7th Pay Commission DA Hike: ମାସର ପ୍ରଥମ ଦିନରେ ସରକାରୀ କର୍ମଚାରୀଙ୍କୁ ମିଳିଲା ବଡ଼ ଉପହାର, ରାଜ୍ୟ ସରକାର ବଢ଼ାଇଲେ ୪ ପ୍ରତିଶତ ମହଙ୍ଗା ଭତ୍ତା
Advertisement

7th Pay Commission DA Hike: ମାସର ପ୍ରଥମ ଦିନରେ ସରକାରୀ କର୍ମଚାରୀଙ୍କୁ ମିଳିଲା ବଡ଼ ଉପହାର, ରାଜ୍ୟ ସରକାର ବଢ଼ାଇଲେ ୪ ପ୍ରତିଶତ ମହଙ୍ଗା ଭତ୍ତା

7th Pay Commission DA Hike: ବର୍ତ୍ତମାନ ଆଉ ଏକ ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଏହି ବୃଦ୍ଧି ୪ ପ୍ରତିଶତ କରାଯାଇଛି, ଯାହା ଜାନୁଆରୀ ୨୦୨୩ ଠାରୁ କାର୍ଯ୍ୟକାରୀ ହେବ ବୋଲି ମନେ କରାଯିବ । ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ଦିନରେ ରାଜ୍ୟ ସରକାର ନିଜର କର୍ମଚାରୀ ଓ ପେନସନଭୋଗୀଙ୍କୁ ଉପହାର ଦେଇଛନ୍ତି ।

7th Pay Commission DA Hike: ମାସର ପ୍ରଥମ ଦିନରେ ସରକାରୀ କର୍ମଚାରୀଙ୍କୁ ମିଳିଲା ବଡ଼ ଉପହାର, ରାଜ୍ୟ ସରକାର ବଢ଼ାଇଲେ ୪ ପ୍ରତିଶତ ମହଙ୍ଗା ଭତ୍ତା

7th Pay Commission DA Hike: ବିଗତ ଦିନରେ କେନ୍ଦ୍ର ସରକାର (Central Government) ନିଜର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (Dearness Allowance) ଓ ମହଙ୍ଗା ରିଲିଫ୍ (Dearness Relief) ବୃଦ୍ଧି ଘୋଷଣା କରିଥିଲେ । ଯାହା ପରେ ରାଜସ୍ଥାନର ଗେହଲୋଟ ସରକାର (Gehlot Govt) ମଧ୍ୟ ସରକାରୀ କର୍ମଚାରୀ (State Government Employees) ଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରିବାକୁ ଘୋଷଣା କରିଥିଲେ । ବର୍ତ୍ତମାନ ଆଉ ଏକ ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଏହି ବୃଦ୍ଧି ୪ ପ୍ରତିଶତ (4 Percent DA Hike) କରାଯାଇଛି, ଯାହା ଜାନୁଆରୀ ୨୦୨୩ ଠାରୁ କାର୍ଯ୍ୟକାରୀ ହେବ ବୋଲି ମନେ କରାଯିବ । ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ଦିନରେ ରାଜ୍ୟ ସରକାର (State Govt) ନିଜର କର୍ମଚାରୀ ଓ ପେନସନଭୋଗୀଙ୍କୁ ଉପହାର ଦେଇଛନ୍ତି । ଏହି ବୃଦ୍ଧି ସହିତ ସରକାରଙ୍କ ଖର୍ଚ୍ଚ ପୂର୍ବ ଅପେକ୍ଷା ଅଧିକ ହେବ ।

ନିକଟ ଅତୀତରେ କେନ୍ଦ୍ର ସରକାର (Center Government)  ମହଙ୍ଗା ଭତ୍ତା ବୃଦ୍ଧି କରି କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ଏକ ଉପହାର ଦେଇଥିଲେ । କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) କୁ ୪ ପ୍ରତିଶତ ବୃଦ୍ଧି କରିଥିଲେ । ଫଳରେ ମହଙ୍ଗା ଭତ୍ତା (DA) ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ପହଞ୍ଚିଥିଲା । ସେହିପରି ମହଙ୍ଗା ରିଲିଫ୍ (DR) କୁ ୪୨ ପ୍ରତିଶତକୁ ବୃଦ୍ଧି କରିଛନ୍ତି, ଯାହା ଜାନୁଆରୀ ୧ରୁ କାର୍ଯ୍ୟକାରୀ ହେଉଛି । ଏହାପୂର୍ବରୁ ସରକାର କର୍ମଚାରୀମାନଙ୍କୁ ୩୮ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିଲା ।

ମହଙ୍ଗା ଭତ୍ତା (Dearness Allowance) ର ଏହି ବୃଦ୍ଧି ଆସାମ ସରକାର (Assam Government) କରିଛନ୍ତି । ବର୍ତ୍ତମାନ କର୍ମଚାରୀ ମାନଙ୍କୁ ସପ୍ତମ ବେତନ ଆୟୋଗ  (7th Pay Commission) ଅଧୀନରେ ୪୨ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରାଯିବ । ଏହା ସହିତ ଏହି ରାଜ୍ୟର ପେନସନଭୋଗୀମାନେ ମଧ୍ୟ ସମାନ ମହଙ୍ଗା ରିଲିଫ୍ ପାଇବେ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା (Himanta Biswa Sarma) ନିଜ ଟ୍ୱିଟର ହ୍ୟାଣ୍ଡେଲରୁ ସୂଚନା ଦେଇ କହିଛନ୍ତି ଯେ, ଆମ ସରକାର କର୍ମଚାରୀଙ୍କ ଧ୍ୟାନ ରଖନ୍ତି । ମୁଁ ଏହା ଘୋଷଣା କରି ଖୁସି ଯେ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) କୁ ୪ ପ୍ରତିଶତ ବୃଦ୍ଧି କରିଛନ୍ତି ।

ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା (Himanta Biswa Sarma) କହିଛନ୍ତି ଯେ, ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ଯୋଗୁଁ କର୍ମଚାରୀ ଓ ପେନସନଭୋଗୀଙ୍କ ନୂତନ ମହଙ୍ଗା ଓ ମହଙ୍ଗା ରିଲିଫ୍ ୪୨ ପ୍ରତିଶତ ହୋଇପାରିଛି । ଯଦି ଜଣେ କର୍ମଚାରୀଙ୍କ ବେସିକ୍ ଦରମା ମାସକୁ ୨୩,୫୦୦ ଟଙ୍କା, ତେବେ ୪୨ ପ୍ରତିଶତରେ DA ୯,୮୭୦ ଟଙ୍କା ହେବ । ପୂର୍ବ ମହଙ୍ଗା ଭତ୍ତା ତୁଳନାରେ ଏହା ମାସକୁ ୯୪୦ ଟଙ୍କା ଅଧିକ ।

ଅଧିକ ପଢ଼ନ୍ତୁ:-ମହଙ୍ଗା ଭତ୍ତା ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଆଉ ବଡ଼ ଖୁସି ଖବର, ବଢ଼ିବ ବେସିକ୍ ଦରମା!

ଅଧିକ ପଢ଼ନ୍ତୁ:-ନକ୍ଷତ୍ର ପରିବର୍ତ୍ତନ ହେବା ମାତ୍ରେ ଶନି ଏହି ୬ଟି ରାଶିକୁ କରିବ ମାଲାମାଲ୍, ଆସନ୍ତା ୭ ମାସ ପର୍ଯ୍ୟନ୍ତ ହେବ ବହୁତ ଲାଭ

ଅଧିକ ପଢ଼ନ୍ତୁ:-ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ CSK ର ପରାଜୟର ୫ଟି ବଡ଼ କାରଣ, ଜାଣନ୍ତୁ...

ସୂଚନାଯୋଗ୍ୟ, ମାର୍ଚ୍ଚ ୨୪, ୨୦୨୩ରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ପ୍ରମୁଖ ନିଷ୍ପତ୍ତି ନେଇ ସରକାର କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫକୁ ୪ ପ୍ରତିଶତ ବୃଦ୍ଧି କରିଥିଲେ । ଏହା ପରେ ରାଜସ୍ଥାନ ଓ ବର୍ତ୍ତମାନ ଆସାମ ସରକାର ଏହି ବୃଦ୍ଧି ଘୋଷଣା କରିଛନ୍ତି ।