେ ମୋଦି କ୍ୟାବିନେଟ ତରଫରୁ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଖବର ଆସିଥିଲା । କିନ୍ତୁ ହୋଲି ଶେଷ ହୋଇଯାଇଛି ବର୍ତ୍ତମାନ ସୁଦ୍ଧା କୌଣସି ଏହା ଉପରେ ଅପଡଟ୍ ଆସି ନାହିଁ । ଯାହାକୁ ନେଇ ସମସ୍ତ କର୍ମଚାରୀ ଉତ୍ସାହର ସହିତ ଅପେକ୍ଷା କରୁଛନ୍ତି ।

ପ୍ରକାଶ ଥାଉକି, ନ୍ୟାସନାଲ କାଉନସିଲ୍ ଅଫ୍ ଏମ୍ପ୍ଲାଇଜସ୍ ୟୁନିଅନ୍ ବା ଜେସିଏମ୍ ଏହି ପ୍ରସଙ୍ଗରେ ସରକାରଙ୍କୁ ଏକ ଚିଠି ପଠାଇଥିଲେ, ଯେଉଁଥିରେ କୁହାଯାଇଥିଲା ଯେ, ୧୮ ମାସର ମହଙ୍ଗା ଭତ୍ତାର ବକେୟା ରାଶି ଓ ଡିଏରେ ୪ ପ୍ରତିଶତ ବୃଦ୍ଧି କରି ସେମାନଙ୍କୁ ଦିଆଯିବା ଉଚିତ୍ ।  ଯଦି ରାଶି ପ୍ରଦାନ କରାଯାଏ, କର୍ମଚାରୀ-ପେନସନଭୋଗୀଙ୍କ ସ୍ତର ଅନୁଯାୟୀ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବକେୟା ଅର୍ଥ ରାଶି ପ୍ରଦାନ କରାଯିବ । ତେବେ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ଆଧିକାରୀକ ବୟାନ ସାମ୍ନାକୁ ଆସି ନାହିଁ ।

ବାସ୍ତବରେ, ୧ ଜୁଲାଇ ୨୦୨୦ ଓ ୧ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ମହଙ୍ଗା ଭତ୍ତାର ବକେୟା ବିଚାରାଧୀନ ଅଛି । ଏ ସମ୍ପର୍କରେ ଅନେକ ପର୍ଯ୍ୟାୟର ବୈଠକ ଅନୁଷ୍ଠିତ ହୋଇଯାଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ନିକଟ ଅତୀତରେ ପେନସନଭୋଗୀ ସଂଘ ବକେୟା ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବାକୁ ଆବେଦନ କରି ପିଏମ ମୋଦିଙ୍କୁ ଏକ ଜ୍ଞାପନ ପ୍ରଦାନ କରିଥିଲେ । ଏଥି ସହିତ କର୍ମଚାରୀ ସଂଘ ମଧ୍ୟ ଏହାର ସମାଧାନ ପାଇଁ ଦାବି କରିଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କର୍ମଚାରୀ-ପେନସନଭୋଗୀଙ୍କ ଚାପ ବଢ଼ିବା ପରେ ମୋଦି ସରକାର ଏହା ଉପରେ ଖୁବ୍ ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି ।

କେନ୍ଦ୍ର କର୍ମଚାରୀ ସଂଗଠନ ୧୮ ମାସର ବକେୟା ପାଇଁ ସରକାରଙ୍କ ଉପରେ କ୍ରମାଗତ ଭାବରେ ଚାପ ପକାଉଛି । ସେମାନେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ହେଉଛି ଦରମା ଓ ଭତ୍ତା କର୍ମଚାରୀଙ୍କ ମୌଳିକ ଅଧିକାର । ଏଭଳି ପରିସ୍ଥିତିରେ କର୍ମଚାରୀମାନଙ୍କୁ ୧୮ ମାସର ବକେୟା ସୁବିଧା ମଧ୍ୟ ମିଳିପାରେ । ନ୍ୟାସନାଲ କାଉନସିଲ୍ ଅଫ୍ ଜେସିଏମ୍ ର ଶିବ ଗୋପାଳ ମିଶ୍ରାଙ୍କ ଅନୁଯାୟୀ, ଲେଭଲ୍ -1 କର୍ମଚାରୀଙ୍କ ଡିଏ ବକେୟା ୧୧,୮୮୦ରୁ ୩୭,୫୫୪ ଟଙ୍କା ମଧ୍ୟରେ ରହିଛି । ଯେତେବେଳେ କି, ଲେଭଲ୍ -13 (7th CPC basic pay scale ୧,୨୩,୧୦୦ ଟଙ୍କାରୁ ୨,୧୫,୯୦୦ ଟଙ୍କା) କିମ୍ବା ଲେଭଲ୍ -14 (7th CPC basic pay scale) ପାଇଁ ଜଣେ କର୍ମଚାରୀ ଡିଏ ବକେୟା ୧,୪୪,୨୦୦ ଟଙ୍କାରୁ ୨,୧୮,୨୦୦ ଟଙ୍କା ମଧ୍ୟରେ ରହିଛି ।

ଅଧିକ ପଢ଼ନ୍ତୁ:-କେନ୍ଦ୍ରୀୟ କର୍ମଚାରୀଙ୍କ ଲାଗିଲା ଲଟେରୀ, ମାର୍ଚ୍ଚ ୧୫ରେ ହେବ ଧନ ବର୍ଷା!

ଅଧିକ ପଢ଼ନ୍ତୁ:-ଖୁସି ଖବର; ଜୁଲାଇରେ କେନ୍ଦ୍ର କର୍ମଚାରୀଙ୍କ ଦରମାରେ ହେବ ବମ୍ପର ବୃଦ୍ଧି, ସମୟ ପୂର୍ବରୁ ହେଲା ବଡ଼ ଖୁଲାସା!

ଅଧିକ ପଢ଼ନ୍ତୁ:-ଅକ୍ସର ପଟେଲଙ୍କ ଯୋଗୁଁ ଟିମ୍ ଇଣ୍ଡିଆର ଏହି ଘାତକ ଖେଳାଳିଙ୍କ ଶେଷ ହେଲା କ୍ୟାରିୟର! ବର୍ତ୍ତମାନ ଅବସର ନେବା ପଥରେ...

ସେପଟେ ସୂଚନା ମୁତାବକ, ଜାନୁଆରୀ ୧ରୁ ମହଙ୍ଗା ଭତ୍ତା (DA) ୪ ପ୍ରତିଶତ ବୃଦ୍ଧି କରିବାକୁ ମୋଦି ସରକାର ନିଷ୍ପତ୍ତି ନେଇସାରିଛନ୍ତି । ବର୍ତ୍ତମାନ ଏହା ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି (DA Hike) ପାଇଛି । ଆପଣଙ୍କୁ କହି ରଖୁଛୁ ଯେ,  ମହଙ୍ଗା ଭତ୍ତା AICPI-IW ଆଧାରରେ ଗଣନା କରାଯାଏ । ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଏହା ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ ।