7th Pay Commission: ସରକାରୀ କର୍ମଚାରୀଙ୍କ ନିଜ ଘରର ସ୍ୱପ୍ନ ହେବ ସାକାର, ସରକାର କଲେ ବଡ଼ ଘୋଷଣା
Advertisement

7th Pay Commission: ସରକାରୀ କର୍ମଚାରୀଙ୍କ ନିଜ ଘରର ସ୍ୱପ୍ନ ହେବ ସାକାର, ସରକାର କଲେ ବଡ଼ ଘୋଷଣା

7th Pay Commission: କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ଘର ନିର୍ମାଣ ପାଇଁ ବ୍ୟାଙ୍କରୁ ମିଳୁଥିବା ହୋମ୍ ଲୋନ୍ ଅର୍ଥାତ ବିଲଡିଂ ଆଡଭାନ୍ସ ଉପରେ ସୁଧ ହାର ହ୍ରାସ କରିଛନ୍ତି । କେନ୍ଦ୍ରର ମୋଦି ସରକାର ହାଉସ୍ ବିଲ୍ଡିଂ ଲୋନ ଉପରେ ସୁଧ ହାର ୦.୮ ପ୍ରତିଶତ ହ୍ରାସ କରିଛି ।

7th Pay Commission: ସରକାରୀ କର୍ମଚାରୀଙ୍କ ନିଜ ଘରର ସ୍ୱପ୍ନ ହେବ ସାକାର, ସରକାର କଲେ ବଡ଼ ଘୋଷଣା

7th Pay Commission HBA Interest Rate: ନିଜ ଘରର  ସ୍ୱପ୍ନ ଦେଖୁଥିବା କେନ୍ଦ୍ର କର୍ମଚାରୀ (Central Government Employees) ଙ୍କ ପାଇଁ ଏକ ଖୁସି ଖବର ଅଛି । ବାସ୍ତବରେ କେନ୍ଦ୍ର ସରକାର ନିଜର କର୍ମଚାରୀଙ୍କୁ ଏକ ଉପହାର ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାର (Central Government) ନିଜ କର୍ମଚାରୀଙ୍କ ଘର ନିର୍ମାଣ ପାଇଁ ବ୍ୟାଙ୍କରୁ ମିଳୁଥିବା ହୋମ୍ ଲୋନ୍ (Home Loan) ଅର୍ଥାତ ବିଲଡିଂ ଆଡଭାନ୍ସ (HBA) ଉପରେ ସୁଧ ହାର ହ୍ରାସ କରିଛନ୍ତି । କେନ୍ଦ୍ରର ମୋଦି ସରକାର ହାଉସ୍ ବିଲ୍ଡିଂ ଲୋନ ଉପରେ ସୁଧ ହାର ୦.୮ ପ୍ରତିଶତ ହ୍ରାସ କରିଛି ।

ଏହି ରିହାତି ପରେ ହାଉସ୍ ବିଲ୍ଡିଂ ଲୋନ୍ ୭.୯ ପ୍ରତିଶତରୁ ୭.୧ ପ୍ରତିଶତକୁ ହ୍ରାସ ପାଇଛି । ଏହି ରିହାତି ଏପ୍ରିଲ ୧, ୨୦୨୨ରୁ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ କରାଯାଇଛି । ଅର୍ଥାତ କେନ୍ଦ୍ର କର୍ମଚାରୀମାନେ ବର୍ତ୍ତମାନ ଶସ୍ତା ଦରରେ ବ୍ୟାଙ୍କରୁ ଘର ଋଣ ନେଇ ଘର ତିଆରି କରିବା ସ୍ୱପ୍ନକୁ ପୂରଣ କରିପାରିବେ । ଏହି ଯୋଜନା ଅନ୍ତର୍ଗତ କେନ୍ଦ୍ର କର୍ମଚାରୀମାନେ ସେମାନଙ୍କର ମୂଳ ବେତନ ଅନୁଯାୟୀ ୩୪ ମାସ ପର୍ଯ୍ୟନ୍ତ କିମ୍ବା ସର୍ବାଧିକ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଗ୍ରୀମ ନେଇପାରିବେ । ଏହା ବ୍ୟତୀତ ଘରର ମୂଲ୍ୟ କିମ୍ବା ଋଣ ପରିଶୋଧ କରିବାର କ୍ଷମତା ଆଧାରରେ ଅଗ୍ରୀମ ମଧ୍ୟ ନିଆଯାଇପାରେ ।

ସେପଟେ ଦେଶର ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆଉ ଏକ ଖୁସି ଖବର ଅଛି । ସରକାର ପୁଣି ଥରେ ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରିବାକୁ ଯୋଜନା କରୁଛନ୍ତି । AICPI ସୂଚକା (AICPI Index) ଙ୍କ ତଥ୍ୟରୁ ଏହି ବିଷୟରେ ସୂଚନା ମିଳିଛି । କେନ୍ଦ୍ର କର୍ମଚାରୀମାନଙ୍କୁ ଆଗାମୀ ବର୍ଷ (୨୦୨୩) ର ଆରମ୍ଭରେ ଅର୍ଥାତ୍ ନୂତନ ବର୍ଷରେ ଏହି ଉପହାର ପ୍ରଦାନ କରାଯିବ ।

AICPI ସୂଚକାଙ୍କ ଡାଟାରେ ପୁଣି ଥରେ ଅହେତୁକ ଅଭିବୃଦ୍ଧି ଦେଖିବାକୁ ମିଳିଛି । ଏଥର ମଧ୍ୟ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (DA) କୁ ୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି । ଏହି ସମୟର ସ୍ଥିତିକୁ ଦେଖି ଅନୁମାନ କରାଯାଉଛି ଯେ ଆଗାମୀ ବର୍ଷ ଜାନୁଆରୀ ମାସରେ ମଧ୍ୟ ସରକାର ମହଙ୍ଗା ଭତ୍ତା (DA) ରେ ବମ୍ପର ବୃଦ୍ଧି କରିବାକୁ ଯାଉଛନ୍ତି । ଆମେ ଆପଣଙ୍କୁ କହି ରଖୁଛୁ ଯେ, ଜାନୁଆରୀ ୨୦୨୩ରୁ କର୍ମଚାରୀମାନଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା (DA) ର ଲାଭ ମିଳିବ । କିନ୍ତୁ କେନ୍ଦ୍ରର ମୋଦି ସରକାର ଏହାକୁ ମାର୍ଚ୍ଚ ୨୦୨୩ ଯାଏ ଘୋଷଣା କରିପାରନ୍ତି । ଯଦି କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ରେ ୪ ପ୍ରତିଶତ ବୃଦ୍ଧି ହୁଏ । ତେବେ କେନ୍ଦ୍ର କର୍ମଚାରୀଙ୍କର ମହଙ୍ଗା ଭତ୍ତା (DA) ୪୨ ପ୍ରତିଶତକୁ ପହଞ୍ଚିଯିବ ।

ଅଧିକ ପଢ଼ନ୍ତୁ:-ପୁରୁଷମାନେ ପ୍ରତିଦିନ ଏହି ସମୟରେ ଖାଆନ୍ତୁ ରସୁଣର କେବଳ ଗୋଟିଏ କୋଲା, ତା’ପରେ ଦେଖନ୍ତୁ ଚମତ୍କାର!

ଅଧିକ ପଢ଼ନ୍ତୁ:-ହରଡ ଡାଲିର ସେବନ ଏହି ୩ଟି ରୋଗରେ ବିଷ ପରି କରେ କାମ, ଜାଣନ୍ତୁ କିପରି

ଅଧିକ ପଢ଼ନ୍ତୁ:-ରୋହିତ ଶର୍ମାଙ୍କୁ ରବି ଶାସ୍ତ୍ରୀଙ୍କ ବୟାନରୁ ଲାଗିପାରେ ଝଟକା, ଟିମ୍ ଇଣ୍ଡିଆର ଅଧିନାୟକତ୍ୱକୁ ନେଇ କହିଲେ ଏପରି କିଛି

 

ଆପଣଙ୍କୁ କହି ରଖୁଛୁ ଯେ, ଦୀର୍ଘ ସମୟ ପରେ କେନ୍ଦ୍ର ସରକାର ଗତ ବର୍ଷ ଜୁଲାଇ ୨୦୨୧ରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିଥିଲେ । ଏହା ପରେ ଅକ୍ଟୋବର ୨୦୨୧ରେ ଏଥିରେ ୩ ପ୍ରତିଶତ ବୃଦ୍ଧି ସହ ୩୧ ପ୍ରତିଶତରେ ପହଞ୍ଚିଥିଲା । ପରେ କେନ୍ଦ୍ର ସରକାର ଚଳିତ ମାର୍ଚ୍ଚ ମାସରେ କେନ୍ଦ୍ର କର୍ମଚାରୀଙ୍କ ଡିଏକୁ ୩ ପ୍ରତିଶତ ବୃଦ୍ଧି କରିଥିଲେ । ଯାହା ଜାନୁୟାରୀ ୧, ୨୦୨୨ ଠାରୁ ଲାଗୁ ହୋଇଛି । ଏହି ବୃଦ୍ଧି ପରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଏହାସହ ସେପ୍ଟେମ୍ୱରରେ ୪ ପ୍ରତିଶତ ବୃଦ୍ଧି କରାଯାଇଛି, ଯେଉଁ କାରଣରୁ କେନ୍ଦ୍ରର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତ ହୋଇଯାଇଛି । ବର୍ତ୍ତମାନର ଦରଦାମ ବୃଦ୍ଧି ଆକଳନକୁ ଦୃଷ୍ଟିରେ ରଖି ସରକାର ଡିଏକୁ ବୃଦ୍ଧି କରନ୍ତି । ଏହି ବୃଦ୍ଧି ଯୋଗୁଁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।